Excuse Me Odisha

ଯାହା କହିବୁ ସତ କହିବୁ

ବୁଧବକ୍ରୀ ୨୦୨୦ : ଏହି ତାରିଖକୁ ବୁଧ ତୁଳା ରାଶିରେ ହେଉଛନ୍ତି ବକ୍ରୀ, ଏହି ରାଶିର ଲୋକଙ୍କୁ ମିଳିବ ଶୁଭ ଫଳ।

ସେୟାର୍ କରନ୍ତୁ

ଅକ୍ଟୋବର ମାସରେ ଚାରି ଏଭଳି ଗ୍ରହ ରହିଛି କି ଯାହା ଗୋଟେ ରାଶିରୁ ଦ୍ଵିତୀୟ ରାଶିକୁ ପ୍ରବେଶ କରୁଛନ୍ତି। ୪ ଅକ୍ଟୋବରରେ ମଙ୍ଗଳର ରାଶି ପରିବର୍ତ୍ତନ ହୋଇ ସାରିଛି। ଏବେ ବୁଧ ୧୪ ଅକ୍ଟୋବରକୁ ତୁଳା ରାଶିରେ ବକ୍ରୀ ହୋଇଛନ୍ତି। ଗୋଟେ ମାସ ବକ୍ରୀ ହେବାପରେ ୩ ନଭେମ୍ବରରେ ଏହା ମାର୍ଗୀ ହେବେ। ଏଭଳି ସ୍ଥଳେ ଅନେକ ରାଶିରେ ଉତ୍ଥାନ ପତନ ଦେଖିବାକୁ ମିଳିବ। ଏହା ପୂର୍ବରୁ ବୁଧ କନ୍ୟା ରାଶିରୁ ତୁଳା ରାଶିରେ ୨୨ ସେପ୍ଟେମ୍ବରକୁ ପ୍ରବେଶ କରିଥିଲେ। ଏବେ ସେ ଏଭଳି ସ୍ଥିତିରେ ବକ୍ରୀ ହେବେ।

କୌଣସି ରାଶିରେ ଗ୍ରହ ବକ୍ରୀ ହେବା ଶୁଭ ମାନା ଯାଇ ନଥାଏ। କିନ୍ତୁ କୁଣ୍ଡଳୀରେ ସ୍ଥିତି ଅନୁସାରେ ଏହା ଲାଭପ୍ରଦ ହୋଇଥାଏ। ବକ୍ରୀ ହେବା ଅର୍ଥାତ ଏବେ ବୁଧ ତୁଳା ରାଶିରେ ଓଲଟା ଚଳନ କରିବେ। ବୁଧର ଖରାପ ପରିଣାମର ନିଷ୍ପତ୍ତି ନେବାର କ୍ଷମତା ନହେବା, ସର୍ଦ୍ଦି ହେବା, ମୁଣ୍ଡ ବ୍ୟଥା, ତ୍ୱଚ଼ା ଆଦି ରୋଗ ହୋଇପାରେ। ଯଦି ଆପଣଙ୍କ କୁଣ୍ଡଳୀରେ ବୁଧ ଗ୍ରହ ଉତ୍ତମ ରହିଛି ତାହେଲେ ଆପଣଙ୍କୁ ବାଣୀ, ଶିକ୍ଷା, ଶିକ୍ଷଣ, ଗଣିତ, ତର୍କ ଆଦିରେ ଲାଭ ମିଳିବ। ଆସନ୍ତୁ ଜାଣିବା କି ବୁଧ ବକ୍ରୀ ହେବା ଦ୍ବାରା କେଉଁ ରାଶିରେ କଣ ପ୍ରଭାବ ପଡି ଥାଏ।

୧/ ବୁଦ୍ଧ ବକ୍ରୀ ହେବାଦ୍ବାରା ମେଷ ରାଶିର ଲୋକଙ୍କୁ ସାବଧାନ ରହିବା ଆବଶ୍ୟକ। କୌଣସି ବିବାଦରୁ ଦୂରେଇ ରହିବା ଉଚିତ। ବୁଧ ମାର୍ଗୀ ହେବା ପରେ ହିଁ କିଛି ମାଙ୍ଗଳିକ କାର୍ଯ୍ୟ କରନ୍ତୁ ।

Google

୨/ ବୃଷ ରାଶିର ଲୋକଙ୍କର ପୂର୍ବରୁ ବିଗିଡି ଯାଇଥିବା ସମ୍ପର୍କକୁ ସୁଧାରିବା ଉଚିତ। ଟଙ୍କାପଇସା ହିସାବ ସମୟରେ ସାବଧାନ ରୁହନ୍ତୁ।

୩/ ମିଥୁନ ରାଶିର ଲୋକଙ୍କ ପାଇଁ ଏହି ପରିବର୍ତ୍ତନ ଅନୁକୂଳ ସାବ୍ୟସ୍ତ ହେବ। ନିଜ ଭବିଷ୍ୟତ ପାଇଁ ଉତ୍ତମ ଯୋଜନା ବନେଇବେ।

୪/ କର୍କଟ ରାଶିର ଲୋକେ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବେ ଏବଂ ଚାକିରୀରେ ଅଧିନସ୍ଥ କର୍ମଚାରୀଙ୍କ ସହିତ ତାଳମେଳ ବନାଇ ରଖନ୍ତୁ।

୫/ ସିଂହ ରାଶିର ଲୋକେ ଅଧିକ ପରିଶ୍ରମ କରିବା ଆବଶ୍ୟକ। ଯାତ୍ରାରେ ଲାଭ ମିଳିବ।

୬/ କନ୍ୟା ରାଶିର ଲୋକମାନଙ୍କୁ ଆର୍ଥିକ ଲାଭ ପ୍ରାପ୍ତ ହେବ।

୭/ ତୁଳା ରାଶିର ଲୋକେ କୌଣସି କଥାରେ ବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣଙ୍କୁ ଆପଣଙ୍କ ପରିଶ୍ରମ ଦ୍ବାରା ଖୁବ୍ ଶୀଘ୍ର ସଫଳତା ମିଳିବ।

୮/ ବିଛା ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ନାହିଁ। ଆପଣଙ୍କୁ ସବୁ କାର୍ଯ୍ୟ ସମ୍ଭାଳି କରିବା ଉଚିତ।

୯/ ବୁଧର ବକ୍ରୀ ହେବାଦ୍ବାରା ଆପଣଙ୍କୁ ଚାକିରୀରେ ଲାଭ ମିଳିବ।

Google

୧୦/ ମକର ରାଶିର ଲୋକଙ୍କୁ ବୁଧର ବକ୍ରୀ ହେବା ଲାଭଦାୟକ ରହିବ। ସକାରାତ୍ମକ ପରିଣାମ ପ୍ରାପ୍ତ ହେବ।

୧୧/ କୁମ୍ଭ ରାଶିର ଲୋକଙ୍କ ପାଇଁ ସଫଳତା ଏବଂ ଉନ୍ନତିର ଯୋଗ ବନୁଛି। ପରିଶ୍ରମ ଦ୍ଵାରା କାର୍ଯ୍ୟ କରନ୍ତୁ ଉଚିତ ପରିଣାମ ଲାଭ କରିବେ।

୧୨/ ମୀନ ରାଶିର ଲୋକଙ୍କୁ ଧନ ମାମଲାରେ ସାବଧାନ ରହିବା ଆବଶ୍ୟକ। କିଛି ନ ବୁଝି ଦେବାନେବା କରନ୍ତୁ ନାହିଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଭଗବାନଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପାରୁ ଆପଣଙ୍କ ଘର ପରିବାର ସବୁବେଳେ ହସ ଖୁସିରେ ରୁହନ୍ତୁ । ଆର୍ଟିକିଲଟି ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *