Excuse Me Odisha

ଯାହା କହିବୁ ସତ କହିବୁ

କିଛି ଦାନ କରିବା ପୂର୍ବରୁ ଜାଣି ନିଅନ୍ତୁ ଏହାର ଉଚିତ ନିୟମ ! ତାପରେ ଯାଇ ଆପଣଙ୍କୁ ମିଳିବ କିଛି ପୁଣ୍ୟ ନଚେତ ସବୁ ଅନର୍ଥ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଦାନ କରିବା ପୂର୍ବରୁ ତାର ଉଚିତ ନୟମ ବିଷୟରେ। ତେବେ ଯାଇ ଆପଣଙ୍କୁ ମିଳିବ କିଛି ପୁଣ୍ୟ ଫଳ। ଶାସ୍ତ୍ର ଅନୁସାରେ ପ୍ରତ୍ୟକ ବ୍ୟକ୍ତିଙ୍କର ଜୀବନଶୈଳୀର ବିସ୍ତୃତ ସୂଚନା ଶାସ୍ତ୍ରରେ ଉଲ୍ଲେଖ ରହିଛି।

ଶାସ୍ତ୍ର ଅନୁସାରେ ରୋଜଗାରର ଦଶପ୍ରତିଶତ ଦାନ କରିବା ଉଚିତ। ପୁରୁଣା ସମୟରେ ଲୋକେ ଅଧିକ ଦାନ ଧର୍ମ କରୁଥିଲେ। ତେବେ ଏହି ଦାନ ଧର୍ମର କିଛି ନିୟମ ଶାସ୍ତ୍ରରେ ଉଲ୍ଲେଖ ରହିଛି। ଶାସ୍ତ୍ର ଅନୁସାରେ ଏହାର ନିୟମ ଏବଂ ବିଧିକୁ ଏବେବି ଜାଣି ରଖିବା ଉଚିତ। ଯାହା ଦ୍ୱାରା ଦାନର ସଠିକ ଫଳ ପ୍ରାପ୍ତି ହୋଇଥାଏ। ତେବେ ଆସନ୍ତୁ ଜାଣିବା ଦାନର ନିୟମ। ଯେପରିକି ଆପଣ ମାନେ ଜାଣିଥିବେ ପ୍ରତ୍ୟକ ବ୍ୟକ୍ତି ନିଜର ରୋଜଗାରର ଦଶପ୍ରତିଶତ ଅଂଶ ଦାନ କରିବା ମହତ ଦାନ ବୋଲି କୁହାଯାଏ। ଆପଣ ଯଦି କିଛି ଦାନ କରୁଛନ୍ତି ତେବେ ଯେଉଁ ବ୍ୟକ୍ତି ଏହି ଦାନ କରୁଛନ୍ତି ସେ ଯେପରି ଏହାର ଯୋଗ୍ୟ ହୋଇଥିବେ। ଆପଣ ଦାନରେ ସର୍ବଦା ଧନ ସମ୍ପତ୍ତି ଏବଂ ଦ୍ରବ୍ୟ ଦାନ କରିବେ। ଆପଣ ଯଦି ଅନ୍ୟ କାହାରି ଧନକୁ ନିଜ ପାଖରେ ରଖିଛନ୍ତି ତେବେ ଏହାକୁ କଦାପି ଦାନ କରନ୍ତୁ ନାହିଁ। କୌଣସି ବ୍ୟକ୍ତିଙ୍କୁ କେବେ ହେଲେ କରଜ ନେଇ ଦାନ କରିବା ଉଚିତ ନୁହେଁ। ଏହା ଶାସ୍ତ୍ରରେ ଉଲ୍ଲେଖ ନାହିଁ ।

Google

ଯଦି ଆପଣ କିଛି ଧନ ସଞ୍ଚୟ କରି ରଖିଛନ୍ତି ତେବେ ତାଙ୍କୁ ଦାନ କରନ୍ତୁ ନାହିଁ। ଦାନ କରିବା ସମୟରେ ଆପଣଙ୍କର ମନ ନିର୍ମଳ ରହିବା ଉଚିତ। ମନରେ କୌଣସି ଦ୍ଵନ୍ଦ, ଦେଶ ଭାବନାକୁ ନେଇ ଦାନ କରିଲେ ଏହା ଶୁଭ ଫଳ ମିଳିନଥାଏ। ଯେକୌଣସି ଡ଼ରରେ କୌଣସି ଜିନିଷ ଦାନ କରୁଛନ୍ତି ତେବେ ଦାନର ମହତ୍ତ୍ୱ କିଛି ରହି ନଥାଏ। ଏହା ଦାନର ମହାନତା ନୁହେଁ। ଶାସ୍ତ୍ର ଅନୁସାରେ ଅନେକ କିଛି କଥାର ଉଲ୍ଲେଖ ରହିଛି।

Google

ଗାଈକୁ ମହା ଦାନ ବୋଲି ଉଲ୍ଲେଖ ରହିଛି। କୌଣସି ବ୍ୟକ୍ତିଙ୍କୁ ଗାଈ, ଭୂମି, ତେଲ, ସ୍ଵର୍ଣ, ଘିଅ ବସ୍ତ୍ର, ଗୁଡ଼ ଆଦି ଦାନ କରିବାକୁ ମହାନ ଦାନ କୁହାଯାଏ। କୌଣସି ବ୍ୟକ୍ତିଙ୍କୁ ବିନା କୌଣସି ସ୍ୱାର୍ଥରେ ଦାନ କରିବା ଉଚିତ। ଯଦି ଦାନ ପଛରେ କୌଣସି ସ୍ୱାର୍ଥ ରହିଥାଏ ତେବେ ଏହି ଦାନର କିଛି ମହତ୍ତ୍ୱ ନଥାଏ। ତ ଜାଣିଲେ ଦାନ କରିବା ପୂର୍ବରୁ କିଛି ନିୟମ ବିଷୟରେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ବିଷୟରେ ଜାଣିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *