Excuse Me Odisha

ଯାହା କହିବୁ ସତ କହିବୁ

ନଭେମ୍ବର ୩ ତାରିଖରୁ ବୁଧ ହେବେ ତୁଳା ରାଶିରେ ମାର୍ଗୀ , ବ୍ୟବସାୟରେ ଆସିବ ଗତି ଏବଂ ବଢିବ ରୋଜଗାରର ସୁଯୋଗ

ସେୟାର୍ କରନ୍ତୁ

ଆସନ୍ତା ମାସ ନଭେମ୍ବର ୩ ତାରିଖ ଦିନ ଗ୍ରହର ରାଜକୁମାର ଏବଂ ବୁଦ୍ଧି ବିଦ୍ୟା ଲେଖନ ଶକ୍ତିର କାରକ ବୁଧ ତୁଳା ରାଶିରେ କାର୍ତ୍ତିକ କୃଷ୍ଣର ରାତି ୧୧:୨୦ ରେ ମାର୍ଗୀ ହେଉଛନ୍ତି। ଏହାପୂର୍ବରୁ ବୁଧବାର ୨ ଅକ୍ଟୋବର ଦିନ ତୁଳା ରାଶିରେ ହିଁ ବକ୍ରୀ ହୋଇଥିଲେ। ୨୧ ଦିନ ବକ୍ରୀ ଚଳନ ପରେ ୩ ନଭେମ୍ବର ଦିନ ମାର୍ଗୀ ହେବେ। ଏହା ରାଶି ଗୁଡିକ ପାଇଁ ଉତ୍ଥାନ ପତନର ସମୟ ହେବ। ପ୍ରଥମେ ବୃଦ୍ଧ କନ୍ୟା ରାଶିରୁ ତୁଳା ରାଶିରେ ନଭେମ୍ବର ୨୨ ତାରିଖ ଦିନ ପ୍ରବେଶ କରିଥିଲେ। ବ୍ରହ୍ମ ଶକ୍ତି ଜ୍ୟୋତିଷ ସଂସ୍ଥାର ପଣ୍ଡିତ ଜଗଦୀଶ ଶର୍ମା ଜ୍ୟୋତିଷାଚାର୍ଯ୍ୟ କହିଛନ୍ତି ଯେ ବୃଦ୍ଧର ମାର୍ଗୀ ହେବା ଦ୍ୱାରା ସମସ୍ତ ରାଶି ଉପରେ ସକାରାତ୍ମକ ପ୍ରଭାବ ପଡିବ। ଧନ ଆଗମନ ହେବ ଏବଂ ବ୍ୟବସାୟରେ ଅନେକ ଉନ୍ନତି ହେବ। କାମକାର୍ଯ୍ୟରେ ଗତି ଆସିବ। ଲୋକଙ୍କର ବୃଦ୍ଧି ଯୋଗୁଁ ଲାଭ ହେବ। କେବଳ ଏତିକି ନୁହେଁ , ରାଜନୀତିରେ ବୁଦ୍ଧିମାନ ଲୋକମାନଙ୍କର ପ୍ରାଧାନ୍ୟ ବୃଦ୍ଧି ପାଇବ। ସରକାରୀ ଚାକିରୀ କରୁଥିବା ଲୋକମାନଙ୍କର ଲାଭ ହେବ। ଧୋର୍ଯ୍ୟ ଏବଂ ସଂଯମତାରେ ବୃଦ୍ଧି ହେବ। ରୋଜଗାରର ସୁଯୋଗ ମଧ୍ୟ ବୃଦ୍ଧି ପାଇବ। ବିଦ୍ୟାର୍ଥୀ ମାନଙ୍କର ମନ ପାଠପଢାରେ ଲାଗିବ।

ବୃଦ୍ଧର ବକ୍ରୀ ଏବଂ ମାର୍ଗୀ ହେବାର ସବୁଠାରୁ ଅଧିକ ପ୍ରଭାବ ବ୍ୟବସାୟ ଉପରେ ପଡ଼ିଥାଏ। ବକ୍ରୀ ବୃଦ୍ଧର ସମୟରେ ବ୍ୟବସାୟରେ କ୍ଷତି ହୋଇଥାଏ ଏବଂ ବ୍ୟବସାୟୀ ମାନଙ୍କୁ କ୍ଷତି ସହିବାକୁ ପଡ଼ିଥାଏ। ଋଣ ନେଇ ବ୍ୟବସାୟ ଚଳାଇବାକୁ ପଡ଼ିଥାଏ। କିନ୍ତୁ ବୃଦ୍ଧର ମାର୍ଗୀ ହେବା ଦ୍ୱାରା ଏହି ସମସ୍ୟା ଦୂର ହୋଇଯାଏ। ବ୍ୟବସାୟରେ ଉନ୍ନତି ହେବାକୁ ଲାଗିଥାଏ। ଧନର ଆଗମନ ସଠିକ ହେବାକୁ ଲାଗିଥାଏ। ଏଥିସହିତ ଜ୍ୟୋତିଷାଚାର୍ଯ୍ୟ ବିନୋଦ ରାୱତଙ୍କ କହିବା ଅନୁଯାୟୀ କୌଣସି ରାଶିରେ ଗ୍ରହର ବକ୍ରୀ କିମ୍ବା ମାର୍ଗୀ ହେବା ଜାତକର ଜୀବନରେ ଅନେକ ଉତ୍ଥାନ ପତନ ଆଣିଥାଏ।

Google

ରାଶିଗୁଡିକ ଉପରେ ପଡିବ ଏହି ପ୍ରଭାବ:-

ମେଷ:- ପରାକ୍ରମରେ ବୃଦ୍ଧି , ସକାରତ୍ମକ ଏବଂ ସଫଳ ପ୍ରୟୋଗ ହୋଇପାରେ।

ବୃଷ:- ଧନକୁ ନେଇ ଟିକିଏ ଚାପ ସହିତ ଉନ୍ନତି । କଥାବାର୍ତ୍ତାରେ ସଂଯମତା ରକ୍ଷା କରିବାର ଆବଶ୍ୟକତା ରହିଛି।

ମିଥୁନ:- ସ୍ୱାସ୍ଥ୍ୟ ସୁଖ , ବିଦ୍ୟାରେ ବୃଦ୍ଧି। ସନ୍ତାନ ପକ୍ଷରେ ଉନ୍ନତି ହେବା ସମ୍ଭବ ଅଟେ।

କର୍କଟ:- ମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ରହିପାରେ। ଘର ଏବଂ ଯାନବାହନ ସମ୍ବନ୍ଧୀୟ ଖର୍ଚ୍ଚ ରହିବ।

ସିଂହ:- ଧନ ସମ୍ବନ୍ଧୀୟ କାର୍ଯ୍ୟରେ ଗତିରୋଧ ସହିତ ସଫଳତା ମିଳିବାର ସମ୍ଭାବନା ରହିଛି।

କନ୍ୟା:- ପରିବାରରେ ନୂତନ କାର୍ଯ୍ୟ , ବ୍ୟବସାୟରେ ବିସ୍ତାର ଅର୍ଥାତ ବ୍ୟବସାୟ ସହ ଜଡିତ ଲୋକମାନଙ୍କର ଲାଭ ହେବ।

ତୁଳା:- ନିଜର କ୍ଷମତା ଦ୍ୱାରା ନୂତନ କାର୍ଯ୍ୟ କରନ୍ତୁ କିମ୍ବା କାର୍ଯ୍ୟରେ ବିସ୍ତାର କରିପାରନ୍ତି।

ବିଛା:- ଖର୍ଚ୍ଚରେ ଅଧିକତା , ଅନ୍ତରିକ ରୋଗ , ଋଣ ଏବଂ ଶତ୍ରୁ ପ୍ରତି ସାବଧନତା ରହିବାର ଆବଶ୍ୟକତା ରହିଛି।

Google

ଧନୁ:- ଜୀବନସାଥୀଙ୍କ ସହଯୋଗ ଏବଂ ସାନିଧ୍ୟରେ ବୃଦ୍ଧିର ସମ୍ଭାବନା ରହିଛି।

ମକର:- ରାଜ୍ୟ ସମ୍ମାନ ଏବଂ ପରିଶ୍ରମରେ ବୃଦ୍ଧି , କାର୍ଯ୍ୟକ୍ଷେତ୍ରରେ ଉନ୍ନତି , କିନ୍ତୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଚିନ୍ତା ରହିବ।

କୁମ୍ଭ:- ଭାଗ୍ୟର ସମର୍ଥନ ଏବଂ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ।

ମୀନ:- ବ୍ୟବସାୟ ସହ ଜଡିତ ଲୋକମାନଙ୍କୁ ଲାଭ , ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ପ୍ରତି ସଜାଗ ରୁହନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଜୟ ଜଗନ୍ନାଥ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *