Excuse Me Odisha

ଯାହା କହିବୁ ସତ କହିବୁ

ବିଦୂର ନୀତି : ଯେଉଁ ବ୍ୟକ୍ତିଙ୍କ ଠାରେ ରହିଥାଏ ଏହି ୮ଟି ଗୁଣ, ସମସ୍ତ ଲୋକ ତାଙ୍କର ପ୍ରଶଂସା କରି ଥାନ୍ତି

ସେୟାର୍ କରନ୍ତୁ

ବିଦୁର ନୀତି ଆଜିର ସମୟରେ ମଧ୍ୟ ପ୍ରାସଙ୍ଗିକ ଅଟେ। ମହାତ୍ମା ବିଦୁର ନିଜ ନୀତିରେ ଦର୍ଶାଇଛନ୍ତି ଯେ ସେ କେଉଁ ୮ଟି ଗୁଣ ଅଟେ , ଯାହାଦ୍ୱାରା ମଣିଷମାନଙ୍କର ପ୍ରଶଂସା ହୋଇଥାଏ।

ଶ୍ଳୋକ:-

ଅଷ୍ଟଗୁଣା ପୁରୁଷ ଦୀପୟନ୍ତୀ , ପ୍ରଜ୍ଞା ଚ କୈଲ୍ୟ ଚ ଦମଃ ଶତ୍ରୁ ଚ !

ପରାକ୍ରମଶ୍ଚବହୁଭାଷିତା ଚ ଦାନ ଯଥାଶକ୍ତି କୃତଜ୍ଞତା ଚ ।।

ଅର୍ଥ:-

ନିମ୍ନଲିଖିତ ଆଠଟି ଗୁଣ ଦ୍ୱାରା ମଣିଷର ବହୁତ ପ୍ରଶଂସା ହୋଇଥାଏ। ୧) ବୁଦ୍ଧି , ୨) କୁଳିନତା , ୩) ମନର ସଂଯମତା , ୪) ଜ୍ଞାନ , ୫) ସାହାସିକତା , ୬) କମ କଥା କହିବା , ୭) ଦାନ ଦେବା ଏବଂ ୮) ଅନ୍ୟର ଉପକାରକୁ ମନେ ରଖିବା

୧) ବୁଦ୍ଧି:-

ଯେଉଁ ବ୍ୟକ୍ତି ନିଜ ବୁଦ୍ଧିକୁ ସଠିକ ଭାବରେ ବ୍ୟବହାର କରିବା ଜାଣିଥାଏ , ସେ ନିଜ ଜୀବନରେ ବହୁତ ସଫଳତା ପାଇଥାଏ। ଯେଉଁ ବ୍ୟକ୍ତି ଚିନ୍ତା ନକରି କିଛି କରିଥାଏ , ତାକୁ ଅନେକ ସମୟରେ ବିଫଳତାର ସାମ୍ନା କରିବାକୁ ପଡ଼ିଥାଏ।

Google

୨) କୁଳିନ କିମ୍ବା ଭଲ ବ୍ୟବହାର କରୁଥିବା ଲୋକ:-

ଯେଉଁ ବ୍ୟକ୍ତିଙ୍କର ବ୍ୟବହାର ସରଳ ଏବଂ ସହଜ ହୋଇଥାଏ , ସେ ମଧ୍ୟ ନିଜ ପ୍ରକୃତି ହେତୁ ଖ୍ୟାତି ଅର୍ଜନ କରିପାରିବେ। ଯେଉଁଠାରେ କି ଏହାର ବିପରୀତ ଆଚରଣ କରୁଥିବା ବ୍ୟକ୍ତି କେବେ ମଧ୍ୟ କାହାର ପ୍ରିୟ ହୋଇପାରନ୍ତି ନାହିଁ।

୩) ମନକୁ ସଂଯମ ରଖିବା:-

ଯେଉଁ ବ୍ୟକ୍ତି ଯିଏ ନିଜ ମନ କିମ୍ବା ଇନ୍ଦ୍ରିୟଗୁଡ଼ିକୁ ନିୟନ୍ତ୍ରଣରେ ରଖିଥାଏ , ସେ ସାଧୁଙ୍କର ସମାନ ହୋଇଥାଏ। ଏହିପରି ବ୍ୟକ୍ତି ମହାନ ଗୁରୁ ହୋଇ ହଜି ଯାଇଥିବା ମଣିଷମାନଙ୍କ ପାଇଁ ରାସ୍ତା ଦେଖାଇଥାଏ। ଏହିପରି କାର୍ଯ୍ୟ କରି ସେ ପ୍ରଶଂସା ଏବଂ ଖ୍ୟାତି ପାଇପାରିବେ।

୪) ଜ୍ଞାନ:-

ଯେଉଁ ବ୍ୟକ୍ତି ନିକଟରେ ଜ୍ଞାନ ରହିଥାଏ , ସେ ପ୍ରତ୍ୟେକ ସମସ୍ୟାର ସମ୍ମୁଖୀନ କରି ପାରିଥାଏ। ଏଥି ସହିତ , ସେ ଲୋକ ମାନଙ୍କୁ ଉପଯୁକ୍ତ ପରାମର୍ଶ ଦେଇ ସେମାନଙ୍କ ସମସ୍ୟାକୁ ହ୍ରାସ କରିଦିଏ। ଏହିପରି ଲୋକମାନେ ନିଜର ଜ୍ଞାନ ଆଧାରରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରନ୍ତି ଏବଂ ପ୍ରଶଂସା ପାଆନ୍ତି।

୫) ପରାକ୍ରମ ଅର୍ଥାତ ସାହସୀକତା:-

ଯେଉଁ ବ୍ୟକ୍ତି ପରାକ୍ରମୀ ଅର୍ଥାତ ସାହସୀ ହୋଇଥାଏ , ସେ ନିଜେ ସାହାସ ବଳରେ ଖ୍ୟାତି ଅର୍ଜନ କରିଥାଏ। ଏପରି ଲୋକମାନେ ବିପରୀତ ପରିସ୍ଥିତିରେ ମଧ୍ୟ ଭୟଭୀତ ହୁଅନ୍ତି ନାହିଁ ଏବଂ ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତି। ଏମାନଙ୍କର ଏହି କାମ ଏମାନଙ୍କୁ ଲୋକପ୍ରିୟ କରିଥାଏ।

୬) କମ କଥା କହୁଥିବା ଲୋକ:-

ଯେଉଁ ବ୍ୟକ୍ତି ସର୍ବଦା ବୁଝିଚିନ୍ତି କଥାବାର୍ତ୍ତା କରିଥାଏ , କେତେବେଳେ କଣ କହିବା ଆବଶ୍ୟକ ତାହା ଜାଣିଥାଏ , ସେ ତାର ଜୀବନରେ ବହୁତ ପ୍ରସିଦ୍ଧତା ଅର୍ଜନ କରିଥାଏ। ଯିଏ ଅଧିକ କଥାବାର୍ତ୍ତା କରିଥାଏ  , କେତେବେଳେ କଣ କହିବା ଆବଶ୍ୟକ ତାହା ଜାଣିନଥାଏ , ତାକୁ କେହି ସମ୍ମାନ କରନ୍ତି ନାହିଁ।

Google

୭) କ୍ଷମତା ଅନୁଯାୟୀ ଦାନ:-

ହିନ୍ଦୁ ଧର୍ମରେ ଦାନ ବାଧ୍ୟତାମୂଳକ ବୋଲି ବିବେଚନା କରାଯାଏ। ଯେଉଁ ବ୍ୟକ୍ତି ନିଜ କ୍ଷମତା ଅନୁଯାୟୀ ଦାନ କରିଥାଏ , ସେ ମଧ୍ୟ ନିଜ ଜୀବନରେ ସଫଳ ହୋଇଥାଏ ଏବଂ ଖ୍ୟାତି ଅର୍ଜନ କରିଥାଏ।

୮) ଅନ୍ୟର ଉପକାରକୁ ମନେ ରଖୁଥିବା ବ୍ୟକ୍ତି:-

ଜୀବନର କେବେ ନା କେବେ ସମସ୍ତଙ୍କୁ ସାହାଯ୍ୟର ଆବଶ୍ୟକତା ପଡ଼ିଥାଏ। ଯେଉଁ ଲୋକମାନେ ସାହାଯ୍ୟକାରୀଙ୍କୁ ଭୁଲିଯାଆନ୍ତି , ସେମାନଙ୍କୁ ନିଜ ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଅପରପକ୍ଷେ , ଯେଉଁ ଲୋକମାନେ ସାହାଯ୍ୟକାରୀମାନଙ୍କୁ ସର୍ବଦା ମନେ ରଖନ୍ତି ଏବଂ ସେମାନଙ୍କ ସୁଖ ଏବଂ ଦୁଃଖରେ ସେମାନଙ୍କୁ ସହାୟତା କରନ୍ତି , ସେମାନେ ମଧ୍ୟ ଖ୍ୟାତି ଅର୍ଜନ କରନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢିଥିବାରୁ ଧନ୍ୟବାଦ ।ଆପଣଙ୍କ ଦିନ ଶୁଭ ହେଉ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *