Excuse Me Odisha

ଯାହା କହିବୁ ସତ କହିବୁ

୪୮ ଦିନ ପାଇଁ ମଙ୍ଗଳ ଗ୍ରହର ମୀନ ରାଶିରେ ପ୍ରବେଶ, ଚାରୋଟି ରାଶିର ଲୋକଙ୍କର ଖୋଲିବ ଭାଗ୍ୟର ତାଲା

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ସେନାପତି କୁହାଯାଉଥିବା ମଙ୍ଗଳ ୪ ଅକ୍ଟୋବରକୁ ନିଜ ରାଶି ମେଷକୁ ଛାଡି ମୀନ ରାଶିକୁ ଯିବେ। ମଙ୍ଗଳକୁ ଯୁଦ୍ଧ, ଭୂମି, ସାହସ, ପରାକ୍ରମ ଏବଂ ବ୍ୟବସାୟର କାରକ ଗ୍ରହ ମାନା ଯାଇଥାଏ। ମଙ୍ଗଳ ଗ୍ରହ ଭୌତିକ ସୁଖ ସୁବିଧା ଏବଂ ବୈବାହିକ ଜୀବନକୁ ଅଧିକ ପ୍ରଭାବିତ କରିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତି କୁଣ୍ଡଳୀରେ ମଙ୍ଗଳର ସ୍ଥିତି ଠିକ୍ ନଥାଏ,ତାହେଲେ ତା ଜୀବନରେ ସୁଖ ସମୃଦ୍ଧି ଆସି ନଥାଏ। ମଙ୍ଗଳ ଗୋଚର ହେବାଦ୍ବାରା କିଛି ରାଶିର ଲୋକଙ୍କ ଧନ ଲାଭ ହେବ, ସବୁ କ୍ଷେତ୍ରରେ ସଫଳତା ମିଳିବ। ଆଉ କିଛି ରାଶିର ଲୋକଙ୍କୁ ଜୀବନରେ ନକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିବ। ଆସନ୍ତୁ ଜାଣିବା କେଉଁ ରାଶି ଉପରେ କଣ ପ୍ରଭାବ ପଡ଼ିବ।

ମେଷ ରାଶି –

ଗ୍ରହ ମାନଙ୍କର ଚଳନ ସର୍ବଦା ପରିବର୍ତ୍ତନ ହୋଇଥାଏ। ଏହି ସମୟରେ ମଙ୍ଗଳ ଗ୍ରହର ପରିବର୍ତ୍ତନ ହୋଇଥାଏ। ଯାହାର ପ୍ରଭାବ ଏହି ରାଶି ଉପରେ ପଡ଼ିବ। ମଙ୍ଗଳର ମୀନ ରାଶିରେ ପ୍ରବେଶ ହେବା ଦ୍ଵାରା ଏହି ରାଶିର ଲୋକଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡ଼ିବ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ଏଥିପାଇଁ ଆପଣଙ୍କୁ ସତର୍କ ରହିବା ପାଇଁ ପଡ଼ିବ।

ବୃଷ ରାଶି –

ମଙ୍ଗଳ ରାଶିର ମୀନରେ ପ୍ରବେଶ ହେବାଦ୍ବାରା ବୃଷ ରାଶିର ଲୋକଙ୍କ ପାଇଁ ଶୁଭ ସଙ୍କେତ ରହିଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଙ୍ଗଳ ବକ୍ରୀ ହୋଇ ବୃଷ ରାଶିରେ ୧୧ ତମ ସ୍ଥାନରେ ପ୍ରବେଶ କରିବେ, ଯାହାଫଳରେ ଆପଣଙ୍କୁ ଶୁଭ ସମାଚାର ମିଳିବ। ଜୀବନସାଥୀଙ୍କ ସହିତ ପ୍ରେମ ବନି ରହିବ। ସନ୍ତାନଙ୍କୁ ନେଇ ଚିନ୍ତାମୁକ୍ତ ରହିବେ। ମଙ୍ଗଳ ଗ୍ରହର ଚଳନ ହେତୁ ଏହି ରାଶିର ଭାଗ୍ୟ ଖୋଲିଯିବ।

ମିଥୁନ ରାଶି –

ମିଥୁନ ରାଶିର ବକ୍ରୀ ମଙ୍ଗଳ ଗ୍ରହ ଦଶମ ସ୍ଥାନରେ ପ୍ରବେଶ କରିବା ଦ୍ୱାରା ଏହି ରାଶିର ଲୋକଙ୍କୁ ଅଧିକ ଫାଇଦା ମିଳିବ। ପାଠପଢ଼ାକୁ ନେଇ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିଛି ଏବଂ ବହୁତ ଲାଭ ମିଳିବ। ପ୍ରତିଯୋଗୀଙ୍କୁ ପରୀକ୍ଷାରେ ସଫଳତା ମିଳିବ। ଏବେ ପର୍ଯ୍ୟନ୍ତ ଥିବା ଚିନ୍ତା ଦୂର ହେବ। ଘରର ମାହୋଲ ସୁଖମୟ ରହିବ।

Google

କର୍କଟ ରାଶି –

ବକ୍ରୀ ମଙ୍ଗଳ ଯୋଗୁଁ କର୍କଟ ରାଶିର ଲୋକଙ୍କ ପାଇଁ ଖରାପ ସମୟ ଚାଲିଛି। ଏହି ସମୟରେ ମଙ୍ଗଳର ପ୍ରଭାବ ରାଶି ଉପରେ ଖରାପ ପ୍ରଭାବ ପକାଇବ। ଧନ ହାନୀ ହେବାର ସମ୍ଭାବନା ରହିଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ସ୍ଥାନରେ ନିବେଶ କରିବା ପୂର୍ବରୁ ଭଲ ଭାବରେ ବିଚାର କରନ୍ତୁ। ପରିବାରର ସବୁ ସମସ୍ୟା ଦୂର ହେବ।

ସିଂହ ରାଶି –

ସିଂହ ରାଶିର ଲୋକଙ୍କ ପାଇଁ ଆସୁଥିବା ସମୟ କଷ୍ଟକର ରହିବ। ଯଦି ଆପଣ କୌଣସି କ୍ଷେତ୍ରରେ ନିବେଶ କରୁଛନ୍ତି ତାହେଲେ ଏବେ ପାଇଁ ତାହା ଟାଳି ଦିଅନ୍ତୁ। କିଛି ଦୁର୍ଘଟଣାର ସାମ୍ନା କରି ପାରନ୍ତି। ମଙ୍ଗଳର ପ୍ରଭାବ କମି ଗଲେ ସବୁକିଛି ଠିକ୍ ହୋଇଯିବ।

କନ୍ୟା ରାଶି –

ଏହି ରାଶିର ଲୋକଙ୍କ ପାଇଁ ମଙ୍ଗଳର ମୀନ ରାଶିରେ ପ୍ରବେଶ କରିବା ଅନୁକୂଳ ସଂକେତ ଦେଉ ନାହିଁ। କିଛି କ୍ଷେତ୍ରରେ ହାନୀ ହୋଇପାରେ, ତ ଆଉ କିଛି କ୍ଷେତ୍ରରେ ଲାଭ ହେବାର ସମ୍ଭାବନା ରହିଛି। କୌଣସି ବଡ଼ ସମସ୍ୟାରୁ ବଞ୍ଚିତ ହେବା ଜରୁରୀ ଅଟେ, ନଚେତ କ୍ଷତି ସହିବାକୁ ପଡିପାରେ।

ତୁଳା ରାଶି –

ବକ୍ରୀ ମଙ୍ଗଳ ତୁଳା ରାଶିର ଷଷ୍ଠ ସ୍ଥାନରେ ପ୍ରବେଶ କରିବ। ଜୀବନସାଥୀଙ୍କ ତରଫରୁ ଭରପୂର ସ୍ନେହ ପ୍ରେମ ପ୍ରାପ୍ତ ହେବ। ଉତ୍ତମ ସମୟ ଦେଖି କୌଣସି କ୍ଷେତ୍ରରେ ନିବେଶ କରନ୍ତୁ। ମଙ୍ଗଳ ଗ୍ରହର ମୀନ ରାଶିରେ ପ୍ରବେଶ କରିବା ଦ୍ୱାରା ତୁଳା ରାଶିର ଜାତକଙ୍କ ଆର୍ଥିକ ସମସ୍ୟା ଦୂର ହେବ।

ବିଛା ରାଶି –

ବିଛା ରାଶିରେ ମଙ୍ଗଳ ପଞ୍ଚମ ସ୍ଥାନରେ ପ୍ରବେଶ କରିବାକୁ ଯାଉଛନ୍ତି, ଯାହାଦ୍ବାରା ବ୍ୟବସାୟରେ ଲାଭ ମିଳିବ। ଆର୍ଥିକ ଲାଭ ମିଳିବ। ଆର୍ଥିକ ସ୍ଥିତି ସୁଦୃଢ ରହିବ। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିବ। ରୋଜଗାର ନଥିବା ଲୋକଙ୍କ ପାଇଁ ଏହି ସମୟ ଅନୁକୂଳ ରହିଛି। କାରଣ ଏହି ସମୟରେ ରୋଜଗାରର ଅବସର ପ୍ରାପ୍ତ ହେବ। ଆପଣଙ୍କୁ ସଫଳତା ମିଳିବ।

ଧନୁ ରାଶି –

ଏହି ରାଶିର ଲୋକଙ୍କୁ ଆଗକୁ ସାବଧାନ ରହିବାର ଆବଶ୍ୟକତା ରହିଛି। କାରଣ ଏହି ରାଶି ଉପରେ ମଙ୍ଗଳର ଭାରୀ ପ୍ରଭାବ ରହିଛି। ଘରେ କୌଣସି ପୁରୁଣା ବିବାଦକୁ ନେଇ କଳହ ସୃଷ୍ଟି ହୋଇପାରେ। ନିଜ ମନକୁ ଶାନ୍ତ ରଖିବାକୁ ପ୍ରୟାସ କରନ୍ତୁ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସବୁକିଛି ଠିକ୍ ହୋଇଯିବ।

ମକର ରାଶି –

ଏହି ରାଶିର ଲୋକଙ୍କୁ ଅଧିକ ସାବଧାନ ରହିବାର ଆବଶ୍ୟକତା ରହିଛି। ଏହି ରାଶିର ଲୋକଙ୍କୁ କୌଣସି ବଡ଼ ସୁଖଦ ସମାଚାର ମିଳିପାରେ। ସ୍ବାସ୍ଥ୍ୟକୁ ନେଇ ଦାୟିତ୍ବହୀନ ହୁଅନ୍ତୁ ନାହିଁ। ଚାକିରୀ ଖୋଜୁଥିବା ଲୋକଙ୍କୁ ଅପେକ୍ଷା କରିବାକୁ ପଡ଼ିବ। ମାତାପିତାଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

କୁମ୍ଭ ରାଶି –

ବକ୍ରୀ ମଙ୍ଗଳ କୁମ୍ଭ ରାଶିର ଅନ୍ୟ ଗ୍ରହରେ ପ୍ରବେଶ କରୁଛି। ଅଟକି ରହୁଥିବା ଟଙ୍କା ଫେରସ୍ତ ପାଇବେ। ପୂର୍ବରୁ କରିଥିବା ପରିଶ୍ରମର ଫଳ ଆପଣଙ୍କୁ ମିଳିବ। ବନ୍ଧୁ ମାନଙ୍କ ସହିତ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି। ଏହି ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି।

ମୀନ ରାଶି –

ମୀନ ରାଶିର ଲୋକଙ୍କ ପାଇଁ ମଙ୍ଗଳର ପରିବର୍ତ୍ତନ କିଛି ପରିଣାମ ନେଇ ଆସିବ ନାହିଁ। କିନ୍ତୁ ସ୍ବାସ୍ଥ୍ୟ ପ୍ରତି ସଚେତନ ରହିବା ଆବଶ୍ୟକ। ଟଙ୍କାପଇସା ହିସାବରେ ଧ୍ୟାନ ରଖନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ପ୍ରିୟ ଭଗବାନଙ୍କ ନାମ ଅବଶ୍ୟ ଲେଖି ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *