Excuse Me Odisha

ଯାହା କହିବୁ ସତ କହିବୁ

ଦୀପାବଳି ୨୦୨୦ : ଦଶହରା ପରେ ଏହି ତାରିଖକୁ ରହିଛି ଦୀପାବଳୀ, ଜାଣନ୍ତୁ କଣ ଅଟେ ଲକ୍ଷ୍ମୀ ପୂଜାର ମୁହୁର୍ତ୍ତ।

ସେୟାର୍ କରନ୍ତୁ

ନବରାତ୍ରି ଆରମ୍ଭ ହେବା ସହିତ ସବୁ ପର୍ବପର୍ବାଣୀ ଆରମ୍ଭ ହୋଇ ସାରିଛି। ଏଥର ଦଶହରା ୨୫ ଅକ୍ଟୋବରକୁ ରହିଛି। ଏହାପରେ ଦୀପର ଉତ୍ସବ ଦୀପାବଳିର ଆଗମନ ହେବ। ଦୀପାବଳି ଉତ୍ସବ ଦିନ ଧନ ଏବଂ ଐଶ୍ୱର୍ଯ୍ୟର ଦେବୀ ମାଆ ଲକ୍ଷ୍ମୀ ତଥା ପ୍ରଥମ ପୂଜ୍ୟ ଶ୍ରୀ ଗଣେଶଙ୍କୁ ବିଧିବିଧାନ ସହିତ ପୂଜାର୍ଚ୍ଚନା କରାଯାଏ। ହିନ୍ଦୀ ପଞ୍ଚାଙ୍ଗ ଅନୁସାରେ ଦୀପାବଳୀର ପର୍ବ ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ ପାଳନ କରାଯାଇଥାଏ। ଏହି ଦିନ ଘର ଗୁଡ଼ିକୁ ସଫାସୁତୁରା କରା ଯାଇଥାଏ। ଦୀପ ଏବଂ ଆଲୁଅରେ ଘର, ମନ୍ଦିର, ବାରଣ୍ଡା ସବୁ ସାଜସଜ୍ଜା କରାଯାଇଥାଏ। ଏହି ବର୍ଷ ମଳମାସ ଯୋଗୁଁ ଦୀପାବଳୀ ପର୍ବ ବିଳମ୍ବରେ ହେବ। ଆସନ୍ତୁ ଜାଣିବା ଏହି ବର୍ଷ ମଳମାସ କାରଣରୁ ଦୀପାବଳୀ ପର୍ବ ବିଳମ୍ବରେ ଆସିବ। ଆସନ୍ତୁ ଜାଣିବା କି ଏହିବର୍ଷ ଦୀପାବଳୀ ଉତ୍ସବ କେଉଁ ତାରିଖରେ ପଡୁଛି, ମାଆ ଲକ୍ଷ୍ମୀ ପୂଜାର ମୁହୁର୍ତ୍ତ କଣ ଅଟେ ଏବଂ ଦୀପାବଳୀର କଣ ମହତ୍ୱ ରହିଛି ?

Google

କେବେ ଅଛି ଦୀପାବଳୀ ୨୦୨୦ :-

ଏହି ବର୍ଷ କାର୍ତ୍ତିକ ମାସ ଅମାବାସ୍ୟା ତିଥି ନଭେମ୍ବର ୧୪ ଶନିବାର ଦିନ ରହିଛି। ଅମାବାସ୍ୟା ତିଥିର ଆରମ୍ଭ ୧୪ ନଭେମ୍ବର ଦ୍ବିପ୍ରହର ୨ ଟା ବାଜି ୧୭ ମିନିଟ ଠାରୁ ହେଉଛି, ଯାହା ପରଦିନ ୧୫ ନଭେମ୍ବର ଦିନ ୧୦ ଟା ବାଜି ୩୬ ମିନିଟ ପର୍ଯ୍ୟନ୍ତ ରହିବ। ଏପରି ଭାବରେ ଦୀପାବଳୀର ଉତ୍ସବ ୧୪ ନଭେମ୍ବର ଶନିବାର ଦିନ ପାଳନ କରାଯିବ।

ଲକ୍ଷ୍ମୀ ପୂଜାର ମୁହୁର୍ତ୍ତ :-

ଏହିବର୍ଷ ଲକ୍ଷ୍ମୀ ପୂଜାର ମୁହୁର୍ତ୍ତ ପ୍ରଦୋଷ କାଳରେ ୧ ଘଣ୍ଟା ୫୬ ମିନିଟ ପର୍ଯ୍ୟନ୍ତ ବନିବାକୁ ଯାଉଛି। ଦୀପାବଳି ଦିନ ଲକ୍ଷ୍ମୀ ପୂଜାର ମୁହୁର୍ତ୍ତ ସନ୍ଧ୍ୟାକୁ ୫ ଟା ବାଜି ୨୮ ମିନିଟରୁ ଆରମ୍ଭ ହୋଇ ସନ୍ଧ୍ୟା ୭ ଟା ବାଜି ୨୪ ମିନିଟ ପର୍ଯ୍ୟନ୍ତ ରହିବ। ଏହି ମୁହୁର୍ତ୍ତ ପ୍ରଦୋଷ କାଳର ପୂଜା ଅଟେ।

ନିଶିତା କାଳରେ ଦେବୀ ଲକ୍ଷ୍ମୀଙ୍କ ପୂଜାର ମୁହୁର୍ତ୍ତ ବିଳମ୍ବିତ ରାତି ୧୧ ଟା ବାଜି ୫୯ ମିନିଟରୁ ରାତି ୧୨ ଟା ବାଜି ୩୨ ମିନିଟ ପର୍ଯ୍ୟନ୍ତ ରହିବ। ୩୪ ମିନିଟ ଅବଧି ମଧ୍ୟରେ ଆପଣଙ୍କୁ ଦେବୀ ଲକ୍ଷ୍ମୀଙ୍କ ପୂଜା ସମାପ୍ତ କରି ନେବା ଆବଶ୍ୟକ।

ଏହି ଦୁଇଟି ମୁହୁର୍ତ୍ତକୁ ଛାଡ଼ି ଆପଣଙ୍କୁ ଚୌଘଡିଆ ମୁହୁର୍ତ୍ତ ଉପରେ ମଧ୍ୟ ବିଚାର କରିବା ଆବଶ୍ୟକ। ଦୀପାବଳି ଉତ୍ସବ ଦିନ ଦେବୀ ଲକ୍ଷ୍ମୀଙ୍କ ପୂଜା ପାଇଁ ଚୌଘଡ଼ିଆ ମୁହୁର୍ତ୍ତ ତଳେ ଦିଆ ଯାଇଛି।

ଦ୍ବିପ୍ରହରରେ ଲକ୍ଷ୍ମୀ ପୂଜାର ମୁହୁର୍ତ୍ତ : – ୨ ଟା ବାଜି ୧୭ ମିନିଟରୁ ଆରମ୍ଭ ହୋଇ ସନ୍ଧ୍ୟା ୪ ଟା ବାଜି ୭ ମିନିଟ ପର୍ଯ୍ୟନ୍ତ ରହିବ।

ସନ୍ଧ୍ୟାରେ ଲକ୍ଷ୍ମୀ ପୂଜାର ମୁହୁର୍ତ୍ତ :- ସନ୍ଧ୍ୟା ୫ ଟା ବାଜି ୨୮ ମିନିଟରୁ ସନ୍ଧ୍ୟା ୭ ଟା ବାଜି ୭ ମିନିଟ ପର୍ଯ୍ୟନ୍ତ ରହିବ।

ରାତିରେ ଲକ୍ଷ୍ମୀ ପୂଜାର ମୁହୁର୍ତ୍ତ :- ରାତି ୮ ଟା ବାଜି ୪୭ ମିନିଟ ରୁ ବିଳମ୍ବିତ ରାତି ୧ ବାଜି ୪୫ ମିନିଟ ପର୍ଯ୍ୟନ୍ତ ରହିବ।

ପ୍ରାତଃ କାଳରେ ଲକ୍ଷ୍ମୀ ପୂଜାର ମୁହୁର୍ତ୍ତ :- ୧୫ ନଭେମ୍ବର ଦିନ ୫ ଟା ବାଜି ୦୪ ମିନିଟରୁ ୬ ଟା ବାଜି ୪୪ ମିନିଟ ପର୍ଯ୍ୟନ୍ତ ରହିବ।

ଦୀପାବଳିର ମହତ୍ୱ –

Google

ପୌରାଣିକ ମାନ୍ୟତା ଅନୁସାରେ , ଭଗବାନ ଶ୍ରୀରାମଚନ୍ଦ୍ର ଯେବେ ଲଙ୍କା ବିଜୟ କରି ପତ୍ନୀ ସୀତା ଏବଂ ଭାଇ ଲକ୍ଷ୍ମଣଙ୍କ ସହିତ ବନବାସ ପୂରଣ କରି ଅଯୋଧ୍ୟା ଫେରିଥିଲେ, ସେତେବେଳେ ଅଯୋଧ୍ୟାବାସୀ ଘରେ ଘରେ ଦୀପ ଆଲୋକରେ ଶ୍ରୀରାମଚନ୍ଦ୍ରଙ୍କୁ ସ୍ବାଗତ ଜଣାଇ ତାଙ୍କ ଜୟଗାନ କରିଥିଲେ। ସମସ୍ତ ଅଯୋଧ୍ୟାବାସୀ ଭଗବାନ ଶ୍ରୀରାମଙ୍କୁ ବନବାସରୁ ନଗର ଆଗମନ ପାଇଁ ପ୍ରତ୍ୟେକ ଘରକୁ ଦୀପ ରେ ସଜାଇ ଥିଲେ। ସେବେଠାରୁ ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ଦୀପାବଳୀ ଉତ୍ସବ ପାଳନ କରାଯାଉଛି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖି ଦିଅନ୍ତୁ । ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିବ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *