Excuse Me Odisha

ଯାହା କହିବୁ ସତ କହିବୁ

ବୟସ୍କ ମାନଙ୍କର ପରାମର୍ଶ: ଧନଲକ୍ଷ୍ମୀ ବୃଦ୍ଧି ପାଇଁ ସନ୍ଧ୍ୟା ସମୟରେ କରିବା ଉଚିତ ଏହି ୫ଟି କାମ

ସେୟାର୍ କରନ୍ତୁ

ଟଙ୍କା ପାଇବା କିମ୍ବା ବୃଦ୍ଧି ପାଇଁ ଅନେକ ଉପାୟ ବିଷୟରେ କୁହାଯାଇଛି। କିନ୍ତୁ ଏଠାରେ ଆମେ ବୟସ୍କ ମାନଙ୍କ ଦ୍ୱାରା ଦିଆଯାଇଥିବା ପରାମର୍ଶ ବିଷୟରେ ଉଲ୍ଲେଖ କରୁଛୁ। ସେମାନଙ୍କ କହିବାନୁସାରେ , ସନ୍ଧ୍ୟା ସମୟରେ ୫ଟି କାମ କରିବା ଦ୍ୱାରା ଟଙ୍କା ଲାଭ ହୋଇଥାଏ। ତେବେ ଆସନ୍ତୁ ସେହି ୫ଟି କାମ ବିଷୟରେ ଜାଣିବା।

ସୂର୍ଯ୍ୟ ଅସ୍ତ ହେବା ସମୟରେ ଏହି କାମ କରିବା ଉଚିତ:-

ବୟସ୍କ ମାନଙ୍କ ଅନୁଯାୟୀ , ପୂର୍ବପୁରୁଷମାନଙ୍କର ଫୋଟ କେବେ ମଧ୍ୟ ପୂଜା ଘରେ ରଖିବା ଉଚିତ୍ ନୁହେଁ। କିନ୍ତୁ ଯେଉଁଠାରେ ମଧ୍ୟ ଆପଣ ପୂର୍ବପୁରୁଷମାନଙ୍କର ଫଟୋ ରଖୁଛନ୍ତି , ସୂର୍ଯ୍ୟ ଅସ୍ତ ହେବା ସମୟରେ ସେଠାରେ ଏକ ଦୀପ ନିୟମିତ ରଖିବା ଆବଶ୍ୟକ। ଏପରି କରିବା ଦ୍ୱାରା ପୂର୍ବପୁରୁଷଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ଏବଂ ଧନ ବୃଦ୍ଧି ହୋଇଥାଏ।

ସୂର୍ଯ୍ୟାସ୍ତ ସମୟରେ ଘରକୁ ଆସୁଥିଲେ ଧ୍ୟାନ ରଖନ୍ତୁ:-

ଯଦି ଆପଣ ସୂର୍ଯ୍ୟାସ୍ତ ସମୟରେ ଘରକୁ ଆସୁଛନ୍ତି ତେବେ ଧ୍ୟାନ ରଖନ୍ତୁ ଯେ କେବେ ମଧ୍ୟ ଖାଲି ହାତରେ ଆସିବା ଉଚିତ୍ ନୁହେଁ। ଘରକୁ ସନ୍ଧ୍ୟା ସମୟରେ ଯାଉଥିଲେ କିଛି ନା କିଛି ନେଇକରି ଯାଆନ୍ତୁ। ଏଭଳି କରିବା ଦ୍ୱାରା ଦେବୀ ଲକ୍ଷ୍ମୀଙ୍କର କୃପା ହୋଇଥାଏ।

Google

ଶଙ୍ଖ ବଜାଉଥିଲେ ଧ୍ୟାନ ରଖନ୍ତୁ:-

ବୟସ୍କ ମାନଙ୍କ ଅନୁଯାୟୀ ଯେଉଁ ଘରେ ଶଙ୍ଖ ରହିଥାଏ , ସେହିଘରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ସେଥିପାଇଁ ଘରେ ନିଶ୍ଚିତ ଭାବରେ ଶଙ୍ଖ ରଖିବା ଉଚିତ। କିନ୍ତୁ ମନେ ରଖନ୍ତୁ ସୂର୍ଯ୍ୟାସ୍ତ ପରେ ଶଙ୍ଖ ବଜାଇବା ଉଚିତ୍ ନୁହେଁ। ବିଶ୍ୱାସ କରାଯାଏ ଯେ ସନ୍ଧ୍ୟା ସମୟରେ ଶଙ୍ଖ ବଜାଇବା ଦ୍ୱାରା ଲାଭ ପରିବର୍ତ୍ତେ ଧନ ହାନି ହୋଇଥାଏ।

ଏହିକଥା ଉପରେ ମଧ୍ୟ ଧ୍ୟାନ ରଖନ୍ତୁ:-

ସନ୍ଧ୍ୟା ସମୟରେ ନିୟମିତ ଭାବରେ ପୂଜାପାଠ ଓ ଆରତୀ କରିବା ଉଚିତ। ଏହା ସହିତ ଭଗବାନଙ୍କୁ ଭୋଗ ଲଗାଇବା ଉଚିତ୍। ଏଭଳି କରିବାଦ୍ୱାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଯାନ୍ତି। ଏହା ସହିତ ଘରେ ହସ ଖୁସିର ପରିବେଶ ହୋଇଥାଏ। ଧ୍ୟାନ ରଖନ୍ତୁ ସନ୍ଧ୍ୟା ସମୟରେ କେବେ ମଧ୍ୟ ଘରେ କଳହର ପରିବେଶ ହେବା ଉଚିତ୍ ନୁହେଁ। ଅନ୍ୟଥା ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଆନ୍ତି।

Google

କାରବାରରେ ଧ୍ୟାନ ରଖନ୍ତୁ:-

ବୟସ୍କ ମାନେ କୁହନ୍ତି ଯେ ଯଦି ସମ୍ଭବ ହେବ , ତେବେ ସନ୍ଧ୍ୟା ସମୟରେ କାରବାର କରିବା ଠାରୁ ଦୂରେଇ ରୁହନ୍ତୁ। ବିଶେଷ କରି ସନ୍ଧ୍ୟା ସମୟରେ କାହାକୁ ଋଣ ଦେବା ଠାରୁ ଦୂରେଇ ରୁହନ୍ତୁ। ଏପରି କରିବା ଦ୍ୱାରା ଧନର ଆଗମନରେ ବାଧା ଉପୁଜିଥାଏ। କିନ୍ତୁ ଯଦି ଧନର ଅତ୍ୟନ୍ତ ଆବଶ୍ୟକତା କେବେ ପଡିବ , ତେବେ ଆପଣ ଧନ ଦେଇପାରିବେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖି ଦିଅନ୍ତୁ । ମା ଲକ୍ଷ୍ମୀଙ୍କ କୃପା ହେଲେ ଆପଣଙ୍କର ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *