Excuse Me Odisha

ଯାହା କହିବୁ ସତ କହିବୁ

ଚନ୍ଦ୍ରଗ୍ରହଣ ୨୦୨୦ : ନଭେମ୍ବରରେ ଏହିଦିନ ଲାଗିବାକୁ ଯାଉଛି ବର୍ଷର ଶେଷ ଚନ୍ଦ୍ରଗ୍ରହଣ, କିନ୍ତୁ ଲାଗିବ ନାହିଁ ସୂତକ, ଜାଣନ୍ତୁ କାହିଁକି ?

ସେୟାର୍ କରନ୍ତୁ

ଯେବେ ଯେବେ ଗ୍ରହଣ ଲାଗିଥାଏ , ଏହାର କିଛି ଶୁଭ ଏବଂ ଅଶୁଭ ପ୍ରଭାବ ଦେଖିବାକୁ ମିଳିଥାଏ। ଜ୍ୟୋତିଷ ଗଣନା ଅନୁସାରେ କହିବାକୁ ଗଲେ ଏହାକୁ ଅଶୁଭ ସମୟ ମାନା ଯାଇଥାଏ। ଯାହାର ନକାରାତ୍ମକ ପ୍ରଭାବ ଗ୍ରହର ଚଳନ ଏବଂ ତାଙ୍କର ଜାତକ ଉପରେ ପଡ଼ିବ।

୨୦୨୦ ବର୍ଷ ସମାପ୍ତି ଆଗକୁ ଗତି କରୁଛି। କିନ୍ତୁ ଶେଷ ହେବା ପୂର୍ବରୁ ଏହି ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି। ଏହି ଚନ୍ଦ୍ରଗ୍ରହଣ ୩୦ ନଭେମ୍ବରକୁ ଲାଗିବ। ଯେବେ ଯେବେ ଗ୍ରହଣ ଲାଗିଥାଏ , ଏହାର କିଛି ଶୁଭ ଏବଂ ଅଶୁଭ ପ୍ରଭାବ ଦେଖିବାକୁ ମିଳିଥାଏ। କିନ୍ତୁ ଜ୍ୟୋତିଷ ଗଣନା ଅନୁସାରେ କହିବାକୁ ଗଲେ ଏହାକୁ ଅଶୁଭ ସମୟ ମାନା ଯାଇଥାଏ। ଯାହାର ନକାରାତ୍ମକ ପ୍ରଭାବ ଗ୍ରହର ଚଳନ ଏବଂ ତାଙ୍କର ଜାତକ ଉପରେ ପଡ଼ିବ।

୩୦ ନଭେମ୍ବରରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି। ଏହି ଗ୍ରହଣ କେତେ ପର୍ଯ୍ୟନ୍ତ ରହିବ ଏବଂ କେଉଁଠାରେ ଦେଖିବାକୁ ମିଳିବ ? ଏହାର ଶୂତକ କାଳ କେଉଁ ସମୟ ପର୍ଯ୍ୟନ୍ତ ରହିବ। ଏହିସବୁ ବିଷୟରେ କହିବାକୁ ଯାଉଛୁ।

Google

କେବେଠାରୁ କେବେ ପର୍ଯ୍ୟନ୍ତ ରହିବ ଗ୍ରହଣ –

୩୦ ନଭେମ୍ବରକୁ ଚନ୍ଦ୍ରଗ୍ରହଣ ଦ୍ବିପ୍ରହର ୧ ବାଜି ୦୨ ମିନିଟରୁ ଆରମ୍ଭ ହୋଇ ସନ୍ଧ୍ୟା ୫ ଟା ବାଜି ୨୨ ମିନିଟ ପର୍ଯ୍ୟନ୍ତ ପର୍ଯ୍ୟନ୍ତ । ଅର୍ଥାତ ଏଥର ଚନ୍ଦ୍ରଗ୍ରହଣ ସାଢ଼େ ୪ ଘଣ୍ଟା ପର୍ଯ୍ୟନ୍ତ ରହିବ। ଆପଣଙ୍କୁ ଏହା କହି ରଖୁଛୁ କି ଏହା ଉପଛାୟା ଗ୍ରହଣ ଅଟେ। ଏହାର ଅର୍ଥ ପୃଥିବୀର ବାସ୍ତବିକ ଛାୟାରେ ନଜର ଆସି ଉପଛାୟାରେ ହିଁ ଫେରି ଯାଇଥାଏ ଏବଂ ଚନ୍ଦ୍ର ଉପରେ ଧୂସର ଛାୟା ନଜର ଆସିବ। କିନ୍ତୁ ଚନ୍ଦ୍ରର ଆକାରରେ କିଛି ପରିବର୍ତ୍ତନ ହୁଏ ନାହିଁ।

ଲାଗିବ ନାହିଁ ସୂତକ –

ବିଶେଷ କଥା ଏହିକି ଯେ ଏହି ଗ୍ରହଣ ସମୟରେ ସୂତକ କାଳ ମାନ୍ୟ ହେବ ନାହିଁ। କହିବାକୁ ଗଲେ ଏହା ଉପଛାୟା ଗ୍ରହଣ ଅଟେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ନୁହେଁ। ଏଥିପାଇଁ ଏହି ଦିନ ସୂତକ କାଳ ମାନ୍ୟ ହେବ ନାହିଁ। ଯେବେ ପୂର୍ଣ୍ଣ ଏବଂ ଆଂଶିକ ଚନ୍ଦ୍ର ଗ୍ରହଣ ହୋଇଥାଏ ତାହେଲେ ସୂତକ କାଳ ଲାଗିଥାଏ। ଚନ୍ଦ୍ର ଗ୍ରହଣ ଭାରତ, ପ୍ରଶାନ୍ତ ମହାସାଗର , ଏସିଆ ଏବଂ ଅଷ୍ଟ୍ରେଲିଆରେ ଦେଖା ଦେବ।

ଚନ୍ଦ୍ରଗ୍ରହଣ ସମୟରେ ଶୁଭ କାର୍ଯ୍ୟ କରିବା ନିଷେଧ –

ମାନ୍ୟତା ରହିଛି କି ଗ୍ରହଣ କାଳ ସମୟରେ କୌଣସି ଶୁଭ କାର୍ଯ୍ୟ କରିବା ଉଚିତ ନୁହେଁ। ଯେତେ ପର୍ଯ୍ୟନ୍ତ ଗ୍ରହଣ ଲାଗିଥାଏ , ସେତେ ପର୍ଯ୍ୟନ୍ତ କୌଣସି ମଙ୍ଗଳ କାର୍ଯ୍ୟ କରାଯାଏ ନାହିଁ। ଏହି ସମୟରେ ଭଗବାନଙ୍କୁ ସ୍ମରଣ କରିବା ଉଚିତ। କୌଣସି ଖାଦ୍ୟ ସେବନ କରିବା ଉଚିତ ନୁହେଁ, କପଡା ଏବଂ ବାସନ ଆଦି ମାଜିବା ଉଚିତ ନୁହେଁ, ଲୁହା ଧାରୁଆ ବସ୍ତୁକୁ ବ୍ୟବହାର କରିବା ଉଚିତ ନୁହେଁ। ଗର୍ଭବତୀ ସ୍ତ୍ରୀ ମାନଙ୍କୁ ଅଧିକ ଧ୍ୟାନ ଦେବା ଆବଶ୍ୟକ।

Google

ଗ୍ରହଣ ସମୟରେ ମନ୍ଦିର ଯିବା ଉଚିତ ନୁହେଁ –

ଗ୍ରହଣ ସମୟରେ ମନ୍ଦିର କବାଟ ବନ୍ଦ କରି ଦିଆଯାଏ। ଯେତେବେଳେ ଗ୍ରହଣ ଶେଷ ହୋଇଯାଏ , ସେତେବେଳେ ସବୁ ମୂର୍ତ୍ତି କୁ ଗଙ୍ଗାଜଳ ରେ ସ୍ନାନ କରା ଯାଏ। ଏହାପରେ ମନ୍ଦିର ଦର୍ଶନ ପାଇଁ ଖୋଲା ଯାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରନ୍ତୁ। ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ ଆଶୀର୍ବାଦ ହେଲେ ସବୁ ଅସୁବିଧା ଦୂର ହେବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *