Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୦୬ ଅକ୍ଟୋବର ୨୦୨୦,ମଙ୍ଗଳବାର,ସିଦ୍ଧ ଯୋଗ କାରଣରୁ ଏହି ୫ ଟି ରାଶିର ଲୋକଙ୍କୁ ମିଳିବ ଧନଲାଭ, ଚାକିରୀ ର ଅବସର ମିଳିବ।

ସେୟାର୍ କରନ୍ତୁ

ଅଧିକ ଆଶ୍ୱିନ କୃଷ୍ଣ ପକ୍ଷ ଉଦୟା ତିଥି ଚତୁର୍ଥୀ ଏବଂ ମଙ୍ଗଳବାର ଅଟେ। ଚତୁର୍ଥୀ ତିଥି ଦ୍ବିପ୍ରହର ୧୨ ଟା ବାଜି ୩୩ ମିନିଟ ପର୍ଯ୍ୟନ୍ତ ରହିବ।ଜାଣନ୍ତୁ ଆଚାର୍ଯ୍ୟ ହିନ୍ଦୁ ପ୍ରକାଶ ଙ୍କ ପାଖରୁ କିପରି ରହିବ ରାଶି ଅନୁସାରେ ଆପଣଙ୍କ ଦିନ।

ଅଧିକ ଆଶ୍ୱିନ କୃଷ୍ଣ ପକ୍ଷ ଉଦୟା ତିଥି ଚତୁର୍ଥୀ ଏବଂ ମଙ୍ଗଳବାର ଅଟେ। ଚତୁର୍ଥୀ ତିଥି ସକାଳ ୧୨ ଟା ବାଜି ୩୩ ମିନିଟ ପର୍ଯ୍ୟନ୍ତ ରହିବ। ଏହାପରେ ପଞ୍ଚମୀ ତିଥି ରହିବ। ଯେବେ ଚତୁର୍ଥୀ ତିଥି ଦିନ ମଙ୍ଗଳବାର ପଡିଥାଏ, ତେବେ ଅଙ୍ଗାରକୀ ଚତୁର୍ଥୀ ହୋଇଥାଏ । ରାତି ୧୨ ଟା ବାଜି ୫୪ ମିନିଟ ପର୍ଯ୍ୟନ୍ତ ସିଦ୍ଧ ଯୋଗ ରହିଛି। ଏହାଛଡା ସନ୍ଧ୍ୟା ୫ ଟା ବାଜି ୫୪ ମିନିଟ ପର୍ଯ୍ୟନ୍ତ କୃତ୍ତିକା ନକ୍ଷତ୍ର ରହିବ। ଜାଣନ୍ତୁ ଆଚାର୍ଯ୍ୟ ହିନ୍ଦୁ ପ୍ରକାଶ ଙ୍କ ପାଖରୁ କିପରି ରହିବ ରାଶି ଅନୁସାରେ ଆପଣଙ୍କ ଦିନ।

ମେଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଅକାରଣ ରେ ବଢ଼ିଥିବା ବିବାଦ ର ଅନ୍ତ ହେବ। ଆଜି ଆପଣ ମାମୁଘର ପକ୍ଷରୁ କୌଣସି ସୁଖଦ ସମାଚାର ମିଳିବ। ଆପଣଙ୍କ ମନ ପ୍ରସନ୍ନ ରହିବ। ଅଚାନକ ଧାର୍ମିକ କାର୍ଯ୍ୟରେ ଆପଣ ସହଯୋଗ କରିବେ। ଆପଣ ନିଜ ମଧ୍ୟରେ ସକାରାତ୍ମକ ଅନୁଭବ କରିବେ। ପିଲା ମାନେ ପିତାମାତାଙ୍କ ସହିତ କଥା ସେୟାର କରିବେ। ଆପଣଙ୍କର ସବୁ ସମସ୍ୟାର ସମାଧାନ ହୋଇଯିବ।

ବୃଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଆର୍ଥିକ ସ୍ଥିତି ସୁଦୃଢ ରହିବ। ବିଦେଶୀ କଂପାନୀ ରେ ଆପଣ ଆବେଦନ କରି ପାରନ୍ତି। ପଡୋଶୀ ମାନଙ୍କ ସହିତ ମିଶି ଆପଣ ସାମାଜିକ କାର୍ଯ୍ୟରେ ସହଯୋଗ କରିବେ। ଆପଣ କୌଣସି ସମ୍ପର୍କୀୟଙ୍କ ଘରକୁ ଯାଇ ପାରନ୍ତି। ଲୋକଙ୍କ ମଧ୍ୟରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ପାଇବ। ମାତାପିତାଙ୍କ ଆଶୀର୍ବାଦ ନେଇ ଆପଣ କାର୍ଯ୍ୟ ଆରମ୍ଭ କରିବେ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ।

ମିଥୁନ ରାଶି –

ଆପଣଙ୍କ ପାଇଁ ଦିନଟି ଅନୁକୂଳ ରହିଛି। ଆପଣଙ୍କୁ କୌଣସି କାର୍ଯ୍ୟ କରିବା ପୂର୍ବରୁ ବଡ଼ ଲୋକଙ୍କ ପ୍ରେରଣା ନିଅନ୍ତୁ। ଆର୍ଥିକ ଲକ୍ଷ ପାଇବା ପାଇଁ ରଚନାତ୍ମକ କ୍ଷମତା କାମରେ ଆସିବ। ନୂତନ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ କୌଣସି ଅନୁଭବୀ ଙ୍କ ପରାମର୍ଶ ନିଅନ୍ତୁ। ଧର୍ଯ୍ୟ ର ସହିତ ନିଜ କାମ ପ୍ରତି ଧ୍ୟାନ ଦିଅନ୍ତୁ। କୌଣସି ସାମାଜିକ କାର୍ଯ୍ୟକ୍ରମରେ ଆପଣ ଭାଗ ନେଇ ପାରନ୍ତି। ଲୋକଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ।

Google

କର୍କଟ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଘରକୁ ଅତିଥି ଆସି ପାରନ୍ତି। ଆପଣ କାର୍ଯ୍ୟରେ ବ୍ୟସ୍ତ ରହି ପାରନ୍ତି। ଦାମ୍ପତ୍ୟ ଜୀବନରେ ମତଭେଦ ସୃଷ୍ଟି ହୋଇପାରେ। ଏଥିପାଇଁ ସାଥୀ ଙ୍କୁ ବୁଝିବାକୁ ପ୍ରୟାସ କରନ୍ତୁ। ଲେଖକ ମାନଙ୍କ ପାଇଁ ଦିନଟି ଅନୁକୂଳ ରହିଛି। କୌଣସି ନୂତନ ପ୍ରୋଜେକ୍ଟ ମିଳିବାର ସମ୍ଭାବନା ରହିଛି। କଷ୍ଟ ରୁ ମୁକ୍ତି ମିଳିବ।

ସିଂହ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଅଫିସ ରେ କୌଣସି ସହକର୍ମୀଙ୍କ ସହିତ ବିବାଦ ହୋଇପାରେ। ଆଜି ଆପଣଙ୍କୁ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି। ସନ୍ତାନଙ୍କ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ଡାକ୍ତର ଙ୍କ ପରାମର୍ଶ ନିଅନ୍ତୁ। ଛାତ୍ର ମାନଙ୍କୁ ପାଠପଢ଼ା କୁ ନେଇ ଅଧିକ ପରିଶ୍ରମ କରିବାକୁ ପଡିବ। ଆଜି ଆପଣଙ୍କୁ ଉଚିତ ପରିଣାମ ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଭବିଷ୍ୟତ ରେ ଆପଣଙ୍କୁ ସଫଳତା ମିଳିବ।

କନ୍ୟା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଚାକିରୀ ମାମଲାରେ ଆପଣଙ୍କୁ ସଫଳତା ମିଳିବ। ଆପଣ ସବୁ ସମସ୍ୟାର ସମାଧାନ ନିଜେ ଖୋଜି ନେବେ। ଆପଣଙ୍କୁ ନିଜ ଯୋଜନା ରେ ବଡ଼ ଫାଇଦା ମିଳିବ। ଆପଣଙ୍କ ଆତ୍ମବିଶ୍ବାସ ବଳରେ ବିଚାର କରିଥିବା କାର୍ଯ୍ୟ ସମ୍ପନ୍ନ ହେବ। କାରବାର ରେ କୌଣସି ଛୋଟ ଯାତ୍ରା କରିବେ। ଛାତ୍ରଛାତ୍ରୀ ମାନଙ୍କ ପାଇଁ ଦିନଟି ଅନୁକୂଳ ରହିଛି।

ତୁଳା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଅନ୍ୟମାନଙ୍କ ମାମକରେ ଦଖଲ ଦିଅନ୍ତୁ ନାହିଁ। ଆଜି କୌଣସି ବଡ଼ ପ୍ରୋଜେକ୍ଟ ରେ ଧନ ନିବେଶ କରନ୍ତୁ ନାହିଁ। ନଚେତ ସମସ୍ୟା ଦେଖା ଦେଇପାରେ। ବନ୍ଧୁ ମାନଙ୍କ ତରଫରୁ ପରାମର୍ଶ ଏବଂ ସହଯୋଗ ମିଳିବ। ପ୍ରେମ ଜୀବନ ପାଇଁ ଦିନଟି ଅନୁକୂଳ ରହିଛି। ପିଲାମାନଙ୍କ ପାଠପଢ଼ା କୁ ନେଇ ସତର୍କ ରୁହନ୍ତୁ। ପିଲାମାନଙ୍କୁ ଉଚିତ ଢଙ୍ଗରେ ଗାଇଡ କରନ୍ତୁ। ଲାଭର ଅବସର ମିଳିବ।

ବିଛା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ସର୍ବପ୍ରଥମେ ନିଜର କାର୍ଯ୍ୟ ସମ୍ପନ୍ନ କରନ୍ତୁ। ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ। କୌଣସି ପ୍ରଭାବଶାଳୀ ଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ପ୍ରାଇଭେଟ୍ ଚାକିରି କରୁଥିବା ଲୋକଙ୍କର ପଦୋନ୍ନତୀ ହୋଇପାରେ। କାହା ଉପରେ ତୁରନ୍ତ ଭରସା କରନ୍ତୁ ନାହିଁ।

ଧନୁ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଆପଣଙ୍କ ମନ ରେ ବ୍ୟାକୁଳତା ବଢିପାରେ। ସମସ୍ତେ ଆପଣଙ୍କ ରାୟ ଶୁଣିବା ପାଇଁ ଅପେକ୍ଷାରେ ରହିବେ। ଆଜି କୌଣସି କଠିନ କାର୍ଯ୍ୟ କରନ୍ତୁ ନାହିଁ। କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ଆର୍ଥିକ ଦେବା ନେବା ସମୟରେ ସାବଧାନ ରୁହନ୍ତୁ। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ।

Google

ମକର ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। କୋର୍ଟ କଚେରୀ ମାମଲା ତୁଲାଇବେ। ସରକାରୀ ଓକିଲ ଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଇଂଜିନିୟରିଂ ଫିଲ୍ଡ ରେ ଥିବା ଲୋକଙ୍କୁ ସଫଳତା ମିଳିବ।ଆପଣ ଚାକିରୀ ପରିବର୍ତ୍ତନ କରି ପାରନ୍ତି। ସ୍ବାସ୍ଥ୍ୟ ରେ ସୁଧାର ଆସିବ। ଉଚିତ ଢଙ୍ଗରେ ଉପଚାର କରିବା ଆବଶ୍ୟକ। ନିଜର ଯୋଜନା କାହା ସହିତ ସେୟାର କରନ୍ତୁ ନାହିଁ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିଛି।

କୁମ୍ଭ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଆପଣଙ୍କ ମନ ସାମାଜିକ କାର୍ଯ୍ୟରେ ଅଧିକ ଲାଗିବ। ବିଦ୍ୟାର୍ଥୀ ମାନଙ୍କୁ ତାଙ୍କ ପ୍ରିୟ ଶିକ୍ଷକଙ୍କ ଦ୍ଵାରା ସହଯୋଗ ପ୍ରାପ୍ତ ହେବ। ଧାର୍ମିକ ଆୟୋଜନ ରେ ଆପଣଙ୍କୁ ଅବସର ମିଳିପାରେ। ଘରର ବୃଦ୍ଧ ଲୋକଙ୍କୁ ସେହି ଧାର୍ମିକ ଅନୁଷ୍ଠାନ କୁ ନେଇ ଯାଆନ୍ତୁ। ଶାରୀରିକ ସୁସ୍ଥ ଅନୁଭବ କରିବେ।

ମୀନ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆଜି ଆପଣ ଯେଉଁ କାର୍ଯ୍ୟ କରିବେ ତାହା ସମ୍ପନ୍ନ ହେବ। ଆଜି କ୍ୟାରିୟର ସମ୍ବନ୍ଧିତ ନୂଆ ଅବସର ମିଳିପାରେ। ନୂତନ ଚାକିରୀ ଆପଣଙ୍କୁ ମିଳିପାରେ। ଅଫିସ ରେ ବହୁତ ପୂର୍ବରୁ ଚାଲିଥିବା ସମସ୍ୟା ଦୂର ହେବ।ବରିଷ୍ଠ ବ୍ୟକ୍ତି ଆପଣଙ୍କୁ ପ୍ରୋତ୍ସାହିତ କରିବେ। ବ୍ୟବସାୟରେ ଧନ ଲାଭର ଅବସର ରହିଛି। ମାତାଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ।ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅନୁକୂଳ ସମୟ ରହିଛି।

ବନ୍ଧୁଗଣ ଆଜି ପ୍ରଭୁ ହନୁମାନଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ହନୁମାନ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *