Excuse Me Odisha

ଯାହା କହିବୁ ସତ କହିବୁ

ଦୀପାବଳି ପାଇଁ ବାସ୍ତୁ ଟିପ୍ସ  : ସୁଖ ,ସୌଭାଗ୍ୟ ପ୍ରାପ୍ତ କରିବାକୁ ଚାହୁଁଥିଲେ ଏଥର ଦୀପାବଳିରେ ବାସ୍ତୁ ଅନୁସାରେ ପୂଜା କରନ୍ତୁ।

ସେୟାର୍ କରନ୍ତୁ

ମାଆ ଲକ୍ଷ୍ମୀ ଐଶ୍ୱର୍ଯ୍ୟ ଏବଂ ବୈଭବର ଦେବୀ ଅଟନ୍ତି। ଏଥିପାଇଁ ଏହିଦିନ ତାଙ୍କର ପୂଜା କରିବା ଦ୍ୱାରା ଭୌତିକ ସୁଖର ପ୍ରାପ୍ତ ହୋଇଥାଏ ଏବଂ ଘରେ ସୁଖଶାନ୍ତି ଭରି ରହିବ। ଦୀପାବଳିରେ ଯଦି ବାସ୍ତୁ ଅନୁସାରେ ପୂଜାର୍ଚ୍ଚନା କରାଯାଏ ତାହେଲେ ନିୟମ ଗୁଡିକ ଧ୍ୟାନ ରଖିବା ଆବଶ୍ୟକ। ତାହେଲେ  ବିଶେଷ କୃପା ଲାଭ କରିବେ।

୧୪ ନଭେମ୍ବର ଦିନ ଦୀପର ପର୍ବ ଅର୍ଥାତ ଦୀପାବଳି ଅଟେ। ଯାହାକୁ ସୁଖ ସମୃଦ୍ଧିର ପର୍ବ ମାନା ଯାଇଥାଏ। ଏହିଦିନ ବିଧି ବିଧାନ ସହିତ ଭଗବାନ ଗଣେଶ ଏବଂ ମାଆ ଲକ୍ଷୀଙ୍କୁ ପୂଜାର୍ଚ୍ଚନା କରା ଯାଇଥାଏ। କାରଣ ମା ଲକ୍ଷ୍ମୀ ଐଶ୍ୱର୍ଯ୍ୟ ଓ ବୈଭବର ଦେବୀ ଅଟନ୍ତି। ତାଙ୍କର ପୂଜାର୍ଚ୍ଚନା ଦ୍ଵାରା ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ଘରେ ହସଖୁସିର ବାତାବରଣ ସୃଷ୍ଟି ହୋଇ ଥାଏ। ଦୀପାବଳିରେ ପୂଜନ ସମୟରେ ବାସ୍ତୁ ନିୟମର ଧ୍ୟାନ ରଖିବା ଆବଶ୍ୟକ। ଯାହାଦ୍ବାରା ବିଶେଷ କୃପା ମିଳିଥାଏ।

ଆଜ୍ଞା ହଁ ପୁରା ଶ୍ରଦ୍ଧା ଭାବ ସହିତ ଦୀପାବଳିରେ ପୂଜନ କରିବା ଦ୍ଵାରା ଏବଂ ଯଦି ବାସ୍ତୁ ନିୟମର ଧ୍ୟାନ ରଖାଯାଏ ତାହେଲେ ଶୁଭ ପରିଣାମ ମିଳିଥାଏ। ଜୀବନରେ ସୁଖର ଆଗମନ ହୋଇଥାଏ। ଚାଲନ୍ତୁ ଆମେ ଆପଣଙ୍କୁ କହିବୁ ବାସ୍ତୁ ଶାସ୍ତ୍ରରେ ଥିବା କିଛି ନିୟମ ବିଷୟରେ ।

Google

ଦୀପାବଳି ଦିନ କରନ୍ତୁ ବାସ୍ତୁ ଅନୁସାରେ ପୂଜା –

ଉତ୍ତର ଦିଗରେ ପୂଜା –

ମାନା ଯାଇଥାଏ କି ଉତ୍ତର ଦିଗ ଧନର ଦିଗ ହୋଇଥାଏ। ମାଆ ଲକ୍ଷୀଙ୍କ ପୂଜା ଦୀପାବଳି ଦିନ ହୋଇଥାଏ, ଯାହାଙ୍କୁ ଧନର ଦେବୀ ମାନା ଯାଇଛି। ଏଥିପାଇଁ ତାଙ୍କର ପୂଜା କରିବା ସମୟରେ ଉତ୍ତର ପୂର୍ବ ଦିଗରେ କରିବା ଆବଶ୍ୟକ। ଏହି ଅନୁସାରେ ପୂଜା କରୁଥିବା ଘରର ମୁଖ୍ୟ ଉତ୍ତର ପୂର୍ବ ଦିଗରେ ହେବା ଉଚିତ।

ପ୍ରତ୍ୟେକ ଥର ବଦଳାନ୍ତୁ  ମୂର୍ତ୍ତି –

ସବୁ ବର୍ଷ ଦୀପାବଳିରେ ପୂଜନ କରିବା ସମୟରେ ବ୍ୟବହାର କରୁଥିବା ଲକ୍ଷ୍ମୀ ଏବଂ ଗଣେଶ ମୂର୍ତ୍ତି ନୂଆ ହେବା ଉଚିତ। ପୁରୁଣା ମୂର୍ତ୍ତିକୁ ବ୍ୟବହାର କରିବା ଉଚିତ ନୁହେଁ। ଯଦି ଆପଣଙ୍କ ପାଖରେ ରୂପାର ମୂର୍ତ୍ତି ରହିଛି ତାହେଲେ ତାକୁ ପୂଜା କରିବା ପୂର୍ବରୁ ଗଙ୍ଗା ଜଳରେ ସଫା କରି ବ୍ୟବହାର କରି ପାରିବେ।

ଲାଲ ରଙ୍ଗର ବ୍ୟବହାର –

କୁହାଯାଏ କି ଦେବୀଙ୍କୁ ଲାଲ ରଙ୍ଗ ପ୍ରିୟ ଅଟେ। ଏଥିପାଇଁ ଦୀପାବଳିରେ ପୂଜା ସମୟରେ ଲାଲ ରଙ୍ଗର ବସ୍ତୁ ବ୍ୟବହାର କରିବା ଆବଶ୍ୟକ। ଯେଭଳି ଦେବୀଙ୍କ ବସ୍ତ୍ର ଲାଲ ରଙ୍ଗ ଅଟେ। ଲାଲ ରଙ୍ଗ ଫୁଲ, ଲାଲ ଶୃଙ୍ଗାର ଅର୍ପଣ କରନ୍ତୁ, ଏହାଦ୍ବାରା ଦେବୀଙ୍କୁ ପ୍ରସନ୍ନ କରାଇ ପାରିବେ।

ଲାଲ ରଙ୍ଗରେ ବନାନ୍ତୁ ସ୍ଵସ୍ତିକ ଚିହ୍ନ –

ପୂଜଘରେ ଦୁଇ ପାର୍ଶ୍ଵରେ ଲାଲ ଚୂର୍ଣରେ ସ୍ଵସ୍ତିକ ଚିହ୍ନ ବନେଇବା ଆବଶ୍ୟକ, ଏହା ଅତ୍ୟନ୍ତ ଶୁଭ ମାନା ଯାଇଥାଏ । କୁହାଯାଏ କି ସ୍ଵସ୍ତିକ ଭଗବାନ ଗଣେଶଙ୍କ ସ୍ୱରୂପ ହୋଇଥାଏ। ଯାହା ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିଥାଏ। ଏହା ଘରେ ରହିବା ଦ୍ଵାରା ଘରକୁ କୌଣସି ନକାରାତ୍ମକ ଶକ୍ତିର ପ୍ରବେଶ ହୋଇ ନଥାଏ।

Google

ପୂଜାରେ ବଜାନ୍ତୁ ଶଙ୍ଖ –

ଲକ୍ଷ୍ମୀଙ୍କ ପୂଜନ ସମୟରେ ଶଙ୍ଖର ଅଧିକ ମହତ୍ୱ ରହିଥାଏ । ଶଙ୍ଖ ର ଧ୍ଵନି କୁ ଅଧିକ ଶୁଭ ମାନା ଯାଇଥାଏ। ଏଥିପାଇଁ ଦୀପାବଳିରେ ପୂଜା ସମୟରେ ଶଙ୍କ ବଜାଇବା ଉଚିତ। ଯାହାଦ୍ବାରା ଦେବୀ ଦେବତାଙ୍କ ଆଶୀର୍ବାଦ ମିଳିଥାଏ ଏବଂ ମନ ଭିତରେ ସକାରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖି ଦିଅନ୍ତୁ । ମାତା ଲକ୍ଷ୍ମୀଙ୍କ କୃପା ହେଲେ ଆପଣଙ୍କ ସବୁ ଦୁଃଖ କଷ୍ଟ ଦୂର ହେବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *