Excuse Me Odisha

ଯାହା କହିବୁ ସତ କହିବୁ

ଏହି ୫ଟି ରାଶିର ଲୋକଙ୍କ ଜୀବନରେ ସବୁ ସମସ୍ୟା ଗୌରୀ ପୁତ୍ର ଶ୍ରୀଗଣେଶ ଦୂର କରିବେ, ମିଳିବ ବଡ଼ ଲାଭ।

ସେୟାର୍ କରନ୍ତୁ

ମନୁଷ୍ୟ ଜୀବନରେ କେବେ କେବେ ସୁଖର ସମୟ ଆସିଥାଏ, ତ ଆଉକେବେ ଜୀବନରେ ସମସ୍ୟା ଉତ୍ପନ୍ନ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯାହା କିଛି ସମସ୍ୟା ଜୀବନରେ ଆସିଥାଏ, ତାହା ସବୁ ଗ୍ରହ ନକ୍ଷତ୍ରଙ୍କ ଚଳନ ଅନୁସାରେ ହୋଇଥାଏ। ସର୍ବଦା ଗ୍ରହ ନକ୍ଷତ୍ରର ସ୍ଥିତିରେ ଅନେକ ପରିବର୍ତ୍ତନ ଆସିଥାଏ। ଯେଉଁ କାରଣରୁ ୧୨ଟି ରାଶି ଉପରେ ଶୁଭ ଓ ଅଶୁଭ ପ୍ରଭାବ ପଡିଥାଏ। ଯେଉଁ ବ୍ୟକ୍ତିର ରାଶିରେ ଗ୍ରହ ନକ୍ଷତ୍ରର ଚଳନ ଠିକ ରହିଥାଏ, ତାହେଲେ ତାକୁ ଶୁଭ ପରିଣାମ ପ୍ରାପ୍ତ ହୋଇଥାଏ ଏବଂ ଗ୍ରହର ଚଳନ ଠିକ ନ ରହିଲେ ଏହାର ବିପରୀତ ପରିସ୍ଥିତି ସହିତ ସାମ୍ନା କରିବାକୁ ପଡିପାରେ। ପରିବର୍ତ୍ତନ ପ୍ରକୃତିର ନିୟମ ଅଟେ, ଏହା ନିରନ୍ତର ଚାଲି ରହିଥାଏ। ଏହାକୁ ରୋକିବା ଅସମ୍ଭବ ଅଟେ।

ଜ୍ୟୋତିଷ ଗଣନା ଅନୁସାରେ କିଛି ରାଶିର ଲୋକଙ୍କୁ ତାଙ୍କ କୁଣ୍ଡଳୀରେ ଗ୍ରହ ନକ୍ଷତ୍ରଙ୍କ ସ୍ଥିତି ଠିକ୍ ରହିବ। ଏହି ରାଶିର ଲୋକଙ୍କ ଜୀବନରେ ସବୁ ସମସ୍ୟା ଗୌରୀ ପୁତ୍ର ଶ୍ରୀଗଣେଶ ଦୂର କରିବେ, ମିଳିବ ବଡ଼ ଲାଭ। ଭଗବାନ ଶ୍ରୀଗଣେଶଙ୍କ କୃପା ଏମାନଙ୍କ ଉପରେ ରହିବ। ଏମାନଙ୍କୁ ବଡ଼ ଫାଇଦା ମିଳିବାର ସମ୍ଭାବନା ରହିଛି। ସେହି ଭାଗ୍ୟବାନ ରାଶି ଗୁଡିକ କଣ ଆସନ୍ତୁ ଜାଣିବା।

ଆସନ୍ତୁ ଜାଣିବା ଗୌରୀ ପୁତ୍ର ଗଣେଶ କେଉଁ ରାଶିର ଲୋକଙ୍କ ଜୀବନରେ ସମସ୍ୟା ଦୂର କରିବେ ।

ମେଷ ରାଶି:- ମେଷ ରାଶିର ଲୋକଙ୍କୁ ସବୁ ସମସ୍ୟାରୁ ମୁକ୍ତି ମିଳିବ। ଆପଣଙ୍କ ଜୀବନରେ ସବୁ ଖୁସି ମିଳିବ। ଆପଣ ଜରୁରୀ କାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରିବେ। ଗୌରୀ ପୁତ୍ର ଗଣେଶଙ୍କ କୃପା ଦୃଷ୍ଟି ରହିଥିବାରୁ ପ୍ରାୟ ମାମଲାରେ ସକାରାତ୍ମକ ପ୍ରଭାବ ପଡ଼ିବ। ଅଚାନକ ଆର୍ଥିକ ଲାଭ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। କାର୍ଯ୍ୟ ମାମଲାରେ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି। ଆପଣଙ୍କ ଦ୍ଵାରା କରିଥିବା ପ୍ରୟାସ ସାର୍ଥକ ରହିବ।

ବୃଷ ରାଶି:- ବୃଷ ରାଶିର ଲୋକଙ୍କୁ କାର୍ଯ୍ୟ ମାମଲାରେ ଫାଇଦା ମିଳିବ, ଯାହାଦ୍ବାରା ଆପଣଙ୍କ ମନ ପ୍ରସନ୍ନ ରହିବ। ଆପଣ ନୂଆ ବ୍ୟାପାର ଆରମ୍ଭ କରି ପାରନ୍ତି। ପ୍ରଭାବଶାଳୀ ଲୋକଙ୍କ ଠାରୁ ମାର୍ଗଦର୍ଶନ ମିଳିବ। କାର୍ଯ୍ୟ ମାମଲାରେ ସର୍ବଦା ସଫଳତା ପ୍ରାପ୍ତ କରିବେ। ଚାକିରୀ କ୍ଷେତ୍ରରେ ଚାପ ଅନୁଭବ କରିବେ। ଘର ପରିବାର ତରଫରୁ ସହଯୋଗ ପ୍ରାପ୍ତ ହେବ। ସବୁ ସମସ୍ୟାରୁ ମୁକ୍ତି ମିଳିବ। ମାନସିକ ଚିନ୍ତା ଦୂର ହେବ।

Google

ଧନୁ ରାଶି:- ଧନୁ ରାଶିର ଲୋକଙ୍କୁ ଅନେକ ଖୁସି ମିଳିବ। ଗୌରୀ ପୁତ୍ର ଗଣେଶଙ୍କ ଆଶୀର୍ବାଦ ଦ୍ଵାରା ଚାକିରୀ କ୍ଷେତ୍ରରେ ସଫଳତା ମିଳିବ। ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟ ଦେଖି ପ୍ରସନ୍ନ ହେବେ। ପୁରୁଣା ବେମାରୀରୁ ମୁକ୍ତି ମିଳିବ। କାର୍ଯ୍ୟ ମାମଲାରେ ଆପଣଙ୍କୁ କରିଥିବା ପ୍ରୟାସ ସାର୍ଥକ ରହିବ। ଆପଣଙ୍କ ଉତ୍ତମ ବ୍ୟବହାର ଦ୍ଵାରା ଲୋକେ ପ୍ରସନ୍ନ ରହିବେ। ପ୍ରେମ ଜୀବନ ସୁଖମୟ ରହିବ। ପ୍ରେମୀଙ୍କ ସହିତ ରୋମାନ୍ସ ର ଅବସର ମିଳିବ

ମକର ରାଶି:- ମକର ରାଶିର ଲୋକଙ୍କ ପାଇଁ ଆସୁଥିବା ସମୟ ସୁଖମୟ ରହିବ। କୌଣସି ପୁରୁଣା ନିବେଶରେ ଲାଭ ମିଳିବ। ପ୍ରେମୀଙ୍କ ସହିତ କୌଣସି ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି। ଆୟରେ ବୃଦ୍ଧି ହେବ। ଖର୍ଚ୍ଚ ସ୍ୱଳ୍ପ ରହିବ। ଗୌରୀ ପୁତ୍ର ଗଣେଶଙ୍କ କୃପା ଦୃଷ୍ଟିରୁ ଘର ପରିବାରରେ ମାହୋଲ ସୁଖମୟ ରହିବ। ଅବିବାହିତ ଲୋକଙ୍କ ପାଖକୁ ବିବାହ ପ୍ରସ୍ତାବ ଆସିପାରେ। ସାମାଜିକ କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ହେବ। ନିବେଶରେ ଆପଣଙ୍କୁ ଅଧିକ ଲାଭ ମିଳିବ।

କୁମ୍ଭ ରାଶି:- କୁମ୍ଭ ରାଶିର ଲୋକଙ୍କ ଜୀବନ ହସଖୁସିରେ ଭରି ଯିବ। ପାରିବାରିକ ସହଯୋଗ ଦ୍ୱାରା ଆପଣଙ୍କର ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିବ। ଆୟରେ ବୃଦ୍ଧି ହେବାଦ୍ବାରା ମନ ପ୍ରସନ୍ନ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। କାର୍ଯ୍ୟ ମାମଲାରେ ଆପଣଙ୍କ ପରିଶ୍ରମ ସାର୍ଥକ ହେବ। ଆପଣଙ୍କ ମଧୁର ବାଣୀ ଦ୍ଵାରା ଲୋକେ ପ୍ରଭାବିତ ହେବେ। ବ୍ୟାପାରରେ ବୃଦ୍ଧି ହେବ। ଅସହାୟ ଲୋକଙ୍କୁ ଆପଣ ସାହାଯ୍ୟ କରିବେ। କୋର୍ଟ କଚେରୀ ମାମଲା ଆପଣଙ୍କ ସପକ୍ଷରେ ରହିବ।

ଆସନ୍ତୁ ଜାଣିବା ବାକି ରାଶିର କିପରି ରହିବ ସମୟ –

ମିଥୁନ ରାଶି:- ମିଥୁନ ରାଶିର ଲୋକେ ଅଧିକ ବ୍ୟସ୍ତ ରହିବେ। ଅଚାନକ ଖର୍ଚ୍ଚରେ ବୃଦ୍ଧି ହୋଇପାରେ, ଯାହାଦ୍ବାରା ଆପଣ ଚିନ୍ତିତ ରହି ପାରନ୍ତି। ଆପଣଙ୍କ ଆମଦାନୀ ଅନୁସାରେ ଅଯଥା ଖର୍ଚ୍ଚ ହୋଇପାରେ। ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖା ଦେଇପାରେ। ବ୍ୟାପାର ରେ ସଫଳତା ମିଳିବ। କିନ୍ତୁ ଆପଣ ବ୍ୟାପାରରେ କୌଣସି ପରିବର୍ତ୍ତନ କରନ୍ତୁ ନାହିଁ, ନଚେତ ଆପଣଙ୍କୁ କ୍ଷତି ସହିବାକୁ ପଡିପାରେ। ମାତାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହି ପାରନ୍ତି। ଜୀବନସାଥୀଙ୍କୁ ବୁଝିବାକୁ ପ୍ରୟାସ କରନ୍ତୁ।

କର୍କଟ ରାଶି:- କର୍କଟ ରାଶିର ଲୋକେ କାର୍ଯ୍ୟରେ ଅଧିକ ବ୍ୟସ୍ତ ରହିବେ। ଆୟରେ ବୃଦ୍ଧି ହେବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆପଣ ଉଚିତ ଢଙ୍ଗରେ ଯୋଜନା କରିବେ। ଆପଣଙ୍କୁ ଏଥିପ୍ରତି ଧ୍ୟାନ ରଖିବା ଆବଶ୍ୟକ। ଚାକିରୀ କ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଆପଣ ନିଜର ବିରୋଧୀଙ୍କୁ ପରାସ୍ତ କରିବେ। କୋର୍ଟ କଚେରୀ ମାମଲାରେ ଦୂରେଇ ରହିବା ଆବଶ୍ୟକ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ସମୟ ସାମାନ୍ୟ ରହିବ। ପାରିବାରିକ ମାହୋଲ ସୁଖମୟ ରହିବ।

ସିଂହ ରାଶି:- ସିଂହ ରାଶିର ଲୋକଙ୍କ ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। ଆପଣଙ୍କ ମନୋବଳ ସୁଦୃଢ ରହିବ। ଆପଣଙ୍କୁ କାର୍ଯ୍ୟ ମାମଲାରେ ଅଧିକ ଧ୍ୟାନ ଦେବା ଆବଶ୍ୟକ। ବ୍ୟାପାର ରେ କୌଣସି ପ୍ରକାରର ନିବେଶ କରିବା ଦ୍ୱାରା ଆପଣଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ। ବ୍ୟବସାୟ ପାର୍ଟନରଙ୍କ ସହିତ କିଛି ସମସ୍ୟା ଉତ୍ପନ୍ନ ହୋଇପାରେ।ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଘର ପରିବାରର ବୃଦ୍ଧ ଲୋକଙ୍କ ଆଶୀର୍ବାଦ ଆପଣଙ୍କ ଆତ୍ମବଳ ସୁଦୃଢ କରାଇବ। ପ୍ରେମ ଜୀବନ ସାମାନ୍ୟ ରହିବ। ଅଟକି ରହିଥିବା କାର୍ଯ୍ୟ ଆପଣଙ୍କର ପୂରଣ ହେବ।

କନ୍ୟା ରାଶି:- କନ୍ୟା ରାଶିର ଲୋକଙ୍କ ଜୀବନରେ ସମସ୍ୟା ଦେଖା ଦେଇପାରେ। ପରିବାର ଲୋକଙ୍କ ସହିତ ଅଧିକ ସମୟ ଅତିବାହିତ କରିବେ। ଭାଇ ଭଉଣୀଙ୍କ ସହିତ କୌଣସି କଥାକୁ ନେଇ ବିବାଦ ହୋଇପାରେ। କାର୍ଯ୍ୟ ମାମଲାରେ ଅଧିକ ପରିଶ୍ରମ କରିବାକୁ ପଡିପାରେ। ଆପଣ ନିଜର ଦାମ୍ପତ୍ୟ ଜୀବନକୁ ସୁଦୃଢ କରିବା ପାଇଁ ପ୍ରୟାସ କରିବେ। ଜୀବନସାଥୀଙ୍କୁ ଖୁସି ରଖିବା ପାଇଁ ଆପଣ ପ୍ରୟାସ କରିବେ। କାର୍ଯ୍ୟ ମାମଲାରେ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ। ନିଜ କ୍ରୋଧକୁ ନିୟନ୍ତ୍ରଣ ରଖନ୍ତୁ। ସମ୍ପତ୍ତି ସମ୍ବନ୍ଧିତ ବିବାଦ ହୋଇପାରେ।

ତୁଳା ରାଶି:- ତୁଳା ରାଶିର ଲୋକେ ମାନସିକ ଚାପ ଦେଇ ଗତି କରିବେ। ଆପଣ ଲମ୍ବା ଯାତ୍ରାରେ ନ ଯିବା ପାଇଁ ପ୍ରୟାସ କରନ୍ତୁ। ଧାର୍ମିକ କାର୍ଯ୍ୟରେ ଆପଣଙ୍କ ରୁଚି ବଢିବ। ଦାମ୍ପତ୍ୟ ଜୀବନରେ ରୋମାନ୍ସର ଅବସର ମିଳିବ। ପ୍ରାଇଭେଟ ଚାକିରୀ କରିଥିବା ଲୋକଙ୍କୁ କାର୍ଯ୍ୟଳୟରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ଆପଣଙ୍କୁ ବରିଷ୍ଠ ଅଧିକାରୀଙ୍କ ସହିତ ତାଳମେଳ ରଖିବା ଆବଶ୍ୟକ। ପାରିବାରିକ ମାହୋଲ ସୁଖମୟ ରହିବ। ଘରୋଇ ଖର୍ଚ୍ଚ ପ୍ରତି ନିୟନ୍ତ୍ରଣ ରଖିବା ଆବଶ୍ୟକ।

Google

ବିଛା ରାଶି:- ବିଛା ରାଶିର ଲୋକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। କାର୍ଯ୍ୟ ମାମଲାରେ ଆପଣ ଅଧିକ ବ୍ୟସ୍ତ ରହିବେ। ଶାରୀରିକ ଦୁର୍ବଳତା ଦେଖା ଦେଇପାରେ। ମାତାପିତାଙ୍କ ଠାରୁ ଆଶୀର୍ବାଦ ମିଳିବ। ବାହନ ଚଳାଚଳ ସମୟରେ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ। ଏହି ରାଶିର ଲୋକଙ୍କୁ ନିବେଶ ଭଳି କାର୍ଯ୍ୟରେ ସାବଧାନ ରହିବା ଆବଶ୍ୟକ। ବ୍ୟାପାରରେ ଲାଭ ପାଇଁ କିଛି ପରିବର୍ତ୍ତନ କରି ପାରନ୍ତି।

ମୀନ ରାଶି:- ମୀନ ରାଶିର ଲୋକଙ୍କ ପାଇଁ କିଛି ସମସ୍ୟା ଦେଖା ଦେଇପାରେ। କାର୍ଯ୍ୟ କ୍ଷେତ୍ରରେ କାର୍ଯ୍ୟ ଭାର  ରହିବ, ଯେଉଁଥିପାଇଁ ଆପଣ ଅଧିକ ବ୍ୟସ୍ତ ରହିବେ। ବିରୋଧୀ ମାନଙ୍କ ଠାରୁ ସତର୍କ ରୁହନ୍ତୁ। ଅଚାନକ ପୁରୁଣା ବନ୍ଧୁଙ୍କ ସହିତ ଯାତ୍ରା କରି ପାରନ୍ତି। ନୂଆ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ ଏବଂ ମନୋରଞ୍ଜନର ସମୟ ଅତିବାହିତ କରିବେ। ଅଜଣା ଲୋକଙ୍କ ଉପରେ ଅଧିକ ଭରସା କରନ୍ତୁ ନାହିଁ। ଦେବା ନେବା ସମୟରେ ସାବଧାନ ରୁହନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଗଣପତି ବପ୍ପା ମୋରିଆ ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *