Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରୀରାମଚରିତ ମାନସରୁ ଜାଣନ୍ତୁ ଆମକୁ କେଉଁ ୯ ଜଣ ଲୋକଙ୍କର କଥା ତୁରନ୍ତ ମାନି ନେବା ଉଚିତ

ସେୟାର୍ କରନ୍ତୁ

ଶ୍ରୀରାମଚରିତ ମାନସର ଅରଣ୍ୟ କାଣ୍ଡରେ ମାରିଚ ଏବଂ ରାବଣର ପ୍ରସଙ୍ଗ ରହିଛି। ଏହି ପ୍ରସଙ୍ଗରେ ଏପରି ୯ ଜଣ ଲୋକଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି , ଯେଉଁମାନଙ୍କ କଥା ତୁରନ୍ତ ମାନିନେବା ଉଚିତ , ନଚେତ ଆମେ ସମସ୍ୟାର ସମ୍ମୁଖିନ ହେବା। ରାବଣ ସୀତାଙ୍କୁ ହରଣ କରିବା ପାଇଁ ମାରିଚଙ୍କ ନିକଟରେ ପହଞ୍ଚିଲା। ରାବଣ ମାରିଚକୁ କହିଲା ଯେ ତୁମେ ଛଳ କପଟ କରୁଥିବା ହରିଣ ହୁଅ , ଯାହାଫଳରେ ମୁଁ ସୀତାଙ୍କୁ ହରଣ କରିପାରିବି।

ମାରିଚ ରାବଣଙ୍କୁ ବୁଝାଇଥିଲେ:-

ମାରିଚ ରାବଣଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ଯେ ସେ ରାମ ସହିତ ଶତ୍ରୁତା ନ କରନ୍ତୁ। ସେ ନିଜେ ନାରାୟଣଙ୍କ ଅବତାର ଅଟନ୍ତି। ମାରିଚଙ୍କ ଏହି କଥା ଶୁଣି ରାବଣ କ୍ରୋଧିତ ହୋଇଗଲା , ନିଜର ବଳ ଏବଂ ଶକ୍ତିର ଅହଙ୍କାର କରିବାକୁ ଲାଗିଲା। ଏହାପରେ ମାରିଚ ବୁଝିପାରିଲେ ଯେ ରାବଣଙ୍କୁ ବୁଝାଇବା ଅସମ୍ଭବ ଅଟେ ଏବଂ ସୀତାଙ୍କୁ ହରଣ କରିବା ପାଇଁ ତାଙ୍କର ସାହାଯ୍ୟ କରିବା ହିଁ ସଠିକ ହେବ। ରାବଣଙ୍କ ହାତରେ ମରିବା ଅପେକ୍ଷା ଶ୍ରୀରାମଙ୍କ ହାତରେ ମରିବା ଭଲ ହେବ।

Google

ରାମଚରିତ ମାନସରେ ଲେଖାଯାଇଛି ଯେ:-

ତବ ମାରିଚ ହୃଦୟ ଅନୁମାନା । ନବାହି ବିରୋଧେ ନାହିଂ କଲ୍ୟାଣାଂ ।।

ସସ୍ତ୍ରୀ ମର୍ମୀ ପ୍ରଭୁ ସଠ ଧନୀ । ବେଡ଼ ବଦୀଂ କବି ଭାନସ ଗୁଣି।।

ଏହି ଦୋହା ଅନୁଯାୟୀ ମାରିଚଙ୍କର ଭାବନା ଦ୍ୱାରା କୁହାଗଲା ଯେ ଆମକୁ କେଉଁ ୯ ଜଣ ଲୋକଙ୍କର କଥାକୁ ତୁରନ୍ତ ମାନିନେବା ଉଚିତ। ଆମକୁ ଶସ୍ତ୍ରଧାରୀ , ଆମର ରହସ୍ୟ ଜାଣିଥିବା ବ୍ୟକ୍ତି , ସମର୍ଥ ସ୍ୱାମୀ , ମୂର୍ଖ , ଧନବାନ ବ୍ୟକ୍ତି , ବୈଦ୍ୟ , ଭାଟ , କବି ଏବଂ ରୋଷେୟାଙ୍କର କଥା ତୁରନ୍ତ ମାନି ନେବା ଉଚିତ , ନଚେତ ଆମର ପ୍ରାଣ ସଙ୍କଟରେ ପଡି ଯାଇପାରେ। ଏଭଳି ଭାବି ମାରିଚ ରାବଣଙ୍କର କଥା ମାନି ନେଇଥିଲେ ଏବଂ ସେ ସୁନାର ହରିଣ ବେଶ ଧାରଣ କରି ସୀତାଙ୍କ ସାମ୍ନାରେ ପହଞ୍ଚି ଯାଇଥିଲେ। ଯେତେବେଳେ ମାତା ସୀତା ସୁନ୍ଦର ହରିଣ ଦେଖିଲେ , ସେ ଶ୍ରୀରାମଙ୍କୁ ତାହା ଆଣିବାକୁ କହିଲେ। ଶ୍ରୀରାମ ଚନ୍ଦ୍ର ହରିଣକୁ ଧରିବା ପାଇଁ ତା ପଛେ ପଛେ ଚାଲିଗଲେ ଏବଂ ଶ୍ରୀରାମଙ୍କ ଧନୁରୁ ବାହାରିଥିବା ବାଣ ଦ୍ୱାରା ସୁନାର ହରିଣ ଅର୍ଥାତ ମାରିଚଙ୍କର ମୃତ୍ୟୁ ହୋଇଗଲା।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ଲେଖନ୍ତୁ ” ଜୟ ଶ୍ରୀରାମ ” ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *