Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରି ୨୦୨୦: ଏହିବର୍ଷ ଘୋଡ଼ା ଉପରେ ସବାର ହୋଇ ପୃଥିବୀକୁ ଆସିବେ ମା ଦୁର୍ଗା, ଜାଣନ୍ତୁ କଣ ଏହାର ସଂକେତ।

ସେୟାର୍ କରନ୍ତୁ

ଏହିବର୍ଷ ନବରାତ୍ରିର ଆରମ୍ଭ ୧୭ ଅକ୍ଟୋବରରୁ ଆରମ୍ଭ ହୋଇ ୨୫ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ୨୫ ଅକ୍ଟୋବରକୁ ବିଜୟ ଦଶମୀ ପାଳନ କରାଯିବ। ଏଥର ନଅ ଦିନରେ ହିଁ ଦଶ ଦିନର ପର୍ବ ଦୁର୍ଗା ପୂଜା ପୂରଣ ହୋଇଯିବ। ଏହାର କାରଣ ତିଥି ମାନଙ୍କର ଉତ୍ଥାନ ପତନ ।

୨୪ ଅକ୍ଟୋବରକୁ ସକାଳ ୬ ଟା ବାଜି ୫୮ ମିନିଟ ପର୍ଯ୍ୟନ୍ତ ଅଷ୍ଟମୀ ଏବଂ ଏହାପରେ ନବମୀ ଲାଗିଯିବ। ଦୁଇଟି ତିଥି ଗୋଟେ ଦିନରେ ହେବ। ଏଥିପାଇଁ ଅଷ୍ଟମୀ ଏବଂ ନବମୀ ତିଥି ର ପୂଜା ଗୋଟେ ଦିନରେ ହେବ। ନବମୀ ଦିନ ସକାଳେ ୭ ଟା ବାଜି ୪୧ ମିନିଟ ପରେ ଦଶମୀ ତିଥି ଲାଗିଯିବ। ଏହି କାରଣରୁ ଦଶହରା ପର୍ବ ଏବଂ ଅପରାଜିତା ପୂଜନ ଗୋଟେ ଦିନରେ ଆୟୋଜିତ ହେବ। କହିବାକୁ ଗଲେ ୧୭ ରୁ ୨୫ ଅକ୍ଟୋବର ମଧ୍ୟରେ ନଅ ଦିନରେ ଦଶଟି ପର୍ବ ହେବ।

ସାରା ନବରାତ୍ରି ମା ଦୁର୍ଗାଙ୍କ ନଅ ସ୍ୱରୂପର ଉପାସନା କରା ଯାଏ। ନବରାତ୍ରିର ପ୍ରତ୍ୟେକ ଦିନର ଅଲଗା ଅଲଗା ମହତ୍ୱ ରହିଥାଏ। ପ୍ରତ୍ୟେକ ଦିନ ମାଆ ଦୁର୍ଗାଙ୍କ ଅଲଗା ଅଲଗା ସ୍ୱରୂପଙ୍କୁ ପୂଜାର୍ଚ୍ଚନା କରାଯାଏ। ମାଆ ଶୈଳପୁତ୍ରୀ ପୂଜାର୍ଚ୍ଚନା ଦ୍ଵାରା ନବରାତ୍ରିର ଆରମ୍ଭ ହୋଇଥାଏ ଏବଂ ଏହିଦିନ କଳସ ସ୍ଥାପନା ହୋଇଥାଏ।

Google

ମାନ୍ୟତା ଅନୁସାରେ ମାଆ ଦୁର୍ଗା ନବରାତ୍ରିରେ କୈଳାସ ପର୍ବତରୁ ପୃଥିବୀ ପାଇଁ ନିଜର ଯାତ୍ରା ଆରମ୍ଭ କରିଥାନ୍ତି। ନବରାତ୍ରିରେ ମା ଦୁର୍ଗା ତାଙ୍କର ଖାସ୍ ବାହନ ଉପରେ ସବାର ହୋଇ ପୃଥିବୀକୁ ଆସିଥାନ୍ତି। ମାଆ ଦୁର୍ଗା ଯେଉଁ ବାହନରେ ଆସିଥାନ୍ତି , ସେହି ବାହନର ଏକ ସଂକେତ ହୋଇଥାଏ। କହିବାକୁ ଗଲେ ମା ଦୁର୍ଗାଙ୍କ ବାହନ ସିଂହକୁ ମାନା ଯାଇଥାଏ। କିନ୍ତୁ ସବୁ ବର୍ଷ ନବରାତ୍ରି ସମୟରେ ମାତା ତିଥି ଅନୁସାରେ ଅଲଗା ଅଲଗା ବାହନରେ ସବାର ହୋଇ ପୃଥିବୀକୁ ଆସିଥାନ୍ତି। କହିବାକୁ ଗଲେ ମା ଦୁର୍ଗା ପାଲକି, ଡଙ୍ଗା, ହାତୀ , ଘୋଡ଼ା ଆଦିରେ ସବାର ହୋଇ ଆସିଥାନ୍ତି। ଏହି ସଂକେତରୁ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ସଂକେତ ମିଳିଥାଏ।

ଜ୍ୟୋତିଷ ଶାସ୍ତ୍ର ଏବଂ ଦେବୀ ଭାଗବତ ପୁରାଣ ଅନୁସାରେ ମାଆ ଦୁର୍ଗାଙ୍କ ଆଗମନ ଆସୁଥିବା ଭବିଷ୍ୟତର ଘଟଣା ବିଷୟରେ ସଂକେତ ଦେଇଥାଏ। ଦେବୀ ଭାଗବତ ପୁରାଣ ଅନୁସାରେ ନବରାତ୍ରି ଆରମ୍ଭ ସୋମବାର ବା ରବିବାରରେ ପଡ଼ିବା ଦ୍ଵାରା ଦେବୀ ଦୁର୍ଗା ହାତୀ ଉପରେ ସବାର ହୋଇ ଆସିଥାନ୍ତି। ଯଦି ଶନିବାର ବା ମଙ୍ଗଳବାର ଦିନ ନବରାତ୍ରି ଆରମ୍ଭ ହୁଏ, ତାହେଲେ ମାଆ ଦୁର୍ଗା ଘୋଡ଼ା ଉପରେ ସବାର ହୋଇ ଆସିଥାନ୍ତି। ଗୁରୁବାର ବା ଶୁକ୍ରବାର ଦିନ ନବରାତ୍ରି ଆରମ୍ଭ ହେବାଦ୍ବାରା ମାଆ ଦୁର୍ଗା ଡୋଲୀରେ ଆସିଥାନ୍ତି। ବୁଧବାର ଦିନ ନବରାତ୍ରି ଆରମ୍ଭ ହେବାଦ୍ବାରା ମା ଡଙ୍ଗାର ସବାରୀ କରି ପୃଥିବୀକୁ ଆସିଥାନ୍ତି। ମାତା କେଉଁ ବାହନରେ ପୃଥିବୀକୁ ଆସିଥାନ୍ତି, ସେହି ଅନୁସାରେ ବର୍ଷରେ ହେବାକୁ ଥିବା ଘଟଣାର ଆକଳନ କରାଯାଇ ଥାଏ।

ଏଥର ଶାରଦୀୟ ନବରାତ୍ରି ଆରମ୍ଭ ଶନିବାର ଦିନ ହେଉଛି। ଏଭଳି ସ୍ଥଳେ ଦେବୀ ଭାଗବତ ପୁରାଣ ଅନୁସାରେ କହିଥିବା ଶ୍ଳୋକ ଅନୁସାରେ ମାତାଙ୍କ ବାହନ ଅଶ୍ଵ ହେବ। ଘୋଡାରେ ଆସିବେ ମା ଦୁର୍ଗା ଏବଂ ଷଣ୍ଢ ଉପରେ ସବାର ହୋଇ ବିଦାୟ ହେବେ। ଅଶ୍ୱ ଉପରେ ମାତାଙ୍କ ଆଗମନ ଛତ୍ର ଭଙ୍ଗ, ପଡୋଶୀ ଦେଶରେ ଯୁଦ୍ଧ, ବଡ଼ ଭୂକମ୍ପ ଆସିବାର ଅଛି। ଆସୁଥିବା ବର୍ଷରେ କିଛି ରାଜ୍ୟରେ ଶାସନ ସତ୍ତାରେ ଉତ୍ଥାନ ପତନ ଦେଖିବାକୁ ମିଳି ପାରେ। ସରକାରଙ୍କୁ କୌଣସି କଥାରେ ଜନ ବିରୋଧର ସାମନା କରିବାକୁ ପଡ଼ିବ। କୃଷି ମାମଲାରେ ଆସୁଥିବା ବର୍ଷ ସାମାନ୍ୟ ରହିବ। ଦେଶରେ କିଛି ସ୍ଥାନରେ କମ୍ ବର୍ଷା ହେବାଦ୍ବାରା କୃଷି ରେ ହାନୀ ଏବଂ କୃଷକ ମାନଙ୍କୁ ସମସ୍ୟା ହୋଇପାରେ। ଏଥର ମା ଦୁର୍ଗା ଷଣ୍ଢ ଉପରେ ସବାର ହୋଇ ବିଦାୟ ହେବେ, ଏହା ଅଶୁଭ ସଂକେତ ଅଟେ।

Google

କହିବାକୁ ଗଲେ ମାତାଙ୍କ ବିଦାୟ ସବାରୀ ମଧ୍ୟ ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ଆଡ଼କୁ ସଂକେତ ଦେଉଛି। ଏଥର ବିଜୟା ଦଶମୀ ରବିବାର ଦିନ ପଡ଼ିଛି। ଶାସ୍ତ୍ର ଅନୁସାରେ ରବିବାର ଦିନ ବିଜୟା ଦଶମୀ ହେବାଦ୍ବାରା ମାତା ହାତୀ ଉପରେ ସବାର ହୋଇ କୈଳାସ ପର୍ବତକୁ ପ୍ରସ୍ଥାନ କରିଥାନ୍ତି। ମାତାଙ୍କ ବିଦାୟ ହାତୀ ଉପରେ ହେବାଦ୍ବାରା ଆସୁଥିବା ସମୟରେ ଅଧିକ ବର୍ଷା ହୋଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଦୁର୍ଗା ” ଅବଶ୍ୟ ଲେଖି ଦିଅନ୍ତୁ । ମାଆଙ୍କର କୃପାରୁ ଆପଣଙ୍କ ଘର ପରିବାର ସୁଖ ଶାନ୍ତିରେ ରୁହନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *