Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୦୫ ଅକ୍ଟୋବର ୨୦୨୦,ସୋମବାର,ମେଷ ରାଶିର ଲୋକେ ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ଏବଂ ଏହି ରାଶିର ଲୋକଙ୍କ ଜୀବନରେ ଖୁସି ଆସିବ।

ସେୟାର୍ କରନ୍ତୁ

ଆଶ୍ୱିନ କୃଷ୍ଣ ପକ୍ଷ ଉଦୟା ତିଥି ତୃତୀୟା ଏବଂ ସୋମବାର ଅଟେ। ତୃତୀୟା ତିଥି ସକାଳ ୧୦ ଟା ବାଜି ୩ ମିନିଟ ପର୍ଯ୍ୟନ୍ତ ରହିବ। ଏହାପରେ ଚତୁର୍ଥୀ ତିଥି ରହିବ। ଜାଣନ୍ତୁ ଆଚାର୍ଯ୍ୟ ହିନ୍ଦୁ ପ୍ରକାଶ ଙ୍କ ପାଖରୁ କିପରି ରହିବ ରାଶି ଅନୁସାରେ ଆପଣଙ୍କ ଦିନ।

ଆଶ୍ୱିନ କୃଷ୍ଣ ପକ୍ଷ ଉଦୟା ତିଥି ତୃତୀୟା ଏବଂ ସୋମବାର ଅଟେ। ତୃତୀୟା ତିଥି ସକାଳ ୧୦ ଟା ବାଜି ୩ ମିନିଟ ପର୍ଯ୍ୟନ୍ତ ରହିବ। ଏହାପରେ ଚତୁର୍ଥୀ ତିଥି ରହିବ। ସଙ୍କଷ୍ଟୀ ଶ୍ରୀଗଣେଶ ଚତୁର୍ଥୀ ବ୍ରତ ରହିଛି। ରାତି ୧୨ ଟା ବାଜି ୪ ମିନିଟ ପର୍ଯ୍ୟନ୍ତ ବଜ୍ର ଯୋଗ ରହିଛି। ଏହାଛଡା ଦ୍ବିପ୍ରହର ୨ ଟା ବାଜି ୫୬ ମିନିଟ ପର୍ଯ୍ୟନ୍ତ ଭରଣୀ ନକ୍ଷତ୍ର ରହିବ। ଜାଣନ୍ତୁ ଆଚାର୍ଯ୍ୟ ହିନ୍ଦୁ ପ୍ରକାଶ ଙ୍କ ପାଖରୁ କିପରି ରହିବ ରାଶି ଅନୁସାରେ ଆପଣଙ୍କ ଦିନ।

ମେଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। କିଛି କଠିନ ପରିସ୍ଥିତି ଆପଣଙ୍କ ସାମ୍ନାକୁ ଆସିପାରେ। ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଯେଉଁମାନେ ଆପଣଙ୍କ ମୁଣ୍ଡ ଖରାପ କରୁଛନ୍ତି, ସେମାନଙ୍କ ଠାରୁ ଦୂରେଇ ରୁହନ୍ତୁ। ଖୁବ୍ ଶୀଘ୍ର କାହା ଉପରେ ଭରସା କରନ୍ତୁ ନାହିଁ। ଆପଣଙ୍କୁ ସମ୍ପତ୍ତି ରେ ନିବେଶ କରିବା ପାଇଁ ଯୋଜନା କରିବା ଆବଶ୍ୟକ। ସନ୍ତାନ ଙ୍କ ସଫଳତାରେ ଆପଣ ଗର୍ବ ଅନୁଭବ କରିବେ।

ବୃଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଭାଙ୍ଗି ଯାଇଥିବା ସମ୍ପର୍କ ଯୋଡ଼ି ହୋଇଯିବ। ବନ୍ଧୁ ମାନଙ୍କ ଠାରୁ ପରାମର୍ଶ ନେବେ। ଆପଣଙ୍କ ସକାରାତ୍ମକ ବିଚାର ଆପଣଙ୍କୁ ଆଗକୁ ନେଇ ଯିବ। ସମସ୍ତେ ଆପଣଙ୍କ କଥାରେ ପ୍ରଭାବିତ ହେବେ। ଚାକିରୀ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ। କୌଣସି ବଡ଼ ସଫଳତା ଆପଣଙ୍କ ଅପେକ୍ଷାରେ ରହିଥିବ। ଧାର୍ମିକ କାର୍ଯ୍ୟରେ ଆପଣ ରୁଚି ରଖିବେ। କୌଣସି ସାହିତ୍ୟିକ ଆୟୋଜନ ରେ ଆପଣ ଭାଗ ନେଇ ପାରନ୍ତି। ଅଚାନକ ଧନଧାନ୍ୟ ରେ ବୃଦ୍ଧି ହେବ।

ମିଥୁନ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଶୁଭ ରହିବ। ନିଜ ବ୍ୟକ୍ତିତ୍ଵ କୁ ପ୍ରଦର୍ଶନ କରିବେ। ଆପଣଙ୍କ ଅଦ୍ଭୁତ ବ୍ୟକ୍ତିତ୍ଵ ସମାଜରେ ଆପଣଙ୍କର ଏକ ପରିଚୟ ସୃଷ୍ଟି କରିବ। ଅଫିସ ରେ ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ବରିଷ୍ଠ ଅଧିକାରୀ ଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ବହୁତ ସମୟ ପରେ ଟେଣ୍ଟ ହାଉସ ରେ କାମ କରୁଥିବା ଲୋକଙ୍କୁ ଲାଭ ମିଳିବ। ଆପଣଙ୍କ ପାରିବାରିକ ଜୀବନ ଖୁସିରେ ଭରି ଯିବ। ସ୍ବାସ୍ଥ୍ୟ ଠିକ୍ ଠାକ୍ ରହିବ।

Google

କର୍କଟ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଅଫିସ ରେ କାର୍ଯ୍ୟରେ ଆପଣ ଧ୍ୟାନ କେନ୍ଦ୍ରିତ କରିବେ। ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ। ମିଡ଼ିଆ କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ସଫଳତା ମିଳିବ। ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉତ୍ତମ ଦିନ ରହିଛି। କମ୍ପିଟିଟିଭ ପରୀକ୍ଷାରେ ଶୁଭ ସମାଚାର ମିଳିବ। ଆର୍ଥିକ ସ୍ଥିତି ରେ ସୁଧାର ଆସିବ। ପାରିବାରିକ ବାତାବରଣ ସୁଖମୟ ରହିବ।

ସିଂହ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ପୂର୍ବରୁ ବିଚାର କରିଥିବା ଯୋଜନା କୁ ସଫଳ ବନାଇବା ପାଇଁ ପ୍ରୟାସ କରିବେ। କୌଣସି ସାମାଜିକ ସଂଗଠନ ରେ ଯୋଡିବା ପାଇଁ ପ୍ରୟାସ କରି ପାରନ୍ତି। ସମାଜରେ ଲୋକଙ୍କ ମଧ୍ୟରେ ପରିଚୟ ହେବ। ବିବାହ ହେବାକୁ ଥିବା କନ୍ୟା ମାନଙ୍କୁ ଉତ୍ତମ ଘରୁ ପ୍ରସ୍ତାବ ଆସିବ। ଧନ ପ୍ରାପ୍ତି ପାଇଁ ଉତ୍ତମ ଅବସର ମିଳିବ। କୌଣସି କ୍ଷେତ୍ରରୁ ଶୁଭ ସମାଚାର ମିଳିବାର ସମ୍ଭାବନା ରହିଛି।

କନ୍ୟା ରାଶି –

ଆପଣଙ୍କ ଦିନଟି ଠିକ୍ ଠାକ୍ ରହିବ। ଅଫିସ ରେ ବଡ଼ ଦାୟିତ୍ୱ ଆପଣଙ୍କୁ ଦିଆ ଯାଇପାରେ। ଆସୁଥିବା ସବୁ ବାଧା କୁ ଆପଣ ସାହସ ସହିତ ସାମ୍ନା କରିବେ। କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦେଖା ଦେଇପାରେ। ବଦଳୁଥିବା ମୌସୁମୀ ଉପରେ ଧ୍ୟାନ ରଖିବେ। ମାତାପିତାଙ୍କ ସହିତ କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଆପଣ ଯୋଗ ଦେଇ ପାରନ୍ତି। ଘରେ ସୁଖଶାନ୍ତି ବାତାବରଣ ରହିବ।

ତୁଳା ରାଶି –

ଆଜିର ଦିନଟି ସାଧାରଣରେ ଅତିବାହିତ ହେବ। ପିଲାମାନଙ୍କ ଠାରୁ ଆପଣଙ୍କୁ ଅଧିକ ସ୍ନେହ ପ୍ରେମ ପ୍ରାପ୍ତ ହେବ। ଆପଣଙ୍କୁ କୌଣସି ବଡ଼ ଅଧିକାରୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଆପଣଙ୍କ କାର୍ଯ୍ୟ ପ୍ରଣାଳୀ ର ଚର୍ଚ୍ଚା ସବୁ କ୍ଷେତ୍ରରେ ହେବ। ଛାତ୍ର ମାନଙ୍କୁ ପାଠପଢ଼ାରେ ମନ ଲାଗିବ। ସବୁ କାର୍ଯ୍ୟ ଆପଣ ମନୋବଳ ସହକାରେ କରିବେ। ଏହି ରାଶିର ଲୋକଙ୍କୁ ବିବାହର ପ୍ରସ୍ତାବ ଆସିପାରେ। ସବୁ ମନସ୍କାମନା ପୂରଣ ହେବ। ସରକାରୀ ଚାକିରୀ ଥିବା ଲୋକଙ୍କର ପଦୋନ୍ନତୀ ହେବ।

ବିଛା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ରଚନାତ୍ମକ କାର୍ଯ୍ୟରେ ରୁଚି ରଖିବେ । ଯେଉଁମାନେ ଫିଲ୍ମ ଡାଇରେକ୍ସନ ଲାଇନ ରେ ଯିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଉତ୍ତମ ଅବସର ରହିଛି। ଆପଣଙ୍କୁ କୌଣସି ପ୍ରେମ ପ୍ରସ୍ତାବ ମିଳିପାରେ। ଅଭିମାନ କରି ସ୍ତ୍ରୀ ବାପ ଘରକୁ ଯାଇପାରେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ବହୁତ ଦିନରୁ ଥିବା ବିବାଦ ଦୂର ହେବ। ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ।

ଧନୁ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ । ଆପଣ ଯାହା ଯୋଜନା ବନାଇବେ ତାହା ସମ୍ପନ୍ନ ହେବାକୁ ସମୟ ଲାଗିବ। ଅଫିସ ରେ ଆପଣଙ୍କୁ ସାବଧାନ ରହିବା ଆବଶ୍ୟକ। ଆପଣଙ୍କର ଗୋଟେ ଭୁଲ ନିଷ୍ପତ୍ତି ଆପଣଙ୍କୁ ସମସ୍ୟାରେ ପକାଇପାରେ। ଛାତ୍ରଛାତ୍ରୀ ମାନଙ୍କ ପାଇଁ ସମୟ ଅନୁକୂଳ ନାହିଁ। ଆପଣଙ୍କୁ ନିଜର ପରିଶ୍ରମର ଫଳ ଡେରିରେ ମିଳିବ। ନିଜ ବାଣୀ ଓ ବ୍ୟବହାର ଉପରେ ନିୟନ୍ତ୍ରଣ ରଖନ୍ତୁ।

Google

ମକର ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଆର୍ଥିକ ସମସ୍ୟା ଦେଖା ଦେଇପାରେ। ପୁରୁଣା କଥାକୁ ନେଇ ବିବାଦ ସୃଷ୍ଟି ହୋଇପାରେ। କୋର୍ଟ କଚେରୀ ମାମଲାରେ ନିଷ୍ପତ୍ତି ଆପଣଙ୍କ ବିପରୀତ ରେ ଯାଇପାରେ। ସାରାଦିନ ଆପଣ ବ୍ୟସ୍ତ ରହିବେ । ଅଫିସ କାର୍ଯ୍ୟରେ କଠିନ ପରିଶ୍ରମ କରିବାକୁ ପଡିବ। ଘରକୋକଙ୍କ ସହିତ ଆପଣ ଉତ୍ତମ ସମୟ ଅତିବାହିତ କରିବେ। ମାନସମ୍ମାନ ପ୍ରାପ୍ତ ହେବ।

କୁମ୍ଭ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆର୍ଥିକ ଲାଭ ମିଳିବାର ସମ୍ଭାବନା ରହିଛି। ବିଦେଶ ରେ ରହୁଥିବା କୌଣସି ବନ୍ଧୁଙ୍କ ସହିତ ଆପଣଙ୍କର ଦେଖାସାକ୍ଷାତ ହୋଇପାରେ। ଇଂଜିନିୟର ମାନଙ୍କୁ କୌଣସି ସ୍ଥାନରୁ ଅବସର ମିଳିପାରେ। ବିଦେଶ ରେ ରହୁଥିବା ବନ୍ଧୁଙ୍କ ସହିତ ଦେଖା ସାକ୍ଷାତ ହୋଇପାରେ। ଏହି ରାଶିର ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷକ ଙ୍କ ତରଫରୁ ପୂରାପୂରି ସହଯୋଗ ମିଳିବ। ପତିପତ୍ନୀ ଙ୍କ ମଧ୍ୟରେ ମତଭେଦ ଦୂର ହେବ।

ମୀନ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ । ଆପଣଙ୍କ ପାଖକୁ କିଛି ଦାୟିତ୍ୱ ଆସିବ। ଆପଣଙ୍କୁ ପାର୍ଟନର ଙ୍କ ସହଯୋଗ ପ୍ରାପ୍ତ ହେବ। ଯଦି ମହିଳା ମାନେ କିଛି ଉଦ୍ୟୋଗ ଆରମ୍ଭ କରିବାକୁ ଚାହୁଁଛନ୍ତି, ତାହେଲେ ଏହିଦିନ ଆପଣଙ୍କ ପାଇଁ ଶୁଭ ରହିଛି। ଚାକିରୀ ଖୋଜୁଥିବା ଲୋକଙ୍କୁ ଭଲ କମ୍ପାନୀ ରେ ସର୍ଭିସ ମିଳିବ। ବନ୍ଧୁମାନଙ୍କ ସହିତ ମନୋରଞ୍ଜନ ର ସମୟ ଅତିବାହିତ କରିବେ। ଧନ ସଞ୍ଚୟ ପାଇଁ ଉତ୍ତମ ଯୋଜନା ଆପଣେଇବାକୁ ପ୍ରୟାସ କରନ୍ତୁ। ଅଯଥା ଖର୍ଚ୍ଚ କରନ୍ତୁ ନାହିଁ।

ବନ୍ଧୁଗଣ ଆଜି ପ୍ରଭୁ ମହାଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ହର ହର ମହାଦେବ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *