Excuse Me Odisha

ଯାହା କହିବୁ ସତ କହିବୁ

ଆରମ୍ଭ ହେଲା ନବରାତ୍ରୀ , ଜାଣନ୍ତୁ ଶୁଭ ମୁହୂର୍ତ୍ତ , କଳସ ସ୍ଥାପନା ଓ ପୂଜାର ବିଧି

ସେୟାର୍ କରନ୍ତୁ

୨୦୨୦ ମସିହାରେ ମାତାଙ୍କର ଭକ୍ତମାନଙ୍କୁ ନବରାତ୍ରୀ ପାଇଁ ୧ ମାସ ଅଧିକ ଅପେକ୍ଷା କରିବାକୁ ପଡିଛି। କାରଣ ଅଧିକମାସ ହେତୁ ନବରାତ୍ରୀ ଏକ ମାସ ବିଳମ୍ବରେ ଆସିଛି। ନବରାତ୍ରୀର ୯ ଦିନରେ ମାତାଙ୍କର ୯ଟି ରୂପକୁ ପୂଜା କରାଯାଏ। ଏହି ଅବଧିରେ ମାତା ତାଙ୍କ ଭକ୍ତମାନଙ୍କର ଇଚ୍ଛାକୁ ମଧ୍ୟ ପୂରଣ କରନ୍ତି। ଉଲ୍ଲେଖଥାଉ ଯେ ଏହିବର୍ଷ ଶାରଦୀୟ ନବରାତ୍ରୀରେ ଏକ ବିଶେଷ ଶୁଭ ସଂଯୋଗ ହେଉଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହିବର୍ଷ ଶନି ଏବଂ ଗୁରୁ ଗ୍ରହ ସ୍ୱରାଶିରେ ଉପସ୍ଥିତ ରହିବେ। ଏହି ଶୁଭ ସଂଯୋଗରେ କଳସ ସ୍ଥାପନା କରିବା ଶୁଭ ଫଳାଫଳ ଦେଇଥାଏ। ଏଭଳି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ ନବରାତ୍ରୀ ସମ୍ବନ୍ଧୀୟ କିଛି ଗୁରୁତ୍ୱପୂର୍ଣ୍ଣ କଥା ବିଷୟରେ କହିବାକୁ ଯାଉଛୁ।

ଶାରଦୀୟ ନବରାତ୍ରୀ କେବେ ଠାରୁ ଆରମ୍ଭ ହେଉଛି:-

୪ଟି ନବରାତ୍ରୀ ମଧ୍ୟରୁ ଶାରଦୀୟ ନବରାତ୍ରୀକୁ ମୁଖ୍ୟ ନବରାତ୍ରୀ ଭାବରେ ବିବେଚନା କରାଯାଏ। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଶାରଦୀୟ ନବରାତ୍ରୀ ଶରତ ଋତୁରେ ଆଶ୍ୱିନ ଶୁକ୍ଳପକ୍ଷରୁ ଆରମ୍ଭ ହୋଇ ୯ଦିନ ପର୍ଯ୍ୟନ୍ତ ଚାଲିଥାଏ। ଗଣନା ଅନୁଯାୟୀ , ଏହିବର୍ଷ ନବରାତ୍ରୀ ଅକ୍ଟୋବର ୧୭ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ।

Google

ଶାରଦୀୟ ନବରାତ୍ରୀ ତିଥି:-

୧୭ ଅକ୍ଟୋବର ୨୦୨୦:- ପ୍ରଥମ ଦିନ , ପ୍ରତିପଦା , କଳସ ସ୍ଥାପନା , ଚନ୍ଦ୍ର ଦର୍ଶନ ଓ ଶୈଳୀପୁତ୍ରୀ ପୂଜନ

୧୮ ଅକ୍ଟୋବର ୨୦୨୦:- ଦ୍ଵିତୀୟ ଦିନ , ଦ୍ଵିତୀୟା , ବ୍ରହ୍ମଚାରିଣୀ ପୂଜନ

୧୯ ଅକ୍ଟୋବର ୨୦୨୦:- ତୃତୀୟ ଦିନ , ତୃତୀୟା , ଚନ୍ଦ୍ରଘଣ୍ଟା ପୂଜନ

୨୦ ଅକ୍ଟୋବର ୨୦୨୦:- ଚତୁର୍ଥ ଦିନ , ଚତୁର୍ଥୀ , କୁଷ୍ମାଣ୍ଡା ପୂଜନ

୨୧ ଅକ୍ଟୋବର ୨୦୨୦:- ପଞ୍ଚମ ଦିନ , ପଞ୍ଚମୀ , ସ୍କନ୍ଦମାତା ପୂଜନ

୨୨ ଅକ୍ଟୋବର ୨୦୨୦:- ଷଷ୍ଠ ଦିନ , ଷଷ୍ଠୀ , ସରସ୍ୱତୀ ପୂଜନ

୨୩ ଅକ୍ଟୋବର ୨୦୨୦:- ସପ୍ତମ ଦିନ , ସପ୍ତମୀ , କାତ୍ୟାୟନି ପୂଜନ

୨୪ ଅକ୍ଟୋବର ୨୦୨୦:- ଅଷ୍ଟମ ଦିନ , ଅଷ୍ଟମୀ , କାଳରାତ୍ରି ପୂଜନ , କନ୍ୟା ପୂଜନ

୨୫ ଅକ୍ଟୋବର ୨୦୨୦:- ନବମ ଦିନ , ନବମୀ , ମହାଗୌରୀ ପୂଜନ , କନ୍ୟା ପୂଜନ , ନବମୀ ଯଜ୍ଞ ,

ନବରାତ୍ରୀ ପାରଣ

କଳସ ସ୍ଥାପନା:-

ନବରାତ୍ରୀରେ କଳସ ସ୍ଥାପନର ଅତ୍ୟନ୍ତ ଗୁରୁତ୍ୱ ରହିଛି। କଳସ ସ୍ଥାପନ ବିନା ନବରାତ୍ରୀ ପୂଜାକୁ ଅସମ୍ପୂର୍ଣ୍ଣ ବୋଲି ବିବେଚନା କରାଯାଏ। କହିରଖୁଛୁ ଯେ ନବରାତ୍ରୀକୁ ଘଟ ସ୍ଥାପନା ମଧ୍ୟ କୁହାଯାଏ। ଘଟ ସ୍ଥାପନା ଏକପ୍ରକାରର ଦେବୀ ମାତାଙ୍କର ଆହ୍ୱାନ ଅଟେ। କୁହାଯାଏ ଯେ ଭୁଲ ସମୟରେ ଘଟ ସ୍ଥାପନା କରିବା ଦ୍ୱାରା ମାତାଙ୍କର କ୍ରୋଧର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏହି ପରିପ୍ରେକ୍ଷୀରେ , ଶୁଭ ସମୟରେ କଳସ ସ୍ଥାପନା କରିବା ଶୁଭ ଫଳାଫଳ ଦେଇଥାଏ।

କଳସ ସ୍ଥାପନାର ମୁହୂର୍ତ୍ତ:-

ତିଥି:- ୧୭ ଅକ୍ଟୋବର ୨୦୨୦

ମୁହୂର୍ତ୍ତ:- ସକାଳ ୬:୨୩ ରୁ ୧୦:୧୨ ପର୍ଯ୍ୟନ୍ତ

ମୋଟ ଅବଧି:- ୦୩ ଘଣ୍ଟା ୪୯ ମିନିଟ

କଳସ ସ୍ଥାପନା ପାଇଁ ସାମଗ୍ରୀ:-

ଲାଲ ରଙ୍ଗ ମାତାଙ୍କର ଅତ୍ୟନ୍ତ ପ୍ରିୟ ଅଟେ। ସେଥିପାଇଁ ଆପଣଙ୍କୁ ମାତାଙ୍କର ସ୍ଥିତି ପାଇଁ ନାଲି ରଙ୍ଗର ଆସନ ଆଣିବା ଉଚିତ। ଏହା ବ୍ୟତୀତ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟରେ ଆପଣ କଳସ ସ୍ଥାପନା ପାଇଁ ମାଟିପାତ୍ର , ବାର୍ଲି , ମାଟି , ପାଣିରେ ପୂର୍ଣ୍ଣ କଳସ , ଲାଲି ସୂତା , ଅଳେଇଚ , ଲବଙ୍ଗ, କପୁର , ରୋଲି , ଗୋଟା ସୁପାରୀ , ଗୋଟା ଚାଉଳ , ଆମ୍ବ କିମ୍ବା ଅଶୋକ ପତ୍ର , ନଡ଼ିଆ , ଚୁନରି , ସିନ୍ଦୂର , ଫଳ ଫୁଲ ଏବଂ ଶ୍ରୁଙ୍ଗାର ଆଣନ୍ତୁ।

ଏହିପରି ଭାବରେ କଳସ ସ୍ଥାପନ କରନ୍ତୁ:-

ନବରାତ୍ରୀ ଦିନ ଆପଣ ସକାଳୁ ଉଠି ସ୍ନାନ କରି , ପୂଜା ଘର ସଫା କରନ୍ତୁ।

*ତାପରେ ମାଆଙ୍କ ସମ୍ମୁଖରେ ଅଖଣ୍ଡ ଦୀପ ଜଳାନ୍ତୁ ଏବଂ ମାଟି ପାତ୍ରରେ ମାଟି ଭର୍ତ୍ତି କରି ବାର୍ଲି ମଞ୍ଜି ବୁଣନ୍ତୁ।

ଏବେ ତମ୍ବା ପାତ୍ରରେ ରୋଲି ସାହାଯ୍ୟରେ ସ୍ୱସ୍ତିକ ପ୍ରସ୍ତୁତ କରନ୍ତୁ ଏବଂ ଲାଲି ସୁତାକୁ ପାତ୍ର ଉପରେ ବାନ୍ଧନ୍ତୁ।

ବର୍ତ୍ତମାନ ଏଥିରେ ପାଣିରେ ଭରନ୍ତୁ ଏବଂ କିଛି ବୁନ୍ଦା ଗଙ୍ଗା ପାଣି , ତାପରେ ଦୁବ , ମୁଦ୍ରା , ସୁପାରୀ , ଅତର ଏବଂ ଅକ୍ଷତ ଢାଳନ୍ତୁ।

Google

ତାପରେ କଳସରେ ଆମ୍ବ କିମ୍ବା ଅଶୋକ ପତ୍ର ଲଗାନ୍ତୁ।

ତାପରେ ନଡ଼ିଆକୁ ଏକ ଲାଲି କପଡ଼ାରେ ଗୁଡ଼ାଇ କଳସ ଉପରେ ରଖି ଦିଅନ୍ତୁ।

ତାପରେ କଳସକୁ ମାଟି ପାତ୍ର ଉପରେ ରଖିଦିଅନ୍ତୁ , ଯେଉଁଥିରେ ଆପଣ ବାର୍ଲି ବୁଣିଥିଲେ।

ତାପରେ ଆପଣ ମାତାଙ୍କର ନଅଟି ବ୍ରତ ରଖିବାକୁ ପ୍ରତିଜ୍ଞା କରନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଦୁର୍ଗା ” ଅବଶ୍ୟ ଲେଖି ଦିଅନ୍ତୁ । ମାତା ଦୁର୍ଗାଙ୍କ କୃପା ହେଲେ ଆପଣଙ୍କ ଜୀବନରେ ଚାଲି ଥିବା ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *