Excuse Me Odisha

ଯାହା କହିବୁ ସତ କହିବୁ

ପ୍ରତିଦିନ ସକାଳେ ଖାଲି ପେଟରେ କେବଳ ୧୦ ଗ୍ରାମ ଖାଇ ନିଅନ୍ତୁ ଏହି ଜିନିଷ , ତାପରେ ଦେଖିବେ କମାଲ

ସେୟାର୍ କରନ୍ତୁ

ଏହି ବ୍ୟସ୍ତବହୁଳ ଜୀବନରେ ୩୦ ବର୍ଷ ବୟସ ଅତିକ୍ରମ କରିବା ପରେ ଆଖି ଦୁର୍ବଳ ହେବା , ହାଡ ଦୁର୍ବଳ ହେବା , କେଶ ଧଳା ହେବା , ମୁହଁରେ କୁଞ୍ଚନତା ଆସିବା , ଶରୀର ଏବଂ ହଜମ ପ୍ରକ୍ରିୟା ଦୁର୍ବଳ ହେବା ଆଦି ସାଧାରଣ ଜିନିଷ ହୋଇଗଲାଣି , କିନ୍ତୁ ଯଦି ଖାଦ୍ୟପେୟରେ ସାମାନ୍ୟ ପରିବର୍ତ୍ତନ କରିଦିଆଯାଏ , ତେବେ ଏହି ସମସ୍ୟା ଗୁଡିକରୁ ମୁକ୍ତି ମିଳିପାରିବ।

ଏହିପରି ଜିନିଷ ଗୁଡ଼ ଅଟେ । ଏହାକୁ ସେବନ କରି ଆମେ ଆମ ଶରୀରକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସୁସ୍ଥ ରଖିପାରିବା। ପ୍ରତିଦିନ ସକାଳେ ଖାଲି ପେଟରେ ମାତ୍ର ୧୦ ଗ୍ରାମ ଗୁଡ଼ ଖାଇ ଉଷୁମ ପାଣି ପିଇବା ଦ୍ୱାରା ବହୁତ ଲାଭ ହୋଇଥାଏ।

ରକ୍ତରୁ ଖରାପ ବିଷାକ୍ତ ପଦାର୍ଥକୁ ବାହାର କରିଥାଏ:-

ରକ୍ତରୁ ଖରାପ ବିଷାକ୍ତ ପଦାର୍ଥ ବାହାର କରିବାରେ ଗୁଡ଼ ସାହାଯ୍ୟ କରିଥାଏ। ଏହାଦ୍ୱାରା ରକ୍ତ ସଫା ହୋଇଥାଏ। ଏହାଦ୍ୱାରା ଚର୍ମ ଚମକିଥାଏ। ଦୁର୍ବଳତା ଏବଂ ଥକାପଣରେ ଗୁଡ଼ ଖାଇବା ଦ୍ୱାରା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହା ହଜମ ପ୍ରକ୍ରିୟାକୁ ଦୃଢ଼ କରିବା ସହିତ ରକ୍ତ ଶର୍କରା ସ୍ତରକୁ ବଢିବାକୁ ଦିଏ ନାହିଁ।

Google

ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି:-

ଗଣ୍ଠିର ଯନ୍ତ୍ରଣାରେ ଚିନ୍ତିତ ହେଉଥିଲେ ଗୁଡ଼ ଖାଇବା ଉଚିତ। ଏଥିରେ କ୍ୟାଲସିୟମ ଏବଂ ଫସଫରସ ରହିଥାଏ , ଯାହା ହାଡକୁ ଶକ୍ତିଶାଳୀ କରିଥାଏ। ଗୁଡ଼ରେ ଅଧିକ ପରିମାଣର ଆଇରନ ମିଳିଥାଏ , ତେଣୁ ଗୁଡ଼ ଖାଇବା ଦ୍ୱାରା ରକ୍ତ ତିଆରି ହୋଇଥାଏ। ଗୁଡ଼ ଖାଇବା ଦ୍ୱାରା ଆଖିର ଦୃଷ୍ଟି ଶକ୍ତି ବୃଦ୍ଧି ପାଇଥାଏ।

ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି:-

Google

ଯେଉଁମାନଙ୍କର ପେଟ ସମ୍ବନ୍ଧୀୟ ସମସ୍ୟା ରହିଥାଏ , ଯେପରିକି କୋଷ୍ଠକାଠିନ୍ୟ , ଏସିଡିଟି , ଗ୍ୟାସ , ପେଟ ଯନ୍ତ୍ରଣା ଇତ୍ୟାଦି ରହିଥାଏ , ସେମାନଙ୍କୁ ପ୍ରତିଦିନ ସକାଳେ ଖାଲି ପେଟରେ ଉଷୁମ ପାଣି ସହିତ ଗୁଡ଼ ଖାଇବା ଉଚିତ। ଏହା ଫଳରେ ଏହି ସମସ୍ୟା କିଛି ଦିନ ମଧ୍ୟରେ ଶେଷ ହୋଇଯାଏ। ଶରୀର ଦୁର୍ବଳ ହେବା ଦ୍ୱାରା ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ ଗରମ କ୍ଷୀର ସହିତ ଗୁଡ଼ ଖାଇବା ଉଚିତ , ଏହାଦ୍ୱାରା ଶରୀର ଶକ୍ତିଶାଳୀ ଏବଂ ଦୃଢ଼ ହୋଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆଜି ହିଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *