Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରି ୨୦୨୦: ନବରାତ୍ରିରେ ଏହି ୯ଟି ରଙ୍ଗ ଦ୍ଵାରା ମାଆଙ୍କୁ କରନ୍ତୁ ପ୍ରସନ୍ନ, ଜାଣନ୍ତୁ ପ୍ରତ୍ୟେକ ଦିନର ରଙ୍ଗ ।

ସେୟାର୍ କରନ୍ତୁ

ନବରାତ୍ରି ରଙ୍ଗ ୨୦୨୦ : ଭାରତରେ ସବୁ ରାଜ୍ୟରେ  ନବରାତ୍ରି ଧୁମ ଧାମରେ ପାଳନ ହୁଏ। କିନ୍ତୁ ଏବର୍ଷ କରୋନା ମହାମାରୀ ଯୋଗୁଁ ଏଥିରେ ବାଧା ସୃଷ୍ଟି କରିଛି । ଶାରଦୀୟ ନବରାତ୍ରିର ପର୍ବ ୧୭ ଅକ୍ଟୋବର ୨୦୨୦ ରୁ ଆରମ୍ଭ ହୋଇଛି। ମାଆ ଦୁର୍ଗାଙ୍କୁ ସମର୍ପିତ ଏହି ପର୍ବର ଅପେକ୍ଷା ଲୋକ ବର୍ଷ ସାରା କରିଥାନ୍ତି। ନବରାତ୍ରିରେ ମାଆଙ୍କ ରଙ୍ଗ କଣ, ଆସନ୍ତୁ ସେହି ବିଷୟରେ।

ନବରାତ୍ରିର ପର୍ବ ୧୭ ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି। ନବରାତ୍ରିର ପ୍ରଥମ ଦିନରେ ମାଆ ଶୈଳପୁତ୍ରୀଙ୍କ ପୂଜାର୍ଚ୍ଚନା କରାଯାଏ। ଏହିଦିନ କଳସର ସ୍ଥାପନା କରି ମା ଦୁର୍ଗାଙ୍କୁ ଆବାହନ କରାଯାଇଥାଏ। ପ୍ରଥମ ଦିନ ମାଆଙ୍କ ଆଗମନ ସହିତ ନବରାତ୍ରି ଆରମ୍ଭ ହୋଇ ଯାଏ। ୯ ଦିନ ପର୍ଯ୍ୟନ୍ତ ମାଆଙ୍କ ଅଲଗା ଅଲଗା ସ୍ୱରୂପଙ୍କୁ ପୂଜା କରାଯାଇଥାଏ।

ନବରାତ୍ରିରେ ରଙ୍ଗର ବିଶେଷ ମହତ୍ୱ ରହିଥାଏ। ମାଆ ଦୁର୍ଗାଙ୍କୁ ଲାଲ ରଙ୍ଗ ବହୁତ ପ୍ରିୟ ଅଟେ। ଏଥିପାଇଁ ନବରାତ୍ରିରେ ଏହି ରଙ୍ଗ ସବୁଠାରୁ ଅଧିକ ପ୍ରୟୋଗ ହୋଇଥାଏ। ମାଆଙ୍କ ଲାଲ ଓଢ଼ଣି ଏବଂ ଚୌକିରେ ଲାଲ ବସ୍ତ୍ର ବିଛାଇବାର ମାନ୍ୟତା ରହିଛି। ଲାଲ ରଙ୍ଗ ପ୍ରଗତିର ସଂକେତ ଅଟେ। କିନ୍ତୁ ଏହାଛଡା ଅନ୍ୟ ରଙ୍ଗ ଗୁଡିକ ମଧ୍ୟ ରହିଛି ଯାହା ଏହି ନବରାତ୍ରିରେ ପ୍ରୟୋଗ କରି ମାଆ ଦୁର୍ଗାଙ୍କ ଆଶୀର୍ବାଦ ପ୍ରାପ୍ତ କରି ପାରିବେ। ନବରାତ୍ରିରେ ମାଆଙ୍କ ପୂଜାରେ ପ୍ରୟୋଗ ହେଉଥିବା ରଙ୍ଗ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ।

Google

ପ୍ରଥମ ଦିନ – ଗ୍ରେ କଲର :-

ପଞ୍ଚାଙ୍ଗ ଅନୁସାରେ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥିରୁ ନବରାତ୍ରିର ଶୁଭାରମ୍ଭ ହେଉଛି। ଏହିଦିନ ଶନିବାର ଅଟେ। ଶନି ଦେବଙ୍କୁ କଳା ରଙ୍ଗ ପ୍ରିୟ ଅଟେ। ଏଥିପାଇଁ ଏହିଦିନ ଲକି କଲର କଳା ଅଟେ। ପୂଜାପାଠରେ ଏହି ରଙ୍ଗ ପ୍ରୟୋଗ କରିବା ଅଶୁଭ ମାନା ଯାଇଥାଏ। ଏଥିପାଇଁ ପ୍ରଥମ ଦିନ ଗ୍ରେ କଲର ବସ୍ତ୍ର ପିନ୍ଧି ପୂଜା କରି ପାରିବେ ।

ଦ୍ଵିତୀୟ ଦିନ – ଧଳା ରଙ୍ଗ:

ନବରାତ୍ରି ର ଦ୍ଵିତୀୟ ଦିନ ମାଆ ବ୍ରହ୍ମଚାରିଣୀଙ୍କ ପୂଜାର୍ଚ୍ଚନା କରାଯାଏ । ମାନ୍ୟତା ରହିଛି କି ମାଆ ବ୍ରହ୍ମଚାରିଣୀଙ୍କୁ ଧଳା ରଙ୍ଗ ଅଧିକ ପ୍ରିୟ ଅଟେ। ଧଳା ରଙ୍ଗ ଶାନ୍ତିର ପ୍ରତୀକ ଅଟେ। ମାଆ ବ୍ରହ୍ମଚାରିଣୀ ଶାନ୍ତି ଏବଂ ସ୍ବଚ୍ଛତାର ପ୍ରତୀକ ଅଟନ୍ତି। ଏଥିପାଇଁ ଏହିଦିନ ଧଳା ରଙ୍ଗର ବସ୍ତ୍ର ପିନ୍ଧି ମାଆଙ୍କ ପୂଜାର୍ଚ୍ଚନା କରାଯାଇଥାଏ।

ତୃତୀୟ ଦିନ – ଲାଲ ରଙ୍ଗ :

ନବରାତ୍ରିର ତୃତୀୟ ଦିନ ମା ଚନ୍ଦ୍ରଘଣ୍ଟାଙ୍କ ପୂଜାର୍ଚ୍ଚନା କରାଯାଏ। ମାଆ ଚନ୍ଦ୍ରଘଣ୍ଟାଙ୍କୁ ଲାଲ ରଙ୍ଗ ପ୍ରିୟ ଅଟେ। ଏହିଦିନ ପୂଜା କରିବା ପୂର୍ବରୁ ଲାଲ ରଙ୍ଗର ବସ୍ତ୍ର ପରିଧାନ କରିବା ଆବଶ୍ୟକ, ଏହାଦ୍ବାରା ମାଆଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଏହିଦିନ କୁଆଁରୀ କନ୍ୟା ମାନଙ୍କୁ ଲାଲ ରଙ୍ଗର ବସ୍ତୁକୁ ଉପହାରରେ ଦେବା ଶୁଭ ମାନା ଯାଇଥାଏ।

ଚତୁର୍ଥ ଦିନ – ରୟାଲ ବ୍ଲୁ :

ନବରାତ୍ରିର ଚତୁର୍ଥ ଦିନ ମାଆ କୁଷ୍ମାଣ୍ଡାଙ୍କ ପୂଜା କରାଯାଇଥାଏ। ମାତା କୁଷ୍ମାଣ୍ଡା ଏହି ସୃଷ୍ଟିର ରଚନାରେ ବିଶେଷ ଯୋଗଦାନ ରହିଥିଲା। ତାଙ୍କର ପୂଜା ଶକ୍ତିର ଦେବୀ ରୂପରେ ମଧ୍ୟ କରା ଯାଇଥାଏ। ରୟାଲ ବ୍ଲୁ କୁ ସୁଖ ସମୃଦ୍ଧି ସହିତ ଯୋଡ଼ା ଯାଇଥାଏ। ଏଥିପାଇଁ ଏହି ରଙ୍ଗର ବସ୍ତ୍ର ପରିଧାନ କରି ପୂଜା କରି ପାରିବେ।

ପଞ୍ଚମ ଦିନ – ହଳଦିଆ ଏବଂ ସବୁଜ ରଙ୍ଗ :

ନବରାତ୍ରିର ପଞ୍ଚମ ଦିନରେ ମାତା ସ୍କନ୍ଦମାତାଙ୍କ ପୂଜାର୍ଚ୍ଚନା କରା ଯାଇଥାଏ। ସ୍କନ୍ଦମାତା ସ୍ନେହ ଏବଂ ବାତ୍ସଲ୍ୟ ପ୍ରଦାନ କରୁଥିବା ଦେବୀ ଅଟନ୍ତି। ସେ ଭଗବାନ କାର୍ତ୍ତିକେୟଙ୍କ ମା ମଧ୍ୟ ଥିଲେ। ନବରାତ୍ରିର ପଞ୍ଚମ ଦିନରେ ହଳଦିଆ ଏବଂ ସବୁଜ ରଙ୍ଗ ବସ୍ତ୍ର ଧାରଣ କରି ପୂଜା କରିବା ଉଚିତ। ଏହି ରଙ୍ଗ ମାଆଙ୍କୁ ଅଧିକ ପ୍ରିୟ ଅଟେ।

ଷଷ୍ଠ ଦିନ – ନୀଳ ରଙ୍ଗ :

ନବରାତ୍ରିର ଷଷ୍ଠ ଦିନରେ ମାଆ କାତ୍ୟାୟନୀଙ୍କୁ ପୂଜା କରା ଯାଇଥାଏ। ଦେବୀ କାତ୍ୟାୟନୀ ମହିଷାସୁରର ବଧ କରିଥିଲେ। କିନ୍ତୁ ପୂଜା ସମୟରେ ନୀଳ ରଙ୍ଗର ବସ୍ତ୍ର ପରିଧାନ କରିବା ଅଧିକ ଶୁଭ ମାନା ଯାଇଥାଏ। ଏହା ପଛରେ ମାନ୍ୟତା ରହିଛି କି ନିକ ରଙ୍ଗ ଧ୍ୟାନକୁ କେନ୍ଦ୍ରିତ କରିବା ପାଇଁ ସାହାଯ୍ୟ କରିଥାଏ। ମାଆ କାତ୍ୟାୟନୀ ସବୁ ମନସ୍କାମନା ପୂରଣ କରିଥାନ୍ତି।

ସପ୍ତମ ଦିନ – କଳା ରଙ୍ଗ :

ନବରାତ୍ରିର ସପ୍ତମ ଦିନ ମାଆ କାଳରାତ୍ରିଙ୍କ ପୂଜାର୍ଚ୍ଚନା କରାଯାଏ। ଯେଉଁ ଲୋକେ ତନ୍ତ୍ର ମନ୍ତ୍ରରେ ବିଶ୍ୱାସ କରିଥାନ୍ତି, ସେହି ଲୋକେ ମାଆ କାଳରାତ୍ରିଙ୍କ ପୂଜା ବିଶେଷ ରୂପରେ କରିଥାନ୍ତି। ମାଆ କାଳରାତ୍ରିଙ୍କୁ କାଜଲ ରଙ୍ଗ ଅଧିକ ପସନ୍ଦ ହୋଇଥାଏ। ଏଥିପାଇଁ ଏହିଦିନ କଳା ରଙ୍ଗର ବସ୍ତ୍ର ପରିଧାନ କରି ପୂଜାର୍ଚ୍ଚନା କରିବା ଉଚିତ।

Google

ଅଷ୍ଟମ ଦିନ – କମଳା ରଙ୍ଗ :

ନବରାତ୍ରିର ଅଷ୍ଟମ ଦିନ ମାଆ ଗୌରୀଙ୍କୁ ସମର୍ପିତ ଅଟେ। ଏହିଦିନ ମାଆ ଗୌରୀଙ୍କୁ ପୂଜାର୍ଚ୍ଚନା କରା ଯାଇଥାଏ। ଗୌରୀ ମାତାଙ୍କୁ ଲାଲ ରଙ୍ଗ ପ୍ରିୟ ଅଟେ। ଏଥିପାଇଁ ଏହି ଦିନ ଲାଲ ରଙ୍ଗ ସହିତ କମଳା ରଙ୍ଗର ପ୍ରୟୋଗ କରି ପାରିବେ।

ନବମ ଦିନ – ଲାଲ ରଙ୍ଗ :

ନବରାତ୍ରିର ଅନ୍ତିମ ଦିନରେ ମାଆ ସିଦ୍ଧିଦାତ୍ରୀଙ୍କ ପୂଜାର୍ଚ୍ଚନା କରାଯାଇଥାଏ। ଏହିଦିନର ପୂଜାରେ ଫିରୋଜି , ଲାଲ ବା କେଶରୀ ରଙ୍ଗ ପ୍ରୟୋଗ କରି ପାରିବେ। ଏଥିରୁ କୌଣସି ରଙ୍ଗର ବସ୍ତ୍ର ଧାରଣ ପୂଜା କରିବା ଦ୍ୱାରା ମାଆଙ୍କ ଆଶୀର୍ବାଦ ପ୍ରାପ୍ତ କରି ପାରିବେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ। ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରନ୍ତୁ। ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଦୁର୍ଗା ” ଅବଶ୍ୟ ଲେଖି ଦିଅନ୍ତୁ । ମା ଦୁର୍ଗାଙ୍କ କୃପାରୁ ଆପଣଙ୍କ ଘର ପରିବାର ସବୁବେଳେ ହସ ଖୁସିରେ ରୁହନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *