Excuse Me Odisha

ଯାହା କହିବୁ ସତ କହିବୁ

ବୁଧର ଗୋଚର ଏହି ରାଶି ମାନଙ୍କ ପାଇଁ ଆଣିବ ଶୁଭ ସମାଚାର, ୩ ନଭେମ୍ବରରୁ ହେବ ମାର୍ଗୀ ।

ସେୟାର୍ କରନ୍ତୁ

ବୁଧ ୧୪ ଅକ୍ଟୋବରରୁ ୩ ନଭେମ୍ବର ପର୍ଯ୍ୟନ୍ତ ତୁଳା ରାଶିରେ ବକ୍ରୀ ରହିବ। ଏହାପରେ ମାର୍ଗୀ ହେବ। ବକ୍ରୀ ଦଶା ଉଚିତ ସଂକେତ ଦେଉନାହିଁ। ବୁଧର ଏହି ଗୋଚର ପରିବର୍ତ୍ତନ ସ୍ୱୟଂ ତୁଳା, ବିଛା, ଧନୁ, ମକର, କୁମ୍ଭ ଏବଂ ମୀନ ରାଶିର ଜାତକଙ୍କ ଉପରେ କଣ ପଡିପାରେ ପ୍ରଭାବ, ଆସନ୍ତୁ ଜାଣିବା ।

ତୁଳା ରାଶି  :

ବକ୍ରୀ ବୁଧର ଗୋଚର ଆପଣଙ୍କର ପ୍ରଥମ ଭାବରେ ରହିବ। ଏହାକୁ ଲଗ୍ନ ଭାବ ମଧ୍ୟ କୁହାଯାଏ। ପ୍ରଥମ ଭାବକୁ ଆମର ବ୍ୟକ୍ତିତ୍ଵର ଆଇନା କୁହାଯାଇଛି। ଆପଣଙ୍କ ଲଗ୍ନ ରେ ବକ୍ରୀ ବୁଦ୍ଧର ଗୋଚର ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ସବୁ ପ୍ରକାରର କାର୍ଯ୍ୟକୁ ଆପଣ ଉଚିତ ଢଙ୍ଗରେ ସମ୍ପନ୍ନ କରିବେ।

ବିଛା ରାଶି –

ବୁଧ ଗ୍ରହର ଗୋଚର ଆପଣଙ୍କ ରାଶିର ଦ୍ଵାଦଶ ଭାବରେ ରହିବ। ବୁଧ ଗ୍ରହ ଆପଣଙ୍କ ପାଇଁ ଅଷ୍ଟମ ତଥା ଏକାଦଶ ଭାବରେ ସ୍ଵାମୀ ଅଟନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଦ୍ଵାଦଶ ଭାବ ବ୍ୟୟ ଭାବ ବୋଲି କୁହାଯାଇଛି। ଏହି ଭାବ ଦ୍ଵାରା ଖର୍ଚ୍ଚ, ହାନୀ , ମୋକ୍ଷ, ବିଦେଶ ଯାତ୍ରା ଆଦିକୁ ଦେଖା ଯାଇଥାଏ। କହିବାକୁ ଗଲେ ଏହି ଗୋଚର ଦ୍ଵାରା ବକ୍ରୀ ବୁଧ ଆପଣଙ୍କୁ ପ୍ରତିକୂଳ ଫଳ ପ୍ରଦାନ କରିବ।

Google

ଧନୁ ରାଶି –

ବକ୍ରୀ ବୁଧ ଆପଣଙ୍କ ରାଶି ପାଇଁ ସପ୍ତମ ଏବଂ ଦଶମ ଭାବରେ ସ୍ଵାମୀ ଅଟନ୍ତି। ଏହି ଭାବ ଦ୍ଵାରା ଆୟ, ଜୀବନରେ ପ୍ରାପ୍ତ ହେବାକୁ ଥିବା ସବୁ ପ୍ରକାରର ଉପଲବ୍ଧି, ମିତ୍ର , ବଡ଼ ଭାଇ ଭଉଣୀ ଆଦିଙ୍କୁ ଦେଖା ଯାଇଥାଏ। ବୁଧର ଏହି ଗୋଚର ଆପଣଙ୍କ ପାଇଁ ବିଶେଷ ଲାଭକାରୀ ସିଦ୍ଧ ହେବାକୁ ଯାଉଛି। ଏହି ସମୟରେ ଆପଣଙ୍କର ଦୁର୍ବଳ ପଡ଼ିଥିବା ଆର୍ଥିକ ପରିସ୍ଥିତିରେ ସୁଧାର ଆସିବ ଏବଂ ଆର୍ଥିକ ସୁଦୃଢ କରିବା ପାଇଁ ଉତ୍ତମ ଅବସର ପ୍ରାପ୍ତ ହେବ।

ମକର ରାଶି –

ବୁଧ ଗ୍ରହର ଗୋଚର ଆପଣଙ୍କ ରାଶିର ଦଶମ ଭାବରେ ରହିବ। ଜ୍ୟୋତିଷରେ ଦଶମ ଭାବ , କ୍ୟାରିୟର ଏବଂ ପ୍ରଫେସନାଲ, ପିତାଙ୍କ ସ୍ଥିତି, ଐଶ୍ୱର୍ଯ୍ୟ, ରାଜନୀତି ଏବଂ ଜୀବନ ଲକ୍ଷ୍ୟକୁ ବ୍ୟାଖ୍ୟା କରିଥାଏ। ଏହାକୁ କର୍ମ ଭାବ ମଧ୍ୟ କୁହାଯାଏ। ବୁଧର ଏହି ଗୋଚର ମକର ରାଶିର ଜାତକଙ୍କ ପାଇଁ ବିଶେଷ ଭାଗ୍ୟ ଶାଳୀ ରହିବ। ଏହି ସମୟରେ ପୂର୍ବରୁ କରିଥିବା ପରିଶ୍ରମର ଫଳ ପ୍ରାପ୍ତ କରିବେ।

କୁମ୍ଭ ରାଶି –

ବୁଧ ଗ୍ରହର ବକ୍ରୀ ଅବସ୍ଥାରେ ଆପଣଙ୍କ ରାଶିରେ ନବମ ଭାବରେ ଗୋଚର କରିବ। ଜ୍ୟୋତିଷ ଶାସ୍ତ୍ରରେ ନବମ ଭାବକୁ ଭାଗ୍ୟ ଭାବ କହନ୍ତି। ଏହି ଭାବ ଦ୍ଵାରା ବ୍ୟକ୍ତିର ଭାଗ୍ୟ, ଗୁରୁ,ଧର୍ମ, ଯାତ୍ରା, ତୀର୍ଥ ସ୍ଥଳ, ସିଦ୍ଧାନ୍ତର ବିଚାର କରାଯାଇଥାଏ। ଏହି ଗୋଚର ଦ୍ଵାରା ଅନେକ ଶୁଭ ଫଳ ପ୍ରାପ୍ତ ହେବ। ସବୁ କ୍ଷେତ୍ରରେ ଉନ୍ନତି ହେବ।

ମୀନ ରାଶି –

ବକ୍ରୀ ବୁଧ ଗୋଚର ଆପଣଙ୍କ ଅଷ୍ଟମ ଭାବରେ ପ୍ରବେଶ କରିବ। କୁଣ୍ଡଳୀର ଅଷ୍ଟମ ଭାବକୁ ଆୟୂର୍ଭାବ କୁହାଯାଏ। ଏହି ଭାବରେ ଜୀବନରେ ଆସୁଥିବା ଉତ୍ଥାନ ପତନରେ , ଅଚାନକ ହେବାକୁ ଥିବା ଘଟଣା , ଅାୟୁ, ରହସ୍ୟ, ଶୋଧ ଆଦିକୁ ଦେଖା ଯାଇଥାଏ। ଏଥିପାଇଁ ମୀନ ରାଶିର ଲୋକଙ୍କୁ ବକ୍ରୀ ବୁଧ ପାଖରୁ କମ ଫଳ ପ୍ରାପ୍ତ ହେବ।

Google

ବୁଧ ଦୋଷର ଉପାୟ –

ବୁଧ ଠାରୁ ପୀଡ଼ିତ ବ୍ୟକ୍ତିଙ୍କୁ ମା ଦୁର୍ଗାଙ୍କ ଆରାଧନା କରିବା ଉଚିତ। ବୁଧବାର ଦିନ ଗାଈକୁ ସବୁଜ ଚାରା ଖାଇବାକୁ ଦେବା ଉଚିତ ଏବଂ ଶାବୁ ଦାନା ଓ ମୁଗ ଦାନ କରିବା ଉଚିତ। ବୁଧବାର ଦିନ ଗଣପତିଙ୍କୁ ସିନ୍ଦୂର ଏବଂ ଦୂବ ଚଢ଼ାଇବା ଉଚିତ। ଦୁବରେ ୧୧ ବା ୨୧ ଗଣ୍ଠି ଚଢ଼ାଇବା ଦ୍ଵାରା ଫଳ ଶୀଘ୍ର ମିଳିଥାଏ। ପାଳକ ଦାନ କରନ୍ତୁ। ବୁଧବାର ଦିନ କନ୍ୟା ପୂଜା କରି ସବୁଜ ବସ୍ତୁକୁ ଦାନ କରିବା ଉଚିତ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଭଗବାନଙ୍କ ନାମ ଜରୁର ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପାରୁ ଆପଣଙ୍କ ଘର ପରିବାର ସୁଖ ଶାନ୍ତିରେ ରୁହନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *