Excuse Me Odisha

ଯାହା କହିବୁ ସତ କହିବୁ

ଟଙ୍କା ବର୍ଷା କରୁଥିବା ଫୁଲ , ଏହାକୁ ନେଇ କରନ୍ତୁ ଏହି ସରଳ ଉପାୟ, ଆପଣଙ୍କର ସବୁ ଦୁଃଖ କଷ୍ଟ ଦୂର ହେବ

ସେୟାର୍ କରନ୍ତୁ

ବନ୍ଧୁଗଣ ପ୍ରକୃତି ତତ୍ୱ ସମସ୍ତ ପ୍ରକାରର ବୃକ୍ଷ ବା ଗଛ ଲତା ମନୁଷ୍ୟର କଲ୍ୟାଣ ପାଇଁ ହୋଇଥାଏ। ପରିବେଶ ସନ୍ତୁଳନ ରଖିବା ପାଇଁ ବୃକ୍ଷ ଲତାର ବିଶେଷ ମହତ୍ୱ ରହିଛି। ବିଭିନ୍ନ ପ୍ରକାରର ରୋଗର ଚିକିସ୍ୟା ପାଇଁ ଆୟୁର୍ବେଦରେ ସମସ୍ତ ଗଛ ଲତାର ଉଲ୍ଲେଖ ରହିଛି। ଗଛର ଛାଇ, ଚେର, ଡାଳ,ପତ୍ର, ଫୁଲ,ଫଳ ମଧ୍ୟ ଔଷଧ ରୂପେ ବ୍ୟବହାର କରାଯାଏ। ଗୃହ ବା କାରଖାନାର ବାସ୍ତୁଦୋଷ ଦୂର କରିବା ପାଇଁ ମଧ୍ୟ ଅନେକ ବୃକ୍ଷର ବର୍ଣ୍ଣନା କରାଯାଇଛି। ଏଥିମଧ୍ୟରୁ ଶ୍ୱେତ ଅରଖ ଗଛ ସମ୍ପୂର୍ଣ୍ଣ ଉତ୍କୃଷ୍ଟ ହୋଇଥାଏ। ଆସନ୍ତୁ ଜାଣିବା ଏହି ଶ୍ୱେତ ଅରଖ ଗଛ ବିଷୟରେ ବାସ୍ତୁଶାସ୍ତ୍ର ଅନୁସାରେ କୋଣ ଉଲ୍ଲେଖ ଅଛି।

ବନ୍ଧୁଗଣ ସାଧାରଣତଃ ଭଗବାନ ଗଣେଶଙ୍କ ପୂଜା ଆସିଲେ ଆମେ ବିଶାଳ ବିଶାଳ ମୂର୍ତ୍ତି ବନାଇ ପ୍ରାଣ ପତିଷ୍ଠା କରି ଭଗବାନ ଗଣେଶଙ୍କ ପୂଜା କରିଥାଉ ଏବଂ ଗୃହ ପ୍ରବେଶ, ଦୋକାନ, କାରଖାନା ଶୁଭାରମ୍ଭ କରିବା ପୂର୍ବରୁ ଭଗବାନ ଶ୍ରୀ ଗଣେଶଙ୍କର ମାଟି, ପଥର, ସୁନା ଏବଂ ଅଷ୍ଟଧାତୁର ମୂର୍ତି ମଧ୍ୟ ଆଣି ପୂଜା କରିଥାଉ। କିନ୍ତୁ ଆପଣ କଣ ଏହା ଜାଣିଛନ୍ତି କି ଏମିତି ଏକ ଦିବ୍ୟ ବୃକ୍ଷ ଅଛି ଯେଉଁ ବୃକ୍ଷରେ ସାକ୍ଷାତ ଭଗବାନ ଗଣେଶ ବାସ କରିଥାନ୍ତି। ସେହି ବୃକ୍ଷର ନାମ ହେଉଛି ଶ୍ୱେତ ଅରଖ ବା ଧଳା ଅରଖ ଗଛ। ଏହି ଅରଖ ଗଛ ପ୍ରାୟ ଦୁଇ ପ୍ରକାରର ହୋଇଥାଏ। ଗୋଟିଏ ହେଉଛି ବାଇଗଣୀ ରଙ୍ଗର ଏବଂ ଆଉ ଗୋଟେ ହେଉଛି ଧଳା ରଙ୍ଗର ଅରଖ ଫୁଲ। ଏହି ଧଳା ରଙ୍ଗର ଅରଖ ଫୁଲ ଗଛରେ ପ୍ରଭୁ ଶ୍ରୀ ଗଣେଶ ବାସ କରିଥାନ୍ତି। ଏଣୁ ଅରଖ ଗଛ ପୂଜା କରିବା ଅର୍ଥାତ ପ୍ରଭୁ ଶ୍ରୀ ଗଣେଶଙ୍କୁ ପୂଜା କରିବା ସହିତ ସମାନ ହୋଇଥାଏ। ଏହି ଅରଖ ଗଛର ଫୁଲ ଭଗବାନ ଶିବ, ଦେବୀ ଏବଂ ଭଗବାନ ଗଣେଶ ଏବଂ ସୂର୍ଯ୍ୟଦେବଙ୍କର ମଧ୍ୟ ପ୍ରିୟ ହୋଇଥାଏ। ଶାସ୍ତ୍ର ଅନୁସାରେ ଏହି ଶ୍ୱେତ ଅରଖ ଗଛକୁ ଯଦି ମାଟିରେ ପୋତି ତାହା ମୂଳରେ ପାଣି ଏବଂ କ୍ଷୀର ଢାଳି ୧୧ବର୍ଷ ପର୍ଯ୍ୟନ୍ତ ପୂଜା କରାଯାଏ ତେବେ ଏହି ଅରଖ ଗଛର ଚେରରେ ଠିକ ଭଗବାନ ଶ୍ରୀ ଗଣେଶଙ୍କର ଆକୃତିର ରୂପ ନେଇଥାଏ। ଯାହାକୁକି ଲୋକମାନେ ତାଡି ଘରେ କିମ୍ବା ମନ୍ଦିରରେ ସ୍ଥାପନ କରି ପୂଜା କରିଥାନ୍ତି।

Google

ଯେହେତୁ ପ୍ରଭୁ ଶ୍ରୀ ଗଣେଶଙ୍କର ଅସ୍ତିତ୍ୱ ଶ୍ୱେତ ଅରଖ ଗଛରେ ଥାଏ ତେଣୁ ଏହି ଗଛକୁ ଯଦି ଘର, ଅଫିସ, ଦୋକାନ ଏବଂ କାରଖାନାରେ ଲଗାଇ ପୂଜା କରାଯାଏ ସମସ୍ତ ପ୍ରକାରର ଦୁଖଃ କଷ୍ଟ ଦୂର ହୋଇଥାଏ। ମନୁଷ୍ୟକୁ ଧନ ସମ୍ପତ୍ତି ପ୍ରାପ୍ତି ହୋଇଥାଏ। ପ୍ରଭୁ ଶ୍ରୀ ଗଣେଶ ହେଉଛନ୍ତି ବିଘ୍ନ ହରତା। ଏଣୁ ଗୃହରେ ସମସ୍ତ ପ୍ରକାରର ବିଘ୍ନ ଦୂର ହୋଇଥାଏ। ଘରର ନକରାତ୍ମକ ବା ଦୁଷ୍ଟ ଶକ୍ତିକୁ ତୋଡି ଦେଇଥାଏ। ଏବଂ ଗୃହରେ ସକରାତ୍ମକ ବା ଶୁଭ ଶକ୍ତିର ଉର୍ଜା ଘରକୁ ପ୍ରବେଶ କରିଥାନ୍ତି। ସାଥିରେ ଘରକୁ ସିଦ୍ଧି ଏବଂ ବୁଦ୍ଧି ମଧ୍ୟ ଘରକୁ ପ୍ରବେଶ କରିଥାନ୍ତି। ଯାହା ଫଳରେ କି ସେହି ଗୃହର ମନୁଷ୍ୟକୁ  ସମସ୍ତ ପ୍ରକାରର ସଫଳତା ଏବଂ ବିଦ୍ୟା, ବୁଦ୍ଧି ବା ଦିବ୍ୟଦାନ ପ୍ରାପ୍ତି ହୋଇଥାଏ। ଏବଂ ଶ୍ୱେତ ଅରଖକୁ ସ୍ଥାପନ କରିବା ଦ୍ୱାରା ଘରର ଅଫିସ, ଦୋକାନ, କାରଖାନାର ସମସ୍ତ ପ୍ରକାରର ବାସ୍ତୁଦୋଷ ଦୂର ହୋଇଥାଏ। ଯାହା ଫଳରେ କି ସଫଳତା ଏବଂ ଧନର ଅଭାବ କେବେବି ଦେଖା ଦେଇନଥାଏ।

ଯେଉଁ ପରିବାରର ସଦସ୍ୟ ଯାନବାହନ ଚଳାଚଳ କରୁଛନ୍ତି ବା ସେହି ବିଭାଗରେ ଅଛନ୍ତି ସେହି ପରିବାରରେ ଏହି ଶ୍ୱେତ ଅରଖ ଗଛ ନିଶ୍ଚିତ ପୂଜା କରିବା ଉଚିତ। କାରଣ ଏହା ଦ୍ୱାରା ସମସ୍ତ ଦୁର୍ଘଟଣା ଟଳି ଯାଇଥାଏ। ଏବଂ ବିଜୟ ମଧ୍ୟ କରିଥାଏ। ଏହା ସହିତ ଜଳାଭୟ, ଅଗ୍ନିଭୟ, ଶତୃ ଭୟ, ବିବାଦ ଭୟ, ବିଷାଦ ବା ଦୁଖଃ ଭୟ, ସ୍ମଶାନ ଭୟ ଇତ୍ୟାଦି ଦେଖା ଦେଇନଥାଏ ବା ଦୂର ହୋଇଥାଏ। ଏବଂ ଏହି ଭୟ ଥିଲେ ମଧ୍ୟ ଦୂର ହୋଇଥାଏ। ଯେଉଁ ଘରେ ଏହି ଶ୍ୱେତ ଅରଖ ଗଛ ପୂଜା ପାଏ ଯନ୍ତ୍ର, ମନ୍ତ୍ର ତନ୍ତ୍ର ଶକ୍ତି ବା ଗୁଣି ଗାରେଡି ସେହି ଘରେ କିଛି ବିଗାଡି ପାରେନାହିଁ। ଏବଂ ସ୍ବାମି ସ୍ତ୍ରୀଙ୍କ ମଧ୍ୟରେ ମନମାଳିନ୍ୟ ଏବଂ ପିତା ପୁତ୍ର ମଧ୍ୟରେ ଝଗଡା, ଭାଇ ଭାଇ ମଧ୍ୟରେ ଲଢେ଼ଇ ଏହି ସବୁ ସମସ୍ତ ସମସ୍ୟା ଦୂର ହୋଇଥାଏ। କୌଣସି ବାସ୍ତୁଦୋଷ ଜନିତ ତ୍ରୁଟି ଜଗୁ ଘର ତିଆରି ହୋଇପାରୁ ନଥାଏ ଅବା ଅଧାରୁ ରହି ଯାଇଥାଏ।

Google

ତେବେ ସେହି ଘରର ପାର୍ଶ୍ଵରେ ଅରଖ ଗଛ ଲଗାଇ ପୂଜା କଲେ ସମସ୍ତ ବାସ୍ତୁଦୋଷ ଦୂର ହୋଇଥାଏ। ଏବଂ ସେହି ଘର ତୁରନ୍ତ ସମ୍ପୂର୍ଣ୍ଣ ହୋଇଯାଇଥାଏ। ଧନ ରହୁ ନଥିଲେ ଭଲ ସଞ୍ଚୟ ମଧ୍ୟ ହୋଇଥାଏ।  ନୂତନ ରୋଜଗାରରେ ମଧ୍ୟ ପ୍ରାପ୍ତି ହୋଇଥାଏ। ସମସ୍ତ ପ୍ରକାର ଦୁଃଖ ଦୁର୍ଦ୍ଦଶାରୁ ମୁକ୍ତି ମିଳିଥାଏ। ଏହି ଶ୍ୱେତ ଅରଖ ଗଛ ଘରର ମୁଖ୍ୟ ଦ୍ୱାରରେ ବା ଚୁଉରା ମୂଳରେ ରଖିବା ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତଗଣ ଭକ୍ତିରେ ଥରେ ନିଜ ଇଷ୍ଟ ଦେବଙ୍କ ନାମ ଅବଶ୍ୟ ଲେଖି ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *