Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ଏହି ପୋଷ୍ଟରେ ୧୦ଟି ଅନୁଚିନ୍ତା ବିଷୟରେ ଆଲୋଚନା କରିବା । ଯାହାକି ଆପଣଙ୍କ ଜୀବନ ପରିବର୍ତ୍ତନ କରିଦେବ । (ଭାଗ-୬)

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୧୦ ଟି ଅନୁଚିନ୍ତା ବିଷୟରେ। ତେବେ ଆସନ୍ତୁ ଜାଣିବା କଣ ସେହି ୧୦ ଟି ଅନୁଚିନ୍ତା।

୧) ମା ଲକ୍ଷ୍ମୀଙ୍କର ଛିଡା ହୋଇଥିବା ମୂର୍ତି କିମ୍ବା ଫୋଟ ରଖନ୍ତୁ ନାହିଁ। ମା ଲକ୍ଷ୍ମୀଙ୍କର ବସିଥିବା ମୂର୍ତି କିମ୍ବା ଫୋଟ ରଖିଲେ ଘରେ ଶୁଭ ଫଳ ପ୍ରଦାନ ହୋଇଥାଏ।

୨) ପୁରୁଷର ଡାହାଣ ହାତ ପାପୁଲି ଏବଂ ନାରୀମାନଙ୍କର ବାମ ହାତ କୁଣ୍ଡେଇ ହେଲେ ଶୁଭ ଫଳ ମିଳିଥାଏ। ପୁରୁଷର କାନରେ କେଶ ବଢିଲେ ଶୁଭ ହୋଇଥାଏ।

୩) ନଡ଼ିଆରେ ବାହାରୁ ଥିବା ଗଜାକୁ ଖାଆନ୍ତୁ ନାହିଁ।

Google

୪) ସକାଳେ ବିଛଣାରୁ ଉଠିବା ପରେ ପ୍ରଥମେ ନିଜର ମୁହଁ କିମ୍ବା ଛାଇ ଆଇନାରେ ଦେଖନ୍ତୁ ନାହିଁ। ମୁହଁ ଧୋଇ ସାରିବା ପରେ ପ୍ରଥମେ ଠାକୁରଙ୍କୁ ଦର୍ଶନ କରିବା ପରେ ନିଜର ମୁହଁ ଆଇନାରେ ଦେଖନ୍ତୁ।

୫) ଧଳା ପେଚା ଘର ଉପରେ ବସିଲେ, ଘର ଭିତରେ ପଶିଲେ ବା ରାସ୍ତାରେ ଦେଖିଲେ ଶୁଭ ହୋଇଥାଏ। କିନ୍ତୁ କଳା ପେଚା ଦେଖିଲେ ତାର ବିପରୀତ ହୋଇଥାଏ। ତେବେ କିପରି କରିବେ ତାର ପ୍ରତିକାର। ଯେକୌଣସି ରବିବାର ଦିନ କ୍ଷୀର, ଗୁଡ଼, କଦଳୀ ବ୍ରାହ୍ମଣଙ୍କୁ ଖାଇବାକୁ ଦେବା ସହିତ ଦକ୍ଷିଣା ଦାନ କରିବା ଉଚିତ।

୬) ସନ୍ଧ୍ୟା ସମୟରେ ଚାରୋଟି କଥା କରିବେ ନାହିଁ। ଖାଇବା, ଶୋଇବା, ମୈଥୁନ ଏବଂ ପଢିବା।

୭) ବାଥରୁମରେ ଉଲଗ୍ନ ହୋଇ ଗାଧାନ୍ତୁ ନାହିଁ। କାରଣ ଆମେ ସ୍ନାନ କରିବା ସମୟରେ ଆମର ପିତୃପୁରୁଷ ମାନେ ଆମ ପାଖରେ ଥାଆନ୍ତି ଏବଂ ଆମେ ପିନ୍ଧୁଥିବା ବସ୍ତ୍ରରୁ ଯେଉଁ ପାଣି ଝରି ପଡେ ସେଇ ପାଣି ପାଇକି ଆମ ପିତୃପୁରୁଷମାନେ ତୃପ୍ତି ହୋଇଥାଆନ୍ତି।

୮) ରାତିରେ ପିତା, ଦହି, ଶାଗ ଖାଇବେ ନାହିଁ। ଏବଂ ପଇଡ଼ ପାଣି ପିଇବେ ନାହିଁ। ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ।

୯) ଆଣ୍ଠୁଗଣ୍ଠି ବିନ୍ଧା ହେଉଥିଲେ ଚାରେ ଅଦା ପକାଇ ପିଅନ୍ତୁ। ଏବଂ ଦିନରେ ଖାଇବା ବେଳେ ୫ ଟି ଲବଙ୍ଗ ଖାଆନ୍ତୁ। ବସିକି ପାଣି ପିଅନ୍ତୁ।

Google

୧୦) ବର୍ଷା ଦିନେ ବିଜୁଳି ଘଡ଼ଘଡି ମାରିବା ସମୟରେ ଯଦି ବାହାରକୁ ଯାଆନ୍ତି ତେବେ ସାତ ଥର ଦଧୁଚି ଦଧୁଚି ଉଚାରଣ କରି ଯାନ୍ତୁ। ଘଡ଼ଘଡିରେ ଆପଣଙ୍କର କୌଣସି କ୍ଷତି ହେବ ନାହିଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *