Excuse Me Odisha

ଯାହା କହିବୁ ସତ କହିବୁ

ଦୀପାବଳି ପୂଜାରେ ମା ଲକ୍ଷ୍ମୀଙ୍କୁ ଲଗାନ୍ତୁ ଏହି ୫ ପ୍ରକାରର ଭୋଗ, ମାତା ଲକ୍ଷ୍ମୀ ହେବେ ପ୍ରସନ୍ନ

ସେୟାର୍ କରନ୍ତୁ

ଦୀପାବଳି ପୂଜାରେ ପ୍ରସାଦର ବିଶେଷ ମହତ୍ତ୍ୱ ରହିଥାଏ। କୁହାଯାଏ ଯେ ପୂଜା ମାଧ୍ୟମରେ ମା ଲକ୍ଷ୍ମୀ ଘରକୁ ଆସିଥାନ୍ତି , ଏଥିପାଇଁ ଘରର ଦ୍ୱାର ମୁଁହରେ ମଧ୍ୟ ରଙ୍ଗ ଦ୍ୱାରା ଦେବୀଙ୍କର ପାଦର ଚିହ୍ନ ଏବଂ ଶୁଭ ଚିହ୍ନ ତିଆରି କରାଯାଏ।

ମନ୍ଦିରରେ ଭୋଗ ପାଇଁ ମଧ୍ୟ ସେହି ପ୍ରସାଦକୁ ପ୍ରାଥମିକତା ଦିଆଯାଏ , ଯାହା ମା ବିଷ୍ଣୁପ୍ରିୟାଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ। ତେବେ ଭଗବାନ ଭାବର ଭୋକିଲା ହୋଇଥାନ୍ତି , ଭକ୍ତମାନେ ପବିତ୍ର ମନରେ ତାଙ୍କୁ ଯେଉଁ ଭୋଗ ଲଗାଇ ଦିଅନ୍ତି , ତାହା ପର୍ଯ୍ୟାପ୍ତ ହୋଇଥାଏ। କିନ୍ତୁ ଭକ୍ତ ନିଜ ଆଡୁ ମାଙ୍କୁ ପ୍ରସନ୍ନ କରିବା ପାଇଁ ସମସ୍ତ ପ୍ରକାରର ଚେଷ୍ଟା କରିଥାଏ। ତେବେ ଆସନ୍ତୁ ସେହି ୫ଟି ଭୋଗ ବିଷୟରେ ଜାଣିବା , ଯାହାଦ୍ୱାରା ମାତା ପ୍ରସନ୍ନ ହୋଇଥାନ୍ତି।

୧) ମଖାନା:-

ମଖାନା ଦେବୀ ଲକ୍ଷ୍ମୀଙ୍କର ବହୁତ ପସନ୍ଦ ହୋଇଥାଏ। କାରଣ ଏହା କଇଁ ଫୁଲର ମଞ୍ଜିରୁ ତିଆରି ହୋଇଥାଏ। ଏଥିପାଇଁ ଏହାକୁ ଫୁଲ ମଖାନା ମଧ୍ୟ କୁହଯାଏ। ମା ଲକ୍ଷ୍ମୀଙ୍କ ଭୋଗରେ ଏହା ବାଧ୍ୟତାମୂଳକ ଭାବରେ ଚଢ଼ିଥାଏ। ମଖାନାର ଖିରି ପ୍ରସ୍ତୁତ କରି ଏବଂ ତାହାକୁ ଘିଅରେ ହାଲୁକା ସେକି କରି ମଧ୍ୟ ଭୋଗ ପ୍ରସ୍ତୁତ କରି ଦୀପାବଳିର ପୂଜା ସମୟରେ ଲଗା ଯାଇଥାଏ।

Google

୨) ନଡିଆ:-

ନଡିଆରେ ପ୍ରସ୍ତୁତ ଭୋଗକୁ ଅଧିକାଂଶ ସମୟରେ ମନ୍ଦିରରେ ଅର୍ପଣ କରାଯାଇଥାଏ। ବାସ୍ତବରେ ଏହାକୁ ଦେବୀ ଲକ୍ଷ୍ମୀଙ୍କର ପ୍ରତୀକ ଭାବରେ ବିବେଚନା କରାଯାଏ , ଏଥିପାଇଁ ଭଗବାନ ଶିବଙ୍କୁ ଏହାର ଭୋଗ ଲଗାଯାଏ ନାହିଁ କିନ୍ତୁ ଦେବୀ ଲକ୍ଷ୍ମୀଙ୍କର ସମ୍ପର୍କ ବିଷ୍ଣୁ ଭଗବାନଙ୍କ ସହ ରହିଛି ବୋଲି ତାଙ୍କୁ ମଧ୍ୟ ନଡ଼ିଆ ଭୋଗ ଲଗାଯାଏ। ଦୀପାବଳିରେ ନଡ଼ିଆରୁ ପ୍ରସ୍ତୁତ ଭୋଗ ଲଗାଇବା ଦ୍ୱାରା ମାତା ଲକ୍ଷ୍ମୀ ବହୁତ ଖୁସି ହୋଇଯାଆନ୍ତି।

୩) ଫିଣେଇ:-

ମାତା ଲକ୍ଷ୍ମୀଙ୍କୁ ଚନ୍ଦ୍ରମାଙ୍କର ଭଉଣୀ ଭାବରେ ମଧ୍ୟ ବିବେଚନା କରାଯାଏ। ଫିଣେଇର ସମ୍ପର୍କ ଚନ୍ଦ୍ରମା ସହିତ ରହିଛି , ଏଥିପାଇଁ ମାତାଙ୍କୁ ମଧ୍ୟ ଏହା ପସନ୍ଦ ଅଟେ। ଏଥିପାଇଁ ବିଶେଷ ଭାବରେ ଫିଣେଇ ଏବଂ ଚିନିର ଖେଳଣା ମାଙ୍କୁ ପ୍ରସାଦ ଆକାରରେ ଅର୍ପଣ କରାଯାଇଥାଏ। ଏହାସହିତ ଖିରି ଏବଂ ମିଠା ରୂପରେ ଅନ୍ୟ ଧଳା ପ୍ରସାଦ ମଧ୍ୟ ମାତାଙ୍କୁ ଖୁସି କରିବାପାଇଁ ଅର୍ପଣ କରାଯାଏ।

୪) ପାନ:-

ଦୀପାବଳିର ପୂଜା ସମୟରେ ଆରତୀ ପୂର୍ବରୁ ହିଁ ସମସ୍ତ ଭୋଗ ମାଙ୍କୁ ଅର୍ପଣ କରାଯାଇଥାଏ କିନ୍ତୁ ପାନ ଏକମାତ୍ର ଭୋଗ ହୋଇଥାଏ , ଯାହାକୁ ସବୁଠାରୁ ଶେଷରେ ଅର୍ପଣ କରାଯାଏ। ମାତା ଲକ୍ଷ୍ମୀଙ୍କୁ ମିଠା ପାନ ଅର୍ପଣ କରାଯାଏ କିନ୍ତୁ ଯଦି ମିଠା ପାନ ନଥାଏ ତେବେ ପାନର ସାଧା ପତ୍ରକୁ ମଧ୍ୟ ଶ୍ରୀଚରଣରେ ଅର୍ପଣ କରାଯାଇପାରିବ।

Google

୫) ସିଂଘଡା:-

ଜଳରେ ଫଳୁଥିବା କିମ୍ବା ଫୁଟୁଥିବା ସମସ୍ତ ଫଳ ଏବଂ ଫୁଲ ମାତା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ। କଇଁ , ମଖାନା , କଇଁ କାକୁଡି ବ୍ୟତୀତ ଯଶର ଦେବୀଙ୍କ ପାଇଁ ସିଂଘଡା ମଧ୍ୟ ପ୍ରିୟର ଭୋଗ ଅଟେ। ସବୁଜ ଏବଂ କଳା ଦାନାର ସିଂଘଡା ହିଁ ମାତାଙ୍କୁ ପ୍ରସାଦ ଆକାରରେ ଅର୍ପଣ କରାଯାଏ। ଦୀପାବଳିରେ ଏହାର ବିଶେଷ ମହତ୍ତ୍ୱ ରହିଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖି ଦିଅନ୍ତୁ । ମା ଲକ୍ଷ୍ମୀ ଠାକୁରାଣୀଙ୍କ କୃପା ପ୍ରାପ୍ତ ହେବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *