Excuse Me Odisha

ଯାହା କହିବୁ ସତ କହିବୁ

ଚନ୍ଦ୍ର ଗ୍ରହଣ ୨୦୨୦ : ବୃଷ ରାଶିରେ ଚନ୍ଦ୍ର ଗ୍ରହଣ ଲାଗିବା ଦ୍ଵାରା ବୃଷ ରାଶିର ଲୋକଙ୍କର ବଢିପାରେ ସମସ୍ୟା, ଜାଣନ୍ତୁ ଉପାୟ।

ସେୟାର୍ କରନ୍ତୁ

ଚନ୍ଦ୍ର ଗ୍ରହଣ ୨୦୨୦ : ବୃଷ ରାଶିରେ ଏହିବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି। ବୃଷ ରାଶିର ଲୋକଙ୍କ ଉପରେ ଏହି ଚନ୍ଦ୍ର ଗ୍ରହଣର କଣ ପ୍ରଭାବ ପଡ଼ିବାକୁ ଯାଉଛି, ସେହି ବିଷୟରେ ଆସନ୍ତୁ ଜାଣିବା ।

ବୃଷ ରାଶିରେ ବର୍ଷର ଅନ୍ତିମ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରମା ଏବଂ ସୂର୍ଯ୍ୟ ଉପରେ ଗ୍ରହଣ ଲାଗିବା ଶୁଭ ନୁହେଁ। ଏଭଳି ମାନ୍ୟତା ରହିଛି କି ଗ୍ରହଣ ସମୟରେ ଏହି ଦୁଇ ଗ୍ରହ ପୀଡ଼ିତ ହୋଇ ଯାଇଥାନ୍ତି ଏବଂ ନିଜର ଶୁଭ ଫଳ ପ୍ରଦାନ କରି ପାରି ନଥାନ୍ତି। ଗ୍ରହଣର ସବୁଠାରୁ ଅଧିକ ନକାରାତ୍ମକ ପ୍ରଭାବ ସେହି ରାଶି ଉପରେ ପଡ଼ିବ, ଯାହା ଉପରେ ଗ୍ରହଣ ଲାଗିଥାଏ।

ଚନ୍ଦ୍ର ଗ୍ରହଣର ସମୟ :-

ବୃଷ ରାଶି ଏବଂ ରୋହିଣୀ ନକ୍ଷତ୍ରରେ ଏଥର ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି । ଏହି ଚନ୍ଦ୍ର ଗ୍ରହଣ ଆଗାମୀ ମାସ ୩୦ ନଭେମ୍ବର ୨୦୨୦ କୁ ଦ୍ବିପ୍ରହର ୦୧ ବାଜି ୦୨ ମିନିଟ ରୁ ଆରମ୍ଭ ହେବ। ଯାହା ସନ୍ଧ୍ୟା ୫ ଟା ବାଜି ୨୩ ମିନିଟ ପର୍ଯ୍ୟନ୍ତ ରହିବ।

Google

ଉପଛାୟା ଚନ୍ଦ୍ର ଗ୍ରହଣ :-

ବୃଷ ରାଶିରେ ଲାଗିବାକୁ ଯାଉଥିବା ଚନ୍ଦ୍ର ଗ୍ରହଣ ଉପଛାୟା ଅଟେ। ଏହାକୁ ପେନୁମବ୍ରଳ ମଧ୍ୟ କୁହାଯାଏ। ଏଭଳି ମାନ୍ୟତା ରହିଛି କି ଉପଛାୟା ଚନ୍ଦ୍ର ଗ୍ରହଣ ରେ ସୂତକ କାଳ ମାନ୍ୟ ହୁଏ ନାହିଁ। ବର୍ଷର ଅନ୍ତିମ ଚନ୍ଦ୍ର ଗ୍ରହଣର କୂଳ ଅବଧି ୦୪ ଘଣ୍ଟା ୨୧ ମିନିଟ ପର୍ଯ୍ୟନ୍ତ ରହିବ। ଗ୍ରହଣ ଭାରତ, ଆମେରିକା, ପ୍ରଶାନ୍ତ ମହାସାଗର , ଏସିଆ ଏବଂ ଅଷ୍ଟ୍ରେଲିଆରେ ଦେଖା ଯିବ।

ଚନ୍ଦ୍ର ଗ୍ରହଣ ସମୟରେ କରିବା ଉଚିତ ନୁହେଁ ଏହି କାର୍ଯ୍ୟ –

ଚନ୍ଦ୍ର ଗ୍ରହଣ ସମୟରେ କିଛି ଏଭଳି କାର୍ଯ୍ୟକୁ ବର୍ଜୀୟ ମାନା ଯାଇଛି। କହିବାକୁ ଗଲେ ଏହି ଗ୍ରହଣକୁ ଉପଛାୟା ଗ୍ରହଣ କୁହାଯାଏ। ଏଥିପାଇଁ ଏହା ଅଧିକ ପ୍ରଭାବଶାଳୀ ନୁହେଁ। ତଥାପି ଗର୍ଭବତୀ ମହିଳା ମାନଙ୍କ ପାଇଁ ଏହି ଗ୍ରହଣ ସମୟରେ ଭୋଜନ ପ୍ରତି ଧ୍ୟାନ ରହିବ ଏବଂ ଗ୍ରହଣ ସମୟରେ ଘରୁ ବାହାରିବା ଉଚିତ ନୁହେଁ।

Google

ବୃଷ ରାଶିର ଲୋକଙ୍କ ପାଇଁ ବଢିପାରେ –

ଚନ୍ଦ୍ର ଗ୍ରହଣ ବୃଷ ରାଶିରେ ଲାଗିବାକୁ ଯାଉଛି। ଏଥିପାଇଁ ଏହି ରାଶିର ଜାତକଙ୍କୁ ବିଶେଷ ରୂପରେ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ। ବୃଷ ରାଶିରେ ଗ୍ରହଣ ଲାଗିବା କାରଣରୁ ବୃଷ ରାଶିର ଲୋକଙ୍କୁ ଧନ ସମ୍ବନ୍ଧିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। କୌଣସି ରୋଗ ବ୍ୟାଧି ଉତ୍ପନ୍ନ ହୋଇପାରେ। ଗ୍ରହଣର ଅଶୁଭ ପ୍ରଭାବରୁ ବଞ୍ଚିବା ପାଇଁ ଲୋକଙ୍କୁ ଭଗବାନ ବିଷ୍ଣୁଙ୍କ ପୂଜାର୍ଚ୍ଚନା କରିବା ଆବଶ୍ୟକ ଏବଂ ହଳଦିଆ ବସ୍ତ୍ର ଦାନ କରିବା ଆବଶ୍ୟକ। ଏଭଳି କରିବା ଦ୍ଵାରା ଗ୍ରହଣର ଖରାପ ପ୍ରଭାବ ଦୂର ହୋଇଥାଏ। ଏହି ସମୟରେ ଧର୍ଯ୍ୟ ବନେଇ ରଖିବା ଆବଶ୍ୟକ। ଧର୍ମ କର୍ମ କାର୍ଯ୍ୟରେ ରୁଚି ରଖିବେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ। ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ନିଶ୍ଚିତ ଲେଖି ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *