Excuse Me Odisha

ଯାହା କହିବୁ ସତ କହିବୁ

ଗୁରୁବାର ଦିନ ଜନ୍ମ ହୋଇଥିବା ଲୋକଙ୍କ ସ୍ଵଭାବ,ଚରିତ୍ର କିପରି ହୋଇଥାଏ ଜାଣନ୍ତୁ

ସେୟାର୍ କରନ୍ତୁ

ଆପଣଙ୍କ ଜନ୍ମ ବାର କେଉଁଦିନ ପଡି ଥିଲା ଅର୍ଥାତ ଆପଣ କେଉଁଦିନ ଜନ୍ମ ହୋଇଥିଲେ। ଏହା ନିର୍ଭର କରେକି ଆପଣଙ୍କର ସ୍ଵଭାବ ଏବଂ ବ୍ୟବହାର କିପରି ହେବ। ପ୍ରତେକ ଦିନର ଅଲଗା ଅଲଗା ମହତ୍ୱ ଥାଏ। ଯାହାକି ଆପଣଙ୍କର ଜନ୍ମ ବାର ମଧ୍ୟ ଆପଣଙ୍କ ବିଷୟରେ କିଛି କଥା କହିଥାଏ। ତେବେ ଚଳାନ୍ତୁ ଜାଣିବା ଗୁରୁବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ମାନଙ୍କ ବିଷୟରେ ।

ଗୁରୁବାର ସପ୍ତାହର ପଞ୍ଚମ ବାର ଅଟେ। ଗୁରୁବାର ସ୍ୱାମୀ ଦେବତା ଦେବଗୁରୁ ବୃହସ୍ପତିଙ୍କ ବାର ଭାବେ ବିବେଚନା କରାଯାଏ। ଗୁରୁବାର ଦିନ ଜନ୍ମିତ ଲୋକଙ୍କ ଉପରେ ଦେବଗୁରୁ ବୃହସ୍ପତିଙ୍କ ପ୍ରଭାବ ରହିଥାଏ ।

ଗୁରୁବାର ଦିନ ଜନ୍ମିତ ଲୋକଙ୍କ ଶୁଭ ନମ୍ୱର,ଶୁଭ ରଙ୍ଗ ଏବଂ ଶୁଭ ଦିନ:-

ଗୁରୁବାର ଦିନ ଜନ୍ମିତ ଲୋକଙ୍କ ଶୁଭ ନମ୍ୱର-4,ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ଦିନ-ମଙ୍ଗଳ ବାର ଓ ଗୁରୁବାର ଅଟେ।

Google

ଗୁରୁବାର ଦିନ ଜନ୍ମିତ ଲୋକଙ୍କ ସ୍ଵଭାବ:-

ଗୁରୁବାର ଦିନ ଜନ୍ମିତ ଲୋକ ଅତ୍ୟନ୍ତ ବୁଦ୍ଧିମାନ ଓ ସାହସୀ ହୋଇଥାନ୍ତି, ଏମାନେ କୌଣସି ବିପତ୍ତିର ସମ୍ନା ଦୃଢତାର ସହ କରିଥାନ୍ତି। ଏହି ଲୋକ ମାନଙ୍କ ଉପରେ ଅନ୍ୟ ଲୋକମାନେ ଜଲ୍ଦି ପ୍ରଭାବିତ ହୁଅନ୍ତି। ଏମାନଙ୍କ ବ୍ୟବହାର ଭଲ ହୋଇଥିବାରୁ ଏମାନଙ୍କ ସାଙ୍ଗସାଥି ମାନେ ବହୁତ ଭଲ ହୋଇଥାନ୍ତି ଓ ସର୍ବଦା ଏମାନଙ୍କୁ ସହଯୋଗ କରନ୍ତି।

ଗୁରୁବାର ଦିନ ଜନ୍ମିତ ଜାତକର ବ୍ୟକ୍ତି ମାନେ ଲମ୍ବା,ଗୋରା ଓ ଆକର୍ଷକ ହୋଇଥାନ୍ତି। ପ୍ରାୟତଃ ଏମାନଙ୍କୁ ପ୍ରଥମ ନଜରରେ ସମସ୍ତେ ପସନ୍ଦ କରିଥାନ୍ତି। ଏହି ଦିନ ଜନ୍ମିତ ଜାତକରେ 7,12,13,16 ଓ 30 ବର୍ଷ ବୟସରେ ଏମାନେ ଛୋଟ ଛୋଟ ସମସ୍ୟାର ସମୁଖୀନ ହୋଇପାରନ୍ତି। କିନ୍ତୁ ସେମାନେ ଏହି ସମସ୍ୟାରୁ ଜଲ୍ଦି ମୁକ୍ତି ପାଇଯାଆନ୍ତି ।

ଗୁରୁବାର ଦିନ ଜନ୍ମିତ ଜାତକର ବ୍ୟକ୍ତି ମାନେ ଜୀବନକୁ ଆନନ୍ଦ ସହକାରେ ଉପଭୋଗ କରନ୍ତି। ଏହି ଲୋକ ମାନେ ପୂର୍ବ କଥାକୁ ବିଚାର ନକରି ବର୍ତ୍ତମାନକୁ ବିଚାର କରନ୍ତି ।

ଗୁରୁବାର ଦିନ ଜନ୍ମିତ ସ୍ତ୍ରୀ ମାନେ ଭଗବାନଙ୍କ ପ୍ରତି ତାଙ୍କର ନିଷ୍ଠା ବହୁତ ଥାଏ। ଏହି ଦିନ ଜନ୍ମିତ ସ୍ତ୍ରୀ ମାନେ ନୂତନ ବିଚାରର ହୋଇଥାନ୍ତି ଅଥବା ପୁରୁଣା ବିଚାରର ହୋଇଥାନ୍ତି । ଧାର୍ମିକ ପକୃତିର ହୋଇଥିବାରୁ ଏମାନେ କେବେ କାହାର ଖରାପ ଚିନ୍ତା କରନ୍ତି ନାହିଁ। କାହାକୁ ଧୋକା ଦିଅନ୍ତି ନାହିଁ କିମ୍ୱା କାହାର ହକ ମାରନ୍ତି ନାହିଁ। ସର୍ବଦା ଏମାନେ ଅନ୍ୟକୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ହୋଇ ରୁହନ୍ତି ।

ଗୁରୁବାର ଦିନ ଜନ୍ମିତ ଜାତକର ବ୍ୟକ୍ତି ମାନଙ୍କର ଭଵିଷ୍ୟ ଉଜ୍ଜ୍ୱଳମୟୀ ହୋଇଥାଏ ଓ ଏମାନେ ବହୁତ ଧନୀ ହୋଇଥାନ୍ତି । ଏମାନେ ପ୍ରାୟତଃ ଲୋଭୀ ଓ ନିଜ ବିଷୟରେ ସର୍ବଦା ଚିନ୍ତା କରିଥାନ୍ତି ଓ ସମୟସହ ଖାପଖୁଆଇ ଚାଲିବା ଏମାନଙ୍କୁ ଭଲସେ ଜଣାଥାଏ ।

ଗୁରୁବାର ଦିନ ଜନ୍ମିତ ଲୋକଙ୍କ ସ୍ୱାସ୍ଥ୍ୟ:-

ଗୁରୁବାର ଦିନ ଜନ୍ମିତ ଜାତକର ଲୋକ ମାନଙ୍କୁ ହୃଦୟ ଜନିତ ରୋଗ , ମୋଟା ପଣ, ରକ୍ତ ହୀନତା ଏବଂ ଶାରୀରିକ ଦୁର୍ବଳତା ଭଳି ରୋଗର ସମ୍ନା କରିବାକୁ ପଡିପାରେ। ସେଠିପାଇଁ ଅପଣଙ୍କର ସ୍ୱାସ୍ଥ୍ୟର ସର୍ବଦା ଯତ୍ନ ନିଅନ୍ତୁ।

ଗୁରୁବାର ଦିନ ଜନ୍ମିତ ଲୋକଙ୍କ କ୍ୟାରିଅର:-

ଗୁରୁବାର ଦିନ ଜନ୍ମିତ ଲୋକମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି ଓ ନିଜର ଲୋଜଗାର କ୍ଷେତ୍ରରେ ଜଲ୍ଦି ସଫଳତା ପାଇ ଯାଆନ୍ତି । ଏମାନଙ୍କ କ୍ୟାରିଅର କ୍ଷେତ୍ର ରାଜନେତା,ଧର୍ମଗୁରୁ,ପତ୍ରକାର,ଲେଖକ,ପ୍ରକାଶକ, କିରାଣୀ ଆଦିରେ ଜଲ୍ଦି ସଫଳ ହୁଅନ୍ତି। ଗୁରୁବାର ଦିନ ଜନ୍ମିତ ଜାତକ ପ୍ରାୟତଃ ଏହି କ୍ଷେତ୍ରରେ ଅଧିକ ସଫଳ ହୋଇଥାନ୍ତି।

ଗୁରୁବାର ଦିନ ଜନ୍ମିତ ଲୋକଙ୍କ ପ୍ରେମ:-

ଏହି ଦିନ ଜନ୍ମିତ ଲୋକ ପ୍ରେମ ପ୍ରସଙ୍ଗରେ ଟିକିଏ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତି। ଯାହା ସେମାନଙ୍କର ସମ୍ପର୍କକୁ ଦୀର୍ଘସ୍ଥାୟୀ କରିଥାଏ। ଏହି ବ୍ୟକ୍ତି ମାନେ ଯାହାକୁ ଭଲ ପାଆନ୍ତି ତା ସହ ସମ୍ପୂର୍ଣ୍ଣ ଜୀବନ ବିତାନ୍ତି । ଏମାନଙ୍କର ବ୍ୟବହାରିକ ଜୀବନ ବହୁତ ଭଲ ହୋଇଥାଏ।

Google

ଗୁରୁବାର ଦିନ ଜନ୍ମିତ ସ୍ତ୍ରୀ ସଭ୍ୟ ଜୀବନ ସାଥି ଆଶା କରିଥାନ୍ତି ଓ ଏମାନଙ୍କୁ ଏପରିହିଁ ଜୀବନ ସାଥି ମିଳିଥାଏ। ଏହିଦିନ ଜନ୍ମିତ ସ୍ତ୍ରୀ ମାନେ ତରତରରେ ବିବାହ ପାଇଁ ନିଷ୍ପତି ନେଇଯାନ୍ତି ଯାହାକି ପରେ ଅନୁତାପ କରନ୍ତି ।

ଗୁରୁବାର ଦିନ ଜନ୍ମିତ ଲୋକଙ୍କ ପାଇଁ ଉପାୟ:-

ଗୁରୁବାର ଦିନ ଜନ୍ମିତ ଲୋକମାନେ କୌଣସି କାର୍ଯ୍ୟକୁ କରିବା ପୂର୍ବରୁ ଭାବିଚିନ୍ତି ସେହି କାର୍ଯ୍ୟ କରନ୍ତୁ ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭଗବାନଙ୍କ କୃପା ପାଇବା ପାଇଁ କମେଣ୍ଟ ବାକ୍ସରେ ନିଜର ପ୍ରିୟ ଭଗବାନଙ୍କ ନାମ ଲେଖି ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *