Excuse Me Odisha

ଯାହା କହିବୁ ସତ କହିବୁ

କଣ ଆପଣ ମଧ୍ୟ ସିନ୍ଦୂର ଲଗାଇବା ସମୟରେ ଏହି ଭୁଲ କରୁଛନ୍ତି କି ? ତେବେ ହୋଇ ଯାଆନ୍ତୁ ସାବଧାନ, ନହେଲେ ହୋଇଯିବ ଅନର୍ଥ

ସେୟାର୍ କରନ୍ତୁ

ଭାରତୀୟ ସଂସ୍କୃତି ଅନୁସାରେ ବିବାହିତ ମହିଳା ମାନଙ୍କୁ ସିନ୍ଦୂର ଲଗାଇବାର ମହତ୍ୱ ରହିଥାଏ। କାରଣ ଏହା ସୁହାଗର ଚିହ୍ନ ହୋଇଥାଏ। ଏଭଳି କୁହାଯାଏ କି ମହିଳା ମାନେ ନିଜର ପତିଙ୍କ ଲମ୍ବା ଆୟୁଷ ଏବଂ ସୁଖ ସମୃଦ୍ଧି ପାଇଁ ସିନ୍ଦୂର ଲଗାଇ ଥାନ୍ତି। ଜଣା ଅଜଣାରେ ମହିଳା ମାନେ ସିନ୍ଦୂର ଲଗାଇବା ସମୟରେ କିଛି ଭୁଲ କରି ଯାଆନ୍ତି। ଯାହାର ଖରାପ ପ୍ରଭାବ ପତିଙ୍କ ଜୀବନ ଉପରେ ପଡିଥାଏ। ଶାସ୍ତ୍ର ଅନୁସାରେ ସିନ୍ଦୂର ଉଚିତ ଢଙ୍ଗରେ ଲଗାଇବା ଉଚିତ। ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବାକୁ ଯାଉଛୁ।

ଏଭଳି ଲଗାନ୍ତୁ ସିନ୍ଦୂର –

ଯେତେବେଳେ ଆପଣ ସିନ୍ଦୂର ଲଗାଉଛନ୍ତି, ମାତା ପାର୍ବତୀଙ୍କୁ ଧ୍ୟାନ କରନ୍ତୁ, କାରଣ ମାତା ପାର୍ବତୀ ଅଖଣ୍ଡ ସୌଭାଗ୍ୟବତୀ ହେବାର ବରଦାନ ଦେଇ ଥାନ୍ତି।

ମଥାରେ ସିନ୍ଦୂର ଲୁଚାଇବା –

ଆଜିକାଲି ମହିଳା ମାନେ ଫେସନ ପାଇଁ ସିନ୍ଦୂର ଟିକେ ଦେଖେଇବା ପାଇଁ ପିନ୍ଧୁଛନ୍ତି। ଆପଣଙ୍କର ଏହି କର୍ମ ପତିଙ୍କୁ ସମସ୍ୟାରେ ପକାଇ ପାରେ। ଶାସ୍ତ୍ର ଅନୁସାରେ ସିନ୍ଦୂର ମଥାରେ ଦେଖା ଯିବା ଉଚିତ। ସିନ୍ଦୂର ଲୁଚାଇବା ଦ୍ଵାରା ପତିଙ୍କୁ ମାନସମ୍ମାନ ମିଳି ନଥାଏ।

ଲମ୍ବା ସିନ୍ଦୂର ଲଗାନ୍ତୁ –

ଶାସ୍ତ୍ର ଅନୁସାରେ ଯେଉଁ ମହିଳା ମଥାରେ ଲମ୍ବା ସିନ୍ଦୂର ଲଗାଇ ଥାନ୍ତି, ତାଙ୍କ ପତିଙ୍କୁ ଅଧିକ ମାନସମ୍ମାନ ମିଳିଥାଏ। ଖାଲି ଏହା ନୁହେଁ ତାଙ୍କ ପତିଙ୍କୁ ସବୁ କ୍ଷେତ୍ରରେ ଇଜ୍ଜତ ଏବଂ ସଫଳତା ମିଳିଥାଏ। ଏଥିପାଇଁ ମହିଳାଙ୍କୁ ମଥାରେ ଛୋଟ ଛୋଟ ଲାଇନରେ ସିନ୍ଦୂର ଲଗାଇବା ଉଚିତ ନୁହେଁ।

ନାକ ସିଧାରେ ସିନ୍ଦୂର ଲଗାଇବା ଉଚିତ –

ବିବାହିତ ମହିଳାଙ୍କୁ ସର୍ବଦା ନାକ ସିଧାରେ ସିନ୍ଦୂର ଲଗାଇବା ଉଚିତ। ତେଢ଼ା ସିନ୍ଦୂର ଲଗାଇବା ଦ୍ଵାରା ପତିଙ୍କ ଭାଗ୍ୟ ଉପରେ ଖରାପ ପ୍ରଭାବ ପଡି ଥାଏ। ଏହାସହିତ ପତି ସର୍ବଦା ସମସ୍ୟାରେ ଘେରି ରହି ପାରନ୍ତି। ଯଦି ଆପଣ ନିଜ ପତିଙ୍କ ଭଲ ଚାହୁଁଛନ୍ତି ତାହେଲେ ନାକ ସିଧାରେ ସିନ୍ଦୂର ଲଗାନ୍ତୁ।

Google

କେବେ କେବେ ସିନ୍ଦୂର ଲଗାଇବା ଭୁଲ ଅଟେ –

କାମ କରୁଥିବା ମହିଳା ମାନେ କେବେ କେବେ ସିନ୍ଦୂର ଲଗାଇ ପାରି ନଥାନ୍ତି । କିନ୍ତୁ ପର୍ବପର୍ବାଣୀରେ ନିଶ୍ଚିତ ରୂପରେ ସିନ୍ଦୂର ଲଗାନ୍ତୁ। ପ୍ରୟାସ କରନ୍ତୁ କି ସର୍ବଦା ସିନ୍ଦୂର ଲଗାଇବା ପାଇଁ , କାରଣ ଏହାଦ୍ବାରା ପତିପତ୍ନୀଙ୍କ ମଧ୍ୟରେ ପ୍ରେମ ବଢିବ।

ସ୍ନାନ ନକରି ସିନ୍ଦୂର ଲଗାଇବା ଉଚିତ ନୁହେଁ –

ମହିଳା ମାନଙ୍କୁ ଏହି କଥାର ଧ୍ୟାନ ରଖିବା ଆବଶ୍ୟକ ଯେ ସ୍ନାନ ନକରି ସିନ୍ଦୂର ଲଗାଇବା ଉଚିତ ନୁହେଁ । ଏହାସହିତ ଅନ୍ୟ ମହିଳା ଙ୍କ ସିନ୍ଦୂର ଲଗାଇବା ଉଚିତ ନୁହେଁ ଏବଂ ନିଜ ସିନ୍ଦୂର କାହାକୁ ଦେବା ଉଚିତ। ଏହାଦ୍ବାରା ପତିଙ୍କ ପ୍ରେମ ବାଣ୍ଟି ହୋଇଯାଏ।

ପଡି ଯାଇଥିବା ସିନ୍ଦୂର ଲଗାଇବା –

ଅନେକ ସମୟରେ ସିନ୍ଦୂର ଲଗାଇବା ସମୟରେ ସିନ୍ଦୂର ତଳେ ପଡି ଯାଇଥାଏ। ମହିଳା ମାନେ ଏହି ସିନ୍ଦୂରକୁ ଡବା ରେ ଭରି ଦିଅନ୍ତି ଏବଂ ପୁଣି ଲଗାଇ ଥାନ୍ତି। ଏଭଳି କରିବା ପତିଙ୍କ ପାଇଁ ଖରାପ ଅଟେ। ଥରେ ସିନ୍ଦୂର ତଳେ ପଡ଼ିଯିବା ପରେ ଅପବିତ୍ର ହୋଇଯାଏ। ଏହାକୁ ଦ୍ଵିତୀୟଥର ବ୍ୟବହାର କରିବା ଉଚିତ ନୁହେଁ।

ପତିଙ୍କ ହାତରୁ ସିନ୍ଦୂର ଲଗାଇବା –

Google

ସପ୍ତାହରେ କହିବାକୁ ଗଲେ ଥରେ ମଧ୍ୟ ପତିଙ୍କ ହାତରୁ ସିନ୍ଦୁର ପିନ୍ଧିବା ଉଚିତ। ଆପଣ ଏହି ସିନ୍ଦୂର ପତିଙ୍କ ପାଇଁ ଲଗାଉଛନ୍ତି। କହିବାକୁ ଗଲେ ପତି କେବଳ ବିବାହ ଦିନ ପତ୍ନୀଙ୍କୁ ମଥାରେ ସିନ୍ଦୂର ପିନ୍ଧାଇ ଥାନ୍ତି। ଏହାପରେ ମହିଳା ମାନେ ନିଜ ହାତରେ ସିନ୍ଦୂର ପିନ୍ଧି ଥାନ୍ତି। କିନ୍ତୁ ପତିଙ୍କ ହାତରୁ ଲଗାଇବାର ମହତ୍ୱ ଅଲଗା ହୋଇଥାଏ।

ମହିଳା ମାନଙ୍କୁ ଏହି କଥାର ଧ୍ୟାନ ରଖିବା ଆବଶ୍ୟକ ଯେ ଯେଉଁ ସିନ୍ଦୂର ବିବାହ ସମୟରେ ମିଳିଛି ସେହି ସିନ୍ଦୂରକୁ କିଛି ଦିନ ପର୍ଯ୍ୟନ୍ତ ବ୍ୟବହାର କରିବେ ଏବଂ ସେହି ସିନ୍ଦୂର କୁ ସମ୍ଭାଳି ରଖନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *