Excuse Me Odisha

ଯାହା କହିବୁ ସତ କହିବୁ

ଶକୁନ ବିଚାର ! ସାପକୁ କେତେବେଳେ ଦେଖିଲେ କଣ ସବୁ ସଂକେତ ମିଳେ , ଶୁଭ ନା ଅଶୁଭ ଜାଣନ୍ତୁ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମଣିଷ ଜୀବନରେ ବହୁତ ଘାତ ପ୍ରତିଘାତ ଦେଇ ଗତି କରେ। ଆମର ଭବିଷ୍ୟତ ପାଇଁ କିଛି ଶୁଭ ସଂକେତ ଆଉ କିଛି ଅଶୁଭ ସଂକେତ ବିଭିନ୍ନ ଘଟଣାରୁ ଆମେ ଜାଣିଥାଉ। ଏଥିମଧ୍ୟରୁ କିଛି ଘଟଣାରୁ ଜଣାପଡେ କେଉଁ ଜିନିଷ ଆମ ପାଇଁ ଶୁଭ ଆଉ ଅଶୁଭ ସଂକେତ ଦେଇଥାଏ। ତେବେ ଆସନ୍ତୁ ଜାଣିବା ସାପ କେତେବେଳେ ଦେଖିବା ଶୁଭ ହୋଇଥାଏ ଏବଂ ଅଶୁଭ ହୋଇଥାଏ।

ସାପକୁ ହିନ୍ଦୁଧର୍ମରେ ଦେବତା ରୂପରେ ପୂଜା କରାଯାଇଥାଏ। ତେବେ ଏହା ସାପକୁ ମଣିଷ ଭୟ କରିଥାନ୍ତି। ତେଣୁ ସାପ ଦେଖିବା ମାତ୍ରେ ପାଟିରୁ ଚିତ୍କାର ବାହାରି ପଡେ। ଯାହା ଫଳରେ ହୃଦଘାତର ସମ୍ଭାବନା ବେସି ଥାଏ। ସାପ ହେଉଛି ଭଗବାନ ଶିବଙ୍କର ଅତି ପ୍ରିୟ। ତେଣୁ ହିନ୍ଦୁଧର୍ମରେ ସାପକୁ ମଧ୍ୟ ପୂଜା କରାଯାଏ। ସାପ ମଣିଷ ମାନଙ୍କ ପାଇଁ ଅତି ଉପକାରୀ। କାରଣ ସେ ବିଲର ଧାନ ଗଛ ନଷ୍ଟ କରୁଥିବା ମୂଷା ମାନଙ୍କୁ ଖାଇ ଚାଷୀ ମାନଙ୍କୁ ବହୁତ ଉପକାର କରିଥାନ୍ତି। ତେବେ ସେମାନଙ୍କ ଠାରୁ ଦୁରେଇ ରହିବା ଭଲ। ସାପ ଦକ୍ଷିଣରୁ ବାମକୁ ଯାଉଥିବାର ଦେଖିଲେ ଅଶୁଭ ହୋଇଥାଏ। ସାପକୁ ସମୁଖ ଆଡୁ ଆସୁଥିବାର ଦେଖିଲେ ଏହା ଶତ୍ରୁତାର ସୂଚନା ଦେଇଥାଏ। ଗୃହକୁ ପ୍ରବେଶ କରିବା ପୂର୍ବରୁ ଆପଣଙ୍କର ଦକ୍ଷିଣ ଭାଗରେ କଳା ସାପ ଦେଖିଲେ ଶତ୍ରୁକୁ ଜୟ କରିବାର ସୂଚନା ମିଳିଥାଏ। ଫଣା ଟେକି ଥିବା କଳା ସାପକୁ ଦେଖିଲେ ଧନ ସମ୍ପତ୍ତି ଲାଭର ସୂଚନା ମିଳିଥାଏ। କାର୍ଯ୍ୟରେ ଗୃହରୁ ଅନୁକୂଳ କରି ବାହାରୁଥିବା ସମୟରେ ସର୍ପ ଦର୍ଶନ ଅତ୍ୟନ୍ତ ଅଶୁଭ ବୋଲି ମାନାଯାଏ। ଧଳା ସାପ ଦେଖିବା ଅଶୁଭ ହୋଇଥାଏ। କଳା ନାଗ ସାପ ଆମର ପରମ ଶତ୍ରୁ ହେଲେ ମଧ୍ୟ ଆମର ପରମ ମିତ୍ର ଭାବେ ମଧ୍ୟ ଗଣ୍ୟ। କାରଣ ତାହାର ଭୟଙ୍କର ବିଷରୁ ନାନା ପ୍ରକାରର ଉପକାରୀ ଔଷଧ ପ୍ରସ୍ତୁତ ହେଉଛି।

Google

ସାପ ମାନଙ୍କର ବଂଶ ଆସ୍ତେ ଆସ୍ତେ ବିଲୁପ୍ତ ହୋଇଯାଉଥିବାରୁ ଏମାନଙ୍କୁ ବଂଶ ବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ ନେଇ ସେମାନଙ୍କୁ ସୁରକ୍ଷିତ ରଖୁଛନ୍ତି। ଆଜିକାଲି ସାପ ମାରିଲେ ଆଇନ ଦୃଷ୍ଟିରେ ଆପଣ ଦଣ୍ଡନିୟ ହେବେ। ନାଗ ନାଗୁଣୀ ମାନେ ଯେତେବେଳେ ମିଳନ ହୁଅନ୍ତି ସେତେବେଳେ ଆପଣ କୌଣସି ଚାଦର ପକାଇ ଦିଅନ୍ତି ଆଉ ନାଗ ନାଗୁଣୀ ସେହି ଚାଦର ଉପରେ ଯଦି ସଙ୍ଗମ କରନ୍ତି ତେବେ ସେହି ଚଦରଟି ଆପଣଙ୍କ ପାଇଁ ଖୁବ ଶୁଭଦାୟକ ଅଟେ। ସେହି ଚଦରକୁ ନେଇ ଯେଉଁଠିକି ଯିବେ ନିଶ୍ଚିତ ସୁଫଳ ହେବେ। ଏଥିରେ କୌଣସି ସନ୍ଦେହ ନାହିଁ। ତେବେ ଏହା ବହୁତ ବିପଦଜନକ ତେଣୁ ଏହି ରିସ୍କ ନ ନେଲେ ଭଲ  |

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ନାଗ ଦେବତା ” ଲେଖି ଦିଅନ୍ତୁ । ହର ହର ମହାଦେବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *