Excuse Me Odisha

ଯାହା କହିବୁ ସତ କହିବୁ

ଯଦି ଆପଣଙ୍କ ପାଖରେ ମଧ୍ୟ ଟଙ୍କା ରହୁନାହିଁ , ତେବେ ଆପଣାନ୍ତୁ ଚାଣକ୍ୟଙ୍କ ଦ୍ଵାରା କୁହାଯାଇଥିବା ଉପାୟ

ସେୟାର୍ କରନ୍ତୁ

ନୀତିଶାସ୍ତ୍ରର ସବୁଠାରୁ ବଡ଼ ବିଦ୍ୱାନ ଆଚାର୍ଯ୍ୟ ଚାଣକ୍ୟ ଧନ , ଶତ୍ରୁ , ମିତ୍ର , ସ୍ୱାସ୍ଥ୍ୟ , ଉନ୍ନତି , ଚାକିରୀ ଏବଂ ବ୍ୟବସାୟ ସମ୍ବନ୍ଧୀୟ ପ୍ରତ୍ୟେକ ପ୍ରକାରର ସମସ୍ୟାର ସମାଧାନ ବିଷୟରେ କହିଛନ୍ତି। ଚାଣକ୍ୟ ନୀତିଶାସ୍ତ୍ର ଏଭଳି ଏକ ଗ୍ରନ୍ଥ ଅଟେ , ଯାହା ଉପରେ ଅଧିକାଂଶ ଭାରତୀୟ ବିଶ୍ଵାସ କରନ୍ତି। ଚାଣକ୍ୟ ନୀତିଶାସ୍ତ୍ର ଲୋକମାନଙ୍କୁ ବହୁତ କିଛି ଶିଖାଇବା ସହିତ ଅନୁଶାସିତ ମଧ୍ୟ କରିଥାଏ। ତେବେ ଏହି ଭାଗଦୌଡ଼ ପୂର୍ଣ୍ଣ ଜୀବନରେ ଲୋକମାନେ ନୀତି ଉପରେ ବିଶ୍ୱାସ କରିପାରନ୍ତି ନାହିଁ। ଯଦି ଆପଣ ମଧ୍ୟ ଭାଗଦୌଡ଼ ପୂର୍ଣ୍ଣ ଜୀବନରେ ବ୍ୟସ୍ତ ଅଛନ୍ତି , ତେବେ ଆପଣଙ୍କୁ ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା ଦିଆଯାଇଥିବା ଏହି ଶ୍ଳୋକ ନିଶ୍ଚିତ ଭାବରେ ପଢିବା ଉଚିତ।

ଏହି ଶ୍ଳୋକ ମାଧ୍ୟମରେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ବ୍ୟକ୍ତିଙ୍କୁ କେଉଁପରି ଭାବରେ ଜୀବନ ବଞ୍ଚିବା ଉଚିତ। ଚାଣକ୍ୟ କହିଛନ୍ତି ଯେ ବ୍ୟକ୍ତିଙ୍କୁ ପଇସାର କାରବାର ବାଦଲ ଭଳି କରିବା ଉଚିତ। ଏଭଳି କରିବା ଦ୍ୱାରା କେବେ ମଧ୍ୟ ଟଙ୍କାର ଅଭାବ ରହିବ ନାହିଁ।

ଚାଣକ୍ୟ ନୀତିର ଶ୍ଳୋକ:-

ବିତ୍ର ଦେହି ଗୁଣବିନ୍ତେସୁ ମତିମନ୍ନାନ୍ୟତ୍ର ଦେହି କ୍ଵଚିତ ପ୍ରାପ୍ତମ ବରିନିଧେଜଳମ ଧନମୁଖେ ମାଧୁର୍ଯ୍ୟଯୁକ୍ତ ସଦା ।
ଜୀବାନ୍ୟସ୍ଥାବରମାଶ୍ଚ ସକଳାନ୍ୟସମଜିବ୍ୟ ଭୂମଣ୍ଡଳମ ଭୁୟ ପଶ୍ୟ ତଦେବ କୋଟିଗୁଣିତମ ଗଛନ୍ତମଭ୍ୟନିଧିମ ।।

Google

ଚାଣକ୍ୟ ଅନୁସାରେ ବୁଦ୍ଧିମାନ ବ୍ୟକ୍ତି ସିଏ , ଯିଏ ଗୁଣବାନ ଏବଂ ଯୋଗ୍ୟ ବ୍ୟକ୍ତିଙ୍କୁ ଟଙ୍କା ଦିଅନ୍ତି। ଚାଣକ୍ୟ କହିଛନ୍ତି ଯେଉଁ ବ୍ୟକ୍ତିଙ୍କ ମଧ୍ୟରେ ଅବଗୁଣ ରହିଥିବ , ତାକୁ କେବେ ମଧ୍ୟ ଟଙ୍କା ଦେବା ଉଚିତ ନୁହେଁ। ଏଭଳି କରିବା ଦ୍ୱାରା ଟଙ୍କା ନଷ୍ଟ ହୋଇଥାଏ। ଏଥସହିତ ଚାଣକ୍ୟ ଏହି କଥାକୁ ମଧ୍ୟ ବର୍ଣ୍ଣନା କରିଛନ୍ତି ଯେ ଅଯୋଗ୍ୟ ବ୍ୟକ୍ତିଙ୍କୁ କେବେ ମଧ୍ୟ ଟଙ୍କା ଦେବା ଉଚିତ ନୁହେଁ କାରଣ ଏହାଦ୍ୱାରା ଧନହାନି ହେବାର ଆଶଙ୍କା ରହିଥାଏ।

ଆଚାର୍ଯ୍ୟ ଚାଣକ୍ୟ ଏହିକଥାକୁ ଏକ ଉଦାହରଣ ମାଧ୍ୟମରେ ବୁଝାଇଛନ୍ତି। ସେ କହିଛନ୍ତି ଯେ ବାଦଲ ସମୁଦ୍ରରୁ ଜଳ ନେଇ ବର୍ଷା କରାଇଥାଏ , ଏହାଦ୍ୱାରା ଜନସମାଜର ଲାଭ ହୋଇଥାଏ। ଏଭଳି ଭାବରେ ଧନ ମଧ୍ୟ ସଦା ସର୍ବଦା ଯୋଗ୍ୟ ଏବଂ ବୁଦ୍ଧିମାନ ବ୍ୟକ୍ତିଙ୍କୁ ଦେବା ଉଚିତ। ଯାହାଦ୍ୱାରା ଯୋଗ୍ୟ ବ୍ୟକ୍ତି ଟଙ୍କାର ସଦୁପଯୋଗ କରି ଅନ୍ୟର ମଙ୍ଗଳ କରିବେ। ଚାଣକ୍ୟଙ୍କ ଅନୁଯାୟୀ ଯୋଗ୍ୟ ଏବଂ ବୁଦ୍ଧିମାନ ବ୍ୟକ୍ତି କେବେ ମଧ୍ୟ ଟଙ୍କାର ଅପବ୍ୟବହାର କରନ୍ତି ନାହିଁ। ଏବଂ ସର୍ବଦା ବୁଝି କରି ଟଙ୍କା ଖର୍ଚ୍ଚ କରନ୍ତି।

Google

ଟଙ୍କା ରହୁନଥିଲେ ଏହି ଉପାୟ ଗ୍ରହଣ କରନ୍ତୁ:-

୧) ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ କେବେ ମଧ୍ୟ ଟଙ୍କାକୁ ବେହିସାବରେ ଖର୍ଚ୍ଚ କରିବା ଉଚିତ ନୁହେଁ। ବରଂ ବୁଝିସୁଝି ଏବଂ ସଠିକ ସ୍ଥାନରେ ଟଙ୍କା ଖର୍ଚ୍ଚ କରିବା ଦ୍ୱାରା କେବେ ମଧ୍ୟ ଟଙ୍କାର ଅଭାବ ହୁଏ ନାହିଁ।

୨) ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଟଙ୍କା ରୋଜଗାର କରିବା ପାଇଁ ପରିଶ୍ରମ କରିବାକୁ ପଡିଥାଏ। ଏବଂ ପରିଶ୍ରମ କରିବା ପାଇଁ କେବେ ମଧ୍ୟ ପଛଘୁଞ୍ଚା ଦେବା ଉଚିତ ନୁହେଁ। ଯେଉଁମାନେ ପରିଶ୍ରମ କରିବାକୁ ପଛଘୁଞ୍ଚା ଦିଅନ୍ତି , ସେମାନଙ୍କର ଜୀବନସାରା ଧନସମ୍ପତିର ଅଭାବ ରହିଥାଏ।

୩) ନୀତିଶାସ୍ତ୍ରର ମହାନ ବିଦ୍ୱାନ ଚାଣକ୍ୟ କହିଛନ୍ତି ଯେ ଲକ୍ଷ୍ମୀ ଚଞ୍ଚଳ ହୋଇଥାନ୍ତି। ଏଭଳି ପରିସ୍ଥିତିରେ ଯେଉଁ ବ୍ୟକ୍ତି ଭୁଲ ଉଦ୍ଦେଶ୍ୟ ଏବଂ ଆନନ୍ଦ ପାଇଁ ଟଙ୍କା ଖର୍ଚ୍ଚ କରନ୍ତି , ସେମାନେ ଗୋଟିଏ ସମୟ ପରେ ବର୍ବାଦ ହୋଇଯାଆନ୍ତି।

୪) କେବେ ମଧ୍ୟ ଅଧର୍ମ କିମ୍ବା ଚୋରି ମାର୍ଗ ଦ୍ୱାରା ଟଙ୍କା ରୋଜଗାର କରିବା ଉଚିତ ନୁହେଁ। ଏଭଳି କରୁଥିବା ବ୍ୟକ୍ତିଙ୍କ ଜୀବନରେ କେବେ ମଧ୍ୟ ସୁଖ ଶାନ୍ତି ରହେନାହିଁ।

୫) ଚାଣକ୍ୟଙ୍କ ଅନୁଯାୟୀ ଧନ ସମ୍ବନ୍ଧୀୟ ସୂଚନା କାହାକୁ ମଧ୍ୟ ଦେବା ଉଚିତ ନୁହେଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନ ଶୁଭ ହେଉ । ଜୟ ଜଗନ୍ନାଥ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *