Excuse Me Odisha

ଯାହା କହିବୁ ସତ କହିବୁ

ଦୀପାବଳି ୨୦୨୦ : ୪୯୯ ବର୍ଷ ପରେ ବନୁଛି ତିନୋଟି ବଡ଼ ଗ୍ରହର ଦୁର୍ଲଭ ସଂଯୋଗ, ଜାଣନ୍ତୁ ତିଥି ଏବଂ ଶୁଭ ମୁହୂର୍ତ୍ତ ।

ସେୟାର୍ କରନ୍ତୁ

ଏଥର ଦୀପାବଳି ରେ ୪୯୯ ବର୍ଷ ପରେ ଦୁର୍ଲଭ ସଂଯୋଗ ବନୁଛି। ସୂଚନା ଅନୁସାରେ କହିବାକୁ ଗଲେ ତିନୋଟି ବଡ଼ ଗ୍ରହ ଏକା ସାଥିରେ ଆସିବେ। ଏହି ବର୍ଷ ଦୀପାବଳିର ମହାପର୍ବ ୧୪ ନଭେମ୍ବର , ଶନିବାର ଦିନ ପାଳନ କରାଯିବ। ଦୀପାବଳି ଧନତେରସ ଦିନ ଠାରୁ ଆରମ୍ଭ ହୋଇ ଭାଇ ଦ୍ଵିତୀୟାରେ ଶେଷ ହେବ। ଦୀପାବଳି ମହାପର୍ଵରେ ସବୁଠାରୁ ପ୍ରଥମେ ଧନତେରସ , ଦୀପାବଳୀ , ନରକ ଚତୁର୍ଥୀ , ଗୋବର୍ଦ୍ଧନ ପୂଜା ଏବଂ ଭାଇ ଦୂଜ ରହିଛି।

ଦୀପାବଳିରେ ତିନୋଟି ବଡ଼ ଗ୍ରହର ବନିବ ଦୁର୍ଲଭ ସଂଯୋଗ –

ସୂଚନା ଅନୁସାରେ ଦୀପାବଳି ଦିନ ତିନୋଟି ବଡ଼ ଗ୍ରହର ଦୁର୍ଲଭ ସଂଯୋଗ ହେବାକୁ ଯାଉଛି ୪୯୯ ବର୍ଷ ବର୍ଷ ପରେ। ୨୦୨୦ ରେ ପୂର୍ବରୁ ୧୫୨୧ ରେ ଗୁରୁ, ଶୁକ୍ର, ଏବଂ ଶନି ଗ୍ରହ ଯୋଗ ବନି ଥିଲା। ଗୁରୁ ଏବଂ ଶନି ଗ୍ରହ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ମାନା ଯାଇଥାନ୍ତି। ଦୀପାବଳି ଦିନ ଗଣେଶ ଲକ୍ଷ୍ମୀଙ୍କ ପୂଜନର ବିଶେଷ ମହତ୍ୱ ରହିଥାଏ। ଲକ୍ଷ୍ମୀ ପୂଜାର ସୁକ୍ଷ ମୁହୁର୍ତ୍ତ ରାତି ୧୧ ଟା ବନି ୫୯ ମିନିଟରେ ଆରମ୍ଭ ହୋଇ ରାତି ୧୨ ଟା ବାଜି ୨୮ ମିନିଟ ରେ ସମାପ୍ତ ହେବ। ଏହି ଦୀପାବଳି ୧୪ ନଭେମ୍ବରରେ ନରକ ଚତୁର୍ଦ୍ଦଶୀ ପାଳନ କରାଯିବ। ଏହିଦିନ ସକାଳେ ସ୍ନାନ କରିବା ଏବଂ ସନ୍ଧ୍ୟାରେ ଦୀପ ଦାନ କରିବାର ବଡ଼ ମହତ୍ୱ ରହିଛି। ଚତୁର୍ଦ୍ଦଶୀକୁ ଛୋଟ ଦୀପାବଳି ନାମରେ ପାଳନ କରାଯାଏ। ନରକ ଚତୁର୍ଦ୍ଦଶୀରେ ଶ୍ରଦ୍ଧାଳୁ ୫ ଟା ବାଜି ୨୩ ମିନିଟ ରୁ ସକାଳ ୬ ଟା ବାଜି ୪୩ ମିନିଟ ପର୍ଯ୍ୟନ୍ତ ସ୍ନାନ କରି ପାରିବେ। ୧୫ ନଭେମ୍ବରକୁ ଅମାବାସ୍ୟାର ସକାଳ ସମୟ ୧୦.୧୬ ପର୍ଯ୍ୟନ୍ତ ରହିବ। ମାନ୍ୟତା ରହିଛି କି ଅମାବାସ୍ୟା ଦିନ ଦେବୀ ଲକ୍ଷ୍ମୀ ପୃଥିବୀ ପୃଷ୍ଠକୁ ଆସିଥାନ୍ତି।

Google

୧୪ ନଭେମ୍ବରକୁ ପାଳନ କରାଯିବ ଦୀପାବଳି ପର୍ବ –

ଦୀପାବଳିର ଠିକ୍ ପୂର୍ବ ଦିନ ଧନତେରସର ପର୍ବ ଅଟେ। ଧନତେରସ ଦିନ ନୂଆ ବସ୍ତୁ କିଣିବା ଶୁଭ ମାନା ଯାଇଥାଏ। କିଣାକିଣି କରିବାର ଶୁଭ ମୂହୁର୍ତ୍ତ ୬ ଟା ବାଜି ୧ ମିନିଟରୁ ଆରମ୍ଭ ହୋଇ ୮ ବାଜି ୩୩ ମିନିଟରେ ଶେଷ ହେବ। ଦୀପାବଳି ପରେ ଗୋବର୍ଦ୍ଧନ ପୂଜା ପାଳନ କରାଯିବ। ମାନ୍ୟତା ରହିଛି କି ଭଗବାନ ବିଷ୍ଣୁ ଇନ୍ଦ୍ର ଦେବତାଙ୍କ ଅହଂକାରକୁ ଭାଙ୍ଗି ଥିଲେ। ଗୋବର୍ଦ୍ଧନ ପୂଜା ଦୀପାବଳୀର ଚତୁର୍ଥ ଦିନରେ ପାଳନ ହୁଏ। ଗୋବର୍ଦ୍ଧନ ପୂଜାର ଶୁଭ ମୂହୁର୍ତ୍ତ ସନ୍ଧ୍ୟା ୩ ଟା ବାଜି ୫୯ ମିନିଟରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ଟା ବାଜି ୧୪ ମିନିଟ ପର୍ଯ୍ୟନ୍ତ ରହିବ। ମହାପର୍ବର ଶେଷ ଦିନ ଭାଇ ଦୂଜ ପର୍ବ ୧୬ ନଭେମ୍ବର କୁ ରହିଛି। ଭାଇ ଦ୍ଵିତୀୟାରେ ଭଉଣୀ ଭାଇ ମଥାରେ ଟୀକା ଲଗାଇ ଲମ୍ବା ଆୟୁଷ ପାଇଁ ପ୍ରାର୍ଥନା କରି ଥାଏ। ଏହି ଭାଇ ଦ୍ଵିତୀୟାର ଶୁଭ ମୂହୁର୍ତ୍ତ ୧ ବାଜି ୩୧ ମିନିଟ ରୁ ୩ ଟା ବାଜି ୪୦ ମିନିଟ ପର୍ଯ୍ୟନ୍ତ ରହିବ।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖି ଦିଅନ୍ତୁ । ମାତା ଲକ୍ଷ୍ମୀଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *