Excuse Me Odisha

ଯାହା କହିବୁ ସତ କହିବୁ

ଗୁରୁର ମକର ରାଶିରେ ପ୍ରବେଶ, ଏହି ପାଞ୍ଚଟି ରାଶିର ବଦଳି ଯିବ ଭାଗ୍ୟ।

ସେୟାର୍ କରନ୍ତୁ

ଆଗାମୀ ମାସରେ ଅର୍ଥାତ ନଭେମ୍ବରରେ ଗ୍ରହର ଚଳନରେ ପରିବର୍ତ୍ତନ ହୋଇପାରେ। ଗୁରୁ ଅର୍ଥାତ ବୃହସ୍ପତି ମଧ୍ୟ ସାମିଲ ଅଛନ୍ତି। ଆଧ୍ୟାତ୍ମିକ ଜଗତର ସ୍ଵାମୀ ତଥା ବ୍ରହ୍ମାର ପ୍ରତିନିଧ ବୃହସ୍ପତି ୨୦ ନଭେମ୍ବର ୨୦୨୦ କୁ ନିଜର ସ୍ୱୟଂ ଘର ଛାଡ଼ି ନୀଚ ରାଶି ମକରରେ ପ୍ରବେଶ କରିବେ। ଏହି ବର୍ଷର ଅନ୍ତ ପର୍ଯ୍ୟନ୍ତ ରହିବେ।

ଜନ୍ମ କୁଣ୍ଡଳୀରେ ପଞ୍ଚମ ତଥା ନବମ ଭାବର କାରକ ଗ୍ରହ ବୃହସ୍ପତି ଶନି ଗ୍ରହ ସହିତ ଜାତକଙ୍କ ସନ୍ତାନ ତଥା ଭାଗ୍ୟ ଉପରେ ପ୍ରଭାବ ପଡ଼ିବ। ପିତା, ଦାଦା, ତଥା କୂଳ ପୁରୋହିତର ପ୍ରତିନିଧିତ୍ଵ କରୁଥିବା ବୃହସ୍ପତିର ପିତଳ ବା ସୁନା ଧାତୁ ହୋଇଥାଏ । ପୁଖରାଜ ତାଙ୍କର ରତ୍ନ ଏବଂ ଅଶ୍ୱତ୍ଥ ବୃକ୍ଷ ହୋଇଥାଏ। କେଶର, କୁଙ୍କୁମ, ହଳଦୀ, ଚଣା, ଡାଲି ଆଦି ଏମାନଙ୍କ ବସ୍ତୁ ହୋଇଥାଏ, ଯାହାକୁ ଅଶୁଭତା କମ୍ କରିବା ପାଇଁ ଦାନ କରାଯାଏ।

ନୀଚ ରାଶିର ବୃହସ୍ପତି, ବୃଷ , ମିଥୁନ, କର୍କଟ, ସିଂହ, କନ୍ୟା ତଥା କୁମ୍ଭ ରାଶିର ଲୋକଙ୍କ ପାଇଁ ଅଶୁଭ ଫଳ ବଢ଼ାଇବ। ଶେଷ ରାଶି ପାଇଁ ଏମାନଙ୍କର ଅଶୁଭ ପ୍ରଭାବ ପଡ଼ିବ ନାହିଁ। ରାଶିଗତ ପ୍ରଭାବ ଏଭଳି ଭାବରେ ପଡ଼ିବ। ଶନିଦେବଙ୍କ ଶାୟା ରହିବା କାରଣରୁ କୌଣସି ଅଶୁଭ ପ୍ରଭାବ ପଡ଼ିବ ନାହିଁ।

Google

ବୃହସ୍ପତି ଦେବଙ୍କୁ ଦେବତା ମାନଙ୍କର ଗୁରୁ ମାନା ଯାଇଥାଏ। ବୃହସ୍ପତି ଙ୍କୁ ସୁଖ ସୁବିଧା , ସମ୍ପତ୍ତି ଏବଂ ଧନର କାରକ ଗ୍ରହ ମାନା ଯାଇଥାଏ। ଗୁରୁ ଏ ଗୋଚର ହେବାଦ୍ବାରା ସବୁ ରାଶିର ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ିବ। ଗୁରୁର ଗୋଚର ହେବା କିଛି ରାଶିକୁ ସୁଖ ସୁବିଧା , ସମ୍ପତ୍ତି ବୃଦ୍ଧି, ଧନ ବୃଦ୍ଧି ହେବାର ସମ୍ଭାବନା ରହିଛି। ଆମେ ଆପଣଙ୍କୁ ସେହି ବିଷୟରେ କହିବାକୁ ଯାଉଛୁ।

ଆସନ୍ତୁ ଜାଣିବା ଗୁରୁ ର ରାଶି ପରିବର୍ତ୍ତନ ହେବା ଦ୍ବାରା କେଉଁ ରାଶି ଉପରେ କଣ ପ୍ରଭାବ ପଡ଼ିବ।

ମେଷ ରାଶି –

ମେଷ ଲଗ୍ନ ଜାତକର କର୍ମ ଭାବ ସମ୍ପତ୍ତି ବିନିଯୋଗ ଉପରେ ପ୍ରଭାବ ରହିବ। ଏହି ସମୟରେ ଋଣ ଶତ୍ରୁତା ରହିବ। ବୃହସ୍ପତିର ଅଶୁଭତା କମ୍ କରିବା ପାଇଁ ପାଣିରେ ତମ୍ବାର ବସ୍ତୁ ପକାନ୍ତୁ ତଥା ନିଜ ନାକକୁ ସର୍ବଦା ସଫା ରଖନ୍ତୁ।

ବୃଷ ରାଶି –

ବୃଷ ରାଶିର ଲୋକଙ୍କ ପାଇଁ କଥା କଥାରେ କ୍ରୋଧ ଆସିବା, ସ୍ୱୟଂ ସନ୍ତାନଙ୍କ ପ୍ରତିଯୋଗିତାରେ ଅସଫଳତା ତଥା ପ୍ରେମରେ କପଟତା ରହିବ। ଧର୍ମ ପରାୟଣ ରହିବା, ଧର୍ମ ସ୍ଥଳରେ ସାହାଯ୍ୟ କରିବା ଆବଶ୍ୟକ।

ମିଥୁନ ରାଶି –

ଏହି ଲଗ୍ନ ଥିବ ଜାତକଙ୍କ ଅଚାନକ ଦୁର୍ଘଟଣା ବା ଅପମାନ ହେବାର ସମ୍ଭାବନା ରହିଛି। ଘରେ ବିବାଦ ଆଦି ହୋଇପାରେ। ଘର ପଛରେ ଗଛ ଲଗାଇବା ଦ୍ଵାରା ଅଶୁଭ ପ୍ରଭାବ କମି ଯାଇଥାଏ।

କର୍କଟ ରାଶି –

କର୍କଟ ରାଶିର ଲୋକଙ୍କୁ ବ୍ୟବସାୟ ରେ ହାନୀ ହେବାର ସମ୍ଭାବନା ରହିଛି । ଦାମ୍ପତ୍ୟ ଜୀବନରେ ପ୍ରେମ କମି ଯାଇପାରେ। ଅସହତ ଲୋକଙ୍କୁ ଦାନ କରନ୍ତୁ, ଆପଣଙ୍କ ଉପରେ ସବୁ ଅଶୁଭ ପ୍ରଭାବ କଟି ଯିବ।

ସିଂହ ରାଶି –

ସିଂହ ରାଶିର ଲୋକଙ୍କର ସନ୍ତାନ ଏବଂ ସମ୍ପତ୍ତିର ହାନୀ ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ଶତ୍ରୁତା ବଢିବ। ପିତଳ ବାସନରେ ଚଣା ଡାଲି ଆଦି ମନ୍ଦିର ରେ ଦାନ କରନ୍ତୁ।ଏଭଳି କରିବା ଦ୍ୱାରା ଅଶୁଭ କମିଯିବ।

କନ୍ୟା ରାଶି –

ଏହି ରାଶିର ଲୋକଙ୍କ ସନ୍ତାନଙ୍କ ଭାଗ୍ୟ ଜମା କରିବ ନାହିଁ। ପ୍ରେମରେ ଅସଫଳତା ମିଳିବ। ଦାନ ସ୍ବୀକାର ନ କରିବା ତଥା ପ୍ରସାଦ ଗ୍ରହଣ ଶୁକ୍ରର ପ୍ରଭାବକୁ କମ୍ କରେଇବ।

ତୁଳା ରାଶି –

ଅଶୁଭ ଘଟଣାର ସାମ୍ନା କରିବାକୁ ପଡ଼ିବ। ବଡ଼ ମାନଙ୍କର ସେବା କରିବା ତଥା ପୂଜାପାଠ ରେ ମନ ଲଗାଇବା ଦ୍ଵାରା ଅଶୁଭ ପ୍ରଭାବ କମି ଯାଇଥାଏ।

ବିଛା ରାଶି –

ଏହି ରାଶିର ଲୋକଙ୍କ ଉପରୁ ବୃହସ୍ପତିଙ୍କ ଅଶୁଭ ପ୍ରଭାବ କମ୍ ପଡ଼ିବ। ବଡ଼ ମାନଙ୍କର ସେବା କରିବା ଦ୍ୱାରା ଅଶୁଭ ପ୍ରଭାବ କମି ଯିବ।

ଧନୁ ରାଶି –

ଏହି ରାଶିର ଲୋକଙ୍କୁ ସେୟାର ବିନିଯୋଗରେ ହାନୀ ହେବାର ସମ୍ଭାବନା ରହିଛି। ଋଣ ନେଇ କୌଣସି ବଡ଼ ବ୍ୟବସାୟ ଆରମ୍ଭ କରି ପାରନ୍ତି। ଅଶୁଭ କମ୍ କରିବା ପାଇଁ କେଶର ଏବଂ ହଳଦୀ ର ତିଳକ ଲଗାଇବା ଉଚିତ ।

Google

ମକର ରାଶି –

ସ୍ଵୟଂ ସ୍ବାସ୍ଥ୍ୟ ପ୍ରଭାବିତ ହୋଇପାରେ। ସନ୍ତାନଙ୍କୁ ଅସଫଳତାର ସାମ୍ନା କରିବାକୁ ପଡିପାରେ। ପିତାଙ୍କୁ କଷ୍ଟ ହୋଇପାରେ। କାହାର ସାହାଯ୍ୟ ନିଅନ୍ତୁ ନାହିଁ। ଅଶ୍ୱତ୍ଥ ଗଛରେ ଜଳ ଅର୍ପଣ କରନ୍ତୁ, ଏହାଦ୍ବାରା ଅଶୁଭ ପ୍ରଭାବ ନଷ୍ଟ ହୋଇ ଯାଏ।

କୁମ୍ଭ ରାଶି –

ଘରେ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ଚିକିତ୍ସାରେ ଖର୍ଚ୍ଚ ହୋଇପାରେ। ସାଧୁ ସନ୍ଥ ତଥା ଅଶ୍ୱତ୍ଥ ଗଛରେ ଜଳ ଚଢ଼ାଇବା ଦ୍ଵାରା ଅଶୁଭ ପ୍ରଭାବ ପଡ଼ିବ ନାହିଁ।

ମୀନ ରାଶି –

ଏହି ଜାତକଙ୍କ ଉପରେ କୌଣସି ବିଶେଷ ନକାରାତ୍ମକ ପ୍ରଭାବ ପଡ଼ିବ ନାହିଁ। ଆୟ ସହିତ ବ୍ୟୟ ହୋଇପାରେ। ପଡୋଶୀଙ୍କ ସହିତ ମତଭେଦ ହୋଇପାରେ। ନିଜ ପକେଟରେ ହଳଦିଆ ରୁମାଲ ରଖନ୍ତୁ, ଏହାଦ୍ବାରା ଆପଣଙ୍କର ସବୁ ଅଶୁଭ ପ୍ରଭାବ ଦୂର ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଭଗବାନଙ୍କ ନାମ ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *