Excuse Me Odisha

ଯାହା କହିବୁ ସତ କହିବୁ

କୁମାର ପୂର୍ଣ୍ଣିମାରେ କରନ୍ତୁ ଏହି ୫ଟି କାମ , ମାତା ଲକ୍ଷ୍ମୀଙ୍କର କୃପାରେ ହୋଇଯିବେ ଧନବାନ

ସେୟାର୍ କରନ୍ତୁ

ଆଜି କୁମାର ପୂର୍ଣ୍ଣିମା ଅଟେ। କୁମାର ପୂର୍ଣ୍ଣିମାର ହିନ୍ଦୁ ଧର୍ମରେ ବିଶେଷ ମହତ୍ତ୍ୱ ରହିଛି। କୁମାର ପୂର୍ଣ୍ଣିମାକୁ ମା ଲକ୍ଷ୍ମୀଙ୍କର ଜନ୍ମଦିନ ଭାବରେ ପାଳନ କରାଯାଏ। ଚାରି ଆଡ଼େ ପଡିଥିବା ଚନ୍ଦ୍ରର କିରଣରେ ଅମୃତ ବର୍ଷା ହୋଇଥାଏ। ବିଶ୍ୱାସ କରାଯାଏ ଯେ ଦୀପାବଳି ପୂର୍ବରୁ ମା ଲକ୍ଷ୍ମୀଙ୍କୁ ସ୍ୱାଗତ କରିବାର ଏହା ବିଶେଷ ସୁଯୋଗ ହୋଇଥାଏ।

ବିଶ୍ୱାସ ଅନୁଯାୟୀ କୁମାର ପୂର୍ଣ୍ଣିମା ରାତିରେ ମାତା ଲକ୍ଷ୍ମୀ ଧରାପୃଷ୍ଠକୁ ଆଗମନ କରିଥାନ୍ତି। ବର୍ଷ ବର୍ଷ ପରେ ଖୋଲା ଆକାଶରେ ଚନ୍ଦ୍ରର କିରଣ ଦେଖି ମାତା ଲକ୍ଷ୍ମୀ ମଧ୍ୟ ଏହି ରାତିରେ ଧନର ବର୍ଷା କରିବା ପାଇଁ ନିଜକୁ ଅଟକାଇ ପାରନ୍ତି ନାହିଁ।

ମାତା ଲକ୍ଷ୍ମୀ ଘର ଘର ଯାଇ ଦେଖନ୍ତି ଯେ କିଏ ରାତିରେ ଜାଗ୍ରତ ରହିଛି। ବିଶ୍ୱାସ ଅନୁଯାୟୀ କୁମାର ପୂର୍ଣ୍ଣିମା ଦିନ ଚନ୍ଦ୍ର ନିଜର ୧୬ କଳା ଦ୍ୱାରା ପରିପୂର୍ଣ୍ଣ ହୋଇଥାନ୍ତି ଏବଂ ନିଜ କିରଣ ଦ୍ୱାରା ଅମୃତ ବୁନ୍ଦା ପୃଥିବୀ ଉପରକୁ ବର୍ଷଣ କରନ୍ତି।

Google

ବିଶ୍ୱାସ ଅନୁଯାୟୀ କୁମାର ପୂର୍ଣ୍ଣିମା ରାତିରେ ମା ଲକ୍ଷ୍ମୀଙ୍କର ପୂଜା କରିବା ଦ୍ୱାରା ଆପଣଙ୍କୁ ଋଣରୁ ମୁକ୍ତି ମିଳିଥାଏ। ଏହିଦିନ ବିଶେଷ ଭାବରେ ଚାଉଳ କ୍ଷୀରି ତିଆରି କରି ଚନ୍ଦ୍ର କିରଣରେ ରଖାଯାଏ। ଏଭଳି କୁହାଯାଏ ଯେ ଏହିଦିନ ଅମୃତବର୍ଷା ହୋଇଥାଏ , ଏଥିପାଇଁ ଚନ୍ଦ୍ର କିରଣରେ ରଖା ଯାଇଥିବା କ୍ଷୀରି ଖାଇବା ଦ୍ୱାରା ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଶେଷ ହୋଇଯାଏ ଏବଂ ଅନେକ ଋଣରୁ ମଧ୍ୟ ମୁକ୍ତି ମିଳିଥାଏ।

ଏଭଳି କୁହାଯାଏ ଯେ ଏହି ରାତିରେ କରାଯାଇଥିବା କିଛି ବିଶେଷ ଉପାୟ ଆପଣଙ୍କ ଘରେ ଧନ ବର୍ଷା କରାଇ ଦେଇଥାଏ।

କୁମାର ପୂର୍ଣ୍ଣିମାରେ କରନ୍ତୁ ଏହି ୫ଟି କାମ:-

୧) ବିଶ୍ୱାସ ଅନୁଯାୟୀ କୁମାର ପୂର୍ଣ୍ଣିମା ରାତିର ଚନ୍ଦ୍ର କିରଣରେ ଅମୃତ ବର୍ଷା ହୋଇଥାଏ। ଏହି ରାତିରେ ଚାଉଳ କ୍ଷୀରି ପ୍ରସ୍ତୁତ କରି ଏକ ସୁକ୍ଷ୍ମ କପଡ଼ାରେ ଘୋଡାଇ ତାକୁ ଖୋଲା ଆକାଶ ତଳେ ରଖିଦେବା ଉଚିତ। ତାପର ସକାଳେ ସ୍ନାନ କରିସାରିବା ପରେ କ୍ଷୀରିକୁ ମା ଲକ୍ଷ୍ମୀଙ୍କର ପ୍ରସାଦ ଭାବରେ ବାଣ୍ଟିବା ପରେ ଖାଇବା ଉଚିତ। କୁହାଯାଏ ଯେ ଏହି କ୍ଷୀରିକୁ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ସ୍ୱରୂପ ସମ୍ପଦ ଏବଂ ଆରୋଗ୍ୟ ସ୍ୱରୂପ ବରଦାନ ପ୍ରାପ୍ତ ହୋଇଥାଏ। ଏହାସହିତ ଆପଣଙ୍କ ଘରୁ ଧନର ଅଭାବ ମାଡି ଦୂର ହୋଇଥାଏ।

୨) କୁମାର ପୂର୍ଣ୍ଣିମା ଉତ୍ସବକୁ ମା ଲକ୍ଷ୍ମୀଙ୍କର ଜନ୍ମଦିନ ଭାବରେ ପାଳନ କରାଯାଏ। ଏହି ରାତିରେ ଶୋଇବା ଉଚିତ ନୁହେଁ ବୋଲି ବିଶ୍ୱାସ କରାଯାଏ ଏବଂ ରାତିରେ ଜାଗ୍ରତ ରହି ମା ଲକ୍ଷ୍ମୀଙ୍କୁ ଧ୍ୟାନ କରିବା ଉଚିତ। ରାତିରେ ଆପଣଙ୍କୁ ମା ଲକ୍ଷ୍ମୀଙ୍କର ଧ୍ୟାନ କରିବା ସହିତ ବିଷ୍ଣୁ ସହସ୍ରନାମ ପାଠ କରିବା ଉଚିତ।

୩) କୁମାର ପୂର୍ଣ୍ଣିମା ଦିନ ସକାଳେ ତୁଳସୀରେ ଦୀପ ଜଳାନ୍ତୁ ଏବଂ ଏହାସହିତ ସିନ୍ଦୁର ମଧ୍ୟ ଅର୍ପଣ କରିବା ଉଚିତ। ଏହା ସହିତ ତୁଳସୀକୁ ଧଳା ମିଠା ଦ୍ୱାରା ଭୋଗ ଲଗାଇବା ଉଚିତ। ଏଭଳି କରୁଥିବା ଲୋକଙ୍କ ଉପରେ ମା ଲକ୍ଷ୍ମୀଙ୍କର ବିଶେଷ କୃପା ପଡ଼ିଥାଏ। କୁହାଯାଏ ଯେ ଯେଉଁମାନେ ତୁଳସୀକୁ ପ୍ରସନ୍ନ କରିଦିଅନ୍ତି , ସେମାନଙ୍କ ଉପରେ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀ ନିଜେ ପ୍ରସନ୍ନ ହୋଇଯାଆନ୍ତି।

Google

୪) କୁମାର ପୂର୍ଣ୍ଣିମାକୁ ମାତା ଲକ୍ଷ୍ମୀଙ୍କର ଜନ୍ମଦିନ ଭାବରେ ପାଳନ କରାଯାଏ। ଏଭଳି ପରିସ୍ଥିତିରେ ମାତାଙ୍କୁ ଉପହରସ୍ୱରୂପ ତାଙ୍କର ପ୍ରିୟ ଜିନିଷ ଅର୍ପଣ କରିବା ଉଚିତ।ଏଥି ମଧ୍ୟରେ ସିଙ୍ଗଡ଼ା , ଦହି , ପାନ ଏବଂ ଫେଣେଇ ମୁଖ୍ୟ ହୋଇଥାଏ। କୁମାର ପୂର୍ଣ୍ଣିମା ସନ୍ଧ୍ୟାରେ ମାତା ଲକ୍ଷ୍ମୀଙ୍କୁ ଏହି ସମସ୍ତ ଜିନିଷ ଭୋଗ ଲଗାଇବା ଉଚିତ।

୫) ବିଶ୍ୱାସ କରାଯାଏ ଯେ ମା ଲକ୍ଷ୍ମୀଙ୍କୁ ପରିଷ୍କାର ପରିଛନ୍ନତା ବହୁତ ପସନ୍ଦ ଅଟେ। ମା ଲକ୍ଷ୍ମୀ ସେହିଘରେ ବାସ କରନ୍ତି , ଯେଉଁଘରେ ଲୋକମାନେ ପରିଷ୍କାର ପରିଛନ୍ନତା ଏବଂ ସ୍ୱଚ୍ଛତା ଦ୍ୱାରା ରହିଥାନ୍ତି। ଏହି କାରଣରୁ ଦୀପାବଳିରେ ଲୋକମାନେ ଘରର ପରିଷ୍କାର ପରିଛନ୍ନତା କରିଥାନ୍ତି। କୁମାର ପୂର୍ଣ୍ଣିମା ଦିନରୁ ହିଁ ଲୋକମାନେ ଘରର ପରିଷ୍କାର ପରିଛନ୍ନତା ଆରମ୍ଭ କରିଦିଅନ୍ତି। ଏଭଳି କରିବା ଦ୍ୱାରା ଘରୁ ସମସ୍ତ ପ୍ରକାରର ଗ୍ରହଦୋଷ ଦୂର ହୋଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ। ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖି ଦିଅନ୍ତୁ। ମାତା ଲକ୍ଷ୍ମୀଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *