Excuse Me Odisha

ଯାହା କହିବୁ ସତ କହିବୁ

ଶରତ ପୂର୍ଣ୍ଣିମା ୨୦୨୦: ଶରଦ ପୂର୍ଣ୍ଣିମା କେବେ ? ଏହି ଦିନ ଅମୃତ ବୁନ୍ଦା ଆକାଶରୁ ଖସିଥାଏ । ଜାଣନ୍ତୁ ମୁହୂର୍ତ୍ତ ।

ସେୟାର୍ କରନ୍ତୁ

ଶରତ ପୂର୍ଣ୍ଣିମା ୨୦୨୦: ଶରଦ ପୂର୍ଣ୍ଣିମା ତିଥୀକୁ ସ୍ୱତନ୍ତ୍ର ବୋଲି ବିଶ୍ୱାସ କରାଯାଏ । ଏହି ଦିନ ଚିନ୍ଦ୍ର ୧୬ ଟି କଳାରେ ପରିପୂର୍ଣ୍ଣ ହୋଇଥାଏ । ଶରଦ ପୂର୍ଣ୍ଣିମା କେବେ ଏବଂ ଏହି ଦିନର କ’ଣ ମହତ୍ତ୍ଵ ଆସନ୍ତୁ ଜାଣିବା ?

ଶରଦ ପୂର୍ଣ୍ଣିମା ୨୦୨୦ ତାରିଖ : ପଞ୍ଚାଙ୍ଗ ଅନୁସାରେ ୩୦ ଅକ୍ଟୋବର ୨୦୨୦ ରେ ଶରଦ ପୂର୍ଣ୍ଣିମା ତିଥି ଅଛି । ଏହି ପୂର୍ଣ୍ଣିମା ତିଥିକୁ ଶରଦ ପୂର୍ଣ୍ଣିମା କୁହାଯାଏ । ଶରଦ ପୂର୍ଣ୍ଣିମାକୁ କୌମୁଦ୍ରି ବ୍ରତ, କୋଜାଗରି ପୂର୍ଣ୍ଣିମା ଓ ରାସ ପୂର୍ଣ୍ଣିମା ନାମରେ ମଧ୍ୟ ଜଣା ଯାଇଥାଏ ।

ପୌରାଣିକ ମାନ୍ୟତା ଅନୁସାରେ ଏହି ଶରଦ ପୂର୍ଣ୍ଣିମାକୁ ଭଗବାନ ଶ୍ରୀକୃଷ୍ଣ ମହାରାସ ରଚନା କରିଥିଲେ । ଏପରି ଧାର୍ମିକ ଧାରଣା ଅଛି ଶରଦ ପୂର୍ଣ୍ଣିମା ରାତିରେ ଚନ୍ଦ୍ରମା ଆଲୋକରୁ ଅମୃତ ବୃନ୍ଦା  ପୃଥିବୀ ଉପରେ ପଡ଼ିଥାଏ । ଶରଦ ପୂର୍ଣ୍ଣିମା ରାତିରେ କ୍ଷୀରି ତିଆରି କରି ରଖିବାର ମଧ୍ୟ ପରମ୍ପରା ଅଛି । ପୂର୍ଣ୍ଣିମା ରାତିକୁ ଚାନ୍ଦିନୀ ରାତି ମଧ୍ୟ କୁହାଯାଇଥାଏ । ସେଥିପାଇଁ ଚନ୍ଦ୍ରମା ଦେଖିବାକୁ ବହୁତ୍ ସୁନ୍ଦର ହୋଇଥାଏ ।

Google

ଶରଦ ପୂର୍ଣ୍ଣିମାର ଶୁଭ ସମୟ ଓ ମୁହୁର୍ତ୍ତ

ଶରଦ ପୂର୍ଣ୍ଣିମା ତାରିଖ ଆରମ୍ଭ : ୩୦ ଅକ୍ଟୋବର ୨୦୨୦ ସନ୍ଧ୍ୟା ୭ ଟା ବାଜି ୪୫ ମିନିଟ୍

ଶରଦ ପୂର୍ଣ୍ଣିମା ଦିନ ଚନ୍ଦ୍ର ଉଦୟ : ୩୦ ଅକ୍ଟୋବର ୨୦୨୦ ସନ୍ଧ୍ୟା ୭ ଟା ବାଜି ୧୨ ମିନିଟ୍

ଶରଦ ପୂର୍ଣ୍ଣିମା ତାରିଖ ସମାପ୍ତ : ୩୧ ଅକ୍ଟୋବର ୨୦୨୦ ରାତି ୮ ଟା ବାଜି ୧୮ ମିନିଟ୍

ଶରଦ ପୂର୍ଣ୍ଣିମା ବ୍ରତ ।

Google

ଶରଦ ପୂର୍ଣ୍ଣିମା ବ୍ରତକୁ ସ୍ୱତନ୍ତ୍ର ବୋଲି ବିଶ୍ୱାସ କରାଯାଏ । ଏପରି ମାନ୍ୟତା ଅଛି ଶରଦ ପୂର୍ଣ୍ଣିମା ବ୍ରତ ରଖିଲେ ରୋଗଠାରୁ ମୁକ୍ତି ମିଳିଥାଏ । ଯେଉଁ ଲୋକମାନେ ଗମ୍ଭୀର ରୋଗରେ ପୀଡିତ ଅଛନ୍ତି ସେମାନଙ୍କ ପାଇଁ ଶରଦ ପୂର୍ଣ୍ଣିମା ବ୍ରତ ରଖିବା ବିଶେଷ ଫଳପ୍ରଦ ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ବିଶେଷ କଥା ଏହା ହେଉଛି ଶରଦ ପୂର୍ଣ୍ଣିମା ସନ୍ଧ୍ୟା ସମୟରେ କ୍ଷୀରି ତିଆରି କରାଯାଏ ଏବଂ ଏହି କ୍ଷୀରିକୁ ରାତି ସମୟରେ ଚନ୍ଦ୍ରମା ଆଲୋକରେ ରଖା ଯାଇଥାଏ । ପରଦିନ ଏହି କ୍ଷୀରିକୁ ପ୍ରସାଦ ଭାବରେ ଗ୍ରହଣ କରାଯାଇଥାଏ । ଶରଦ ପୂର୍ଣ୍ଣିମାଙ୍କ ବ୍ରତ ମଧ୍ୟ ଶିଶୁର ଦୀର୍ଘ ଜୀବନ ପାଇଁ ରଖାଯାଇଥାଏ ଏବଂ ଏହି ବ୍ରତ ସୁଖ ସମୃଦ୍ଧି ମଧ୍ୟ ଆଣିଥାଏ । ଶରଦ ପୂର୍ଣ୍ଣିମାରେ  ତମ୍ବା କିମ୍ବା ମାଟି କଳସିରେ କପଡ଼ାରେ ଆବୃତ କରି ଲକ୍ଷ୍ମୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ପୂଜା କରିବାର ନିୟମ କୁହାଯାଇଛି । ଏହି ଦିନ ଘିଅରେ ପ୍ରସ୍ତୁତ ୧୦୦ ଟି ଦୀପ ଜଳା ଯାଇଥାଏ । ଏପରି କରିଲେ ଘରେ ମାତା ଲକ୍ଷ୍ମୀଙ୍କର କୃପା ବର୍ଷା ହୋଇଥାଏ ଏବଂ ନକାରାତ୍ମକ ଶକ୍ତି ଦୁର ହୋଇଥାଏ ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖି ଦିଅନ୍ତୁ। ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ହେଲେ ଆପଣଙ୍କ ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *