Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୧୦ ଅକ୍ଟୋବର ୨୦୨୦,ଶନିବାର,ଶିବ ଯୋଗ ଏହି ୪ଟି ରାଶିର ଲୋକଙ୍କର ଚମକିବ ଭାଗ୍ୟ, ଏମାନଙ୍କୁ ମିଳିବ ପଦୋନ୍ନତୀ।

ସେୟାର୍ କରନ୍ତୁ

ଶନିବାର ଦିନ ସାରା ଦିନ ପାରି କରି ଡେରି ରାତି ୧ ବାଜି ୧୮ ମିନିଟ ପର୍ଯ୍ୟନ୍ତ ପୁନର୍ବସୁ ନକ୍ଷତ୍ର ରହିବ। ଜାଣନ୍ତୁ ଆଚାର୍ଯ୍ୟ ହିନ୍ଦୁ ପ୍ରକାଶ ଙ୍କ ଠାରୁ କିପରି ରହିବ ରାଶି ଅନୁସାରେ ଆପଣଙ୍କ ଦିନ।

ଅଧିକ ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଶନିବାର ଦିନ ଅଟେ। ଅଷ୍ଟମୀ ତିଥି ସନ୍ଧ୍ୟା ୬ ଟା ବାଜି ୧୭ ମିନିଟ ପର୍ଯ୍ୟନ୍ତ ରହିବ। ଏହାସହିତ କାଳାଷ୍ଟମୀ। ଦ୍ବିପ୍ରହର ୧ ଟା ବାଜି ୩୫ ମିନିଟ ପର୍ଯ୍ୟନ୍ତ ସୂର୍ଯ୍ୟଦେବ ଚିତ୍ରା ନକ୍ଷତ୍ର ରେ ପ୍ରବେଶ କରିବେ। ୨୩ ଅକ୍ଟୋବର କୁ ଚିତ୍ରା ନକ୍ଷତ୍ର ପାରି କରି ୧୨ ଟା ପର୍ଯ୍ୟନ୍ତ ରହିବେ। ଏହାସହିତ ରାତି ୧୨ ଟା ବାଜି ୨୮ ମିନିଟ ପର୍ଯ୍ୟନ୍ତ ଶିବ ଯୋଗ ରହିବ।ଶିବ ଯୋଗ ର ଅର୍ଥ ହୋଇଥାଏ ଶୁଭ । ଏହି ଯୋଗରେ କରିଥିବା ସବୁ ମନ୍ତ୍ର ଶୁଭ ଫଳ ପ୍ରଦାନ କରିବ। ସାରା ଦିନ ପାର କରି ୧ ଟା ବାଜି ୧୮ ମିନିଟ ପର୍ଯ୍ୟନ୍ତ ପୁନର୍ବସୁ ନକ୍ଷତ୍ର ରହିବ। ଜାଣନ୍ତୁ ଆଚାର୍ଯ୍ୟ ହିନ୍ଦୁ ପ୍ରକାଶ ଙ୍କ ପାଖରୁ କିପରି ରହିବ ରାଶି ଅନୁସାରେ ଦିନ।

ମେଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି। ଦୂର ସମ୍ପର୍କୀୟଙ୍କ ସହିତ ଦେଖାସାକ୍ଷାତ ହୋଇପାରେ, ଯାହାଦ୍ବାରା ଆପଣଙ୍କ ମନ ପ୍ରସନ୍ନ ରହିବ। ଇଂଜିନିୟର ମାନଙ୍କ ପାଇଁ ଦିନଟି ଫାଇଦା ଆଣିଦେବ। କୌଣସି କମ୍ପାନୀ ରେ ଚାକିରୀ ଅଫର ମିଳିପାରେ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି ଏବଂ ପରସ୍ପର ସହିତ ସମୟ ଅତିବାହିତ କରିବେ। ଘରେ ସୁଖଶାନ୍ତି ବିଦ୍ୟମାନ ହେବ।

ବୃଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଆର୍ଥିକ ସ୍ଥିତି ରେ ସୁଧାର ଆସିବ। ପରିବାରରେ ଆଜି ସୁଖଦ ବାତାବରଣ ସୃଷ୍ଟି ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ଭରି ରହିବ। ଆପଣଙ୍କ ସମସ୍ୟା ଦୂର ହେବ। ସରକାରୀ ଚାକିରୀ କରୁଥିବା ଲୋକଙ୍କର ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ପାରିବାରିକ ସମସ୍ୟା ଦୂର ହେବ। ସିଭିଲ ଇଞ୍ଜିନୟର ଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। କମ୍ପାନୀ ତରଫରୁ ଚାକିରୀ ର ଅବସର ଆସିପାରେ। ବ୍ୟାପାର କରୁଥିବା ଲୋକଙ୍କୁ ଧନଲାଭ ହେବ।

ମିଥୁନ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଅଫିସ କାମ ବଢିପାରେ। ଯାହାର ପ୍ରଭାବ ଆପଣଙ୍କ ସ୍ବାସ୍ଥ୍ୟ ଉପରେ ପଡିପାରେ। ଉଚିତ ସମୟରେ ଖିଆପିଆ କରନ୍ତୁ ଏବଂ ନିଜ ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। କୌଣସି ବନ୍ଧୁଙ୍କ ସହିତ ବିବାଦ ହୋଇପାରେ । ବିବାହିତ ଲୋକେ କୌଣସି ଯାତ୍ରାରେ ଯାଇ ପାରନ୍ତି। ସଙ୍ଗୀତ ରେ ରୁଚି ରଖୁଥିବା ଲୋକଙ୍କୁ କୌଣସି କ୍ଷେତ୍ରରୁ ଉତ୍ତମ ଅଫର ମିଳିପାରେ। ବ୍ୟବସାୟ ରେ ଲାଭ ମିଳିବ।

Google

କର୍କଟ ରାଶି –

ଆପଣଙ୍କ ମନ ସ୍ଥିର ରହିବ। ଅଫିସ ରେ ଆପଣ ଉତ୍ତମ ପ୍ରଦର୍ଶନ କରିବେ। ସିନିଅର ଙ୍କ କାମ ଦେଖି ଆପଣ ପ୍ରସନ୍ନ ହୋଇ ତାଙ୍କୁ କିଛି ଉପହାର ଦେଇ ପାରନ୍ତି। ସହକର୍ମୀ ଆପଣଙ୍କ ପକ୍ଷରେ ରହିବେ। ଯଦି ଆଜି କେହି ମିତ୍ର ଆପଣଙ୍କ ପ୍ରଶଂସା କରୁଛି ତାହେଲେ ତାଠାରୁ ସାବଧାନ ରୁହନ୍ତୁ। ଏହା ପଛରେ କିଛି ଚକ୍ରାନ୍ତ ହୋଇପାରେ। ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତୀ ମିଳିପାରେ।

ସିଂହ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ବ୍ୟାପାର କରୁଥିବା ଲୋକଙ୍କୁ ଧନ ଲାଭ ହେବ। ପାରିବାରିକ ସମସ୍ୟା ଦୂର ହେବ। ବନ୍ଧୁ ଙ୍କ ସହିତ ବିବାଦ ହୋଇପାରେ। ମହିଳା ମାନେ ମନ୍ଦିର ରେ ଦିଅଁଙ୍କୁ ଦର୍ଶନ କରିବେ। ଦାମ୍ପତ୍ୟ ଜୀବନ ସୁଦୃଢ ରହିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ମାନସମ୍ମାନ ପ୍ରାପ୍ତ ହେବ। ଆର୍ଥିକ ପକ୍ଷ ସୁଦୃଢ ରହିବ।

କନ୍ୟା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ।ଆର୍ଥିକ ସ୍ଥିତିରେ ପୂର୍ବ ଅପେକ୍ଷା ସୁଧାର ଆସିବ। ବ୍ୟବସାୟ କୁ ଆଗକୁ ବଢେଇବା ପାଇଁ ଯୋଜନା କରି ପାରନ୍ତି। ଘରେ ସୁଖଶାନ୍ତି ର ମାହୋଲ ରହିବ। ପରିବାର ସହିତ ଉତ୍ତମ ସମୟ ଅତିବାହିତ କରିବେ। ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଅନୁକୂଳ ରହିଛି। ସାଙ୍ଗମାନଙ୍କ ସହଯୋଗ ରେ ନୂଆ ବ୍ୟବସାୟ ଆରମ୍ଭ କରିବେ। ଯାହାଦ୍ବାରା ଆପଣଙ୍କୁ ଫାଇଦା ମିଳିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ପ୍ରଶଂସା ହେବ।

ତୁଳା ରାଶି –

ଆଜି ଆପଣଙ୍କୁ ଅନେକ କ୍ଷେତ୍ରରୁ ଲାଭ ମିଳିବ।ଏହି ରାଶିର ଲୋକଙ୍କୁ ଅନେକ କ୍ଷେତ୍ରରୁ ଧନ ପ୍ରାପ୍ତି ହେବ। ପରିବାରରେ ସୁଖଶାନ୍ତି ବିରାଜମାନ କରିବ। ଏହି ରାଶିର ମହିଳା ମାନଙ୍କ ପାଇଁ ଆଜିର ଦିନଟି ଅନୁକୂଳ ରହିଛି। ବାପଘରୁ ସୁଖଦ ସମାଚାର ମିଳିପାରେ। ଆପଣଙ୍କ ବିଚାର କୁ ନେଇ ଅଫିସ ର ଲୋକଙ୍କ ଠାରୁ ସକାରାତ୍ମକ ପ୍ରତିକ୍ରିୟା ମିଳିବ। ଭବିଷ୍ୟତ ପାଇଁ ବଡ଼ ନିଷ୍ପତ୍ତି ନେଇ ପାରନ୍ତି। ଆଜି ଆପଣଙ୍କୁ ପ୍ରେମ ସମ୍ମାନ ଅଧିକ ମିଳିବ।

ବିଛା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। କୌଣସି ସମ୍ପର୍କୀୟ ବା ବନ୍ଧୁ ଆପଣଙ୍କୁ ଉଚିତ ପରାମର୍ଶ ଦେଇ ପାରନ୍ତି। ଆପଣଙ୍କର ସବୁ ଇଛା ପୂରଣ ହେବ। ଉଧାର ନେବାରୁ ବଞ୍ଚିତ ହୁଅନ୍ତୁ। ପ୍ରେମୀ ଯୁଗଳ ଙ୍କ ପାଇଁ ସକାରାତ୍ମକ ସ୍ଥିତି ରହିବ। ଛାତ୍ରଛାତ୍ରୀ ପାଠପଢ଼ା ରେ ବିଶେଷ ଧ୍ୟାନ ଦେବେ। ଆର୍ଥିକ ସ୍ଥିତି ସୁଦୃଢ ରହିବ। ଧାର୍ମିକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ।

ଧନୁ ରାଶି –

ଆଜି ଆପଣ ଅଧିକ ବ୍ୟସ୍ତତା ରେ ରହିବେ। ସମ୍ପର୍କୀୟ ଆପଣଙ୍କୁ କିଛି ଉପହାର ଦେଇ ପାରନ୍ତି। କୋର୍ଟ କଚେରୀ ମାମଲାରେ ବିବାଦୀୟ ପରିସ୍ଥିତିରେ ଆପଣଙ୍କୁ ସଫଳତା ମିଳିବ। ଆଜି ପିଲାମାନଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ଅଫିସ ବିବାଦ ରେ ଆପଣ ବିଜୟ ଲାଭ କରିବେ।

Google

ମକର ରାଶି –

ଆଜି ଆପଣଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହେବ। ସମ୍ପର୍କୀୟଙ୍କ ମଧ୍ୟରେ ଆପଣ ନିଜର ଏକ ପରିଚୟ ସୃଷ୍ଟି କରିବେ। ସମ୍ପର୍କୀୟଙ୍କ ସହିତ ମତଭେଦ ସୃଷ୍ଟି ହୋଇପାରେ। ବନ୍ଧୁ ମାନଙ୍କ ସହିତ ବାହାରକୁ ଭ୍ରମଣ ରେ ଯାଇ ପାରନ୍ତି। ପ୍ଲାଷ୍ଟିକ ବ୍ୟବସାୟୀ ମାନଙ୍କୁ ଆଜି ଫାଇଦା ମିଳିବ। ଆପଣଙ୍କ ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ସୁଦୃଢ ରହିବ। ପିଲାମାନେ ପାଠପଢ଼ାରେ ଅଧିକ ଧ୍ୟାନ ଦେବେ। ଅଫିସ ରେ ଆର୍କିଟେକ କାମରେ ପ୍ରଶଂସା ହୋଇପାରେ।

କୁମ୍ଭ ରାଶି –

ଆଜି ଆପଣଙ୍କୁ ସବୁ ସମସ୍ୟାରୁ ମୁକ୍ତି ମିଳିବ। ସନ୍ତାନ ଙ୍କ ସଫଳତା ରେ ଆପଣଙ୍କୁ ଆନନ୍ଦିତ ଅନୁଭବ ହେବ। ଏହି ରାଶିର ଲୋକଙ୍କୁ ବ୍ୟାପାରରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଘରେ କୌଣସି ପରିବର୍ତ୍ତନ ସମ୍ବନ୍ଧିତ ନିଷ୍ପତ୍ତି ନେବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କ ପାଇଁ ଲାଭଦାୟକ ଅଟେ। ପରିବାର ଲୋକଙ୍କ ପ୍ରତି ଆପଣ ସକାରାତ୍ମକ ବିଚାର ଜାଗ୍ରତ କରିବେ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ପ୍ରେମୀ ଙ୍କୁ କିଛି ଉପହାର ଦେଇ ପାରନ୍ତି। ବ୍ୟବସାୟ କରିଥିବା ଲୋକଙ୍କୁ ଲାଭ ମିଳିବ ।

ମୀନ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଶୁଭ ପରିଣାମ ନେଇ ଆସିବ। ଏହି ପରିଣାମ ବ୍ୟବସାୟ ସମ୍ବନ୍ଧିତ ହୋଇପାରେ। ଆପଣଙ୍କ ଉତ୍ତମ ବ୍ୟବହାର ଆପଣଙ୍କୁ ଉଚିତ ପରିଣାମ ପ୍ରଦାନ କରିବ। ଆପଣଙ୍କ ସ୍ବାସ୍ଥ୍ୟ ଅଚାନକ ବିଗିଡି ପାରେ। ପ୍ରେମୀ ଯୁଗଳ ଅଭିମାନ କରିଥିବା ସାଥୀ ଙ୍କୁ ମନେଇବା ପାଇଁ ପ୍ରୟାସ କରିବେ ଏବଂ ଉପହାର ଦେବେ। ମନରେ ନୂଆ ନୂଆ ବିଚାର ଆସିବ। ଘରେ ସୁଖଶାନ୍ତି ବିରାଜମାନ ହେବ। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ବ୍ୟକ୍ତି ଆପଣଙ୍କ ଉପରେ ପ୍ରସନ୍ନ ରହିବେ।

ବନ୍ଧୁଗଣ ଆଜି ପ୍ରଭୁ ଶନିଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଓଁ ଶନି ଦେବାୟ ନମଃ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *