Excuse Me Odisha

ଯାହା କହିବୁ ସତ କହିବୁ

ଚନ୍ଦ୍ର ଉପରେ ପଡ଼ିଲା ଶନି-ରାହୁଙ୍କ ଛାୟା, କେଉଁ ରାଶିର ଲୋକଙ୍କର ବଢିବ ସମସ୍ୟା, କେଉଁ ମାନଙ୍କର ସମୟ ଠିକ୍ ଠାକ୍ ରହିବ, ଜାଣନ୍ତୁ।

ସେୟାର୍ କରନ୍ତୁ

ମନୁଷ୍ୟର ଜୀବନ ବହୁତ କଠିନ ହୋଇଥାଏ। କାରଣ ମନୁଷ୍ୟ ନିଜ ଜୀବନକାଳ ମଧ୍ୟରେ ଅନେକ ସମସ୍ୟାର ସାମ୍ନା କରିଥାଏ। କେବେ ଜୀବନରେ ଖୁସି ହିଁ ଖୁସି ଭରି ରହିଥାଏ ତ ଆଉ କେବେ ଦୁଃଖର ସାମ୍ନା ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମନୁଷ୍ୟ ଜୀବନରେ ଯେତେ ପରିସ୍ଥିତି ଆସିଥାଏ ତାହା ପଛରେ ଗ୍ରହ ନକ୍ଷତ୍ରର ଚଳନ ପ୍ରଭାବ ରହିଥାଏ। ଗ୍ରହ ନକ୍ଷତ୍ରର ଶୁଭ ପରିସ୍ଥିତି ଯୋଗୁଁ ବ୍ୟକ୍ତିକୁ ଜୀବନରେ ଶୁଭ ପରିଣାମ ମିଳିଥାଏ। ଜ୍ୟୋତିଷ ଶାସ୍ତ୍ରରେ ଆଜି ଚନ୍ଦ୍ର ଉପରେ ଶନି ଏବଂ ରାହୁର ଛାୟା ପଡ଼ିବ। ଯାହାଦ୍ବାରା ସବୁ ରାଶି ଉପରେ ଏହାର ପ୍ରଭାବ ପଡ଼ିବ। କହିବାକୁ ଏହାର ପ୍ରଭାବ କେଉଁ ରାଶି ଉପରେ ଶୁଭ ଫଳ ପ୍ରଦାନ କରିବ ଓ କାହାକୁ ନକାରାତ୍ମକ ଫଳ ମିଳିବ, ଆଜି ଆମେ ସେହି ବିଷୟରେ ଜାଣିବା।

ଆସନ୍ତୁ ଜାଣିବା ଚନ୍ଦ୍ରମା ଉପରେ ଶନି ରାହୁର ଛାୟା ଦ୍ଵାରା କେଉଁ ରାଶିର ସମୟ ଠିକ୍ ରହିବ।

ମେଷ ରାଶି:-

ମେଷ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ରହିବ। ଚାକିରୀ କ୍ଷେତ୍ରରେ ଥିବା ଲୋକଙ୍କୁ ସଫଳତା ମିଳିବ। ରୋଜଗାର ନଥିବା ଲୋକଙ୍କୁ କୌଣସି ଭଲ କମ୍ପାନୀରେ ଚାକିରୀ ମିଳିଯିବ। ବିଦ୍ୟାର୍ଥୀ ମାନଙ୍କର ପାଠପଢ଼ାରେ ମନ ଲାଗିବ। କୌଣସି ପ୍ରତିଯୋଗିତାରେ ଉତ୍ତମ ଫଳ ପ୍ରାପ୍ତ ହେବ। ଚାକିରୀ କ୍ଷେତ୍ରରେ ବାତାବରଣ ଆପଣଙ୍କ ସପକ୍ଷରେ ରହିବ। ଘର ପରିବାରର ମାହୋଲ ଠିକ୍ ଠାକ୍ ରହିବ। ଆପଣଙ୍କୁ ଜୀବନର ସମସ୍ୟାରୁ ମୁକ୍ତି ମିଳିବ।

Google

ସିଂହ ରାଶି:-

ସିଂହ ରାଶିର ଲୋକଙ୍କ ପାଇଁ ଭାଗ୍ୟ ପ୍ରବଳ ରହିବ। ପରିବାରର ସୁଖଶାନ୍ତିରେ ବୃଦ୍ଧି ହେବ। ରୋଜଗାରର ଉଚିତ ଅବସର ପ୍ରାପ୍ତ କରିବେ। କାନୁନ ମାମଲାରେ ବିଜୟ ହାସଲ କରିବେ। ରାଜନୀତିରେ ଜଡ଼ିତ ଲୋକଙ୍କୁ ସଫଳତା ମିଳିବ। କାନୁନ ମାମଲାରେ ଆପଣଙ୍କୁ ସଫଳତା ମିଳିବ। ଆପଣଙ୍କର ଅଟକି ରହିଥିବା ଟଙ୍କା ଫେରସ୍ତ ପାଇବେ। ଅଫିସରେ ସହକର୍ମୀଙ୍କ ଠାରୁ ସହଯୋଗ ଦ୍ୱାରା କାର୍ଯ୍ୟ ଖୁବ ଶୀଘ୍ର ସମାପ୍ତ ହେବ। ଜୀବନସାଥୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। କୌଣସି ମହତ୍ୱପୂର୍ଣ୍ଣ ମାମଲାରେ ବରିଷ୍ଠ ଲୋକଙ୍କ ପରାମର୍ଶ କାର୍ଯ୍ୟକାରୀ ହେବ।

କନ୍ୟା ରାଶି:-

କନ୍ୟା ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ। ବ୍ୟାପାରରେ ଲାଭ ମିଳିବ। ଅଚାନକ ଧନ ଲାଭ ହେବ। ପ୍ରେମ ଜୀବନରେ ଚାଲିଥିବା ସମସ୍ୟା ଦୂର ହେବ। ପରିବାର ପାଇଁ କିଛି ଦାମୀ ବସ୍ତୁ କିଣାକିଣି କରି ପାରନ୍ତି। ଏହି ରାଶିର ଲୋକଙ୍କୁ କାରବାରରେ ଲାଭ ମିଳିବ। ସାମାଜିକ କ୍ଷେତ୍ରରେ ନୂଆ ଲୋକଙ୍କ ସହିତ ଦେଖାସାକ୍ଷାତ ହେବ। ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇପାରେ, ଯାହାଙ୍କ ସହିତ ଆପଣ ବାହାରକୁ ଭ୍ରମଣ ରେ ଯାଇ ପାରନ୍ତି।

କୁମ୍ଭ ରାଶି:-

କୁମ୍ଭ ରାଶିର ଲୋକଙ୍କ ପାଇଁ ଖୁସିର ମାହୋଲ ଭରି ରହିବ। ଆପଣ ନିଜକୁ ସକାରାତ୍ମକ ଅନୁଭବ କରିବେ। ବଡ଼ ଅଧିକାରୀ ଆପଣଙ୍କ କାର୍ଯ୍ୟ ଦେଖି ପ୍ରସନ୍ନ ରହିବ। ବନ୍ଧୁ ମାନଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ ଯାହାଦ୍ବାରା ଆପଣଙ୍କ କାର୍ଯ୍ୟ ସମ୍ପନ୍ନ ହେବ। ବ୍ୟାପାରରେ ଆପଣଙ୍କୁ ଅଧିକ ଲାଭ ମିଳିବ। ସରକାରୀ କ୍ଷେତ୍ରରେ ଲୋକଙ୍କୁ

ଆସନ୍ତୁ ଜାଣିବା କେଉଁ ରାଶିର ଲୋକଙ୍କର ବଢିବ ସମସ୍ୟା –

ବୃଷ ରାଶି:-

ବୃଷ ରାଶିର ଲୋକଙ୍କର ମନ ଆଧ୍ୟାତ୍ମ୍ୟ ଆଡ଼କୁ ଗତି କରିବେ। ଆପଣଙ୍କୁ ନିଜ ବ୍ୟବହାରରେ ପରିବର୍ତ୍ତନ କରିବାକୁ ପଡ଼ିବ। ଆପଣଙ୍କ ସ୍ଵଭାବ କିଛି ଖରାପ ରହିପାରେ। ଏହି ରାଶିର ଲୋକଙ୍କୁ ନିବେଶ ପାଇଁ ଅନୁଭବୀ ଲୋକଙ୍କ ପରାମର୍ଶ ନିଅନ୍ତୁ। କାର୍ଯ୍ୟକ୍ଷେତ୍ରରେ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ।

ମିଥୁନ ରାଶି:-

ମିଥୁନ ରାଶିର ଲୋକଙ୍କୁ ବ୍ୟାପାରରେ ସମ୍ଭାଳି ରହିବା ଆବଶ୍ୟକ। ନଚେତ କ୍ଷତି ସହିବାକୁ ପଡିପାରେ। ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖା ଦେଇପାରେ। ଆର୍ଥିକ ସ୍ଥିତି ଦୁର୍ବଳ ରହିପାରେ। ଆପଣଙ୍କୁ ନିକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି। ଅଚାନକ ଘରକୁ ଅତିଥିଙ୍କ ଆଗମନ ହୋଇପାରେ। ସନ୍ତାନଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ପ୍ରେମ ଜୀବନ ସାମାନ୍ୟ ରହିବ।

କର୍କଟ ରାଶି:-

କର୍କଟ ରାଶିର ଲୋକଙ୍କୁ ପାଇଁ ଅତ୍ୟନ୍ତ କଠିନ ପରିସ୍ଥିତି ସହିତ ସାମ୍ନା କରିବାକୁ ପଡିପାରେ। ଚାକିରୀ କ୍ଷେତ୍ରରେ ଲୋକଙ୍କୁ ବଦଳି ହେବାର ସମ୍ଭାବନା ରହିଛି। ଖାସ୍ ସମ୍ପର୍କୀୟଙ୍କ ସହିତ ବିବାଦ ହେଇପାରେ। ଜୀବନସାଥୀ ଆପଣଙ୍କ ସହିତ ବ୍ୟକ୍ତିଗତ ସମସ୍ୟା ସେୟାର କରିବେ, । ବିଦ୍ୟାର୍ଥୀ ମାନଙ୍କୁ ନିକ ପାଠପଢ଼ାରେ ଧ୍ୟାନ କେନ୍ଦ୍ରିତ କରିବାର ଆବଶ୍ୟକତା ରହିଛି। ପାଠପଢ଼ାରେ ବାଧା ସୃଷ୍ଟି ହୋଇପାରେ। କୌଣସି ପୁରୁଣା ଚିନ୍ତା ଯୋଗୁଁ ନିଜର  ଯୋଜନା ଉପରେ ଧ୍ୟାନ ଦେଇ ପାରିବେ ନାହିଁ।

ତୁଳା ରାଶି:-

ତୁଳା ରାଶିର ଲୋକଙ୍କୁ ଜୀବନରେ କିଛି ଭଲ ଏବଂ ଖରାପ ପରିସ୍ଥିତି ସହିତ ସାମ୍ନା କରିବାକୁ ପଡିପାରେ। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିବ। ବିବାହିତ ଲୋକଙ୍କ ଜୀବନରେ ସମସ୍ୟା ରହିବ। ବନ୍ଧୁ ମାନଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ମନୋରଞ୍ଜନ କାର୍ଯ୍ୟରେ ଭାଗ ନେଇ ପାରନ୍ତି। ପ୍ରାଇଭେଟ ଚାକିରୀ କରିଥିବା ଲୋକେ ବରିଷ୍ଠ ଅଧିକାରୀଙ୍କ କ୍ରୋଧର ସାମ୍ନା କରି ପାରନ୍ତି।

ବିଛା ରାଶି:-

ବିଛା ରାଶିର ଲୋକଙ୍କ ପାଇଁ ମାନସିକ ଚିନ୍ତା ବଢିପାରେ। କୌଣସି ପୁରୁଣା ବିବାଦ ଆପଣଙ୍କ ମନ ଦୁଃଖ କରାଇ ପାରେ। ଘର ପରିବାରରେ ମାଙ୍ଗଳିକ କାର୍ଯ୍ୟକ୍ରମର ଯୋଜନା ବନି ପାରେ। ଈଶ୍ୱର ଭକ୍ତି ଦ୍ଵାରା ଆପଣଙ୍କ ମନ ଶାନ୍ତ ହେବ। ସାମାଜିକ କାର୍ଯ୍ୟରେ ଆପଣ ଭାଗ ନେବେ। ଅଫିସ କାର୍ଯ୍ୟରେ ଆପଣଙ୍କୁ ଅଧିକ ଧ୍ୟାନ ଦେବା ଆବଶ୍ୟକ। ଅନ୍ୟଥା ମହତ୍ୱପୂର୍ଣ୍ଣ କାର୍ଯ୍ୟ ଅଧୁରା ରହିପାରେ, ଏହାଦ୍ବାରା ବରିଷ୍ଠ ଅଧିକାରୀ କ୍ରୋଧିତ ରହି ପାରନ୍ତି। କାର୍ଯ୍ୟସ୍ଥଳରେ କର୍ମଚାରୀଙ୍କ ସହିତ ଉତ୍ତମ ତାଳମେଳ ବନାଇ ରଖନ୍ତୁ।

ଧନୁ ରାଶି:- 

ଧନୁ ରାଶିର ଲୋକଙ୍କୁ ଲାଭଦାୟକ ସମୟ ରହିବ। ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖିବା ଆବଶ୍ୟକ। ବନ୍ଧୁଙ୍କ ଶାହ ମିଶି ନୂତନ ବ୍ୟାପାର ଆରମ୍ଭ କରି ପାରନ୍ତି। ଯାହାଦ୍ବାରା ଆପଣଙ୍କୁ ଭବିଷ୍ୟତ ରେ ଉଚିତ ପରିଣାମ ପ୍ରାପ୍ତ ହେବ। ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ। ବାହନ କିଣାକିଣି ରେ ଖର୍ଚ୍ଚ କରି ପାରନ୍ତି। ଗୁପ୍ତ ଶତ୍ରୁ ଆପଣଙ୍କୁ ହାନୀ ପହଞ୍ଚାଇବା ପାଇଁ ପ୍ରୟାସ କରି ପାରନ୍ତି। ଅଜଣା ଲୋକଙ୍କ ଉପରେ ଅଧିକ ଭରସା କରନ୍ତୁ ନାହିଁ। ଅନ୍ୟଥା ଆପଣଙ୍କୁ ଧୋକା ମିଳିପାରେ।

Google

ମକର ରାଶି:-

ମକର ରାଶିର ଲୋକଙ୍କ ମନରେ ନୂଆ ନୂଆ ବିଚାର ଆସିପାରେ। ଯାହାକୁ ନେଇ ବ୍ୟାକୁଳ ରହି ପାରନ୍ତି। ନିଜ ବ୍ୟାପାରରେ କିଛି ପରିବର୍ତ୍ତନ କରିବାକୁ ପ୍ରୟାସ କରିବେ। ସହକର୍ମୀଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ବନ୍ଧୁ ମାନଙ୍କ ସହିତ ବନାଇଥିବା ଲଙ୍ଗ ଟ୍ରିପ ରଦ୍ଦ ହୋଇପାରେ। ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। ଶିକ୍ଷକ ଙ୍କ ସହଯୋଗ ରେ ଆପଣଙ୍କୁ କ୍ୟାରିୟର ପାଇଁ ମାର୍ଗ ଦର୍ଶନ ପ୍ରାପ୍ତ ହେବ।

ମୀନ ରାଶି:-

ମୀନ ରାଶିର ଲୋକେ ନିଜ ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରି ପାରନ୍ତି। ନଚେତ ଆପଣଙ୍କୁ ଋଣ ନେବାକୁ ପଡିପାରେ। ବୈବାହିକ ଜୀବନରେ ସମସ୍ୟା କମି ପାରେ। ବ୍ୟବସାୟରେ ନୂଆ ବୁଝାମଣା ଅବଶ୍ୟ କରନ୍ତୁ। ଆପଣଙ୍କୁ ଲାଭ ମିଳିବ। ବିବାହ ର ପ୍ରସ୍ତାବ ମିଳିପାରେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭଗବାନଙ୍କ କୃପା ପାଇବା ପାଇଁ କମେଣ୍ଟ ବାକ୍ସରେ ନିଜର ପ୍ରିୟ ଭଗବାନଙ୍କ ନାମ ଲେଖି ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *