Excuse Me Odisha

ଯାହା କହିବୁ ସତ କହିବୁ

ଘରର ଐଶାନ୍ୟ କୋଣରେ ପୂଜାଘର ନିର୍ମାଣ କରନ୍ତୁ, ଘରର ୮ ଦିଗରେ କଣ ରଖିବା ଠିକ୍ ତାହା ଜାଣନ୍ତୁ।

ସେୟାର୍ କରନ୍ତୁ

ବାସ୍ତୁ ଅନୁସାରେ, ଘରର ମୋଟ ୮ ଦିଗ ହୋଇଥାଏ। ତା ସହିତ ଏହି ଦିଗଗୁଡିକ ଆମ ଉପରେ ଗଭୀର ପ୍ରଭାବ ପକାଇଥାଏ। ଏମିତିରେ କେଉଁ ଦିଗରେ କଣ ରଖାଯିବା ଉଚିତ ଏହାକୁ ଧ୍ୟାନରେ ରଖିବା ନିତାନ୍ତ ଆବଶ୍ୟକ ହୋଇଥାଏ। ସେତେବେଳେ ଯାଇ ଜୀବନ ସୁଖମୟ ବିତିବ। ଏମିତିରେ ଯଦି ଆପଣ ବାସ୍ତୁଶାସ୍ତ୍ର କଥା ମାନିବେ ତ ତେବେ ଆଜି ଆମେ ଆପଣଙ୍କୁ ଘରର ଏହି ୮ ଟି ଦିଗ ସହିତ ଏହାର ମହତ୍ତ୍ୱ ବତେଇବୁ।

ଉତ୍ତର ଦିଗ:-

ଘରର ଉତ୍ତର ଦିଗର ସ୍ବାମି ଧନର ଦେବତା ଭଗବାନ କୁବେର ଏବଂ ଭଗବାନ ବୁଧ ଦେବତାଙ୍କୁ କୁହାଯାଏ। ଏମିତିରେ ଏହି ସ୍ଥାନଟିର ସମ୍ବଦ୍ଧ ଘରର ମାତାଙ୍କ ସହିତ ହୋଇଥାଏ। ଏଥିପାଇଁ ଏହି ଦିଗକୁ ସର୍ବଦା ସଫା,ପରିଷ୍କାର ଏବଂ ଖାଲି ରଖିବା ଉଚିତ। ତା ନହେଲେ ବାସ୍ତୁଦୋଷ ସୃଷ୍ଟି ହେବା କାରଣରୁ ଏଥିରୁ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇପାରେ।

Google

ଦକ୍ଷିଣ ଦିଗ:-

ବାସ୍ତୁଶାସ୍ତ୍ର ଅନୁସାରେ, ଘରର ଏହି ଦିଗରେ କାଳ ପୁରୁଷର ବାମ ଛାତି, କିଡନୀ, ବାମ ଫୁସଫୁସ ଏବଂ ରାଶିଫଳର ଦଶମ ଘର ଆସିଥାଏ। ଏହି ଦିଗରେ ଭଗବାନ ଯମଙ୍କର ଅଧିପତ୍ୟ ଏବଂ ପୃଥିବୀ ତତ୍ୱର ପ୍ରାଧାନ୍ୟ ହୋଇଥାଏ। ଏମିତିରେ ଘରର ଏହି ଦିଗରେ ସର୍ବଦା ଭାରୀ ଜିନିଷକୁ ରଖିବା ଶୁଭ ହୋଇଥାଏ। ଆପଣ ଏଠାରେ ଏକ ଡ୍ରଇଂ ରୁମ୍ ତିଆରି କରିପାରିବେ।

ପୂର୍ବ ଦିଗ:-

ଘରର ପୂର୍ବ ଦିଗ ଭଗବାନ ସୂର୍ଯ୍ୟ ଦେବତା ଏବଂ ଭଗବାନ ଇନ୍ଦ୍ର ଦେବଙ୍କର ବୋଲି ବିଶ୍ୱାସ କରାଯାଏ। ତା ସହିତ ଏହାକୁ ପିତୃପୁରୁଷଙ୍କ ପ୍ରତୀକ ବୋଲି ମାନିବାରୁ ଏହି ଦିଗରେ କୌଣସି ଭାରୀ ଜିନିଷ ରଖିବା ଠାରୁ ଦୂରେଇ ରହିବା ଉଚିତ୍। ଏମିତିରେ ଏହି ଦିଗକୁ ସର୍ବଦା ଖୋଲା ରଖିବା ଭଲ ହେବ।

ପଶ୍ଚିମ ଦିଗ:-

ଘରର ଏହି ଦିଗର ଭଗବାନ ବରୁଣ ଏବଂ ନ୍ୟାୟର ଦେବତା ଭଗବାନ ଶନିଦେବଙ୍କୁ ବିବେଚନା କରାଯାଏ। ଏମିତିରେ ଏଠାରେ କିଛି ବି ଜିନିଷ ରଖିବା ପୂର୍ବରୁ ବିଶେଷ ଧ୍ୟାନ ଦେବା ନିହାତି ଆବଶ୍ୟକ।

ଐଶାନ୍ୟ କୋଣ:-

ବାସ୍ତୁଶାସ୍ତ୍ର ଅନୁସାରେ, ଘରର ଉତ୍ତର କୋଣ ପ୍ରଭୁ ମହାଦେବଙ୍କ ସହ ଜଡିତ ବୋଲି ବିଶ୍ୱାସ କରାଯାଏ। ଏମିତିରେ ଏହି ଦିଗରେ ହାଣ୍ଡି, ପାଣିଟାଙ୍କି ଏବଂ ପୂଜା ଘର ତିଆରି କରିବା ସର୍ବୋତ୍ତମ ବୋଲି ବିବେଚନା କରାଯାଏ।

ଅଗ୍ନୀ କୋଣ:-

ଏହି ଦିଗର ସ୍ବାମି ଭଗବାନ ଶୁକ୍ର ଗ୍ରହ ବୋଲି ମାନାଯାଏ। ଏହାକୁ ଅଗ୍ନି ଦେବ ଏବଂ ମଙ୍ଗଳ ଗ୍ରହଙ୍କର ସ୍ଥାନ ମଧ୍ୟ କୁହାଯାଏ । ଏପରି ଜାଗାରେ ଆପଣ ଏହି ସ୍ଥାନରେ ରୋଷେଇ ଘର କିମ୍ବା କୌଣସି ଇଲେକ୍ଟ୍ରୋନିକ୍ ଜିନିଷ ରଖିପାରିବେ

ନୈରୁତ କୋଣ:-

ବାସ୍ତୁଶାସ୍ତ୍ର ଅନୁସାରେ, ଘରର ଏହି ଦିଗ ରାହୁ ଏବଂ କେତୁ ଙ୍କର ବୋଲି ମାନାଯାଏ। ଏହି ଦିଗଟି ସର୍ବଦା ଉଚ୍ଚତର ହେବା ଉଚିତ୍ । ଆହୁରି ମଧ୍ୟ ଭାରୀ ଜିନିଷ ଯେପରିକି ଆଲମାରୀ, ଇଲେକ୍ଟ୍ରୋନିକ୍ ଆଇଟମ୍, ସୋଫା, ଟେବୁଲ୍ ଇତ୍ୟାଦି ଏଠାରେ ରଖିବା ଦରକାର।

Google

ବାୟୁ କୋଣ:-

ଏହାକୁ ପବନର ଦିଗ ବୋଲି ବିବେଚନା କରାଯାଏ। ଏହି କୋଣର ଗ୍ରହଙ୍କର ସ୍ୱାମୀ ଭଗବାନଚନ୍ଦ୍ର ଦେବଙ୍କୁ ମଧ୍ୟ କୁହାଯାଏ। ଏହି ଦିଗଟି ସର୍ବଦା ଉଜ୍ଜ୍ୱଳ ହେବା ଉଚିତ୍। ଏମିତିରେ ଏଠାରେ ଝରକା, କବାଟ ତିଆରି କରିବା ଶୁଭ ହୋଇଥାଏ। ଯଦି ଆପଣ ଚାହିଁବେ ତ ଏହି ସ୍ଥାନ ଉପରେ ଅତିଥିମାନଙ୍କ ରହିବାର ଏକ ବାସଗୃହ ମଧ୍ୟ ତିଆରି କରିପାରିବେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଭଗବାନଙ୍କ ନାମ ଅବଶ୍ୟ ଲେଖି ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *