Excuse Me Odisha

ଯାହା କହିବୁ ସତ କହିବୁ

କାର୍ତ୍ତିକ ମାସ ୨୦୨୦ : ଏହି ନିୟମ ଗୁଡିକର ପାଳନ ନ କରୁଥିବା ଲୋକଙ୍କୁ ମିଳି ନଥାଏ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ।

ସେୟାର୍ କରନ୍ତୁ

ସନାତନ ଧର୍ମ ବିଷୟରେ କହିବାକୁ ଗଲେ ୧୨ ଟି ମାସର ଏକ ଅଲଗା ମହତ୍ୱ ରହିଥାଏ। ସବୁ ମାସ ହିନ୍ଦୁ ଧର୍ମର କୌଣସି ନା କୌଣସି ଦେବୀ ଦେବତାଙ୍କ ସମ୍ବନ୍ଧରେ ରହିଥାଏ। ଏହି ବର୍ଷରେ ନଭେମ୍ବର ୧ ତାରିଖରୁ କାର୍ତ୍ତିକ ମାସ ଆରମ୍ଭ ହେବାକୁ ଯାଉଛି। ଶାସ୍ତ୍ର ଅନୁସାରେ ଏହି ମାସକୁ ବିଷ୍ଣୁ ଭଗବାନଙ୍କୁ ସମର୍ପଣ କରା ଯାଇଛି। ଏହି ମାସ ଅତ୍ୟନ୍ତ ବିଶେଷ ଅଟେ ଏବଂ ମାଆ ଲକ୍ଷ୍ମୀଙ୍କୁ ଏହି ମାସ ଅତ୍ୟନ୍ତ ପ୍ରିୟ ଅଟେ। ଧାର୍ମିକ ମାନ୍ୟତା ଅନୁସାରେ ଏହି ମାସରେ ଅଧିକ ତପ ବ୍ରତ ଆଦି କରିବାର ମହତ୍ୱ ରହିଛି। ଧାର୍ମିକ ଶାସ୍ତ୍ର ରେ ବର୍ଣ୍ଣନା ହୋଇଛି କି ଏହି ମାସରେ ମନୁଷ୍ୟକୁ ଅନେକ ପ୍ରକାରର ନିୟମକୁ ପାଳନ କରିବାକୁ ପଡ଼ିଥାଏ, ଯାହାର ପରିଣାମ ସ୍ବରୂପ ବ୍ୟକ୍ତିକୁ ମୋକ୍ଷ ପ୍ରାପ୍ତ ହୋଇଥାଏ । ଆଜି ଆମେ ଏହି ଆର୍ଟିକିଲ ମାଧ୍ୟମରେ ଆପଣଙ୍କୁ ଏହି ମାସର ପ୍ରମୁଖ ନିୟମ ବିଷୟରେ କହିବୁ। ଏହି ନିୟମକୁ ଯଦି ସାଧାରଣ ବ୍ୟକ୍ତି ଆପଣେଇବାକୁ ପ୍ରୟାସ କରିବ ତାହେଲେ ସୁଖ ସମୃଦ୍ଧି ପ୍ରାପ୍ତ କରିବ।

ଏଠାରେ ଜାଣନ୍ତୁ ସେହି ଖାସ୍ ନିୟମ ବିଷୟରେ –

କାର୍ତ୍ତିକ ମାସରେ ସବୁଠାରୁ ଅଧିକ ମହତ୍ୱ ଦୀପଦାନକୁ ଦିଆଯାଇଥାଏ। କୁହାଯାଏ କି ପୁରାଣରେ ଏହିଦିନକୁ ଦୀପଦାନ କରିବା ପାଇଁ ସ୍ୱୟଂ ଭଗବାନ ବିଷ୍ଣୁ ବ୍ରହ୍ମାଙ୍କୁ , ବ୍ରହ୍ମା ନାରଦଙ୍କୁ ତଥା ନାରଦ ମୁନି  ମହାରାଜ ପ୍ରୁଥୁଙ୍କୁ କହିଥିଲେ। ଏଭଳି କରିବା ଦ୍ଵାରା ଜାତକଙ୍କ ଜୀବନରେ ଆସୁଥିବା ସବୁ କଷ୍ଟ ଦୂର ହେବ। ଏହି କାରଣ ଅଟେ ଏହି ମାସରେ ନଦୀ ବା ପୋଖରୀରେ ଦୀପଦାନ କରିବାର ବିଶେଷ ମହତ୍ୱ ରହିଛି ବୋଲି କୁହାଯାଇଛି।

Google

ଭଗବାନ ବିଷ୍ଣୁଙ୍କୁ ତୁଳସୀ ଅଧିକ ପ୍ରିୟ ଅଟେ। ଏଥିପାଇଁ କାର୍ତ୍ତିକ ମାସରେ ଯେତେ ସମ୍ଭବ ତୁଳସୀ ଗଛର ପୂଜା କରିବା ଆବଶ୍ୟକ। କୁହାଯାଏ କି ଏହି ସମୟରେ ତୁଳସୀ ଦାନ କରିବା ମଧ୍ୟ ଲାଭଦାୟକ ମାନା ଯାଇଥାଏ।

ସନାତନ ଧର୍ମ ଶାସ୍ତ୍ରରେ କୁହାଯାଇଛି କି କାର୍ତ୍ତିକ ମାସରେ ବ୍ୟକ୍ତିକୁ ଭୂମି ଉପରେ ଶୋଇବା ଉଚିତ। ଏହାଦ୍ବାରା ବ୍ୟକ୍ତିର ମନରେ ସାତ୍ଵିକତା ଭରି ରହିଥାଏ

ଗାଧୋଇବା ପରେ ଅନେକ ଲୋକ ଶରୀରରେ ତେଲ ଲଗାଇ ଥାନ୍ତି। କିନ୍ତୁ ମାନା ଯାଇଥାଏ କି କାର୍ତ୍ତିକ ମଧ୍ୟରେ ଶରୀରରେ ତେଲ ଲଗାଇବା ବର୍ଜିତ ଅଟେ। ଏହି ମାସରେ ଆସୁଥିବା ନରକ ଚତୁର୍ଦ୍ଦଶୀ ଦିନ ତେଲ ଲଗାଇ ପାରିବେ।

ଏହି ସମୟରେ ଡାଲି ଜାତୀୟ ଖାଦ୍ୟ ସେବନ କରିବା ଅନୁଚିତ। ଯେପରି  ମୁଗ, ମଶୁର, ରାଈ, ମଟର ଆଦି ଡାଲି ସେବନ କରିବା ବର୍ଜିତ ଅଟେ।

ଏହି ସମୟରେ ଯେତେ ସମ୍ଭବ ବ୍ୟକ୍ତିକୁ ବ୍ରତ ଏବଂ ତପ କରିବା ଉଚିତ। କିନ୍ତୁ ଏହି ସମୟରେ ଏହି କଥାର ଅଧିକ ଧ୍ୟାନ ରଖିବା ଆବଶ୍ୟକ ଯେ ଏହି ସବୁ କାର୍ଯ୍ୟ ବ୍ରହ୍ମାଚାର୍ଯ୍ୟର ପାଳନ କରନ୍ତୁ। ଯେଉଁ ବ୍ୟକ୍ତି ଏହି ମାସରେ ଅଧିକ ସଂଭୋଗ ଆଦି କରିଥାଏ, ତାକୁ ଅଶୁଭ ଫଳ ପ୍ରାପ୍ତ ହୋଇଥାଏ।

Google

କାରଣ ଏହି ମାସରେ ମନ ଏବଂ ତନକୁ ସ୍ଥିର ଓ ନିୟନ୍ତ୍ରଣରେ ରଖିବା ଆବଶ୍ୟକ। ଏଥିପାଇଁ ଏହି ସମୟରେ କାହାର ନିନ୍ଦା କରିବା ଉଚିତ। ସର୍ବଦା ମନରେ ଭକ୍ତି ଭାବ ଏବଂ ଶ୍ରଦ୍ଧା ରଖି ଈଶ୍ୱରଙ୍କୁ ପ୍ରାର୍ଥନା କରିବା ଉଚିତ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଭଗବାନଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ ଆଶୀର୍ବାଦ ପ୍ରାପ୍ତ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *