Excuse Me Odisha

ଯାହା କହିବୁ ସତ କହିବୁ

ଏହି ୫ଟି ଅଭ୍ୟାସ ଉପରେ ଦିଅନ୍ତୁ ଧ୍ୟାନ , ନଚେତ କିଡନୀ ଫେଲ ହୋଇପାରେ

ସେୟାର୍ କରନ୍ତୁ

କିଡନୀ ଫେଲ ହେବା ମାମଲା କ୍ରମାଗତ ଭାବରେ ବୃଦ୍ଧି ପାଉଛି। କିଡନୀକୁ କ୍ଷତି ପହଞ୍ଚାଇବାର ଅଭ୍ୟାସ ବିଷୟରେ ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଏଥିପାଇଁ ଆମେ ଆପଣଙ୍କ ପାଇଁ ଏହି ପୋଷ୍ଟରେ କିଡ୍ନୀ ଫେଲ ହେବାର ୫ଟି ଅଭ୍ୟାସ ବା ଖରାପ ଅଭ୍ୟାସ ନେଇ ଆସିଛୁ । ଆସନ୍ତୁ ଏହାକୁ ଜାଣିବା । ଏଥିପାଇଁ ଏହି ପୋଷ୍ଟଟିକୁ ଶେଷ ଯାଏଁ ନିଶ୍ଚିତ ଭାବରେ ପଢନ୍ତୁ ।

୧) ଅଧିକ ନନଭେଜ୍ ଖାଇବା ମଧ୍ୟ କିଡନୀ ପାଇଁ ଭଲ ନୁହେଁ। ଯଦିଓ ମାଂସରେ ପର୍ଯ୍ୟାପ୍ତ ପରିମାଣର ପ୍ରୋଟିନ୍ ରହିଥାଏ , କିନ୍ତୁ ଅଧିକ ପ୍ରୋଟିନଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା କିଡନୀ ଉପରେ ମେଟାବୋଲିକ ଭାର ବଢ଼ିଥାଏ , ଯାହାଦ୍ୱାରା କିଡନୀ ଷ୍ଟନର ସମସ୍ୟା ମଧ୍ୟ ବଢ଼ିଯାଇପାରେ।

Google

୨) ଆବଶ୍ୟକତା ବିନା ଅଧିକ ଔଷଧ ଖାଇବା ଦ୍ୱାରା କିଡନୀ ଉପରେ ପ୍ରଭାବ ପଡିଥାଏ। ଅତ୍ୟଧିକ ଆଣ୍ଟିବାୟୋଟିକ କିମ୍ବା ଅତ୍ୟଧିକ ପେନକିଲର ଔଷଧ ଖାଇବାର ଅଭ୍ୟାସ କିଡନୀ ଉପରେ ଖରାପ ପ୍ରଭାବ ପକାଇପାରେ। ଡାକ୍ତରଙ୍କ ବିନା ପରାମର୍ଶରେ ଏପରି ଔଷଧ ସେବନ କରନ୍ତୁ ନାହିଁ।

୩) ମଦ୍ୟପାନ କରିବା କିଡନୀ ଉପରେ ବହୁତ ପ୍ରଭାବ ପକାଇଥାଏ କାରଣ ଅଧିକ ମାତ୍ରାରେ ଏବଂ ନିୟମିତ ଭାବରେ ମଦ୍ୟପାନ କରିବା ଦ୍ଵାରା ଯକୃତ ଏବଂ କିଡନୀ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଥାଏ।

୪) ପରିସ୍ରା ବନ୍ଦ କରି ରଖିବା ମଧ୍ୟ କିଡନୀ ପାଇଁ ଅତ୍ୟନ୍ତ ବିପଦଜ୍ଜନକ ହୋଇଥାଏ। ଯେତେବେଳେ ବି ପରିସ୍ରା ବନ୍ଦ କରି ରଖାଯାଏ , ସେତେବେଳେ ମୂତ୍ରାଶୟ ପୂର୍ଣ୍ଣ ହୋଇଯାଏ ଏବଂ ପରିସ୍ରା ରିଫ୍ଲେକ୍ସ ସମସ୍ୟା ହେବା ଦ୍ୱାରା ପରିସ୍ରା ଉପରକୁ କିଡନୀ ଆଡ଼କୁ ଆସି ଯାଇଥାଏ। ଏହି କାରଣରୁ କିଡନୀ ସଂକ୍ରମଣ ହେବାର ସମ୍ଭାବନା ରହିଥାଏ।

Google

୫) ସପୂର୍ଣ୍ଣ ନିଦ୍ରା ନହେବା କିଡନୀ ପାଇଁ ବିପଦଜ୍ଜନକ ହୋଇଥାଏ କାରଣ ଅଧ୍ୟୟନ ଅନୁଯାୟୀ , ପ୍ରତିଦିନ ୭-୮ ଘଣ୍ଟାରୁ କମ୍ ଶୋଉଥିବା ଲୋକମାନଙ୍କର ଉଚ୍ଚ ରକ୍ତଚାପ ଏବଂ ହୃଦଘାତ ହେବାର ଆଶଙ୍କା ଅଧିକ ରହିଥାଏ। ସେଥିପାଇଁ ସମ୍ପୂର୍ଣ୍ଣ ନିଦ ନ ନେବା ମଧ୍ୟ କିଡନୀ ପାଇଁ କ୍ଷତିକାରକ ହୋଇପାରେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ନିଜର ପ୍ରିୟ ଜନଙ୍କ ସହିତ ବିପୁଳ ମାତ୍ରାରେ ସେଆର କରନ୍ତୁ । ଯାହା ଫଳରେ ସେମାନେ ମଧ୍ୟ ସଚେତନ ହୋଇ ପାରିବେ । ଆପଣଙ୍କ ଏହି ଛୋଟ କାମ ଆପଣଙ୍କ ପ୍ରିୟ ଜନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ଅଟକି ପାରିବ । ଏହି ପୋଷ୍ଟଟି ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ମଙ୍ଗଳମୟ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *