Excuse Me Odisha

ଯାହା କହିବୁ ସତ କହିବୁ

ଘରେ ଏହି ମାଙ୍ଗଳିକ ଚିହ୍ନର ବ୍ୟବହାର କରନ୍ତୁ, ଧନ ସମ୍ପତ୍ତି ପୂର୍ଣ୍ଣ ହୋଇ ରହିବ

ସେୟାର୍ କରନ୍ତୁ

ପ୍ରାଚୀନ କାଳରୁ, ଘରର ମୁଖ୍ୟ ଦ୍ୱାର ଉପରେ ଏବଂ ଦ୍ୱାରର ଡାହାଣ ଏବଂ ବାମରେ କିଛି ନାଁ କିଛି ମାଙ୍ଗଳିକ ଚିହ୍ନ ବ୍ୟବହୃତ ହୁଏ । ମାଙ୍ଗଳିକ ଚିହ୍ନ ବ୍ୟବହାର କରିବା କାରଣରୁ ଖରାପ ଛାୟାକୁ ଘରୁ ଦୂରରେ ରଖାଯାଇଥାଏ ବୋଲି ବିଶ୍ୱାସ କରାଯାଏ । ଏବଂ ତାସହିତ ଘରେ ସୁଖ, ଶାନ୍ତି, ସମୃଦ୍ଧତା ବିସ୍ତାର କରେ । ଏହା କରିବା ଦ୍ୱାରା ଆମ ପରିବାରରେ ସୁଖ ବଜାୟ ରହେ ସେଥିପାଇଁ କୌଣସି ଶୁଭ କାର୍ଯ୍ୟକ୍ରମର ଶୁଭ ଅବସରରେ ସ୍ୱାସ୍ତିକ ଚିହ୍ନ ତିଆରି କରିବାର ପରମ୍ପରା ଅଛି । ବିଶ୍ୱାସ କରାଯାଏ ଯେ ସ୍ୱାସ୍ତିକ ଚିହ୍ନ ତିଆରି କରିବା ସମୟରେ ଏହାର ଚାରି ବାହୁ ସମାନ୍ତରାଳ ହେବା ଉଚିତ ଏବଂ ଏହି ଚିହ୍ନଗୁଡ଼ିକ ସହିତ ବାସ୍ତୁଦୋଷ ଆପଣଙ୍କ ଘରେ ରହିବ ନାହିଁ।

ଆମେ କାହିଁକି ଏହି ଚିହ୍ନକୁ ମୁଖ୍ୟ ଫାଟକରେ ରଖୁ ?

ଏମିତି ବିଶ୍ୱାସ କରାଯାଏ ଯେ ମୁଖ୍ୟ ଫାଟକରେ ମାଙ୍ଗଳିକ ଚିହ୍ନ ରହିବା ଦ୍ୱାରା ଘରେ ପ୍ରବେଶ କରୁଥିବା ବ୍ୟକ୍ତିଙ୍କ ସହିତ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ସେଗୁଡ଼ିକୁ ତିଆରି କରି କିମ୍ବା ପ୍ରତୀକ ଭାବରେ ପ୍ରୟୋଗ କରି ଘରେ ସୁଖ, ଶାନ୍ତି ଏବଂ ଶୁଭ ପ୍ରଭାବ ଉତ୍ପନ୍ନ ହୁଏ। ଏହି ମାଙ୍ଗଳିକ ସଙ୍କେତ ହେଉଛି ଆମର ସଂସ୍କୃତି ଏବଂ ସଭ୍ୟତା। ସେଥିପାଇଁ ସଂସାରରେ ପ୍ରତ୍ୟେକ ଧର୍ମର ତଥା ସମ୍ପ୍ରଦାୟର ପ୍ରତ୍ୟେକ ବ୍ୟକ୍ତି ନିଜ ଧର୍ମ ସହ ଜଡିତ ଶୁଭ ସଙ୍କେତ ବ୍ୟବହାର କରନ୍ତି, ଯାହା ଦ୍ୱାରା ସେମାନେ ନକାରାତ୍ମକ ଶକ୍ତି ବାହାର କରିଦିଅନ୍ତି ଏବଂ ଲୋକମାନେ ନିରାପଦରେ ରୁହନ୍ତି

Google

ସ୍ୱାସ୍ତିକ ଶବ୍ଦର ବିଶ୍ଳେଷଣରେ ଏହାର ଅର୍ଥ ହେଉଛି ସ୍ୱସ୍ତି ବା କ୍ଷେମ କରିବା ଵାଲା ହୋଇ ଥାଏ । ଏହା ମଧ୍ୟ ଭଗବାନ ଶ୍ରୀ ଗଣେଶଙ୍କ ଲିପି ଆତ୍ମା ସ୍ୱରୂପ ବୋଲି ବିବେଚନା କରାଯାଏ। ସ୍ୱାସ୍ତିକର ରଚନା ଦୁଇଟି ରେଖାରେ ହୋଇଥାଏ । ଦୁଇଟି ରେଖାର ମଧ୍ୟରେ ସମକୋଣ ଭାବରେ ବିଭକ୍ତ କରି ତାର ଡାହାଣ ଆଡକୁ ସମକୋଣ ବନେଇ ଆକାର ଦିଆ ଯାଏ ।

ସ୍ବାସ୍ତିକର ଚାରି ପଟର ମୁଣ୍ଡକୁ ସମକୋଣରେ ମୁଡ଼ି ହୋଇଥିବା ରେଖା ଗୁଡିକୁ ଅନ୍ତତଃ ମାନା ଯାଇଛି ।ସ୍ବାସ୍ତିକର ବାମ ଭାଗକୁ ଭଗବାନ ଶ୍ରୀ ଗଣେଶଙ୍କ ଶକ୍ତିର ସ୍ଥାନ ବୀଜ ମନ୍ତ୍ର ହୋଇଥାଏ । ଏହାର ଚାରି ଦିଗ ସମାନ ଭାବରେ ଶୁଦ୍ଧ ହୋଇଥାଏ।

Google

ଓଁ ଚିହ୍ନରୁ କୋଣ ଲାଭ ହେବ?

Google

ଓଁ ଶକ୍ତିର ପ୍ରତୀକ ଭାବରେ ବିବେଚନା କରାଯାଏ । କୌଣସି ମନ୍ତ୍ର ଜପ କରିବା ସମୟରେ ପ୍ରଥମେ ଓଁ ର ବ୍ୟବହୃତ ହୋଇଥାଏ। ଘରେ ଓଁ ର ପ୍ରତୀକ ଲଗେଇଲେ କିମ୍ବା ତିଆରି କରିଲେ ଅନେକ ଦୋଷ ନଷ୍ଟ ହୋଇଯାଏ ।

ଏହା କବାଟ ଏବଂ ଘରର କାନ୍ଥରେ ମଧ୍ୟ ଲେଖା ହେବା ଉଚିତ, ଏହା ମୁଖ୍ୟ ଦ୍ୱାରରେ ରଖିବା ଦ୍ୱାରା ଆସୁଥିବା ବିପଦକୁ ଦୂରେଇ ରଖିଥାଏ ଏବଂ ତା ସହିତ ପରିବାରରେ ସୁଖ ଶାନ୍ତି ବଜାୟ ରଖିଥାଏ ଏବଂ ସୁରକ୍ଷା କରିଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ପ୍ରିୟ ଭଗବାନଙ୍କ ନାମ ଅବଶ୍ୟ ଲେଖି ଦିଅନ୍ତୁ। ଭଗବାନଙ୍କ କୃପାରୁ ଆପଣଙ୍କ ଘର ପରିବାର ସବୁବେଳେ ସୁଖ ଶାନ୍ତିରେ ରୁହନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *