Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୧୪ ଅକ୍ଟୋବର ୨୦୨୦,ବୁଧବାର,ବୁଧ ହେଉଛନ୍ତି ବକ୍ରୀ, ମିଥୁନ ସହିତ ଏହି ରାଶିର ଜୀବନରେ ପଡ଼ିବ ଅଧିକ ଲାଭ।

ସେୟାର୍ କରନ୍ତୁ

ଅଧିକ ଆଶ୍ୱିନ କୃଷ୍ଣ ପକ୍ଷ ର ଉଦୟା ଦ୍ଵାଦଶୀ ତିଥି ଏବଂ ଦିନ ବୁଧବାର ଅଟେ। ସକାଳ ୬ ଟା ବାଜି ୩୫ ମିନିଟ ରେ ବୁଧ ମାର୍ଗୀ ରୁ ବକ୍ରୀ ହୋଇଛନ୍ତି। ଜାଣନ୍ତୁ ହିନ୍ଦୁ ପ୍ରକାଶ ଙ୍କ ଠାରୁ ରାଶି ଅନୁସାରେ କିପରି ଅତିବାହିତ ହେବ ଆପଣଙ୍କ ଦିନ।

ଅଧିକ ଆଶ୍ୱିନ କୃଷ୍ଣ ପକ୍ଷ ଙ୍କ ଉଦାୟ ତିଥି ଏବଂ ଦିନ ବୁଧବାର ଅଟେ। ଦ୍ଵାଦଶୀ ତିଥି ୧୧ ଟା ବାଜି ୫୧ ମିନିଟ ପର୍ଯ୍ୟନ୍ତ ରହିବ, ଏହାପରେ ଦ୍ବିପ୍ରହର ୨ ଟା ବାଜି ୧୪ ମିନିଟ ପର୍ଯ୍ୟନ୍ତ ଶୁକ୍ଳ ଯୋଗ ରହିବ। ଏହାପରେ ୮ ଟା ବାଜି ୪୧ ମିନିଟ ପର୍ଯ୍ୟନ୍ତ ପୂର୍ବା ଫାଲଗୁନି ନକ୍ଷତ୍ର ରହିବ। ସକାଳ ୬ ଟା ବାଜି ୩୫ ମିନିଟ ରେ ବୁଧ ମାର୍ଗୀ ରୁ ବକ୍ରୀ ହେବେ। ବୁଧ ମାର୍ଗୀ ହେବାଦ୍ବାରା ବ୍ୟକ୍ତିକୁ ଷଷ୍ଠ ଇନ୍ଦ୍ରିୟ ଭଳି ଜ୍ଞାନ ପ୍ରାପ୍ତ ହେବ ଏବଂ ଏହା ଆପଣଙ୍କ ଦୂରଦର୍ଶୀ ବନେଇ ଥାଏ। ଏହାର ପ୍ରଭାବରେ ରହସ୍ୟମୟ ବିଦ୍ୟା ଗୁଡିକ ଉପରେ ରୁଚି ବଢ଼ିବ। ଜାଣନ୍ତୁ ଆଚାର୍ଯ୍ୟ ହିନ୍ଦୁ ପ୍ରକାଶ ଙ୍କ ଠାରୁ ରାଶି ଅନୁସାରେ କିପରି ରହିବ ଆଜିର ଦିନ।

ମେଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଆପଣଙ୍କ ମନ ପୁସ୍ତକ ପଢିବାରେ ଲାଗିବ। ଏହି ରାଶିର ଲୋକଙ୍କ ପାଇଁ ଆଜିର ଦିନଟି ବ୍ୟାପାର ସହିତ ଜଡ଼ିତ ନିବେଶ ପାଇଁ ଉତ୍ତମ ସାବ୍ୟସ୍ତ ହେବ ନାହିଁ। ବ୍ୟବସାୟିକ କ୍ଷେତ୍ରରେ ସହଯୋଗ ପ୍ରାପ୍ତ ହେବ। ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। କାର୍ଯ୍ୟରେ ସମ୍ପୂର୍ଣ୍ଣ ଧ୍ୟାନ ଦେବେ। ନିଜର ଜରୁରୀ ବସ୍ତୁ କିଣାକିଣି କରି ପାରନ୍ତି।

ବୃଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଜୀବନସାଥୀ ଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ଆପଣ ନିଜର ଆଶା ଗୁଡ଼ିକୁ ପୂରଣ କରି ପାରନ୍ତି। ଆପଣ କାର୍ଯ୍ୟକୁ ନେଇ ଅଧିକ ଗମ୍ଭୀର ରହିବେ। ବ୍ୟବସାୟୀ ମାନଙ୍କୁ ଅଧିକ ଲାଭ ମିଳିବ। ବଡ଼ ବ୍ୟବସାୟ ଡୀଲ ହୋଇପାରେ। ମାତାପିତାଙ୍କ ଆଶୀର୍ବାଦ ନେଇ ବିଗିଡ଼ି ଥିବା କାର୍ଯ୍ୟ କରନ୍ତୁ, ସବୁ ସମ୍ପନ୍ନ ହେବ। ଆଜି ଅଚାନକ ଆପଣଙ୍କର ବନ୍ଧୁ ଘରକୁ ଆସି ପାରନ୍ତି।

ମିଥୁନ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆପଣଙ୍କର ସବୁ ସମସ୍ୟା ସମାପ୍ତ ହୋଇଯିବେ। ଏହି ରାଶିର ଯେଉଁ ଲୋକେ ପେପର ବ୍ୟବସାୟ କରୁଥିବା ସେମାନେ ଆଜି ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ। ନିଷ୍ପତ୍ତି ନେବା ପୂର୍ବରୁ ଅନ୍ୟ ମାନଙ୍କ ଆବଶ୍ୟକତା କୁ ବୁଝନ୍ତୁ। ଆପଣଙ୍କୁ ଅଧିକ ଧର୍ଯ୍ୟ ରଖିବାକୁ ହେବ। ଆପଣଙ୍କ ଯୋଜନା ଶେଷ ମୁହୁର୍ତ୍ତ ରେ ପରିବର୍ତ୍ତନ ହୋଇପାରେ। ଜୀବନସାଥୀ ଙ୍କ ସହିତ ମତଭେଦ ସୃଷ୍ଟି ହୋଇପାରେ। ସମ୍ପର୍କରେ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ।

Google

କର୍କଟ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଠିକ୍ ଠାକ୍ ରହିବ। ଆପଣଙ୍କର ଆର୍ଥିକ ପକ୍ଷ ସୁଦୃଢ ରହିବ। ରୋଜଗାର ନଥିବା ଲୋକଙ୍କୁ କମ୍ପାନୀ ତରଫରୁ ଚାକିରୀ ଅବସର ମିଳିପାରେ। ଅନେକ କାର୍ଯ୍ୟରେ ସମସ୍ୟା ଦେଖା ଦେଇପାରେ। ଆପଣଙ୍କୁ ସନ୍ତୁଷ୍ଟି ଅନୁଭବ ହୋଇପାରେ। ଅଚାନକ ଯାତ୍ରା ପାଇଁ ଥକା ଅନୁଭବ କରି ପାରନ୍ତି। ପ୍ରେମୀ ଯୁଗଳ ପରସ୍ପର ସହିତ ସମୟ ଅତିବାହିତ କରିବେ। ବ୍ୟାପାରରେ ଧନଲାଭ ହୋଇପାରେ। ସରକାରୀ ବିଭାଗ ରେ କାମ କରୁଥିବା ଲୋକଙ୍କର ପଦୋନ୍ନତୀ ହୋଇପାରେ। ସମସ୍ୟା ଦୂର ହୋଇପାରେ।

ସିଂହ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ରାଜନୀତି ସହିତ ଜଡିତ ଥିବା ଲୋକେ କୌଣସି ସାମାଜିକ ଅନୁଷ୍ଠାନ ରେ ଯାଇ ପାରନ୍ତି। ଆପଣଙ୍କ କଥା ସମସ୍ତଙ୍କ ଧ୍ୟାନ କେନ୍ଦ୍ରିତ କରିବ। ଆପଣଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି। ଆପଣଙ୍କ ଖରାପ ବ୍ୟବହାର ପ୍ରେମୀଙ୍କୁ ଦୁଃଖିତ କରାଇ ପାରେ। ଲୁଗା ବ୍ୟାପାର କରୁଥିବା ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିଛି ଏବଂ ଧନଲାଭ ହୋଇପାରେ। ସରକାରୀ ବିଭାଗ ରେ କାମ କରୁଥିବା ଲୋକେଙ୍କୁ ପଦୋନ୍ନତୀ ମିଳିପାରେ। ସମସ୍ୟା ଦୂର ହେବ।

କନ୍ୟା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ହସଖୁସିରେ ଭରି ଉଠିବ। ପରିବାର ସଦସ୍ୟଙ୍କ ଆବଶ୍ୟକତା କୁ ପୂରଣ କରିବେ। ଅଚାନକ ଧନ ପ୍ରାପ୍ତି ହୋଇପାରେ।ସୁଖ ଦୁଃଖ ରେ ଆପଣ ଭାଗୀଦାର ହୋଇ ପାରନ୍ତି। ପ୍ରେମୀଙ୍କ ସହିତ ଆପଣ ସମୟ ଅତିବାହିତ କରିବେ। ପରସ୍ପର କୁ ବୁଝି ପାରିବେ। ଆଜି ଆପଣଙ୍କୁ ଭାଗିଦାରୀ କୁ ଯୋଜନାରେ ଜଡ଼ିତ ହେବାପାଇଁ ମନେଇବା ପାଇଁ ଅସୁବିଧା ହୋଇପାରେ। ସ୍ବାସ୍ଥ୍ୟ ଠିକ୍ ଠାକ୍ ରହିବ।

ତୁଳା ରାଶି –

ଆଜି ଆପଣ ନିଜକୁ ସକାରାତ୍ମକ ଅନୁଭବ କରିବେ। ଆଜି କରିଥିବା ନିବେଶ ରେ ଆପଣଙ୍କ ସମୃଦ୍ଧି ଏବଂ ଆର୍ଥିକ ସ୍ଥିତିରେ ଫାଇଦା ଆସିବ। କାର୍ଯ୍ୟକ୍ଷେତ୍ରରେ ଉନ୍ନତି ହେବାଦ୍ବାରା କିଛି ବାଧା ଦୂର ହୋଇପାରେ। ଏଭଳି ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ ଯେଉଁମାନେ ଆପଣଙ୍କ ମାନସମ୍ମାନ କୁ ଆଘାତ ଦେଉଛନ୍ତି। ଆପଣଙ୍କ ବୈବାହିକ ଜୀବନ ସୁଖମୟ ରହିବ। ବାଧା ରୁ ମୁକ୍ତି ମିଳିବ।

ବିଛା ରାଶି –

ଆଜି ପରିବାର ଲୋକଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ନକରି ପରିବା ହେତୁ , ପିତାମାତା ପିଲାମାନଙ୍କୁ ଆଗାମୀ ପରୀକ୍ଷା ପାଇଁ ପ୍ରୋତ୍ସାହିତ କରନ୍ତୁ। ଆଜି ଆରାମ ପାଇଁ ଅଧିକ ସମୟ ରହିଛି। ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ପାଇଁ ଆପଣ ବ୍ୟସ୍ତ ରହିବେ। ସମସ୍ୟା ସହିତ ଆପଣ ହସି ହସି ସାମ୍ନା କରିବେ। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ।

ଧନୁ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ । ଆଜି ବୁଝି ବିଚାରି ପଦକ୍ଷେପ ନିଅନ୍ତୁ। ଆଜି ହୃଦୟ ଅପେକ୍ଷା ମସ୍ତିଷ୍କ ରୁ ଅଧିକ ଚିନ୍ତା କରିବେ। ଏହି ରାଶିର ସରକାରୀ ଚାକିରୀ କରିଥିବା ଲୋକଙ୍କର ବଦଳି ହୋଇପାରେ। ଏହି ରାଶିର ଲୋକେ ନୂଆ ବ୍ୟବସାୟ ଆରମ୍ଭ କରି ସଫଳ ହେବେ ଏଥିପାଇଁ ଦିନଟି ଅନୁକୂଳ ରହିଛି। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଯାତ୍ରା କରିବା ଦ୍ଵାରା ବ୍ୟବସାୟିକ ସମ୍ବନ୍ଧ ମଧୁର ରହିବ। ସ୍ବାସ୍ଥ୍ୟ ରେ ସୁଧାର ଆସିବ।

Google

ମକର ରାଶି –

ଆଜି ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ଆଜି ଅଫିସ ରେ ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ଏହି ରାଶିର ବିଦ୍ୟାର୍ଥୀ ମାନଙ୍କ ପାଇଁ ଦିନଟି ଅନୁକୂଳ ରହିଛି, ପାଠପଢ଼ା ପ୍ରତି ଧ୍ୟାନ କେନ୍ଦ୍ରିତ କରିବେ। ବନ୍ଧୁ ମାନଙ୍କ ସହିତ ଖେଲଖେକି କରିବେ। ପ୍ରେମୀଙ୍କ ସହିତ ସମୟ ଅତିବାହିତ କରିବେ। ଆପଣ ବସ୍ତୁ ଏବଂ ଲୋକଙ୍କୁ ପରଖିବାରେ ସକ୍ଷମ ରହିବେ। ମାନସିକ ଚିନ୍ତା ଦୂର ହେବ।

କୁମ୍ଭ ରାଶି –

ଆଜିର ଦିନଟି ଧାର୍ମିକ କାର୍ଯ୍ୟରେ ରୁଚି ବଢିବ। କୌଣସି ଧାର୍ମିକ ସ୍ଥଳକୁ ଯାତ୍ରା କରିବା ପାଇଁ ଯୋଜନା ବନେଇ ପାରନ୍ତି। ସମ୍ପର୍କୀୟଙ୍କ ସହିତ ସମ୍ବନ୍ଧରେ ମଧୁରତା ଆସିବ। ପ୍ରେମୀ ଯୁଗଳ ଙ୍କ ମଧ୍ୟରେ ସ୍ନେହ ପ୍ରେମ ଭରି ରହିବ ଏବଂ ରୋମାନ୍ସ ହେବାର ସମ୍ଭାବନା ରହିଛି ।ଯଦି ଆପଣ ପରିସ୍ଥିତି କୁ ଭୟ କରି ପଳାୟନ କରିବେ, ତାହେଲେ ଏହା ଆପଣଙ୍କ ପିଛା ଛାଡ଼ିବେ ନାହିଁ। ମହତ୍ୱପୂର୍ଣ୍ଣ କାମରେ ଯିବା ପୂର୍ବରୁ କିଛି ମିଠା ଖାଇ ଯାଆନ୍ତୁ, ଆପଣଙ୍କର ସବୁ କାର୍ଯ୍ୟ ସମ୍ପନ୍ନ ହେବ।

ମୀନ ରାଶି –

ଆଜି ଆପଣ ରଚନାତ୍ମକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ଖେଳକୁଦ ରେ ଭାଗ ନେଇ ପାରନ୍ତି। ଆର୍ଥିକ ମାମଲାରେ ସାବଧାନ ରହିବା ଆବଶ୍ୟକ। ଆପଣଙ୍କୁ ଉଦାସ ଅନୁଭବ ହେବ, କାରଣ ଆପଣ ଯାହାକୁ ଅଧିକ ବିଶ୍ବାସୀ ଭାବୁଥିଲେ, ସେ ବିଶ୍ବାସୀ ହୋଇ ନ ପାରନ୍ତି। ଆପଣଙ୍କ କାର୍ଯ୍ୟରେ ପଡୋଶୀ ପ୍ରଭାବିତ ହେବେ ଏବଂ ଆପଣଙ୍କୁ ପ୍ରଶଂସା କରି ପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ରହିବ ଏବଂ ଆପଣଙ୍କ ଆତ୍ମବିଶ୍ଵାସ ସୁଦୃଢ ରହିବ। ସାମାଜିକ କାର୍ଯ୍ୟରେ ଆପଣ ରୁଚି ରଖିବେ।

ବନ୍ଧୁଗଣ ଆଜି ପ୍ରଭୁ ଗଣେଶଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ଶ୍ରୀ ଗଣେଶ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *