Excuse Me Odisha

ଯାହା କହିବୁ ସତ କହିବୁ

ଧନୁ, ମକର, କୁମ୍ଭ ଉପରେ ଶନିଙ୍କ ସାଢ଼େସାତୀ, ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କ ପୂଜା ଦ୍ଵାରା ଶନିଦେବଙ୍କୁ କରନ୍ତୁ ପ୍ରସନ୍ନ।

ସେୟାର୍ କରନ୍ତୁ

ଧନୁ, ମକର ଏବଂ କୁମ୍ଭ ରାଶି ଉପରେ ଏହି ସମୟ ଶନିଙ୍କ ସାଢ଼େସାତୀ ଚାଲୁଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିଙ୍କ ସାଢ଼େସାତୀ ଯେବେ କୌଣସି ରାଶି ଉପରେ ପଡିଥାଏ , ସେତେବେଳେ ବ୍ୟକ୍ତିକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ।

ଶନିଙ୍କ ସାଢ଼େସାତୀ ଏବେ କୌଣସି ରାଶି ଉପରେ ପଡ଼ିବ , ଯାହାଦ୍ବାରା ଏହି ରାଶିର ଲୋକଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ଶନି ସାଢ଼େସାତୀ ବ୍ୟକ୍ତିକୁ ପ୍ରଭାବିତ କରିପାରେ। ଜନ୍ମ କୁଣ୍ଡଳୀରେ ଶନି ଗ୍ରହ ଯଦି ଅଶୁଭ ଏବଂ ଦୁର୍ବଳ ସ୍ଥିତିରେ ରହିଥିବ, ତାହେଲେ ସାଢ଼େସାତୀ ର ଦଶା ରେ ଏହି ସ୍ଥିତି କଷ୍ଟକାରୀ ବନି ଯାଇଥାଏ।

ଶନିଙ୍କ ସାଢ଼େସାତୀ ଚାଲିଥିବା ସମୟରେ ବ୍ୟକ୍ତିକୁ କିଛି କଥାର ଧ୍ୟାନ ରଖିବାକୁ ପଡ଼ିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିଙ୍କ ଏକ ନ୍ୟାୟପ୍ରିୟ ଅଟନ୍ତି। ଏଭଳି ମାନା ଯାଇଥାଏକି ଶନି ବ୍ୟକ୍ତିର କର୍ମ ଅନୁସାରେ ଫଳ ପ୍ରଦାନ କରିବେ।

ଶନିଙ୍କ ସାଢ଼େସାତୀ ଦ୍ଵାରା ବ୍ୟକ୍ତିକୁ ଧନହାନୀ ହେବାର ସମ୍ଭାବନା ରହିଛି । କୌଣସି ଗମ୍ଭୀର ରୋଗ ଗ୍ରାସ କରିପାରେ। ଶତ୍ରୁ ସକ୍ରିୟ ରହିବେ। ବାଦବିବାଦର ସ୍ଥିତି ଉତ୍ପନ୍ନ ହୋଇପାରେ। ଜୀବନ କଷ୍ଟରେ ଭରି ଯାଇପାରେ।

Google

ମଙ୍ଗଳବାର ଦିନ ହନୁମାନଙ୍କୁ ପୂଜା କରନ୍ତୁ –

୩ ନଭେମ୍ବର ୨୦୨୦ କୁ ମଙ୍ଗଳବାର ଦିନ ଅଟେ। ପଞ୍ଚାଙ୍ଗ ଅନୁସାରେ ଏହି ଦିନ କାର୍ତ୍ତିକ ମାସ ର କୃଷ୍ଣ ପକ୍ଷ ତୃତୀୟା ତିଥି ଅଟେ। ଏହିଦିନ ଚନ୍ଦ୍ର ବୃଷ ରାଶିରେ ରହିବେ। ଏହିଦିନ ଅଭିଜିତ ମୁହୁର୍ତ୍ତ ପ୍ରାତଃ ୧୧ ଟା ବାଜି ୪୨ ମିନିଟ ରୁ ଦ୍ବିପ୍ରହର ୧୨ ଟା ବାଜି ୨୭ ମିନିଟ ପର୍ଯ୍ୟନ୍ତ ରହିବ। ଏହି ମୁହୂର୍ତ୍ତରେ ହନୁମାନଙ୍କୁ ପୂଜା କରିବା ଦ୍ୱାରା ଲାଭ ପ୍ରାପ୍ତ ହେବ। କାରଣ ଏଭଳି ମାନା ଯାଇଥାଏ କି ଅଭିଜିତରେ କରାଯାଇଥିବା କାର୍ଯ୍ୟର ଅଭିଜିତ ଫଳ ପ୍ରାପ୍ତ ହୋଇଥାଏ।

ହନୁମାନଙ୍କ ଭକ୍ତଙ୍କୁ ଶନିଦେବ କରି ନଥାନ୍ତି ହଇରାଣ –

Google

ହନୁମାନଙ୍କ ଭକ୍ତଙ୍କୁ ଶନିଦେବ ହଇରାଣ କରି ନଥାନ୍ତି। ଏହାପଛରେ ପୌରାଣିକ କଥା ରହିଛି। ଏହି କଥା ଅନୁସାରେ ଶନିଦେବ, ହନୁମାନଙ୍କୁ ବଚନ ଦେଇଥିଲେ କି ହନୁମାନଙ୍କ ପୂଜା କରୁଥିବା ଲୋକଙ୍କୁ ସେ ହଇରାଣ କରିବେ ନାହିଁ। ଏଥିପାଇଁ ଯେଉଁ ଲୋକେ ଶନିଙ୍କ ସାଢ଼େସାତୀ ରେ ପୀଡ଼ିତ ଅଛନ୍ତି, ସେମାନଙ୍କୁ ମଙ୍ଗଳବାର ଦିନ ହନୁମାନଙ୍କୁ ନିଶ୍ଚିତ ପୂଜାର୍ଚ୍ଚନା କରନ୍ତୁ ଏବଂ ହନୁମାନ ଚାଳିଶା ପାଠ କରିବା ଆବଶ୍ୟକ। ଏହିଦିନ ଶନିଙ୍କ ଚୋଲା ଚଢ଼େଇବା ଦ୍ଵାରା ଶନିଙ୍କ ଖରାପ ପ୍ରଭାବ ଦୂର ହୋଇଥାଏ । ସକାଳୁ ସ୍ନାନ ସାରି ହନୁମାନଙ୍କୁ ପୂଜାର୍ଚ୍ଚନା କରିବା ଆବଶ୍ୟକ ଏବଂ ବ୍ରତ ରଖିବା ଆବଶ୍ୟକ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ଶନିଦେବ ” ଅବଶ୍ୟ ଲେଖି ଦିଅନ୍ତୁ। ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନରେ ଚାଲି ଥିବା ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *