Excuse Me Odisha

ଯାହା କହିବୁ ସତ କହିବୁ

ବୃଦ୍ଧି ଏବଂ ଅମୃତ ନାମକ ବନିଲା ଶୁଭ ଯୋଗ, ଏହି ୬ଟି ରାଶିର ଲୋକଙ୍କ ଉପରେ ରହିବ ଅଧିକ ପ୍ରଭାବ ,ଭାଗ୍ୟ ସପକ୍ଷରେ ରହିବ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟହ ଗ୍ରହ ନକ୍ଷତ୍ରଙ୍କ ସ୍ଥିତି ପରିବର୍ତ୍ତନ ହେଉଥାଏ ଏବଂ ଆକାଶମଣ୍ଡଳରେ ଅନେକ ଯୋଗର ନିର୍ମାଣ କରିଥାଏ। ଯାହାର ଶୁଭ ଓ ଅଶୁଭ ପ୍ରଭାବ ୧୨ଟି ରାଶିର ଲୋକଙ୍କ ଉପରେ ପଡିଥାଏ। ଯଦି କୌଣସି ବ୍ୟକ୍ତିଙ୍କ କୁଣ୍ଡଳୀରେ ଗ୍ରହ ନକ୍ଷତ୍ରର ସ୍ଥିତି ଶୁଭ ରହିଥାଏ ତାହେଲେ ଶୁଭ ପରିଣାମ ପ୍ରାପ୍ତ ହୋଇଥାଏ, କିନ୍ତୁ ଏମାନଙ୍କ ସ୍ଥିତି ଠିକ୍ ନରହିଲେ ଅଶୁଭ ପରିଣାମ ମିଳିଥାଏ ଓ ବିପରୀତ ପରିସ୍ଥିତି ସହିତ ସାମ୍ନା କରିବାକୁ ପଡ଼ିଥାଏ। ଜ୍ୟୋତିଷ ଗଣନା ଅନୁସାରେ ଚନ୍ଦ୍ର ସାରାଦିନ ଶତଭିଶା ନକ୍ଷତ୍ର ଏବଂ କୁମ୍ଭ ରାଶିରେ ବିରାଜମାନ ହେବେ। ଯାହାର କାରଣରୁ ବୃଦ୍ଧି ଏବଂ ଅମୃତ ନାମକ ଶୁଭ ଯୋଗର ନିର୍ମାଣ ହେଉଛି। ଏହି ଶୁଭ ଯୋଗ ସବୁ ରାଶିର ଲୋକଙ୍କୁ ପ୍ରଭାବିତ କରିବ। କେଉଁ ରାଶି ଉପରେ ଶୁଭ ପ୍ରଭାବ ପଡ଼ିବ ଏବଂ କେଉଁ ରାଶିର ଲୋକଙ୍କୁ ନକାରାତ୍ମକ ପରିଣାମ ପ୍ରାପ୍ତ ହେବ ? ଆସନ୍ତୁ ଜାଣିବା ?

ବୃଷ ରାଶି:-

ବୃଷ ରାଶିରେ ଲୋକଙ୍କ ଉପରେ ଏହି ଶୁଭ ଯୋଗର ପ୍ରଭାବ ଅଧିକ ଉତ୍ତମ ରହିବ। ଜୀବନ ସୁଖମୟ ରହିବ। ରୋଜଗାର ନଥିବା ଲୋକଙ୍କୁ ଚାକିରୀ ର ଅବସର ପ୍ରାପ୍ତ ହେବ। ପିତାମାତାଙ୍କ ଠାରୁ ଆଶୀର୍ବାଦ ଏବଂ ସହଯୋଗ ପ୍ରାପ୍ତ ହେବ। ଆପଣ ସବୁ କାର୍ଯ୍ୟରେ ସଫଳତା ହାସଲ କରିବେ। ବ୍ୟବସାୟ ମାମଲାରେ ବିଦେଶ ଯାତ୍ରା କରିବାକୁ ପଡିପାରେ, ଆପଣଙ୍କୁ ଲାଭ ପ୍ରାପ୍ତ ହେବ। ଜୀବନସାଥୀଙ୍କ ସହିତ ଉତ୍ତମ ତାଳମେଳ ରଖିବେ। ପରିବାର ଲୋକଙ୍କ ସହିତ ଉତ୍ତମ ତାଳମେଳ ରଖିବେ।

ମିଥୁନ ରାଶି:-

ମିଥୁନ ରାଶିର ଲୋକେ ନିଜେ ବିଚାର କରିଥିବା କାର୍ଯ୍ୟ ସମ୍ପନ୍ନ କରିବେ। ଜୀବନସାଥୀଙ୍କ ସହଯୋଗ ଦ୍ଵାରା ଆପଣଙ୍କୁ ବଡ଼ କାର୍ଯ୍ୟରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ସୁଦୃଢ ରହିବ। ଏହି ଶୁଭ ଯୋଗ ଦ୍ୱାରା ଆପଣ କରିଥିବା ନିବେଶ ଲାଭଦାୟକ ସାବ୍ୟସ୍ତ ହେବ। ଆପଣ ନୂଆ ବ୍ୟବସାୟ ଆରମ୍ଭ କରି ପାରନ୍ତି। ବନ୍ଧୁଙ୍କ ସହିତ ହେଉଥିବା ମତଭେଦ ର ସମାପ୍ତ ହେବ। ମାନସିକ ଚିନ୍ତା ଦୂର ହେବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଆପଣଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ।

କର୍କଟ ରାଶି:-

କର୍କଟ ରାଶିର ଲୋକଙ୍କୁ ଏହି ଶୁଭ ଯୋଗ ଦ୍ୱାରା ଅଧିକ ଲାଭ ମିଳିବାର ସମ୍ଭବ ରହିଛି। ଅବିବାହିତ ଥିବା ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ। ପ୍ରେମ ଜୀବନ ସୁଖମୟ ରହିବ। ପ୍ରେମୀଙ୍କ ସହିତ ଡ୍ରାଇଭରେ ଯାଇ ପାରନ୍ତି। ପ୍ରଭାବଶାଳୀ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ । ଆର୍ଥିକ ସ୍ତରରେ ଉନ୍ନତି ଲାଭ କରିବେ। କାର୍ଯ୍ୟଭାରରୁ ଆପଣଙ୍କୁ ମୁକ୍ତି ମିଳିବ। ପିଲାମାନଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ।

Google

ତୁଳା ରାଶି:-

ତୁଳା ରାଶିର ଲୋକଙ୍କ ପାଇଁ ସମୟ ଫାଇଦା ଆଣିଦେବ। ଏହି ଦୁଇଟି ଶୁଭ ଯୋଗ ଦ୍ୱାରା ଆପଣଙ୍କୁ ବ୍ୟବସାୟରେ ଲାଭ ମିଳିବ। ଜୀବନସାଥୀଙ୍କ ସହିତ ବିଦେଶ ଯାତ୍ରା କରି ପାରନ୍ତି। ଉଧାର ଦେଇଥିବା ଟଙ୍କା ଫେରସ୍ତ ମିଳିପାରେ। କୋର୍ଟ କଚେରୀ ମାମଲାରେ ଆପଣଙ୍କୁ ସଫଳତା ମିଳିବ। ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। କ୍ୟାରିୟର ରେ ଆଗକୁ ବଢିବା ପାଇଁ ମାର୍ଗ ପ୍ରାପ୍ତ ହେବ।

ବିଛା ରାଶି:-

ବିଛା ରାଶିର ଲୋକଙ୍କ ଉପରେ ଏହି ଶୁଭ ଯୋଗ ଉତ୍ତମ ପ୍ରଭାବ ପକାଇବ। ଆର୍ଥିକ ସ୍ଥିତି ସୁଦୃଢ ରହିବ। ଆସୁଥିବା ସମୟ ଆପଣଙ୍କ ପାଇଁ ଲାଭଦାୟକ ରହିବ। ମାନସିକ ଚିନ୍ତା କମି ପାରେ। ପ୍ରେମ ସମ୍ପର୍କରେ ମଧୁରତା ଆସିବ। ପ୍ରଭାବଶାଳୀ ଲୋକଙ୍କ ସହିତ ଦେଖାସାକ୍ଷାତ ହେବ। ଆପଣ ନିଜ ଜୀବନରେ ଆସିଥିବା କଠିନ ପରିସ୍ଥିତିକୁ ସାମ୍ନା କରିବା ପାଇଁ ସକ୍ଷମ ରହିବେ। ନିଜ କାର୍ଯ୍ୟ ପ୍ରଣାଳୀକୁ ପରିବର୍ତ୍ତନ କରିବେ।

କୁମ୍ଭ ରାଶି:-

କୁମ୍ଭ ରାଶିର ଲୋକଙ୍କୁ ଏହି ଯୋଗର ପ୍ରଭାବ ଶୁଭ ରହିବାର ସମ୍ଭାବନା ରହିଛି। ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ। ଘରର ଆର୍ଥିକ ସ୍ଥିତି ସୁଦୃଢ ରହିବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ। ପ୍ରଭାବଶାଳୀ ଲୋକେ ଆପଣଙ୍କୁ ମାର୍ଗଦର୍ଶନ କରିବେ। ଆପଣଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ଯୋଜନା ସଫଳ ରହିବ। ସନ୍ତାନଙ୍କ ତରଫରୁ ସମସ୍ୟା ଦୂର ହେବ। କାର୍ଯ୍ୟରେ ଭାରୀ ଲାଭ ମିଳିବ।

ଆସନ୍ତୁ ଜାଣିବା ବାକି ରାଶିର କିପରି ରହିବ ଅବସ୍ଥା –

ମେଷ ରାଶି:-

ମେଷ ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ଟଙ୍କାପଇସା ମାମଲାରୁ ଦୁରେଇ ରହିବା ଆବଶ୍ୟକ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ବିଦ୍ୟାର୍ଥୀ ମାନଙ୍କୁ ଶିକ୍ଷ୍ୟା କ୍ଷେତ୍ରରେ କଠିନ ପରିଶ୍ରମ କରିବାକୁ ପଡ଼ିବ। ଯାତ୍ରା ସମୟରେ ବାହନ ସାବଧାନ ହୋଇ ଚଳାନ୍ତୁ।

ସିଂହ ରାଶି:-

ସିଂହ ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। ଘରର ଆବଶ୍ୟକତା ପଛରେ ଅଧିକ ଖର୍ଚ୍ଚ ହୋଇପାରେ। ପାରିବାରିକ ସମ୍ପର୍କ ସୁଦୃଢ ରହିବ । ଅଚାନକ ଆପଣଙ୍କୁ ସଫଳତାର ନୂଆ ଅବସର ମିଳିବ। ଚାକିରୀ କ୍ଷେତ୍ରରେ ଥିବା ଲୋକଙ୍କୁ ନିଜର ଚାକିରୀ ପରିବର୍ତ୍ତନ କରିବା ପାଇଁ ସମୟ ଅନୁକୂଳ ରହିଛି। ଧର୍ଯ୍ୟ ରଖି କାର୍ଯ୍ୟ କରନ୍ତୁ। ସାମାଜିକ ସ୍ତରରେ ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି ହେବ। ନିବେଶ କରିବା ପୂର୍ବରୁ ଅନୁଭବୀ ଲୋକଙ୍କ ଠାରୁ ପରାମର୍ଶ ନିଅନ୍ତୁ।

କନ୍ୟା ରାଶି:-

କନ୍ୟା ରାଶିର ଲୋକଙ୍କୁ ଶୁଭ ଯୋଗର ଫଳ ପ୍ରାପ୍ତ ହେବ। ଆପଣଙ୍କୁ ନିଜର ବିଚାର ସକାରାତ୍ମକ ରଖିବାର ଆବଶ୍ୟକତା ରହିଛି।ନକାରାତ୍ମକ କଥା ଉପରେ ଅଧିକ ଧ୍ୟାନ ଦିଅନ୍ତୁ ନାହିଁ। ପରିବାରର କୌଣସି ସଦସ୍ୟଙ୍କ ସହିତ ମତଭେଦ ହୋଇପାରେ । ଜୀବନସାଥୀଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ନକାରାତ୍ମକ ପ୍ରବୃତ୍ତି ଥିବା ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ। ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ। ପରୀକ୍ଷାର୍ଥୀଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ।

ଧନୁ ରାଶି:-

ଧନୁ ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। କୌଣସି ସ୍ଥାନରେ ନିବେଶ କରିବାକୁ ବିଚାର କରି ପାରନ୍ତି, ଯାହାର ଫାଇଦା ଆପଣଙ୍କୁ ଭବିଷ୍ୟତରେ ମିଳିବ। ସରକାରୀ ଚାକିରୀ କରିଥିବା ଲୋକଙ୍କର ଅଚାନକ ବଦଳି ହୋଇପାରେ। ଆପଣଙ୍କର କାର୍ଯ୍ୟ ପ୍ରଭାବିତ ହୋଇପାରେ। ପରିବାର ଲୋକଙ୍କ ସହିତ ତାଳମେଳ ସହିତ ରହିବେ। ପାରିବାରିକ ଜୀବନକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ପାରନ୍ତି।

Google

ମକର ରାଶି:-

ମକର ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ଆଇନ ଧୀରେ ଧୀରେ ସମ୍ପନ୍ନ କରିବେ। ଶୀଘ୍ରତାରେ କାର୍ଯ୍ୟ କରନ୍ତୁ ନାହିଁ। ନଚେତ ଆପଣଙ୍କୁ ସମସ୍ୟା ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ସ୍ଥିତି ବିଗିଡି ପାରେ, କିନ୍ତୁ କାର୍ଯ୍ୟକୁ ଆଗକୁ ବଢେଇବା ପାଇଁ ପ୍ରୟାସ କରିବେ । ଆଧୁନିକ ସ୍ତରରେ ଲାଭ ମିଳିବ। ଆମଦାନୀକୁ ଦେଖି ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମୀନ ରାଶି:-

ମୀନ ରାଶିର ଲୋକଙ୍କୁ ଚାକିରୀ କ୍ଷେତ୍ରରେ ସମ୍ଭାଳି ରହିବାର ଆବଶ୍ୟକତା ରହିଛି। ଗୁପ୍ତ ଶତ୍ରୁ ଆପଣଙ୍କ କାର୍ଯ୍ୟ ବିଗାଡି ଦେବାପାଇଁ ପ୍ରୟାସ କରି ପାରନ୍ତି। ଜମିବାଡ଼ି ମାମଲାରେ ଆପଣଙ୍କୁ ବୁଝାମଣା କରିବା ଆବଶ୍ୟକ। କାନୁନ ମାମଲାରେ ସତର୍କ ରହିବାର ଆବଶ୍ୟକତା ରହିଛି। ଆପଣଙ୍କୁ ନିଜର କାର୍ଯ୍ୟ ପ୍ରଣାଳୀରେ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି, ଯାହାଦ୍ବାରା ଆପଣଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ। ସେୟାର ବଜାରରେ ଜଡ଼ିତ ଲୋକଙ୍କୁ ସଫଳତା ମିଳିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଭଗବାନଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପାରୁ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *