Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୧୫ ଅକ୍ଟୋବର ୨୦୨୦,ଗୁରୁବାର,ସିଂହ ରାଶିର ଜାତକ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ, ଏମାନଙ୍କୁ ମିଳିପାରେ ଚାକିରି।

ସେୟାର୍ କରନ୍ତୁ

ଅଧିକ ଆଶ୍ୱିନ କୃଷ୍ଣ ପକ୍ଷର ଉଦୟା ତିଥି ତ୍ରୟୋଦଶୀ ଏବଂ ଦିନ ଗୁରୁବାର ଅଟେ। ତ୍ରୟୋଦଶୀ ତିଥି ସକାଳ ୮ ଟା ବାଜି ୩୪ ମିନିଟ ପର୍ଯ୍ୟନ୍ତ ରହିବ। ଜାଣନ୍ତୁ ଆଚାର୍ଯ୍ୟ ହିନ୍ଦୁ ପ୍ରକାଶ ଙ୍କ କିପରି ରହିବ ଦିନ।

ଅଧିକ ଆଶ୍ୱିନ କୃଷ୍ଣ ପକ୍ଷର ଉଦୟା ତିଥି ତ୍ରୟୋଦଶୀ ଏବଂ ଦିନ ଗୁରୁବାର ଅଟେ। ତ୍ରୟୋଦଶୀ ତିଥି ସକାଳ ୮ ଟା ବାଜି ୩୪ ମିନିଟ ପର୍ଯ୍ୟନ୍ତ ରହିବ। ଏହାପରେ ଚତୁର୍ଦ୍ଦଶୀ ତିଥି ଲାଗିଯିବ, ଯାହା ସାରା ଦିନ ଏବଂ ସାରା ରାତି ପାରି ହୋଇ ଶୁକ୍ରବାର ଭୋର ୪ ଟା ବାଜି ୫୩ ମିନିଟ ପର୍ଯ୍ୟନ୍ତ ରହିବ। ଏହାସହିତ ସକାଳ ୧୦ ଟା ବାଜି ୧୯ ମିନିଟ ପର୍ଯ୍ୟନ୍ତ ବ୍ରହ୍ମ ଯୋଗ ରହିବ। ଏହାଛଡା ସନ୍ଧ୍ୟା ୫ ଟା ବାଜି ୫୮ ମିନିଟ ପର୍ଯ୍ୟନ୍ତ ଉତ୍ତରା ଫାଲଗୁନୀ ନକ୍ଷତ୍ର ରହିବ। ଜାଣନ୍ତୁ ଆଚାର୍ଯ୍ୟ ହିନ୍ଦୁ ପ୍ରକାଶ ଙ୍କ ଠାରୁ କିପରି ରହିବ ରାଶି ଅନୁସାରେ ଆପଣଙ୍କ ଦିନ।

ମେଷ ରାଶି –

ଆଜି ଆପଣ ପିତାଙ୍କ କୌଣସି ଜରୁରୀ କାର୍ଯ୍ୟ ପୂରଣ କରିବେ। ଆପଣଙ୍କ ପିତାଙ୍କୁ ଆପଣଙ୍କ ଉପରେ ଗର୍ବ ଅନୁଭବ ହେବ। କୌଣସି ନୂଆ କୋର୍ସ ପାଇଁ ଆପଣ ଭଲ ଭାବରେ ବିଚାର କରିବେ। ଚାକିରୀ କରୁଥିବା ଲୋକଙ୍କୁ ଆଜି କାର୍ଯ୍ୟରୁ ଫୁରସତ ମିଳିବ। ହୋଟେଲ ରେ ବ୍ୟବସାୟ କରୁଥିବା ଲୋକଙ୍କୁ ଲାଭ ମିଳିବ। ଆର୍ଥିକ ସ୍ଥିତି ସୁଦୃଢ ରହିବ।

ବୃଷ ରାଶି –

ଆଜି ପରିବାର ଲୋକଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଆପଣ ଘର ସମ୍ଭାଳିବା ରେ ସକ୍ଷମ ରହିବେ। ଆପଣ ଘରେ କୌଣସି କାର୍ଯ୍ୟକ୍ରମ ର ଆରମ୍ଭ କରି ପାରନ୍ତି। କୌଣସି ପରିଚିତ ଲୋକ ଆପଣଙ୍କ ସନ୍ତାନ ଙ୍କ କ୍ୟାରିୟର କୁ ନେଇ ପରାମର୍ଶ ଦେଇ ପାରନ୍ତି। ଆପଣ ସେମାନଙ୍କୁ ନିରାଶ କରିବେ ନାହିଁ। ଜୀବନସାଥୀ ଙ୍କୁ ସମ୍ପୂର୍ଣ୍ଣ ସମୟ ଦେବେ। ଆଜି ଅଚାନକ ଧନ ଲାଭ ହେବ।

ମିଥୁନ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଧାର୍ମିକ କାର୍ଯ୍ୟରେ ଆପଣଙ୍କର ମନ ଲାଗିବ। ଅଫିସ ରୁ କୌଣସି ବ୍ୟକ୍ତି ଆପଣଙ୍କ ଘରକୁ ଆସି ପାରନ୍ତି। ସନ୍ତାନ ଙ୍କ ଠାରୁ କୌଣସି କାର୍ଯ୍ୟରେ ସହଯୋଗ ପ୍ରାପ୍ତ ହେବ। ମହିଳା ମାନଙ୍କ ପାଇଁ ଆଜିର ଦିନଟି ଅନୁକୂଳ ରହିଛି। ଘରେ ଛୋଟ ଛୋଟ ପୂଜାର ଆୟୋଜନ କରି ପାରନ୍ତି। କୌଣସି ଗ୍ରାହକ ଆପଣଙ୍କ ପରିବାର ସହିତ ଜଡିତ ହୋଇ ପାରନ୍ତି।

Google

କର୍କଟ ରାଶି –

ଆପଣଙ୍କୁ ନିଜ କାର୍ଯ୍ୟ କୁଶଳତା ରେ ବୃଦ୍ଧି କରିବାର ଆବଶ୍ୟକତା ରହିଛି। ଆପଣଙ୍କୁ ନିଜ ଆମଦାନୀ କୁ ଧ୍ୟାନରେ ରଖି ଖର୍ଚ୍ଚ କରିବା ଉଚିତ। କ୍ୟାରିୟର କୁ ନେଇ ସମସ୍ୟା ଦେଖା ଦେଇପାରେ। ନୂଆ କୋର୍ସ ପାଇଁ ଆପଣ ଏଡମିସନ ନେଇ ପାରନ୍ତି। ଆପଣ ଚିଡ ଚିଡା ଅନୁଭବ କରି ପାରନ୍ତି। ଆପଣ ସମୟ ସମୟ ମଧ୍ୟରେ ପାଣି ପିଇବା ଉଚିତ। ଆପଣଙ୍କର କାର୍ଯ୍ୟ ପ୍ରଣାଳୀ ରେ ପରିବର୍ତ୍ତନ ଆସିବ।

ସିଂହ ରାଶି

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ସନ୍ତାନ ଙ୍କ ପ୍ରତି ଖର୍ଚ୍ଚ କରି ପାରନ୍ତି। କାର୍ଯ୍ୟ ମାମଲାରେ ଆପଣଙ୍କୁ ଅନୁଭବୀ ଲୋକଙ୍କ ଠାରୁ ସମ୍ପର୍କ ବଢାଇବାର ଆବଶ୍ୟକତା ରହିଛି। ଏହାଦ୍ବାରା ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳିବ। ଖାଦ୍ୟପେୟ ପ୍ରତି ଧ୍ୟାନ ରଖିବା ଆବଶ୍ୟକ। ଜୀବନସାଥୀ ଙ୍କ ସହିତ ସ୍ନେହ ପ୍ରେମ ର ଆନନ୍ଦ ନେବେ। ଆପଣଙ୍କୁ ନିଜ ପରିଶ୍ରମ ର ଫଳ ନିଶ୍ଚିତ ରୂପରେ ପ୍ରାପ୍ତ ହେବ।

କନ୍ୟା ରାଶି –

ଆଜି ଆପଣ କାହାକୁ ନିଜର ହୃଦୟର କଥା କହିବାକୁ ଯଦି ଚାହୁଁଛନ୍ତି ତାହେଲେ ଦିନଟି ଅତ୍ୟନ୍ତ ଶୁଭ ରହିବ। ଆପଣ ନିଜ କାର୍ଯ୍ୟରେ ସୁନିଶ୍ଚିତ ସଫଳ ରହିବେ। ଆପଣଙ୍କୁ କୌଣସି ବଡ଼ କାମ ମିଳିପାରେ। ପାର୍ଟ ଟାଇମ ଜବ କରୁଥିବା ଯୁବକ ଙ୍କ ଚାକିରୀ ପକ୍କା ହୋଇପାରେ। ଆପଣଙ୍କ ସମୟ ବହୁତ ଭଲ କଟିବ। ଆପଣ କୌଣସି କମ୍ପାନୀ ରେ ଫୁଲ ଟାଇମ ଜବ ପାଇଁ ଆବେଦନ କରି ପାରନ୍ତି।

ତୁଳା ରାଶି –

ଆଜି ଆପଣଙ୍କୁ ସବୁ କାର୍ଯ୍ୟରେ ସତର୍କ ହୋଇ କାମ କରିବା ଉଚିତ। ବ୍ୟବସାୟରେ କୌଣସି ଦେବା ନେବା ସମୟରେ ସତର୍କ ରହିବା ଆବଶ୍ୟକ। ଆପଣଙ୍କୁ ଅଯଥା ରେ ହାନୀ ହୋଇପାରେ । ଯଦି ଆପଣ କୌଣସି ଜରୁରୀ ମିଟିଂ ରେ ଯାଉଛନ୍ତି, ତାହେଲେ ଆପଣଙ୍କୁ ନିଜ ବେଶଭୂଷା ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆପଣଙ୍କୁ ବ ବ୍ୟାୟାମ କରିବା ସହିତ ନିଜ ଖାଦ୍ୟପେୟ ଉପରେ ଧ୍ୟାନ ରଖିବା ଆବଶ୍ୟକ।

ବିଛା ରାଶି –

ଆଜି ଜୀବନସାଥୀ ବ୍ୟବସାୟ କୁ ନେଇ ଆପଣଙ୍କ ସହିତ କଥା ସେୟାର କରି ପାରନ୍ତି। କାର୍ଯ୍ୟକୁ ନେଇ ଆପଣ ଜୀବନସାଥୀ ଙ୍କ ଠାରୁ ପରାମର୍ଶ ନେଇ ପାରିବେ। ପିଲାମାନେ ଆଜି କୌଣସି ଖେଳ ପ୍ରତିଯୋଗିତା ରେ ଭାଗ ନେଇ ପାରନ୍ତି। ଲୋକଙ୍କୁ ରୋଜଗାରର ଅବସର ମିଳିପାରେ। ପରିବାରର ମାହୋଲ ଠିକ୍ ଠାକ୍ ରହିବ। ଆଖି ସମସ୍ୟା ଆପଣଙ୍କ ପାଇଁ କଷ୍ଟକର ହୋଇପାରେ।

ଧନୁ ରାଶି –

ଆଜି ଆପଣ କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ବିଚାର କରି ପାରନ୍ତି। ଘରର ବୃଦ୍ଧ ଲୋକଙ୍କ ଠାରୁ ଆପଣଙ୍କୁ ସହଯୋଗ ପ୍ରାପ୍ତ ହେବ। ଆର୍ଥିକ ରୂପରେ ଆପଣ ପିତାଙ୍କୁ ସହଯୋଗ କରିବେ। ଯଦି ଆପଣଙ୍କ ସନ୍ତାନ ବିବାହ ର ଉପଯୁକ୍ତ ତାହେଲେ ତାଙ୍କ ପାଇଁ ପ୍ରସ୍ତାବ ଆସିପାରେ। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ । ସନ୍ତାନ ଙ୍କୁ ନେଇ କୌଣସି ସ୍ଥାନକୁ ଭ୍ରମଣ ରେ ଯାଇ ପାରନ୍ତି । ଅଫିସ ରେ ନିଜ କାର୍ଯ୍ୟ ସମ୍ପନ୍ନ କରିବେ।

Google

ମକର ରାଶି –

ସରକାରୀ ସଂସ୍ଥାନ ସହିତ ଜଡ଼ିତ ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିଛି। ପ୍ରାଇଭେଟ୍ କାମ କରୁଥିବା ଲୋକଙ୍କୁ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ। ଅଫିସ ରେ ଅଧିକ କାମ କରିବାକୁ ପଡିପାରେ । ଆପଣ ପିଲା ମାନଙ୍କୁ ଉଚିତ ସମୟ ଦେଇ ପାରିବେ ନାହିଁ। ସମ୍ପର୍କୀୟ ଲୋକଙ୍କ ଠାରୁ ରାୟ ନେବା ଆପଣଙ୍କ ପାଇଁ ଲାଭଦାୟକ ରହିବ। ଛାତ୍ରଛାତ୍ରୀ ମାନଙ୍କ ପାଇଁ ଦିନଟି ଅନୁକୂଳ ରହିଛି । ପାର୍ଟନର ଆପଣଙ୍କୁ ଖର୍ଚ୍ଚାନ୍ତ କରାଇ ପାରନ୍ତି। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ।

କୁମ୍ଭ ରାଶି –

ଆଜି ଆପଣ ଜୀବନସାଥୀ ଙ୍କ ସହିତ ଅଧିକ ସମୟ ଅତିବାହିତ କରିବେ। ଆପଣଙ୍କ ମନ ପ୍ରସନ୍ନ ରହିବ । ମାତା ଆପଣଙ୍କ ଠାରୁ କୌଣସି କଥାକୁ ନେଇ ପରାମର୍ଶ ମାଗି ପାରନ୍ତି । ସମାଜରେ ଆପଣଙ୍କର ମାନସମ୍ମାନ ପ୍ରାପ୍ତ ହେବ। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ। ବ୍ୟବସାୟ କରୁଥିବା ଲୋକଙ୍କୁ ସଫଳତା ମିଳିବ। ପିଲାମାନଙ୍କୁ ତାଙ୍କ ମନ ପସନ୍ଦ ରାନ୍ଧଣା କରି ଖାଇବାକୁ ମା ମାନେ ଦେଇ ପାରନ୍ତି।

ମୀନ ରାଶି –

ଆଜି କୌଣସି ପ୍ରପର୍ଟି ଡିଲର ଙ୍କ ସହିତ ଆପଣଙ୍କର ଦେଖାସାକ୍ଷାତ ହୋଇପାରେ। ଆପଣ କୌଣସି ସମ୍ପତ୍ତି ରେ ନିବେଶ କରିବାକୁ ବିଚାର କରି ପାରନ୍ତି। ବନ୍ଧୁଙ୍କ ସହଯୋଗରେ ଆପଣଙ୍କୁ ଭଲ କମ୍ପାନୀ ରେ ଚାକିରୀ ମିଳିପାରେ। ଶିକ୍ଷା କ୍ଷେତ୍ର ମାମଲାରେ ଦିନଟି ଅନୁକୂଳ ରହିଛି। କ୍ୟାରିୟର କୁ ନେଇ ଆପଣ ବଡ଼ ନିଷ୍ପତ୍ତି ପାରନ୍ତି। ଆପଣଙ୍କ ଘରେ ସୁଖ ସୁବିଧା ରେ ବୃଦ୍ଧି ହେବ।

ବନ୍ଧୁଗଣ ଆଜି ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ମା ଲକ୍ଷ୍ମୀ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *