Excuse Me Odisha

ଯାହା କହିବୁ ସତ କହିବୁ

ଘରକୁ ସୁଖ, ଶାନ୍ତି ଏବଂ ସମୃଦ୍ଧି ଆଣିଥାଏ ଲାଫିଙ୍ଗ ବୁଦ୍ଧ, ଜାଣନ୍ତୁ ଏହା ସହିତ ଜଡିତ କିଛି ରୋଚକ ରହସ୍ୟ ।

ସେୟାର୍ କରନ୍ତୁ

ଜୀବନରେ ସୁଖ, ସମୃଦ୍ଧି ଏବଂ ଶାନ୍ତି ପାଇଁ ଲୋକମାନେ ପ୍ରାୟତ ନିଜ ଘରେ ଲାଫିଙ୍ଗ ବୁଦ୍ଧ ରଖିଥାନ୍ତି ଏବଂ ସେମାନେ ଏହାକୁ ଶୁଭ ଏବଂ ସମୃଦ୍ଧିର ପ୍ରତୀକ ଭାବରେ ବିଶ୍ୱାସ କରନ୍ତି । ବାସ୍ତୁଶାସ୍ତ୍ର ଓ ପେଙ୍ଗଶୁଇଙ୍କ ଅନୁସାରେ ଲାଫିଙ୍ଗ ବୁଦ୍ଧ ଭାଗ୍ୟଶାଳୀ (Lucky charm) ଅଟେ । ହଁ ବାସ୍ତୁ ଶାସ୍ତ୍ରୀ କହିଥାଏ ଲାଫିଙ୍ଗ ବୁଦ୍ଧଙ୍କୁ ନିଜ ଘରେ ଏବଂ ଅଫିସରେ ରଖିଲେ ସକରାତ୍ମକ ଶକ୍ତି ଆସିଥାଏ, ଏହା ସହିତ ଆର୍ଥିକ ସମୃଦ୍ଧି ଏବଂ ଅନ୍ୟାନ୍ୟ ମନୋସ୍କାମନା ପୂରଣ ପାଇଁ ମଧ୍ୟ ଲାଫିଙ୍ଗ ବୁଦ୍ଧଙ୍କୁ ନିଜ ଘରେ ରଖିବା ଉଚିତ । ସେହି ପରି ଲାଫିଙ୍ଗ ବୁଦ୍ଧଙ୍କ ମୂର୍ତ୍ତି ଅନେକ ପ୍ରକାରର ହୋଇଥାଏ ଏବଂ ଅଲଗା ଅଲଗା ମନୋସ୍କାମନା ପାଇଁ ଲାଫିଙ୍ଗ ବୁଦ୍ଧାଙ୍କର ନିଜର ଅଲଗା ମହତ୍ତ୍ଵ ରହିଛି । ତେଣୁ ଆସନ୍ତୁ ଜାଣିବା କେଉଁ ଲାଫିଙ୍ଗ ବୁଦ୍ଧ କେଉଁ ମନୋସ୍କାମନା ପୂରଣ କରିଥାଏ ?

ଆର୍ଥିକ ସମୃଦ୍ଧି ପାଇଁ ରଖନ୍ତୁ ଏହି ଲାଫିଙ୍ଗ ବୁଦ୍ଧ ।

Google

ଯଦି ଆପଣଙ୍କୁ ବେପାର କିମ୍ବା ବାଣିଜ୍ୟରେ ବାରମ୍ବାର କ୍ଷତି ସହିବାକୁ ପଡୁଛି କିମ୍ବା ପୁଣି ଆର୍ଥିକ ସଙ୍କଟର ସାମ୍ନା କରୁଛନ୍ତି ତେବେ ଆପଣଙ୍କ ଅଫିସ ଟେବୁଲରେ ଦୁଇ ହାତ ଉପରକୁ କରିଥିବା ଲାଫିଙ୍ଗ ବୁଦ୍ଧ ରଖନ୍ତୁ । ଏହାଦ୍ୱାରା ଆପଣଙ୍କ ଆର୍ଥିକ ସମସ୍ୟା ଦୁର ହୋଇଥାଏ ଏବଂ ବେପାରରେ କ୍ଷତି ବଦଳରେ ଲାଭ ହୋଇଥାଏ ।

ଏହି ଲାଫିଙ୍ଗ ବୁଦ୍ଧ ଆପଣଙ୍କୁ ଋଣରୁ ମୁକ୍ତି ଦେଇଥାଏ ।

ଯଦି ଆପଣ ଅନେକ ସ୍ଥାନରୁ ଋଣ ନେଇଛନ୍ତି ଏବଂ ଏହି କାରଣରୁ ଆପଣ ମାନସିକ ଚିନ୍ତା ଦେଇ ଗତି କରୁଛନ୍ତି, ତେବେ କୌଣସି ବିଳମ୍ବ ନକରି ଘରକୁ ପୋଟଳି ଧରିଥିବା ଲାଫିଙ୍ଗ ବୁଦ୍ଧା ନେଇ ଆସନ୍ତୁ । ବିଶ୍ୱାସ କରାଯାଏ ଲାଫିଙ୍ଗ ବୁଦ୍ଧ ନିଜ ପୋଟଳିରେ ଆପଣଙ୍କ ସମସ୍ତ ଅସୁବିଧା ଭର୍ତ୍ତି କରି ନେଇଥାନ୍ତି ଏବଂ ଆପଣଙ୍କୁ ସୁଖ ଦେଇଥାନ୍ତି । ଏହା ସହିତ ଧନ ସହିତ ଜଡିତ ସମସ୍ତ ସମସ୍ୟା ଦୂର କରି ଦେଇଥାନ୍ତି ।

Google

ସନ୍ତାନ ସୁଖ ଚାହୁଁଛନ୍ତି ତେବେ ନେଇ ଆସନ୍ତୁ ଏହି ଲାଫିଙ୍ଗ ବୁଦ୍ଧ ।

ଯଦି ଆପଣ ନିଃସନ୍ତାନ ଅଟନ୍ତି ଏବଂ ସନ୍ତାନ ପାଇଁ ଇଚ୍ଛା ରଖୁଛନ୍ତି ତେବେ ପିଲା ସହିତ ଖେଳୁଥିବା ଲାଫିଙ୍ଗ ବୁଦ୍ଧ ନିଜ ଘରକୁ ନେଇ ଆସନ୍ତୁ ଏବଂ ନିଜ ଶୋଇବା ଘରେ ରଖି ଦିଅନ୍ତୁ । ଏପରି କରିଲେ ସନ୍ତାନ ପ୍ରାପ୍ତିର ସମ୍ଭାବନା ବଢ଼ିଥାଏ । ବିଶ୍ୱାସ କରାଯାଏ ଏହି ଲାଫିଙ୍ଗ ବୁଦ୍ଧ ଜୀବନରେ ଅନେକ ସମୟରେ ସହାୟକ ହୋଇଥାଏ ।

ଦୋକାନରେ ରଖିବା ପାଇଁ ଆଣାନ୍ତୁ ଏହି ଲାଫିଙ୍ଗ ବୁଦ୍ଧ ।

ଯଦି ଆପଣଙ୍କ ବ୍ୟବସାୟ ବର୍ତ୍ତମାନ ସମୟରେ କ୍ଷତିରେ ଚାଲୁଛି କିମ୍ବା ଆପଣଙ୍କ ଦୋକାନରେ ରୋଜଗାର ଠିକ ସେ ହେଉନାହିଁ । ତେବେ ବ୍ୟାଗ ଧରିଥିବା ଲାଫିଙ୍ଗ ବୁଦ୍ଧ ନିଜ ଦୋକାନର ମୁଖ୍ୟ ଦ୍ୱାରରେ ରଖି ଦିଅନ୍ତୁ । ବାସ୍ତୁଶାସ୍ତ୍ର ଅନୁସାରେ ଏପରି କରିଲେ ନୂଆ ଗ୍ରାହକମାନେ ଆପଣଙ୍କ ଦୋକାନ ଆଡ଼କୁ ଆକର୍ଷିତ ହୋଇ ଆସିଥାନ୍ତି ଏବଂ ଆପଣଙ୍କ ଦୋକାନର ଠିକ ସେ ଚାଲିଥାଏ । ଏହାଦ୍ୱାରା ଆପଣଙ୍କ ଟଙ୍କା ବାକ୍ସରେ ଟଙ୍କା ବୃଦ୍ଧି ହୋଇଥାଏ ଏବଂ ବ୍ୟବସାୟ କିମ୍ବା ଦୋକାନ ସମ୍ବନ୍ଧୀୟ ସମସ୍ତ ସମସ୍ୟା ସମାପ୍ତ ହୋଇଥାଏ ।

ଖରାପ ନଜରରୁ ରକ୍ଷା ପାଇବା ପାଇଁ ଏହି ଲାଫିଙ୍ଗ ବୁଦ୍ଧ ଆଣନ୍ତୁ ।

ଯଦି ଆପଣଙ୍କୁ କିମ୍ବା ଆପଣଙ୍କ ପରିବାରର ଅନ୍ୟ ସଦସ୍ୟଙ୍କୁ ଯାଦୁ ବିଦ୍ୟା କିମ୍ବା ଖରାପ ନଜର ଜନିତ ସମସ୍ୟା ଅଛି । ତେବେ ଆପଣ ନିଜ ଘରକୁ ଡ୍ରାଗନ ଉପରେ ବସିଥିବା ଲାଫିଙ୍ଗ ବୁଦ୍ଧ ଆଣନ୍ତୁ ଏବଂ ଧ୍ୟାନ ରଖିବେ ଏହା ଯେପରି ଆପଣଙ୍କ ମୁଖ୍ୟ ଦ୍ୱାର ସାମ୍ନାରେ ରଖିବେ । ଏହାଦ୍ୱାରା ଆପଣଙ୍କ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିବ ନହିଁ ଏବଂ ଘରେ ସବୁବେଳେ ଖୁସିର ପରିବେଶ ରହିବ ।

Google

ଯଦି ସୁଖ ଶାନ୍ତି ଚାହୁଁଛନ୍ତି ତେବେ ଏହି ଲାଫିଙ୍ଗ ବୁଦ୍ଧ ଆଣନ୍ତୁ ।

ଘର ପରିବାରରେ ପ୍ରାୟତ କୋଳି ଓ ଝଗଡା ହୋଇଥାଏ । ଏହି ପରିସ୍ଥିତିରେ ଯଦି ଆପଣ ଘରେ ସୁଖ ଏବଂ ଶାନ୍ତିର ବାତାବରଣ ଚାହୁଁଛନ୍ତି ତେବେ ହାତରେ ବ୍ରାଉନ ଧରିଥିବା ଲାଫିଙ୍ଗ ବୁଦ୍ଧା ନିଜ ଘରେ ସ୍ଥାପନା କରନ୍ତୁ । ଏପରି କରିଲେ ଘରେ ସକାରାତ୍ମକ ବାତାବରଣ ସବୁବେଳେ ରହିଥାଏ ଏବଂ ପରିବାର ସଦସ୍ୟମାନଙ୍କ ମଧ୍ୟରେ ମଧୁର ସମ୍ପର୍କ ସୁଷ୍ଟି ହୋଇଥାଏ ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *