Excuse Me Odisha

ଯାହା କହିବୁ ସତ କହିବୁ

ଜାଣନ୍ତୁ ଦୀପାବଳିର ପୂଜା ସାମାଗ୍ରୀ , ପୂଜା ମନ୍ତ୍ର ଏବଂ ପୂଜା ବିଧି

ସେୟାର୍ କରନ୍ତୁ

ଦୀପାବଳି ଦିନ ବିଶେଷ ଭାବରେ ମାତା ଲକ୍ଷ୍ମୀ ଏବଂ ଗୌରୀ ପୁତ୍ର ଗଣେଶଙ୍କର ପୂଜା କରାଯାଇଥାଏ। ମାତା ମହାଲକ୍ଷ୍ମୀଙ୍କର ପୂଜା ଦ୍ୱାରା ଯଶ , ବୈଭବ ଏବଂ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ। ଏଥିସହିତ ଗଣେଶଙ୍କୁ ରିଦ୍ଧି-ସିଦ୍ଧି ଏବଂ ବଳ-ବୁଦ୍ଧିର ଦାତା ଭାବରେ ବିବେଚନା କରାଯାଏ। ତେବେ ଆସନ୍ତୁ ଜାଣିବା ଦୀପାବଳି ଦିନ ମାତା ଲକ୍ଷ୍ମୀଙ୍କର ପୂଜା ବିଧି କଣ ଅଟେ। ଏବଂ ଦୀପାବଳିର ପୂଜା ସାମଗ୍ରୀ କଣ ଅଟେ।

ଦୀପାବଳିର ପୂଜା ସାମଗ୍ରୀ:-

ପ୍ରତ୍ୟେକ ବ୍ୟକ୍ତି ନିଜ ସାମର୍ଥ୍ୟ ଅନୁଯାୟୀ ଦୀପାବଳିର ପୂଜା କରନ୍ତି। ଦୀପାବଳିରେ ଲକ୍ଷ୍ମୀଙ୍କ ପୂଜା ପାଇଁ ଆବଶ୍ୟକୀୟ ସାମଗ୍ରୀ ଗୋଟା ସୁପାରୀ , ହଳଦୀ , କୁମକୁମ , ଚାଉଳ , ସିନ୍ଦୁର , ଆଭୂଷଣ , ପଇସା , ଫୁଲ ଫଳ , ଦୁବ , କପୁର , ଘିଅ , ତେଲ , ଶୁଦ୍ଧ ଜଳ(ଗଙ୍ଗା ଜଳ) , ଶଙ୍ଖ , ଲବଙ୍ଗ , ଅଳେଇଚ , ନଡ଼ିଆ , ଗହମ , ପାନ , ଫିଣେଇ , ମିଠା , ପଞ୍ଚାମୃତ , କମଳଗଟାର ମାଳା , ସୂତା , ମାଟି ଦୀପ , ଧୂପକାଠି , ଅତର , ଚୌକି , ପଦ୍ମ ଫୁଲ , ଗୋଲାପ ଫୁଲ , ବସ୍ତ୍ର ଆଦି ଆପଣ ପୂଜାରେ ବ୍ୟବହାର କରିପାରିବେ।

ପୂଜା ପାଇଁ ପ୍ରସ୍ତୁତି:-

ସର୍ବପ୍ରଥମେ ଚୌକି ଉପରେ ବସ୍ତ୍ର ବିଛାନ୍ତୁ। ତାପରେ ଚୌକି ଉପରେ ମାତା ଲକ୍ଷ୍ମୀ ଏବଂ ଗଣେଶଙ୍କ ମୂର୍ତ୍ତି ସ୍ଥାପନ କରନ୍ତୁ। କିନ୍ତୁ ଗୋଟିଏ କଥା ମନେରଖନ୍ତୁ ଯେ ସେମାନଙ୍କ ମୁଖ ପୂର୍ବ କିମ୍ବା ପଶ୍ଚିମ ଦିଗ ଆଡକୁ ରହିବ। ମାତା ଲକ୍ଷ୍ମୀଙ୍କ ଆଗରେ ଚାଉଳ ରଖନ୍ତୁ। ଏବଂ ଚାଉଳ ଉପରେ କଳସ ରଖନ୍ତୁ। କଳସ ଉପରେ ନଡ଼ିଆ ରଖନ୍ତୁ। ଏବଂ ପୂଜାକର୍ତ୍ତା ମୂର୍ତ୍ତି ଗୁଡିକର ଆଗରେ ବସନ୍ତୁ। ଦୁଇଟି ବଡ଼ ଦୀପ , ଗୋଟିଏ ଘିଅରେ ଏବଂ ଆଉ ଗୋଟିଏ ତେଲରେ ଜଳାନ୍ତୁ। କଳସ ପାଖରୁ ଚାଉଳ ଦ୍ୱାରା ନବଗ୍ରହର ପ୍ରତୀକ ନଅ ସ୍ତୁପ ତିଆରି କରନ୍ତୁ। ଗଣେଶ ଭଗବାନଙ୍କ ଆଗରେ ଚାଉଳ ଦ୍ୱାରା ୧୬ ସ୍ତୁପ ତିଆରି କରନ୍ତୁ।ଏହା ୧୬ ମାତ୍ରିକାର ପ୍ରତୀକ ଅଟେ। ନବଗ୍ରହରୁ ୧୬ ମାତ୍ରିକା ମଧ୍ୟରେ ସ୍ବାସ୍ତିକାର ଚିତ୍ର ତିଆରି କରନ୍ତୁ। ସ୍ବାସ୍ତିକା ମଧ୍ୟରେ ସୁପାରୀ ରଖନ୍ତୁ। ଏବଂ ଚାରି କୋଣରେ ଚାଉଳ ରଖନ୍ତୁ। ମାତା ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କ ସାମ୍ନାରେ ୧୧ , ୨୧ , ୫୧ , ୧୦୧ ଦୀପ ଜଳାନ୍ତୁ। ଏବଂ ସମସ୍ତ ପୂଜା ସାମଗ୍ରୀକୁ ରଖନ୍ତୁ।ଦୀପାବଳି ପୂଜାରେ ଘରର ସବୁଠାରୁ ବଡ଼ ସଦସ୍ୟ ନିଶ୍ଚିତ ଭାବରେ ବସନ୍ତୁ। ପରିବାରର ଅନ୍ୟ ସଦସ୍ୟ ମାନେ ତାଙ୍କ ଡାହାଣ ଓ ବାମ ପାର୍ଶ୍ଵରେ ବସନ୍ତୁ। ଏବଂ ଅନ୍ୟ ବ୍ୟକ୍ତିମାନେ ପରିବାର ସଦସ୍ୟଙ୍କ ପଛ ପଟେ ବସନ୍ତୁ। ସୂତା ଭଗବାନ ଗଣେଶଙ୍କୁ ଅର୍ପଣ କରନ୍ତୁ। ଏବଂ ଏହାପରେ ପରିବାରର ସମସ୍ତ ସଦସ୍ୟଙ୍କ ହାତରେ ସୂତା ବାନ୍ଧିବା ଆବଶ୍ୟକ। ଏବଂ ଭଗବାନ ଗଣେଶ ଓ ମାତା ଲକ୍ଷ୍ମୀଙ୍କୁ ଟିକା କରିବା ପରେ ପରିବାରର ସମସ୍ତ ଲୋକଙ୍କୁ ଟିକା କରିବା ଉଚିତ।

Google

ମାତା ଲକ୍ଷ୍ମୀଙ୍କର ପୂଜା ବିଧି:-

ସର୍ବପ୍ରଥମେ ହାତରେ ଜଳ ନେଇ ମନ୍ତ୍ର ଜପ କରନ୍ତୁ।

ମନ୍ତ୍ର:-

ଓଁ ଅପବିତ୍ର ପବିତ୍ରଙ୍ଗ ବା ସର୍ବାବସ୍ଥା ଗତୋପି ବା ।

ଓଁ ସ୍ମରେତ ପୁଣ୍ଡରୀକାକ୍ଷମ ଶଃ ବାହାଭଙ୍ଗତର ଶୁଚି ।।

ଆପଣ ଏହି ମନ୍ତ୍ର ଜପ କରି ପ୍ରଥମ ଜଳକୁ ନିଜ ଉପରେ ଛିଞ୍ଚି ନିଜକୁ ଶୁଦ୍ଧ କରନ୍ତୁ। ଏବଂ ଏହାପରେ ମାତା ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କ ଉପରେ ଶୁଦ୍ଧ ଜଳ ଛିଞ୍ଚନ୍ତୁ। ଏହାପରେ ପୂଜା ସାମଗ୍ରୀ ଏବଂ ଆସନ ଗୁଡିକୁ ଜଳ ଛିଞ୍ଚି ଶୁଦ୍ଧ କରନ୍ତୁ। ଏହାପରେ ଭୂମି ମାତାଙ୍କୁ ପ୍ରଣାମ କରି ମନ୍ତ୍ର ଉଚ୍ଚାରଣ କରନ୍ତୁ।

ମନ୍ତ୍ର:-

ପୃଥ୍ବୀତି ମନ୍ତ୍ରସ୍ୟ ମେରୁପୃଷ୍ଠ ଗ ଋଷି ସତୁଳ ଛନ୍ଦହ କୁର୍ମାଦେବତା ଆସନେ ବିନିଯୋଗ ।।

ଓଁ ପୃଥ୍ଵୀ ତ୍ୱୟା ଧୃତା ଲୋକା ଦେବି ତ୍ଵଂ ବିଷ୍ଣୁନା ଧୃତା ।।

ତ୍ଵଂ ଚ ଧାରୟ ମାଂ ଦେବି ପବିତ୍ରମ କୁରୁ ଚାସନମ ।।

ପୃଥ୍ବୀବ୍ୟ ନମଃ ଆଧାରଶକ୍ତେୟ ନମଃ ଏବଂ ଏହାପରେ ହାତରେ ଜଳ ନେଇ ପିଅନ୍ତୁ।

ଓଁ କେଶବାୟ ନମଃ

ଓଁ ନାରାୟଣାୟ ନମଃ

ଓଁ ବାସୁଦେବାୟ ନମଃ

ତାପରେ ହାତ ଧୋଇ ମନ୍ତ୍ର ଉଚ୍ଚାରଣ କରନ୍ତୁ।

Google

ମନ୍ତ୍ର:-

ଓଁ ଋଷି କେଶବାୟ ନମଃ ।

ଏବଂ ତାପରେ ହାତରେ ଅକ୍ଷତ , ଫୁଲ , ଜଳ ଏବଂ ଶ୍ରଦ୍ଧା ଅନୁଯାୟୀ କିଛି ଟଙ୍କା ନେଇ ସଂକଳ୍ପ କରନ୍ତୁ।

ସର୍ବପ୍ରଥମେ ଭଗବାନ ଶ୍ରୀ ଗଣେଶ ଏବଂ ମାତା ମହାଲକ୍ଷ୍ମୀଙ୍କୁ ପୂଜା କରନ୍ତୁ। ଏବଂ ମହାଲକ୍ଷ୍ମୀଙ୍କୁ କ୍ଷୟାୟଚନା କରନ୍ତୁ। ଏବଂ କୁହନ୍ତୁ ହେ! ଲକ୍ଷ୍ମୀ ମା ଆପଣଙ୍କ ପୂଜା ଅର୍ଚ୍ଚନା ସମୟରେ ଆମ ଦ୍ୱାରା ଜାଣତରେ କିମ୍ବା ଅଜାଣତରେ ଯାହା ଭୁଲ ହୋଇଛି। ଆମକୁ ଆପଣଙ୍କର ପିଲା ଭାବି ସମସ୍ତ ଭୁଲକୁ କ୍ଷମା କରିଦେବେ। ଏବଂ ମାତା ଲକ୍ଷ୍ମୀଙ୍କୁ ଆଶୀର୍ବାଦ ଆକାରରେ ମାଗନ୍ତୁ ଯେ ଆମ ଘରେ ସଦା ସର୍ବଦା ସୁଖ ସମୃଦ୍ଧତା ରହୁ। ସମସ୍ତେ ସୁସ୍ଥ ରୁହନ୍ତୁ , ନିରୋଗ ରୁହନ୍ତୁ , ଏଭଳି ଭାବରେ ମାତାଙ୍କ ଠାରୁ କାମନା କରିବା ଉଚିତ। ଏବଂ ଏହାପରେ ମାତା ଲକ୍ଷ୍ମୀ ଏବଂ ଗୌରୀ ପୁତ୍ର ଗଣେଶଙ୍କର ଆରତୀ କରନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖି ଦିଅନ୍ତୁ । ମାତା ଲକ୍ଷ୍ମୀଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ, କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *