Excuse Me Odisha

ଯାହା କହିବୁ ସତ କହିବୁ

ନିଜର ଜନ୍ମ ବାର କେଉଁଟା ବାଛନ୍ତୁ ଆଉ ଜାଣନ୍ତୁ ନିଜ ଲକ୍ଷଣ ଓ ସ୍ଵଭାବ ବିଷୟରେ

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ଆପଣମାନଙ୍କ ପାଇଁ ଗୋଟେ ସୁନ୍ଦର ବିଷୟ ବସ୍ତୁ ରହିଛି। ବିଷୟଟି ହେଉଛି କେଉଁ ବାରରେ ଜନ୍ମ ହେଲେ କଣ ସବୁ ଲକ୍ଷଣ ଏବଂ ସ୍ୱଭାବ ଥାଏ। ତେବେ ଆସନ୍ତୁ ଜାଣିବା।

ରବିବାର:- ଏହି ବାରରେ ଯେଉଁ ବ୍ୟକ୍ତି ଜନ୍ମଗ୍ରହଣ କରିଥାନ୍ତି। ସେହି ପୁରୁଷମାନେ ତେଜସ୍ବ, ଗୁଣବନ୍ତ, ବୁଦ୍ଧିବନ୍ତ, ତେଜବନ୍ତ, ଚକ୍ରବନ୍ତ, ଧାର୍ମିକ, ଅତ୍ୟଧିକ ଜିଦଖୋର, ଅହଂଗୁଣ ସମ୍ପର୍ଣ୍ଣ, ଅସ୍ଥିର, ଚଞ୍ଚଳମନ୍ତ, ଯେକୌଣସି କାର୍ଯ୍ୟରେ ଲାଗିଲେ ସେ କାର୍ଯ୍ୟ ଶେଷ ନହେବା ପର୍ଯ୍ୟନ୍ତ କଦାପି ଛାଡ଼ନ୍ତି ନାହିଁ। ଏହି ପୁରୁଷମାନେ ରାଜସିକ ଗୁଣରେ ପ୍ରବୀଣ ଅଟନ୍ତି। ଏହି ବ୍ୟକ୍ତି ମାନେ ସତ୍ୟ କହିବାକୁ କେବେବି ପଛାନ୍ତି ନାହିଁ। କିନ୍ତୁ ଭାଙ୍ଗିପଡିବେ ଅଥଚ ଓହରି ପଡିବେ ନାହିଁ। ସ୍ତ୍ରୀ ମାନେ ସେମିତି ଅସ୍ଥିରମତି ଏବଂ ବିଚକ୍ଷଣ ଅଟନ୍ତି।

Google

ସୋମବାର:- ଏହି ଦିନରେ ଯେଉଁ ମାନେ ଜନ୍ମଗ୍ରହଣ କରିଥାନ୍ତି ସେହି ପୁରୁଷମାନେ ଧର୍ଯ୍ୟବନ୍ତ, ସ୍ଥିର ମତା, ସର୍ବଗୁଣ ସମ୍ପର୍ଣ୍ଣା, ବିଚାର ଶୀଳ, ନ୍ୟାୟବନ୍ତ, ବୁଦ୍ଧିବିଦ୍ୟାରେ ବିଚକ୍ଷଣ, ଶାସ୍ତ୍ର ପ୍ରିୟ, କଳା ବିଦ୍ୟା ପ୍ରେମିକ, ବହୁମୁଖୀ ପ୍ରତିଭାର ଅଧିକାରୀ, ଚନ୍ଦ୍ରତୁଲ୍ୟ ସୌନ୍ଦର୍ଯ୍ୟ, ସୁନ୍ଦର, ରୂପବତ, ନିୟମର ବସବର୍ତୀ, ବହୁ ସୁଖ ଲାଭକାରୀ, କାହାରି ପ୍ରତି ଅନିଷ୍ଠ ଚିନ୍ତା କରନ୍ତି ନାହିଁ। ଏବଂ ତାଙ୍କର ଜୀବନ କାଳରେ ଅନେକ ବେୟ ଯୁକ୍ତ କାର୍ଯ୍ୟ ମୁଣ୍ଡ ଉପରକୁ ଆସେ କିନ୍ତୁ ମୁଣ୍ଡ ଘୁରିଥାଏ। ଅଥଚ କାର୍ଯ୍ୟ ସଫଳ ହୋଇଥାଏ।

ମଙ୍ଗଳବାର:- ଏହି ବାରରେ ଯେଉଁ ବ୍ୟକ୍ତି ଜନ୍ମଗ୍ରହଣ କରିଥାନ୍ତି। ସେହି ପୁରୁଷମାନେ ଅସ୍ଥିରତା ସହିତ ସବୁକାମରେ ଅଧପାନ୍ତରିୟା ରହିଥାନ୍ତି। କିନ୍ତୁ ବିଳମ୍ବରେ ହେଲେ ମଧ୍ୟ କାର୍ଯ୍ୟ ପୁରୁଣ ହୋଇଥାଏ। ଶତୃବାଦୀ, ଅତ୍ୟନ୍ତ ଜିଦଖୋର, ଧର୍ମକୁ ବିଶ୍ୱାସ କରନ୍ତି। ଅଥଚ ଧାର୍ମିକ ହୋଇ ପାରନ୍ତି ନାହିଁ। କିନ୍ତୁ ବେୟ ଯୁକ୍ତ କାର୍ଯ୍ୟ ମୁଣ୍ଡ ଉପରକୁ ନେଇ ଆସିଥାନ୍ତି। ସେଥିପାଇଁ ବେୟ କରିବାକୁ ରାସ୍ତା ଖୋଜୁଥାନ୍ତି। ତଥାପି ଗୁଣବାନ, ଲୋକପ୍ରିୟ, କଳାବିଦ୍ୟାପ୍ରେମୀ, ଶେଷକୁ ସୁନାମି ଏବଂ ଧନ୍ୟ ହୋଇଥାନ୍ତି। ଏହିପରି ସ୍ତ୍ରୀ ଲୋକମାନେ ଅସ୍ଥିରା ଏବଂ କ୍ଲେସି ହୋଇଥାନ୍ତି।

ବୁଧବାର:-  ବୁଧ ବାରଟି ଭଗବାନ ବିଷ୍ଣୁଙ୍କର ବାର ଅଟେ। ଯେଉଁ ବ୍ୟକ୍ତି ବୁଧବାରରେ ଜନ୍ମଗ୍ରହଣ କରିଥାନ୍ତି ସେ ପୁରୁଷମାନେ ଅତ୍ୟନ୍ତ ବୁଦ୍ଧିମନ୍ତ, କୌଶଳୀ ଏବଂ କମ୍ପୁଟର ଭଳି ଏମାନଙ୍କର ମୁଣ୍ତ କାମ କରିଥାଏ। ପରପକାରୀ, ଶତୃବସକାରୀ, ବହୁମୁଖୀ, ସୁନାମି ଏବଂ ଧନ୍ୟ ହୋଇଥାଆନ୍ତି। ଦାନ ଧର୍ମରେ ଉତ୍ସାହ ଏବଂ କୌଣସି ବି ପରିସ୍ଥିତିରେ ଏମାନେ ବିଚଳିତ ହୋଇ ନଥାନ୍ତି। ଧର୍ମ କାର୍ଯ୍ୟରେ ଉପଯୋଗୀ କୌଣସି ବେୟଯୁକ୍ତ କାର୍ଯ୍ୟ ମୁଣ୍ଡ ଉପରକୁ ଆସିଲେ ମଧ୍ୟ ଧର୍ଯ୍ୟହରା ହୋଇ ନଥାନ୍ତି। ଏହି ବାରରେ ଜନ୍ମିତ ସ୍ତ୍ରୀମାନେ ବୁଦ୍ଧିମତି ଏବଂ ଧନବତୀ ହୋଇଥାଆନ୍ତି।

ଗୁରୁବାର:- ଏହି ବାରରେ ଯେଉଁ ବ୍ୟକ୍ତି ଜନ୍ମଗ୍ରହଣ କରିଥାନ୍ତି ସେହି ପୁରୁଷମାନେ ସବୁଠାରେ ଗୁରୁମାନ୍ୟ ସମ୍ମାନ ପାଇଥାନ୍ତି। ତଥା ରାଜ ସମ୍ମାନ ଏବଂ ପ୍ରସଂଶା ଭାଜନ ହୋଇଥାଆନ୍ତି। ସତ କାର୍ଯ୍ୟରେ ପ୍ରବୀଣ ଅଟନ୍ତି। ବୁଦ୍ଧି ଏବଂ ଜ୍ଞାନରେ ଶ୍ରେଷ୍ଠ ହୋଇଥାଆନ୍ତି। ଗଭୀର ଶାନ୍ତଶୀଳ ଏବଂ ଧାର୍ମିକ ହୋଇଥାଆନ୍ତି। ଏହି ବ୍ୟକ୍ତିମାନେ ସର୍ବଦା ଛାଞ୍ଚଳିକ ପରିସ୍ଥିରେ ସମୁଖୀନ ହେଲେ ମଧ୍ୟ ଅଳୀୟ ଭିତରେ ଥାଇ ମଧ୍ୟ ନିଜର ଆତ୍ମାକୁ ନିର୍ମଳ କରି ରଖିଥାନ୍ତି। ଯଥା ବେୟଯୁକ୍ତ କାର୍ଯ୍ୟ କରିଥାନ୍ତି। ନିଜର ବୁଦ୍ଧିରେ ପରିଚାଳିତ ହୋଇଥାଆନ୍ତି। ଏବଂ କାହାରବି ମଧ୍ୟରେ ନଥାନ୍ତି। ଏହି ବାରରେ ଜନ୍ମିତ ସ୍ତ୍ରୀମାନେ ଅତ୍ୟନ୍ତ ଶୁଖିନି ଅଟନ୍ତି। ଅର୍ଥାତ ଏହି ଦିନ ଯେଉଁବି ସ୍ତ୍ରୀଲୋକ ଜନ୍ମଗ୍ରହଣ କରିଥାନ୍ତି ସେମାନେ ତାଙ୍କ ଜୀବନରେ ବହୁତ ସୁଖରେ ଥାଆନ୍ତି।

ଶୁକ୍ରବାର:- ଏହି ବାରରେ ଯେଉଁ ବ୍ୟକ୍ତିମାନେ ଜନ୍ମଗ୍ରହଣ କରିଥାନ୍ତି ସେ ପୁରୁଷ ଶୁକ୍ରାଚାର୍ଯ୍ୟଙ୍କ ଭଳି କାମ ଦେଖାନ୍ତି। ବହୁ ଗୁଣରେ ବିଶିଷ୍ଠ ଅଟନ୍ତି। ଯେତେବି ବେୟ ଯୁକ୍ତ କାର୍ଯ୍ୟ ମୁଣ୍ଡ ଉପରକୁ ଆସି ଯାଉନା କାହିଁକି ତଥାପି ସେମାନେ ଧର୍ଯ୍ୟ ସହିତ କାର୍ଯ୍ୟକୁ ତୁଲାଇ ନିଅନ୍ତି। କଳାବିଦ୍ୟାରେ ଅତ୍ୟନ୍ତ ପ୍ରମିକ ଅଟନ୍ତି। ଏକ ଗୁଣା ବେୟ କଲେ ମଧ୍ୟ ଦଶ ଗୁଣା କାର୍ଯ୍ୟ ହାସଲ କରିଥାନ୍ତି। ସେଥିପାଇଁ ଆଧ୍ୟାତ୍ମିକ ଶକ୍ତି ବଳରେ ଭାସିଲା ପଥର ଏବଂ ବୁଡ଼ିଲା ସୁଲ ଏହିପରି କାର୍ଯ୍ୟ କଳାପ ଦେଖାଇଥାନ୍ତି। ଅତ୍ୟନ୍ତ ଚତୁରବନ୍ତ, ବହୁମୁଖୀ ଏବଂ ବହୁଲୋକପ୍ରିୟ ଅଟନ୍ତି। ଏହି ବ୍ୟକ୍ତିମାନେ ଭାରିରୁ ଅତି ଭାରି ଶକ୍ତି ପ୍ରୟୋଗ କରନ୍ତି। କାହାରି ମନରେ ଦୁଖଃ ନଦେଇ ଆପଣା ଦୁଖଃ କୁ ସୁଖ ପରି ମାନନ୍ତି। ଏହି ବାରରେ ଜନ୍ମିତ ସ୍ତ୍ରୀମାନେ ବୁଦ୍ଧି ବିଦ୍ୟାରେ ବିଚକ୍ଷଣ ଅଟନ୍ତି।

Google

ଶନିବାର:- ଏହି ବାରରେ ଯେଉଁ ବ୍ୟକ୍ତି ଜନ୍ମଗ୍ରହଣ କରିଥାନ୍ତି ସେମାନେ ଅସ୍ଥିର, କାମଅଭିଲାସୀ, ଶତୃବାଦୀ ଅର୍ଥାତ ଅତ୍ୟନ୍ତ ଜିଦଖୋର, ଏବଂ ନିଜ ବୁଦ୍ଧିରେ ପରିଚାଳିତ ହୋଇଥାଆନ୍ତି। ଏହି ବ୍ୟକ୍ତିମାନେ ସର୍ବଦା ବିଚଳିତ ହୋଇଥାଆନ୍ତି। ଅହଂଗୁଣ ବିରୋଧୀ ଏବଂ ନ୍ୟାୟରେ ପଶ୍ଚାତପଦ ହୋଇନଥାନ୍ତି। ଏହି ବାରରେ ଜନ୍ମିତ ସ୍ତ୍ରୀମାନେ ଅତ୍ୟନ୍ତ ଜିଦଖୋର ସ୍ୱଭାବରେ ହୋଇଥାଆନ୍ତି। ଉଦାହରଣ ସ୍ୱରୂପ ଶନିଶ୍ଚର ଶନି ବାରରେ ଜନ୍ମଗ୍ରହଣ କରିଥିଲେ ଏକଦା ଶନିଦେବ ତାଙ୍କ ଗୁରୁ ବୃହଷ୍ପତି ଙ୍କୁ ପ୍ରାଣ ଦଣ୍ଡରେ ଦଣ୍ଡିତ କରିଥିଲେ ଏକଦା ଶନିଦେବ କହିଥିଲେ ମୁଁ ଯେଉଁ କ୍ଷମତାରେ ଅଛି ଗୁରୁବ୍ରାହ୍ମଣ ହୋଇଥିଲେ ବି ମଧ୍ୟ ତାଙ୍କୁ ଛାଡ଼ିବି ନାହିଁ। ମୋର ଯିଏକି ପିତା ସୂର୍ଯ୍ୟଦେବତା ଏବଂ ମାତା ଛାୟାଦେବୀ ସେମାନଙ୍କ ଉପରେ ପ୍ରଭାବ ପକାଇଛି। ମୁଁ ଯେତିକି ଭଲ ସେତିକି ମନ୍ଦ ମଧ୍ୟ ହୋଇଥାଏ। ସେହିପରି ଶନିବାର ଦିନ ଯେଉଁ ବ୍ୟକ୍ତିମାନେ ଜନ୍ମଗ୍ରହଣ କରିଥାଆନ୍ତି ସ୍ଵୟଂ ଶନିଦେବଙ୍କ ପରି ଯାହାଙ୍କୁ ଭଲ ପାଉଥିବେ ତାଙ୍କ କାର୍ଯ୍ୟ ସଫଳ କରିବେ ଯଦି କେହି ବ୍ୟକ୍ତି ଅନ୍ୟାୟ କରିଥାନ୍ତି ତାଙ୍କୁ ଶାସ୍ତି ମଧ୍ୟ ଅବଶ୍ୟ ଦିଅନ୍ତି। ସେ କାହାରି ବସରେ ବଶୀଭୂତ ହୋଇନଥାନ୍ତି କେବଳ ଶନିଦେବଙ୍କ ଇଷ୍ଟଦେବୀ ମା ମହାକାଳୀ ତାଙ୍କୁ  ଶୁକ୍ର ମନ୍ତ୍ରରେ ଧ୍ୟାନ କଲେ ତାଙ୍କର ଭାଗ୍ୟ ଉଦୟ ହୋଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଆପଣ କେଉଁ ବାରରେ ଜନ୍ମ ହୋଇଛନ୍ତି କମେଣ୍ଟ ବାକ୍ସରେ ଲେଖି ଜଣାନ୍ତୁ। ଏହି ପୋଷ୍ଟଟିକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *