Excuse Me Odisha

ଯାହା କହିବୁ ସତ କହିବୁ

ସାପ୍ତାହିକ ରାଶିଫଳ (୧୯ ରୁ ୨୫ ଅକ୍ଟୋବର ) : ଏହି ସପ୍ତାହ ଏହି ୮ ଟି ରାଶି ଉପରେ ବର୍ଷିବ ମାଆ ଦୁର୍ଗାଙ୍କ କୃପା, ସୁଖ ସମ୍ପଦରେ ଭରି ଦେବେ ଘର ।

ସେୟାର୍ କରନ୍ତୁ

ଆପଣଙ୍କ ରାଶି ଆପଣଙ୍କ ଜୀବନ ଉପରେ ବହୁତ ପ୍ରଭାବ ପକାଇ ଥାଏ। ରାଶିଫଳ ଦ୍ଵାରା ଭବିଷ୍ୟତରେ ହେବାକୁ ଥିବା ଘଟଣାର ପୂର୍ବାନୁମାନ ହୋଇଥାଏ। ବହୁତ ଲୋକଙ୍କ ମନରେ ଏହା ପ୍ରଶ୍ନ ଉଠିଥାଏ କି ଆସୁଥିବା ସପ୍ତାହ ଆମ ପାଇଁ କିପରି ରହିବ ? ଏହି ସପ୍ତାହରେ ଆମ ଗ୍ରହ ନକ୍ଷତ୍ରର ସ୍ଥିତି କଣ ଅଟେ ? ଆଜି ଆମେ ଆପଣ ଆଗାମୀ ରାଶିଫଳ କହିବାକୁ ଯାଉଛୁ। ଏହି ସାପ୍ତାହିକ ରାଶିଫଳରେ ଆପଣଙ୍କୁ ନିଜ ଜୀବନରେ ହେବାକୁ ଥିବା ଘଟଣାକୁ ସଂକ୍ଷେପରେ ବର୍ଣ୍ଣନ ଥିବାର ମିଳିବ। ତେବେ ଜାଣିବା ପାଇଁ ପଢନ୍ତୁ ସାପ୍ତାହିକ ରାଶିଫଳ ୧୯ ଅକ୍ଟୋବର ରୁ ୨୫ ଅକ୍ଟୋବର ପର୍ଯ୍ୟନ୍ତ।

ମେଷ ରାଶି –

ନୂଆ ସମ୍ବନ୍ଧର ସହଯୋଗ ରେ ଆର୍ଥିକ ସମସ୍ୟା ଦୂର ହେବ। କାର୍ଯ୍ୟ ମାମଲାରେ ଏହି ସପ୍ତାହରେ ଆପଣଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ। ବ୍ୟାପାରରେ ଉନ୍ନତି ପଥରେ ଆଗେଇ ରହିବେ। ପ୍ରଣୟ ସମ୍ବନ୍ଧରେ ପରିବାର ଲୋକଙ୍କ ବିରୋଧ ଯୋଗୁଁ ଆପଣଙ୍କ ମନ ଦୁଃଖ ହୋଇପାରେ। ଶିକ୍ଷା କ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ। କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡିବ।

ପ୍ରେମ ମାମଲାରେ, ପ୍ରେମ ଜୀବନରେ ସମସ୍ୟାର ସାମ୍ନା କରିବାକୁ ପଡି ପାରେ।

କ୍ୟାରିୟର ମାମଲାରେ, ବ୍ୟାପାର କରିଥିବା ଲୋକେ ବ୍ୟାପାରରେ ବିସ୍ତାର କରିବେ। ଆର୍ଥିକ ଲାଭ ଏବଂ ମାନସମ୍ମାନ ପ୍ରାପ୍ତ ହେବ।

ସ୍ବାସ୍ଥ୍ୟ ମାମଲାରେ, ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। ପେଟ ସମ୍ବନ୍ଧିତ ସମସ୍ୟା ଦେଖା ଦେଇପାରେ।

ବୃଷ ରାଶି –

ଏହି ସପ୍ତାହରେ ଅପ୍ରତ୍ୟାଶିତ ଲାଭ ମିଳିବ। ଆପଣ ନିଜର ବେଶଭୂଷା ସହିତ ନିଜର ବ୍ୟବହାର ଓ ବାଣୀ ଉପରେ ଧ୍ୟାନ ରଖନ୍ତୁ। କୌଣସି ଅଜଣା ଯାତ୍ରାରେ ଯାଇ ପାରନ୍ତି। ବ୍ୟାପାରରେ ଉତ୍ଥାନ ପତନ ଦେଖା ଦେଇପାରେ। ଚାକିରୀ ପେଶାରେ ଥିବା ଲୋକଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ। ବ୍ୟାପାରିକ ଦେବାନେବା ସମୟରେ ଆପଣଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ।

ପ୍ରେମ ମାମଲାରେ, ପ୍ରେମ ଜୀବନରେ ସମସ୍ୟା ଦୂର କରିବା ପାଇଁ ମନଖୋଲା ସାଥୀଙ୍କ ସହିତ କଥାବାର୍ତ୍ତା କରିବେ।

କ୍ୟାରିୟର ମାମଲାରେ, ଲମ୍ବା ସମୟରୁ ଜଡ଼ିତ ଥିବା ସଂସ୍ଥାରେ କିଛି ଲୋକଙ୍କୁ ପଦୋନ୍ନତୀ ମିଳିପାରେ।

ସ୍ବାସ୍ଥ୍ୟ ମାମଲାରେ, ଛୋଟ ଛୋଟ ବେମାରୀ ଆପଣଙ୍କୁ ହଇରାଣ କରିପାରେ।

ମିଥୁନ ରାଶି –

ଏହି ସପ୍ତାହରେ ଆପଣଙ୍କର ଆର୍ଥିକ ପକ୍ଷ ସୁଦୃଢ ରହିବ। ଅଯଥା କଥାରେ ଆପଣ ପଡନ୍ତୁ ନାହିଁ। କଳା ଏବଂ ସାହିତ୍ୟ କ୍ଷେତ୍ରରେ କିଛି ଲୋକ ରୁଚି ରଖିବେ। କାର୍ଯ୍ୟାଳୟରେ ମହିଳା କର୍ମଚାରୀଙ୍କ ଠାରୁ ସହଯୋଗ ପ୍ରାପ୍ତ କରିବେ। ନିଜର କାର୍ଯ୍ୟରେ ଉନ୍ନତିକୁ ନେଇ ଉତ୍ସାହିତ ରହିବେ। ପିତାଙ୍କ ସହିତ ସମ୍ବନ୍ଧରେ ମଧୁରତା ଆସିବ। ବୈବାହିକ ଜୀବନ ସୁଖମୟ ରହିବ।

ପ୍ରେମ ମାମଲାରେ, ଜୀବନସାଥୀଙ୍କୁ କିଛି ଉପହାର ଦେଇ ପାରନ୍ତି ଏବଂ ତାଙ୍କୁ ପ୍ରସନ୍ନ କରାଇ ପାରନ୍ତି।

କ୍ୟାରିୟର ମାମଲାରେ, ସରକାରୀ ଚାକିରୀ କରୁଥିବା ଲୋକଙ୍କୁ ଲାଭ ମିଳିବ। ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ।

ସ୍ବାସ୍ଥ୍ୟ ମାମଲାରେ, ଏହି ସପ୍ତାହରେ ସ୍ବାସ୍ଥ୍ୟକୁ ନେଇ ଦାୟିତ୍ବହୀନ ହୁଅନ୍ତୁ ନାହିଁ।

Google

କର୍କଟ ରାଶି –

ବ୍ୟବସାୟିକ ରୂପରେ ଆପଣ ସଫଳ ରହିବେ ଏବଂ ନୂଆ ପ୍ରୋଜେକ୍ଟ ଆପଣଙ୍କୁ ମିଳିପାରେ। ଵିତ୍ତୀୟ ନିଷ୍ପତ୍ତି ନେବା ପୂର୍ବରୁ ବରିଷ୍ଠ ଲୋକଙ୍କ ପରାମର୍ଶ ନିଅନ୍ତୁ। ପରିଶ୍ରମ ତୁଳନାରେ ଆୟ ବଢିବ। ଶ୍ଵଶୁର ଘର ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରନ୍ତି। ଅଚାନକ ଧନ ଲାଭ ଆପଣଙ୍କ ମନ ପ୍ରସନ୍ନ କରିଦେବ। ବରିଷ୍ଠ ଅଧିକାରୀ କୌଣସି କଥାକୁ ନେଇ ଆପଣଙ୍କ ଉପରେ କ୍ରୋଧିତ ହୋଇ ପାରନ୍ତି ।

ପ୍ରେମ ମାମଲାରେ, ପ୍ରେମୀ ଯୁଗଳଙ୍କ ପାଇଁ ସପ୍ତାହ ଶୁଭ ରହିବ। ଆପଣଙ୍କ ସମ୍ବନ୍ଧ ସୁଦୃଢ ଏବଂ ସ୍ଥାୟୀ ରହିବ।

କ୍ୟାରିୟର ମାମଲାରେ, କାର୍ଯ୍ୟକ୍ଷେତ୍ରରେ ବିରୋଧୀ ଆପଣଙ୍କ ବିରୁଦ୍ଧରେ ଚକ୍ରାନ୍ତ କରି ପାରନ୍ତି, ଏଥିପାଇଁ ସାବଧାନ ରୁହନ୍ତୁ।

ସ୍ବାସ୍ଥ୍ୟ ମାମଲାରେ, ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ସିଂହ ରାଶି –

ଏହି ସପ୍ତାହରେ ଆପଣଙ୍କୁ ଅନେକ ଅବସର ଓ ଲାଭ ପ୍ରାପ୍ତ ହେବ। ଆପଣ ନିଜ କାର୍ଯ୍ୟକୁ ଉଚିତ ଢଙ୍ଗରେ କରି ପାରିବେ ନାହିଁ। ପରିବାର ମଧ୍ୟରେ ମାହୋଲ ସୁଖମୟ ରହିବ। ବିବେକରୁ କାର୍ଯ୍ୟ କରନ୍ତୁ। ଧାର୍ମିକ କାର୍ଯ୍ୟରେ ବଡ଼ ଖର୍ଚ୍ଚ ହୋଇପାରେ। ମଉଦ୍ରିକ ଲାଭ ପାଇଁ ଏହି ସପ୍ତାହ ଅନୁକୂଳ ସାବ୍ୟସ୍ତ ହେବ।

ପ୍ରେମ ମାମଲାରେ, ସମ୍ପର୍କକୁ ଉତ୍ତମ ବନେଇବା ପାଇଁ ସପ୍ତାହ ଶୁଭ ରହିବ। ପାର୍ଟନରଙ୍କୁ ଉପହାର ଦେଇ ପାରନ୍ତି।

କ୍ୟାରିୟର ମାମଲାରେ, ଯଦି ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତାହେଲେ କିଛି ସମସ୍ୟା ଦେଖା ଦେଇପାରେ।

ସ୍ବାସ୍ଥ୍ୟ ମାମଲାରେ, ୫୦ ରୁ ଅଧିକ ବୟସ ହୋଇଥିବା ଲୋକଙ୍କୁ ନିଃଶ୍ୱାସ ନେବାରେ ଅସୁବିଧା ହୋଇପାରେ।

କନ୍ୟା ରାଶି –

ଏହି ସପ୍ତାହରେ ବ୍ୟାପାର ମାମଲାକୁ ନେଇ ଉତ୍ତମ ଲାଭ ମିଳିବ। ଆପଣ ନିଜର ଭାଗ୍ୟ ଉପରେ ଅଧିକ ନିର୍ଭର କରନ୍ତୁ ନାହିଁ। ନିଜ ପରିଶ୍ରମ ଦ୍ଵାରା ସବୁ କାର୍ଯ୍ୟ ସମ୍ପନ୍ନ କରିବେ। ଭାଗ୍ୟର ପ୍ରଭାବ ସାମାନ୍ୟ ରହିଥିବା ଯୋଗୁଁ କିଛି କାର୍ଯ୍ୟ ହୋଇପାରେ ତ ଆଉ କିଛି ବିଗିଡି ପାରେ। ଉଚ୍ଚ ପଦ ବିଶିଷ୍ଟ ଲୋକଙ୍କ ଠାରୁ ଆପଣଙ୍କୁ ସମର୍ଥନ ମିଳିବ।

ପ୍ରେମ ମାମଲାରେ, ପ୍ରେମ ସମ୍ବନ୍ଧରେ ପରସ୍ପର ସହିତ ତାଳମେଳ ବନେଇ ରଖିବା ଉଚିତ। କୌଣସି କଥାକୁ ନେଇ ମତଭେଦ ହୋଇପାରେ।

କ୍ୟାରିୟର ମାମଲାରେ, ଭୁଲ ନିଷ୍ପତ୍ତି ନିଅନ୍ତୁ ନାହିଁ। ନୂଆ କୋର୍ସ କରିବା ପୂର୍ବରୁ ବରିଷ୍ଠ ଲୋକଙ୍କ ପରାମର୍ଶ ନିଅନ୍ତୁ।

ସ୍ବାସ୍ଥ୍ୟ ମାମଲାରେ, ସର୍ଦ୍ଦି , କାଶ ଭଳି ସମସ୍ୟା ଦେଖା ଦେଇପାରେ।

ତୁଳା ରାଶି –

ଏହି ସପ୍ତାହରେ ଆପଣଙ୍କ ମନ ଅଧିକ ବ୍ୟଗ୍ର ରହିବ। ବୁଦ୍ଧି, ବାଣୀ ଦ୍ଵାରା ପରିସ୍ଥିତିକୁ ଆପଣ ନିଜ ସପକ୍ଷରେ କରି ପାରନ୍ତି। କାରବାରରେ ଲାଭ ମିଳିବ। ରାଜନୀତି ସହିତ ଜଡିତ ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିଛି। ଆପଣ ନିଜର ସୁଖ ସୁବିଧା ଏବଂ ଭୌତିକ ସୁବିଧା ହ୍ରାସ ପାଇ ପାରେ। ଆପଣଙ୍କୁ ଆଶାନୁରୂପ ଫଳ ପ୍ରାପ୍ତ ହେବ।

ପ୍ରେମ ମାମଲାରେ, ଆପଣଙ୍କ ବ୍ୟକ୍ତିଗତ ସମ୍ବନ୍ଧରେ ମଧୁରତା ଆସିବ।

କ୍ୟାରିୟର ମାମଲାରେ, ଏହି ସପ୍ତାହରେ ଆପଣଙ୍କୁ କ୍ୟାରିୟର ମାମଲାରେ ଅନେକ ଲାଭ ଆଣିଦେବ।

ସ୍ବାସ୍ଥ୍ୟ ମାମଲାରେ, ଶାରୀରିକ ରୂପରେ ଅସୁସ୍ଥତା ଅନୁଭବ କରି ପାରନ୍ତି।

Google

ବିଛା ରାଶି –

ଏହି ରାଶିର ଲୋକେ ନିଜର ସଫଳତା କୁ ନେଇ ଅଧିକ ଅହଂକାର କରନ୍ତୁ ନାହିଁ। ଆପଣଙ୍କ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ, ଯାହାଦ୍ବାରା ଆପଣଙ୍କୁ ଲାଭ ମିଳିବ। ବ୍ୟାପାରରେ ପ୍ରତ୍ୟକ୍ଷ ଏବଂ ଅପ୍ରତ୍ୟକ୍ଷ ଲାଭ ମିଳିବାର ସମ୍ଭାବନା ରହିଛି। ଆପଣଙ୍କ ପାରିବାରିକ ପ୍ରତିଷ୍ଠାରେ ବୃଦ୍ଧି ହେବ। ବରିଷ୍ଠ ଅଧିକାରୀଙ୍କ ସହିତ ବିବାଦ କରନ୍ତୁ ନାହିଁ।

ପ୍ରେମ ମାମଲାରେ, ନିଜ ଘରର କଥାବାର୍ତ୍ତା ପ୍ରେମୀଙ୍କୁ ଜଣାନ୍ତୁ ନାହିଁ, ସେ ଆପଣଙ୍କୁ ଭୁଲ ରାୟ ଦେଇ ପାରନ୍ତି।

କ୍ୟାରିୟର ମାମଲାରେ, ଜମିବାଡ଼ି ମାମଲାରେ ଧନଲାଭ ହୋଇପାରେ, ଆର୍ଥିକ ପରିସ୍ଥିତି ସୁଦୃଢ ରହିବ।

ସ୍ବାସ୍ଥ୍ୟ ମାମଲାରେ, ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ। ଦିନ ଚର୍ଯ୍ୟା ଠିକ୍ ଠାକ୍ ରହିବ।

ଧନୁ ରାଶି –

ଭଉଣୀଙ୍କ ସ୍ନେହ ଆପଣଙ୍କୁ ପ୍ରୋତ୍ସାହିତ କରିବ। ଆପଣଙ୍କ ଆଚରଣ ଧାର୍ମିକ ହେବ। ଆପଣ ପୂଜାପାଠରେ ମନ ଲଗାଇବେ। କାର୍ଯ୍ୟସ୍ଥଳରେ ଅଯଥା ବିବାଦ କରନ୍ତୁ। କାରବାର ପାଇଁ ଦିନଟି ଅନୁକୂଳ ରହିଛି। ଛାତ୍ର ମାନଙ୍କୁ ଅଯଥା ସମୟ ବର୍ବାଦ କରିବା ଉଚିତ ନୁହେଁ।

ପ୍ରେମ ମାମଲାରେ, ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ, କିଛି କଥାକୁ ନେଇ ବିବାଦ ହୋଇପାରେ।

କ୍ୟାରିୟର ମାମଲାରେ, କାର୍ଯ୍ୟରେ ଲୋକେ ଆପଣଙ୍କ କାର୍ଯ୍ୟକୁ ନେଇ ପ୍ରଶଂସା କରିବେ।

ସ୍ବାସ୍ଥ୍ୟ ମାମଲାରେ, ତରଳ ପଦାର୍ଥର ସେବନ କରନ୍ତୁ।

ମକର ରାଶି –

ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। କାର୍ଯ୍ୟକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିବେ। କୌଣସି କଥାକୁ ଅସନ୍ତୁଷ୍ଟି ପ୍ରକାଶ କରି ପାରନ୍ତି। ନିଜ ଶ୍ଵଶୁର ଲୋକଙ୍କ ସହିତ ଆପଣଙ୍କର ବିବାଦ ହୋଇପାରେ। ଆପଣ ଭୌତିକ ସୁଖ ସୁବିଧା , ମନୋରଞ୍ଜନ ଏବଂ ଭୋଗବିଳାସ ପାଇଁ ଅଧିକ ଧନ ଖର୍ଚ୍ଚ କରିବେ।

ପ୍ରେମ ମାମଲାରେ, ବିବାହିତ ଥିବା ଲୋକେ ଜୀବନସାଥୀଙ୍କ ଧ୍ୟାନ ରଖିବା ଉଚିତ।

କ୍ୟାରିୟର ମାମଲାରେ, ବୌଦ୍ଧିକ କ୍ଷମତା ବଳରେ ଆପଣ କାର୍ଯ୍ୟକ୍ଷେତ୍ରରେ ସମସ୍ୟାର ସମାଧାନ କରିବେ।

ସ୍ବାସ୍ଥ୍ୟ ମାମଲାରେ, ଅଧିକ କାର୍ଯ୍ୟ ହେବା କାରଣରୁ ଥକା ଅନୁଭବ କରିବେ।

Google

କୁମ୍ଭ ରାଶି –

ଆପଣଙ୍କ ମନ ଅସ୍ଥିର ରହିବ। ଆର୍ଥିକ ମାମଲାରେ ଦିନଟି ଅନୁକୂଳ ରହିଛି। ଜରୁରୀ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। କାର୍ଯ୍ୟସ୍ଥଳରେ ଆପଣ ଲମ୍ବା କାର୍ଯ୍ୟ ସମ୍ପନ୍ନ କରିବାରେ ସକ୍ଷମ ରହିବେ। ବରିଷ୍ଠଙ୍କ ସାମ୍ନାରେ ଆପଣଙ୍କ କ୍ଷମତା ଉଜାଗର ହେବ। ଆପଣଙ୍କର ବଦଳି ହୋଇପାରେ। କିଛି ସମସ୍ୟା ଆପଣଙ୍କୁ ହଇରାଣରେ ପକେଇ ପାରେ।

ପ୍ରେମ ମାମଲାରେ, ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ସପ୍ତାହଟି ଅନୁକୂଳ ରହିଛି।

କ୍ୟାରିୟର ମାମଲାରେ, କ୍ୟାରିୟର କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ଅନୁକୂଳ ପରିଣାମ ପ୍ରାପ୍ତ ହେବ।

ସ୍ବାସ୍ଥ୍ୟ ମାମଲାରେ, ସ୍ବାସ୍ଥ୍ୟକୁ ନେଇ ଅଧିକ ସାବଧାନ ରହିବାର ଆବଶ୍ୟକତା ରହିଛି।

ମୀନ ରାଶି –

ମୀନ ରାଶିର ଲୋକଙ୍କୁ ଅଧିକ ନିଜ ସମ୍ପର୍କରେ ଧ୍ୟାନ ଦେବା ଆବଶ୍ୟକ। ଭାଇଭଉଣୀଙ୍କ ସହିତ ସହକର୍ମୀଙ୍କ ବିବାଦ ହୋଇପାରେ। ମାନସିକ ରୂପରେ ସୁସ୍ଥ ଅନୁଭବ କରିବେ। ବନ୍ଧୁ ତଥା ସମ୍ପର୍କୀୟଙ୍କ ସହିତ କଥାବାର୍ତ୍ତା ସମୟରେ ବୁଝି ବିଚାରି କରନ୍ତୁ। କୌଣସି ପ୍ରକାରର ବିବାଦରୁ ଦୂରେଇ ରୁହନ୍ତୁ।

ପ୍ରେମ ମାମଲାରେ, ନିଜ ସମ୍ପର୍କକୁ ସୁଦୃଢ କରିବା ପାଇଁ ଆପଣଙ୍କୁ ପ୍ରେମୀଙ୍କୁ ମିଛ କହିବାକୁ ପଡ଼ିବ।

କ୍ୟାରିୟର ମାମଲାରେ, ବ୍ୟାପାରରେ କିଛି ନୂଆ କରିବାକୁ ପ୍ରୟାସ କରି ପାରନ୍ତି।

ସ୍ବାସ୍ଥ୍ୟ ମାମଲାରେ, ଶାରୀରିକ ଏବଂ ମାନସିକ ରୂପରେ ସୁଦୃଢ ରହିବେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଦୁର୍ଗା ” ଅବଶ୍ୟ ଲେଖି ଦିଅନ୍ତୁ । ମାତା ଦୁର୍ଗାଙ୍କ କୃପା ଆପଣଙ୍କ ଉପରେ ରହିବ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *