Excuse Me Odisha

ଯାହା କହିବୁ ସତ କହିବୁ

ଜ୍ୟୋତିଷ ଗଣନା : ନଅରୁ ପାଞ୍ଚଟି ଗ୍ରହ ନିଜର ଏବଂ ନିଜ ଦୁଇ ବନ୍ଧୁଙ୍କ ଘରେ, ସମସ୍ତଙ୍କ ପାଇଁ ଶୁଭ ସଙ୍କେତ ।

ସେୟାର୍ କରନ୍ତୁ

ବହୁ ବର୍ଷ ପରେ ଗ୍ରହ ମଣ୍ଡଳରେ ଏଭଳି ସଂଯୋଗ ହେବାକୁ ଯାଉଛି। ସବୁ ନଅ ଗ୍ରହ ମଧ୍ୟରୁ ପାଞ୍ଚଟି ରାଶି ଗ୍ରହ ନିଜ ରାଶିରେ ଗୋଚର କରିବେ। ଏହିପ୍ରକାର ନଅ ଗ୍ରହରୁ ସାତଟି ଗ୍ରହ ପୃଥିବୀ ବାସ ମାନଙ୍କ ପାଇଁ ଶୁଭ ଫଳ ପ୍ରଦାନ କରିବ। ନିଜ ରାଶିରେ ଭ୍ରମଣ କରୁଥିବା ଗ୍ରହ ମାନଙ୍କ ମଧ୍ୟରୁ ସର୍ବପ୍ରଥମେ ମଙ୍ଗଳ ମେଷ ରାଶିରେ, ବୃହସ୍ପତି ଧନୁ ରାଶିରେ, ଶନି ମକର ରାଶିରେ, ରାହୁ ବୃଷ ରାଶିରେ, କେତୁ ବିଛା ରାଶିରେ ଗୋଚର କରୁଛନ୍ତି। ସୂର୍ଯ୍ୟ ନିଜ ମିତ୍ର ବୁଧ ରାଶିରେ ତଥା ବୁଧ ନିଜ ମିତ୍ର ଶୁକ୍ର ରାଶିରେ ଗୋଚର କରୁଛନ୍ତି। ଏହି ଗୋଚରର ଶୁଭ ପ୍ରଭାବ ସ୍ୱରୂପ ଦେଶରେ ରାଜନୈତିକ ଅସ୍ଥିରତା ତଥା ପ୍ରାକୃତିକ ଦୁର୍ବିପାକକୁ ନିୟନ୍ତ୍ରଣ ରଖିବ। ଶୀର୍ଷ ନେତୃତ୍ୱ ଦ୍ଵାରା ନେଇଥିବା ନିଷ୍ପତ୍ତି ଜନମାନସ ବୁଝିବାରେ ସଫଳ ରହିବେ। ପରସ୍ପର ମଧ୍ୟରେ ସ୍ନେହ ଶ୍ରଦ୍ଧା ରହିବ।

ମଙ୍ଗଳର ପ୍ରଭାବ –

ବର୍ତମାନ ସମୟରେ ମଙ୍ଗଳ ମେଷ ରାଶିରେ ଗୋଚର କରୁଛନ୍ତି ଯାହା ୧୧ ସେପ୍ଟେମ୍ବର ପ୍ରାତଃ ୩ ଟା ବାଜି ୪୮ ମିନିଟରେ ବକ୍ରୀ ହୋଇ ଯାଇଛନ୍ତି ମେଷ ରାଶିରେ, ଏହା ୪ ଅକ୍ଟୋବର ପର୍ଯ୍ୟନ୍ତ ରହିବେ। ଏହାପରେ ବକ୍ରୀ ଅବସ୍ଥାରେ ପୁଣି ମୀନ ରାଶିକୁ ଆସି ଯିବେ। ମଙ୍ଗଳ ଅଗ୍ନି ତତ୍ୱପ୍ରଧାନ ଗ୍ରହ ଅଟେ, ଏଥିପାଇଁ ନିଆଁ ସମ୍ବନ୍ଧିତ ଘଟଣା ତ ବୃଦ୍ଧି ହେବ। କିନ୍ତୁ ଆମର ସୈନ୍ୟ ବଳ ବୃଦ୍ଧି ହେବ। ଭାରତ ସରକାର ବିଦେଶୀ ସରକାରଙ୍କ ଠାରୁ ଆୟୁଦ୍ଧ ସମ୍ବନ୍ଧିତ କୌଣସି ବଡ଼ କିଣାକିଣି କରି ପାରନ୍ତି। କୃଷକ ମାନଙ୍କ ପାଇଁ ମଙ୍ଗଳର ପ୍ରଭାବ ଶୁଭ ରହିବ।ଶସ୍ୟ ଅମଳରେ ବୃଦ୍ଧି ହେବ।

Google

ବୃହସ୍ପତିର ପ୍ରଭାବ –

ଦେବଗୁରୁ ବୃହସ୍ପତି ନିଜ ରାଶି ଧନୁ ରେ ଗୋଚର କରୁଛନ୍ତି, ଯାହାଦ୍ବାରା ଫଳସ୍ୱରୁପ ଶିକ୍ଷା ପ୍ରତିଯୋଗିତା ରେ ସରକାରଙ୍କ ଦ୍ଵାରା ବଡ଼ ବଡ଼ ନିଷ୍ପତ୍ତି ନିଆଯିବ। ସରକାରଙ୍କର ଅନେକ ଶିକ୍ଷା ନୀତି ବିଦ୍ୟାର୍ଥୀ ମାନଙ୍କ ପାଇଁ ଭବିଷ୍ୟତରେ ବରଦାନ ସିଦ୍ଧ ହେବ। ଲୋକଙ୍କ ରୁଚି ଆଧ୍ୟାତ୍ମ୍ୟ ଏବଂ ଧର୍ମ କର୍ମରେ ରହିବ। ସାଧୁ ସନ୍ଥ ମାନଙ୍କ ଉପରେ ହେଉଥିବା ବର୍ଷଣ କମ ହେବ।

ଶନିର ପ୍ରଭାବ –

ଶନିଦେବ ନିଜ ରାଶିରେ ଗୋଚର କରୁଛନ୍ତି, ଯାହା ଏବେ ବକ୍ରୀ ଅଟେ। ୨୯ ସେପ୍ଟେମ୍ବରକୁ ଏହା ମାର୍ଗୀ ହେଉଛି। ଯାହାର ପ୍ରଭାବରେ ବ୍ୟାପାରରେ ଆଶାନୁରୂପ ଫଳ ପ୍ରାପ୍ତ ହେବ। ଦେଶର ଜିଡ଼ିପିରେ ବୃଦ୍ଧି ହେବ। ସ୍ଥିତିରେ ଅନେକ ସୁଧାର ଆସିବ। ଶୀର୍ଷ ନେତୃତ୍ୱ ଦ୍ଵାରା ଦେଶର ଜନତା ପାଇଁ ଉତ୍ତମ ନିଷ୍ପତ୍ତି ହେବ। ଶନିଦେବ ନ୍ୟାୟର ଦେବତା ଅଟନ୍ତି,ଏଥିପାଇଁ କୋର୍ଟ କଚେରି ପୁନଃ ଆରମ୍ଭ ହୋଇଯିବ।

ରାହୁର ପ୍ରଭାବ –

ରାହୁ ନିଜ ରାଶି ବୃଷ ରେ ଆସି ସାରିଛନ୍ତି। ଯାହା ୧୮ ମାସ ପର୍ଯ୍ୟନ୍ତ ରହିବେ। ନିଶ୍ଚିତ ରୂପରେ ଦେଶ ଓ ଦେଶର ଜନତା ପାଇଁ ଶୁଭ ସଙ୍କେତ ରହିଛି । ବିଦେଶନିତୀ ମାମଲାରେ ସରକାର ଉଚ୍ଚକୋଟିର ମାପଦଣ୍ଡ ସ୍ଥାପନ କରିବାରେ ସଫଳ ରହିବେ। ଫାର୍ମା ତଥା ଆଇଟି ସେକ୍ଟର ରେ ଚାକିରୀର ଅବସର ଆସିବ।

Google

କେତୁର ପ୍ରଭାବ –

କେତୁ ନିଜ ରାଶି ବିଛାରେ ଗୋଚର କରିବେ। ଯାହା ମଙ୍ଗଳ ଭଳି ଫଳ ପ୍ରଦାନ କରିବେ। ଏଥିପାଇଁ ଲୋକଙ୍କର ଧର୍ମ କର୍ମ ପ୍ରତି ଆକର୍ଷଣ ବଢିବ। ଯୁବଗୋଷ୍ଠୀ ନୂଆ ନୂଆ ପ୍ରଣାଳୀ ବାହାର କରି ଲୋକମାନଙ୍କୁ ଚକିତ କରାଇବେ। ରିୟଲ ଷ୍ଟେଟ ଏବଂ ପାୱାର ସେକ୍ଟର ପାଇଁ କେତୁର ଗୋଚର ଅତ୍ୟନ୍ତ ଶୁଭ ରହିବ ଏବଂ ନୂଆ ଘର କିଣାକିଣି କରି ପାରନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ପ୍ରିୟ ଭଗବାନଙ୍କ ନାମ ନିଶ୍ଚିତ ଲେଖନ୍ତୁ । ପ୍ରଭୁ ଆପଣଙ୍କ ମଙ୍ଗଳ କରନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *