Excuse Me Odisha

ଯାହା କହିବୁ ସତ କହିବୁ

ଦୀପାବଳିରେ ଉପହାର ଦେବା ସମୟରେ କରନ୍ତୁ ନାହିଁ ଏହି ଭୁଲ , ଏହି ଜିନିଷ ଗୁଡିକୁ ଉପହାରରେ ଦେବା ହୋଇଥାଏ ଅଶୁଭ

ସେୟାର୍ କରନ୍ତୁ

ଆମ ସାମାଜିକ ଜୀବନରେ ଖୁସିର ସମୟରେ ପରସ୍ପରକୁ ଉପହାର ଦେବାର ପରମ୍ପରା ରହିଛି। ବିଶେଷ କରି ଦୀପାବଳି ଉତ୍ସବରେ ଲୋକମାନେ ନିଜ ନିଜର ସମ୍ପର୍କୀୟ ଏବଂ ସାଙ୍ଗସାଥି ମାନଙ୍କୁ ନିଶ୍ଚିତ ଭାବରେ ଉପହାର ଦେଇଥାନ୍ତି। ଉପହାରରେ ଦେବା ପାଇଁ ଆମେ ଏଭଳି ଜିନିଷ ଚୟନ କରିଥାଉ , ଯାହା ସମସ୍ତଙ୍କ ମୁଁହରେ ହସ ଆଣିବ। କିନ୍ତୁ ଆପଣ ଜାଣିଛନ୍ତି କି କିଛି ଜିନିଷକୁ ଉପହାର ସ୍ୱରୂପ ଦେବା ଅଶୁଭ ଭାବରେ ବିବେଚନା କରାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ , ଏଭଳି ଅନେକ ଜିନିଷ ରହିଛି , ଯାହାକୁ ଉପହାରରେ ଦେବା ଦ୍ୱାରା ଅଶୁଭ ଫଳ ପ୍ରାପ୍ତି ହୋଇଥାଏ ଏବଂ କ୍ରମାଗତ ଭାବରେ ହାନି ହେବାରେ ଲାଗିଥାଏ।

ଧାରୁଆ ଅସ୍ତ୍ରଶସ୍ତ୍ର କିମ୍ବା ତୀକ୍ଷ୍ଣ ଜିନିଷକୁ ଉପହାରରେ ଦେବା ବାରଣ କରାଯାଇଛି। ଏହି ପ୍ରକାରର ଉପହାର ଦେବା ଏବଂ ନେବା ଦ୍ୱାରା ଘରେ ଦୁଃଖ ଏବଂ ଅଶାନ୍ତିର ପରିବେଶ ରହିଥାଏ ବୋଲି ବିଶ୍ୱାସ କରାଯାଏ।

Google

ଲୋକମାନେ ଉପହାରରେ ରୁମାଲ ମଧ୍ୟ ଦେଇଥାନ୍ତି କିନ୍ତୁ ଏଭଳି କରିବା ଉଚିତ ନୁହେଁ। ବିଶ୍ୱାସ ଅନୁଯାୟୀ କାହାକୁ ରୁମାଲ ଉପହାର ସ୍ୱରୂପ ଦେବା ନକାରତ୍ମକ ଶକ୍ତି ଆଣିଥାଏ। ସମ୍ପର୍କରେ ମଧ୍ୟ ବିବାଦ ସୃଷ୍ଟି ହୋଇଥାଏ।

ଦୀପାବଳି ଅବସରରେ ଲୋକମାନେ ଦେବାଦେବୀଙ୍କର ଫୋଟ ପରସ୍ପରକୁ ଦେଇଥାନ୍ତି। ଏହି କଥାକୁ ନିଶ୍ଚିତ ଭାବରେ ମନେରଖନ୍ତୁ ଯେ ଏଭଳି ଫୋଟ ଯେଉଁଥିରେ ଦେବତା ଉଗ୍ର ଅବସ୍ଥା କିମ୍ବା ଯୁଦ୍ଧ କରୁଥିବାର ଦେଖା ଯାଉଥିବେ , ସେଗୁଡିକୁ ଉପହାରରେ ଦେବା ଉଚିତ ନୁହେଁ।

Google

ଉପହାରରେ ହିଂସକ ପଶୁ ମାନଙ୍କର ଫୋଟ ଦିଅନ୍ତୁ ନାହିଁ କିମ୍ବା ନିଅନ୍ତୁ ନାହିଁ। ଏଭଳି ଫୋଟକୁ ଉପହାର ରେ ଦେବା ଦ୍ୱାରା ଘରେ ଅଶାନ୍ତିର ପରିବେଶ ରହିଥାଏ।ତଳକୁ ପଡୁଥିବା ଝରଣାର ପାଣିର ଫୋଟ ମଧ୍ୟ ଉପହାରରେ ଦେବା ଉଚିତ ନୁହେଁ କିମ୍ବା କାହାଠାରୁ ନେବା ଉଚିତ ନୁହେଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରିବା ସହିତ ସେଆର କରି ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *