Excuse Me Odisha

ଯାହା କହିବୁ ସତ କହିବୁ

ସାପ୍ତାହିକ ରାଶିଫଳ ( ୦୨ ରୁ ୮ ନଭେମ୍ବର ) : ସଫଳତାର ନୂଆ କିର୍ତିମାନ ରଚିବେ ଏହି ୫ଟି ରାଶିର ଲୋକେ, ସବୁ କ୍ଷେତ୍ରରେ ମିଳିବ ସଫଳତା ।

ସେୟାର୍ କରନ୍ତୁ

ଆପଣଙ୍କ ରାଶି ଆପଣଙ୍କ ଜୀବନ ଉପରେ ବହୁତ ପ୍ରଭାବ ପକାଇ ଥାଏ। ରାଶିଫଳ ଦ୍ଵାରା ଭବିଷ୍ୟତରେ ହେବାକୁ ଥିବା ଘଟଣାର ପୂର୍ବାନୁମାନ ହୋଇଥାଏ। ବହୁତ ଲୋକଙ୍କ ମନରେ ଏହା ପ୍ରଶ୍ନ ଉଠିଥାଏ କି ଆସୁଥିବା ସପ୍ତାହ ଆମ ପାଇଁ କିପରି ରହିବ ? ଏହି ସପ୍ତାହରେ ଆମ ଗ୍ରହ ନକ୍ଷତ୍ରର ସ୍ଥିତି କଣ ଅଟେ ? ଆଜି ଆମେ ଆପଣ ଆଗାମୀ ରାଶିଫଳ କହିବାକୁ ଯାଉଛୁ। ଏହି ସାପ୍ତାହିକ ରାଶିଫଳରେ ଆପଣଙ୍କୁ ନିଜ ଜୀବନରେ ହେବାକୁ ଥିବା ଘଟଣାକୁ ସଂକ୍ଷେପରେ ବର୍ଣ୍ଣନ ଥିବାର ମିଳିବ। ତେବେ ଜାଣିବା ପାଇଁ ପଢନ୍ତୁ ସାପ୍ତାହିକ ରାଶିଫଳ ୨ ନଭେମ୍ବର ରୁ ୮ ନଭେମ୍ବର ପର୍ଯ୍ୟନ୍ତ।

ମେଷ ରାଶି –

ଏହି ସପ୍ତାହରେ ଆପଣଙ୍କର ସବୁ ଚିନ୍ତା ଦୂର ହେବ। ନିଜର ପୁରା ଧ୍ୟାନ କାର୍ଯ୍ୟକ୍ଷେତ୍ରରେ ଲଗାଇବେ। ଯାହାଦ୍ବାରା ଆପଣଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ। ଆପଣଙ୍କ ସ୍ବାସ୍ଥ୍ୟ ଖରାପ ହୋଇପାରେ,ଏଥିପାଇଁ ଆପଣ ଚିନ୍ତିତ ରହି ପାରନ୍ତି। ଆପଣଙ୍କ ବ୍ୟବହାର ଦ୍ଵାରା ଶତ୍ରୁ ମଧ୍ୟ ମିତ୍ର ହୋଇଯିବେ। ଆପଣଙ୍କର ଏହି ଗୁଣ କମ୍ ହେବାକୁ ଦିଅନ୍ତୁ ନାହିଁ। ନିଜ ଯୋଜନାକୁ ଗୋପନୀୟ ରଖିବା ପାଇଁ ପ୍ରୟାସ କରିବେ।

ପ୍ରେମ ମାମଲାରେ, ପ୍ରେମିକା ଙ୍କୁ ପ୍ରଭାବିତ କରିବାରେ ସଫଳ ରହିବେ। ସମ୍ପର୍କ ସୁଦୃଢ ରହିବ।

କ୍ୟାରିୟର ମାମଲାରେ, ଚାକିରୀ କ୍ଷେତ୍ରରେ ଥିବା ଲୋକଙ୍କୁ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି।

ସ୍ବାସ୍ଥ୍ୟ ମାମଲାରେ, ବାସି ଖାଇବା ଖାଆନ୍ତୁ ନାହିଁ। ପ୍ରୟାସ କରନ୍ତୁ ଉଚିତ ପରିଣାମ ପ୍ରାପ୍ତ ହେବ।

ବୃଷ ରାଶି –

ଏହି ସପ୍ତାହରେ ଆପଣଙ୍କୁ ଲାଭ ମିଳିବ। ସବୁ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ। ଆପଣଙ୍କ ଭାଗ୍ୟ ସୁଦୃଢ ରହିବ। ମନରେ ବ୍ୟଗ୍ରତା ରହିବ। ଶୀଘ୍ରତାରେ କୁହନ୍ତୁ ନାହିଁ , ଧର୍ଯ୍ୟ ରଖନ୍ତୁ। ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସନ୍ତାନଙ୍କ ପ୍ରତି ଆପଣଙ୍କ ସ୍ଵଭାବ ନରମ ରହିବ। ଅଜଣା ଲୋକଙ୍କ ଉପରେ ଭରସା କରନ୍ତୁ ନାହିଁ।

ପ୍ରେମ ମାମଲାରେ , ଆପଣଙ୍କ ପ୍ରେମ ଜୀବନରେ କିଛି ସମସ୍ୟା ଉତ୍ପନ୍ନ ହୋଇପାରେ। ଆପଣଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି।

କ୍ୟାରିୟର ମାମଲାରେ, ଚାକିରୀ ଏବଂ ବ୍ୟବସାୟ କରୁଥିବା ଲୋକଙ୍କ ଉଚିତ ଲାଭ ମିଳିବ।

ସ୍ବାସ୍ଥ୍ୟ ମାମଲାରେ, ଅଧିକ ତେଲିଆ ଖାଦ୍ୟ ସେବନ କରିବା ଉଚିତ ନୁହେଁ।

ମିଥୁନ ରାଶି –

ଏହି ରାଶିର ଲୋକଙ୍କ ସୁଖଦ ସମାଚାର ମିଳିପାରେ। ବୁଝି ବିଚାରି କାମ କରନ୍ତୁ। ଭାଗ୍ୟ ସୁଦୃଢ ରହିବା ଯୋଗୁଁ ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ। ବାହନ ଚଳାଚଳ ସମୟରେ ସାବଧାନ ରୁହନ୍ତୁ। ଅନ୍ୟଥା ହାନୀ ପହଞ୍ଚି ପାରେ। ଖର୍ଚ୍ଚ ଅଧିକ ରହିପାରେ। ବ୍ୟୟରେ ବୃଦ୍ଧି ହେବ। ସମ୍ପର୍କୀୟଙ୍କ ଠାରୁ ଧୋକା ମିଳିପାରେ।

ପ୍ରେମ ମାମଲାରେ, ପ୍ରେମୀ ଯୁଗଳଙ୍କ ପାଇଁ ସପ୍ତାହ ସାମାନ୍ୟ ରହିଛି।

କ୍ୟାରିୟର ମାମଲାରେ, ଚାକିରୀ କ୍ଷେତ୍ରରେ ଥିବା ଲୋକଙ୍କୁ ସଫଳତା ମିଳିବ। ବ୍ୟାପାର କରୁଥିବା ଲୋକଙ୍କର ଆୟ ସୁଦୃଢ ରହିବ

ସ୍ବାସ୍ଥ୍ୟ ମାମଲାରେ, ନିଜ ଶରୀର ପ୍ରତି ଧ୍ୟାନ ଦିଅନ୍ତୁ।

Google

କର୍କଟ ରାଶି –

ଏହି ସପ୍ତାହ ରେ ଆପଣଙ୍କର ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିପାରେ। ଯାତ୍ରା କରିବାର ଅବସର ମିଳିପାରେ। ଧାର୍ମିକ କାର୍ଯ୍ୟରେ ଖର୍ଚ୍ଚ ହୋଇପାରେ। ପାର୍ଟନର ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ। ଆପଣଙ୍କୁ ଧନ ଲାଭ ହେବାର ସମ୍ଭାବନା ରହିଛି। ଖେଳ ପ୍ରତିଯୋଗିତାରେ ଭାଗ ନେଇଥିବା ଲୋକଙ୍କୁ ସଫଳତା ମିଳିବ ଏବଂ ସେମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ।

ପ୍ରେମ ମାମଲାରେ, ପ୍ରେମ ଜୀବନ ପାଇଁ ଏହି ସପ୍ତାହ ଅନୁକୂଳ ରହିଛି।

କ୍ୟାରିୟର ମାମଲାରେ, ଯଦି ଆପଣ ଉତ୍ତମ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ କରିବେ ତାହେଲେ କ୍ୟାରିୟରରେ ଆଗକୁ ବଢ଼ି ପାରିବେ।

ସ୍ବାସ୍ଥ୍ୟ ମାମଲାରେ, ଆପଣଙ୍କର ଅନିୟମିତ ଭୋଜନ ଅଭ୍ୟାସ ସମସ୍ୟା ଉତ୍ପନ୍ନ କରାଇ ପାରେ।

ସିଂହ ରାଶି –

ଏହି ସପ୍ତାହରେ ଛୋଟ ପରିବର୍ତ୍ତନ ଆପଣଙ୍କ ମନୋବଳ ବଢାଇ ପାରେ । ପରିବାରର ବାତାବରଣ ସୁଖମୟ ରହିବ। କଠିନ କାର୍ଯ୍ୟରୁ ସଫଳତା ମିଳିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ, ଯାହାଦ୍ବାରା ଆପଣଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ। ଆପଣଙ୍କ ପରିଶ୍ରମ ସାର୍ଥକ ରହିବ। ଆପଣଙ୍କ ସାମ୍ନାରେ ପୁରୁଣା ସମସ୍ୟା ଉତ୍ପନ୍ନ ହୋଇପାରେ।

ପ୍ରେମ ମାମଲାରେ, ପ୍ରେମ ଜୀବନ ସାମାନ୍ୟ ରହିବ। ବିବାଦ ରୁ ଦୂରେଇ ରୁହନ୍ତୁ।

କ୍ୟାରିୟର ମାମଲାରେ, ଜୀବନରେ ସବୁ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିବେ।

ସ୍ବାସ୍ଥ୍ୟ ମାମଲାରେ, ଏହି ସପ୍ତାହରେ ପୁରୁଣା ରୋଗ ଦ୍ଵାରା ଆପଣ ଚିନ୍ତିତ ରହି ପାରନ୍ତି।

କନ୍ୟା ରାଶି –

ଶତ୍ରୁ ଙ୍କ ଠାରୁ ବିଜୟ ଲାଭ କରିବେ। କଠିନ ନିବେଶ କରନ୍ତୁ ନାହିଁ। କୌଣସି ବିବାଦ ରେ ପଡନ୍ତୁ ନାହିଁ। ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ , ନଚେତ ଆପଣଙ୍କ ବାଣୀ ଦ୍ଵାରା ଅନ୍ୟ ମାନଙ୍କୁ ଦୁଃଖ ପହଞ୍ଚି ପାରେ। ଆପଣ ନିଜ ଇଚ୍ଛା ରେ କାର୍ଯ୍ୟ କରିବେ। ଆପଣଙ୍କୁ ଲାଭ କମେଇବା ପାଇଁ ଅବସର ମିଳିପାରେ।

ପ୍ରେମ ମାମଲାରେ, ଆପଣ ନିଜ ପ୍ରିୟ ଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବା ପାଇଁ ପ୍ରୟାସ କରିବେ। ଆପଣଙ୍କ ସମ୍ପର୍କ ରେ ରୋମାନ୍ସ ଭରି ରହିବ।

କ୍ୟାରିୟର ମାମଲାରେ, ଏହି ସପ୍ତାହରେ ଆପଣଙ୍କୁ ମିଶ୍ରିତ ପରିଣାମ ପ୍ରାପ୍ତ ହେବ। ବ୍ୟବସାୟରେ ସାମାନ୍ୟ ଲାଭ ମିଳିବ।

ସ୍ବାସ୍ଥ୍ୟ ମାମଲାରେ, ମୁଣ୍ଡ ବ୍ୟଥା ହୋଇପାରେ, ନିଜ ଶରୀର ପ୍ରତି ଯତ୍ନ ନିଅନ୍ତୁ।

Google

ତୁଳା ରାଶି –

ଏହି ରାଶିର ଲୋକଙ୍କୁ ନିବେଶ କରିବା ପୂର୍ବରୁ ଅନୁଭବୀ ଲୋକଙ୍କ ପରାମର୍ଶ ନେବା ଉଚିତ। ଯାହାଦ୍ବାରା ଆପଣଙ୍କୁ ଫାଇଦା ମିଳିବ। ସବୁ କାର୍ଯ୍ୟରେ ଆପଣ ପରିଶ୍ରମ କରିବେ। ଆପଣଙ୍କର କିଛି ଖାସ୍ ଲୋକଙ୍କ ସହିତ ବିବାଦ ହୋଇପାରେ। ଉଧାର ଦେଇଥିବା ଟଙ୍କା ଆପଣଙ୍କୁ ଫେରସ୍ତ ମିଳିବ। ପରିବାର ଲୋକଙ୍କ ସହିତ ତାଳମେଳ ବନେଇ ରଖିବେ।

ପ୍ରେମ ମାମଲାରେ, ପ୍ରେମ ଜୀବନ ପାଇଁ ଏହି ସପ୍ତାହ ଉତ୍ତମ ରହିବ। ଦାମ୍ପତ୍ୟ ଜୀବନରେ ହାଲକା ସମସ୍ୟା ଥିବା ସତ୍ୱେ ସମୟ ଅନୁକୂଳ ରହିବ।

କ୍ୟାରିୟର ମାମଲାରେ, ବ୍ୟବସାୟ କରୁଥିବା ଲୋକଙ୍କୁ ଲାଭ ମିଳିବ।

ସ୍ବାସ୍ଥ୍ୟ ମାମଲାରେ, ସ୍ବାସ୍ଥ୍ୟ ଦୁର୍ବଳ ରହିପାରେ, ମାନସିକ ଚାପ ବଢିପାରେ।

ବିଛା ରାଶି –

କାରବାର ରେ ଲାଭ ମିଳିବ। ନୂଆ ଯୋଜନା ଆପଣଙ୍କୁ ଲାଭ ପ୍ରାପ୍ତ କରିବାରେ ସହାୟକ ହେବ। ଆପଣଙ୍କ କାର୍ଯ୍ୟ ପ୍ରଣାଳୀ ଦେଖି ବରିଷ୍ଠ ଅଧିକାରୀ ପ୍ରସନ୍ନ ରହିବେ। କିଛି ନୂଆ କାର୍ଯ୍ୟ ଭାର ଆପଣଙ୍କୁ ଦିଆ ଯାଇପାରେ। ଅଚାନକ ଧନ ଲାଭ ହେବାର ସମ୍ଭାବନା ରହିଛି। ଚାକିରୀ କ୍ଷେତ୍ରରେ ଥିବା ଲୋକଙ୍କୁ ନିଜ ଇଛା ଅନୁସାରେ ଉଚିତ ପରିଣାମ ପ୍ରାପ୍ତ ହେବ। କାର୍ଯ୍ୟସ୍ଥଳରେ ଆପଣଙ୍କ ପ୍ରଦର୍ଶନ ଶ୍ରେଷ୍ଠ ରହିବ।

ପ୍ରେମ ମାମଲାରେ, ଜୀବନସାଥୀଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ।

କ୍ୟାରିୟର ମାମଲାରେ, ଶିକ୍ଷଣୀୟ କାର୍ଯ୍ୟରେ ଜଡିତ ଲୋକଙ୍କୁ ସଫଳତା ର ନୂଆ ଅଣସର ମିଳିବ।

ସ୍ବାସ୍ଥ୍ୟ ମାମଲାରେ, ଏହି ସପ୍ତାହରେ ଲମ୍ବା ଯାତ୍ରା କରିବାରୁ ବଞ୍ଚିତ ହେବା ଉଚିତ।

ଧନୁ ରାଶି –

ଏହି ସପ୍ତାହରେ ଆପଣଙ୍କ ସରକାରୀ କାର୍ଯ୍ୟରେ ସଫଳତା ମିଳିବ ଏବଂ ବଡ଼ ବ୍ୟକ୍ତିଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ପ୍ରତୀକାତ୍ମକ ତ୍ୟାଗ ଆପଣଙ୍କ ପରିବାରର ପ୍ରତିଷ୍ଠା ଫେରାଇ ପାରେ। ସଫଳତା ମିଳିବାର ସମ୍ଭାବନା ରହିଛି। ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବ। ଆର୍ଥିକ ରୂପରେ ସଫଳତା ମିଳିବ। ସମୟ ଅଯଥା ବର୍ବାଦ କରନ୍ତୁ ନାହିଁ।

ପ୍ରେମ ମାମଲାରେ, ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ଏହି ସପ୍ତାହ ଅନୁକୂଳ ରହିଛି।

କ୍ୟାରିୟର ମାମଲାରେ, ଚାକିରୀ କ୍ଷେତ୍ରରେ ବଡ଼ ଲାଭ ମିଳିବ। ଧନ ଲାଭ ହେବ।

ସ୍ବାସ୍ଥ୍ୟ ମାମଲାରେ, ଶାରୀରିକ ସମସ୍ୟା ଦେଖା ଦେଇପାରେ। ସର୍ଦ୍ଦି କାଶ ଆଦି ହେବାର ସମ୍ଭାବନା ରହିଛି।

Google

ମକର ରାଶି –

ଏହି ସପ୍ତାହରେ ଅପଣପରିବର ଲୋକଙ୍କ ସହିତ ଆନନ୍ଦର ସମୟ ଅତିବାହିତ କରିବେ। ଭବିଷ୍ୟତକୁ ଧ୍ୟାନ ରଖି କୌଣସି ନିଷ୍ପତ୍ତି କରନ୍ତୁ। ଆପଣଙ୍କର ସକାରାତ୍ମକ ବ୍ୟବହାର ଲୋକଙ୍କୁ ଆକର୍ଷିତ କରିବ। କାର୍ଯ୍ୟ କ୍ଷେତ୍ରରେ ଅନୁକୂଳ ପରିସ୍ଥିତି ରହିବ। ଆପଣଙ୍କର ପ୍ରୟାସ ରେ ଆପଣଙ୍କୁ ସଫଳତା ମିଳିବ। ଘର ଲୋକଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ, ଯାହାଦ୍ବାରା ଆପଣଙ୍କ ବ୍ୟାପାର ବୃଦ୍ଧି ହେବ।

ପ୍ରେମ ମାମଲାରେ, ପ୍ରେମ ଜୀବନରେ ସମସ୍ୟା ଦେଖା ଦେଇପାରେ। ସମ୍ପର୍କରେ ପ୍ରେମ ବଢିବ।

କ୍ୟାରିୟର ମାମଲାରେ, କ୍ୟାରିୟର ରେ ଆପଣଙ୍କୁ ସଫଳତା ମିଳିବ। କୌଣସି ବଡ଼ ଉଦ୍ୟୋଗ ଆରମ୍ଭ କରି ପାରନ୍ତି।

ସ୍ବାସ୍ଥ୍ୟ ମାମଲାରେ, ପେଟ ବ୍ୟଥା ସମସ୍ୟା ଦେଖା ଦେଇପାରେ।

କୁମ୍ଭ ରାଶି –

ଏହି ସପ୍ତାହରେ ଚାକିରୀ କ୍ଷେତ୍ରରେ କୌଣସି ସହକର୍ମୀଙ୍କ ସହିତ ମତଭେଦ ହୋଇପାରେ। ପରିଶ୍ରମ ଅପେକ୍ଷା ଲାଭ କମ୍ ମିଳିବ। କାର୍ଯ୍ୟରେ ବାଧା ସୃଷ୍ଟି ହୋଇ ପାରେ। ଅନ୍ୟ ମାନଙ୍କ କାର୍ଯ୍ୟରେ ଦଖଲ ନଦେବା ଆପଣଙ୍କ ପାଇଁ ଲାଭଦାୟକ ରହିବ। ବରିଷ୍ଠ ଲୋକଙ୍କ ସହିତ ମିଳାମିଶା କରିବେ।

ପ୍ରେମ ମାମଲାରେ, ଦାମ୍ପତ୍ୟ ଜୀବନରେ ରୋମାନ୍ସ ଭରି ରହିବ, ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ଜୀବନରେ ନିରାଶା ଦେଖା ଦେଇପାରେ

କ୍ୟାରିୟର ମାମଲାରେ, ମାର୍କେଟିଂ ଫିଲ୍ଡ ରେ ଜଡ଼ିତ ଲୋକଙ୍କୁ ନୂଆ କ୍ଲାଇଣ୍ଟ ମିଳିପାରେ।

ସ୍ବାସ୍ଥ୍ୟ ମାମଲାରେ, ନିଜ ସ୍ବାସ୍ଥ୍ୟର ଧ୍ୟାନ ରଖନ୍ତୁ। ବାହାର ଖାଦ୍ୟ ସେବନ କରନ୍ତୁ ନାହିଁ।

ମୀନ ରାଶି –

ଏହି ସପ୍ତାହରେ ଲମ୍ବା ଦୂର ସମ୍ପର୍କରେ ସମସ୍ୟା ଦେଖା ଦେଇପାରେ।ପରିବାର ଲୋକେ ଆପଣଙ୍କ ସପକ୍ଷରେ ରହିବେ। କାର୍ଯ୍ୟକ୍ଷେତ୍ରରେ ସହଯୋଗୀ ସାହାଯ୍ୟ କରିବେ। ଜୀବନସାଥୀଙ୍କୁ କୌଣସି କଥାକୁ ନେଇ ଅଭିଯୋଗ କରି ପାରନ୍ତି। ମନୋରଞ୍ଜନ ସାଧନ ରେ ଖର୍ଚ୍ଚ କରି ପାରନ୍ତି। କୌଣସି ଡିଲ କରିବା ପୂର୍ବରୁ ଭଲ ଭାବରେ ବିଚାର କରନ୍ତୁ।

ପ୍ରେମ ମାମଲାରେ, ପ୍ରେମ ପ୍ରସଙ୍ଗରେ ପ୍ରୟାସ ସଫଳ ରହିବ।

କ୍ୟାରିୟର ମାମଲାରେ, କ୍ୟାରିୟର ମାମଲାରେ କିଛି ସ୍ଥିତି ସୁଦୃଢ ରହିବ। ବ୍ୟବସାୟ ରେ ଫାଇଦା ମିଳିବ।

ସ୍ବାସ୍ଥ୍ୟ ମାମଲାରେ, ସ୍ବାସ୍ଥ୍ୟ ଖରାପ ହୋଇପାରେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରିବା ସହିତ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଓଁ ନମଃ ଶିବାୟ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *