Excuse Me Odisha

ଯାହା କହିବୁ ସତ କହିବୁ

ଶନିଙ୍କ ଚଳନରେ ପରିବର୍ତ୍ତନ ଦ୍ଵାରା ଏହି ପାଞ୍ଚଟି ରାଶିର ଲୋକଙ୍କ ପାଇଁ ହେବ ହାନି, ତ ଅନ୍ୟ ରାଶି ମାନଙ୍କୁ ମିଳିବ ଲାଭ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାହୁ ଏବଂ କେତୁକୁ  ଛାୟାଗ୍ରହ ମାନା ଯାଇଥାଏ। କେବଳ ଏହା ନୁହେଁ ଆହୁରି ନଅ ଗ୍ରହର ପରିବାରରେ ଏହି ଗ୍ରହକୁ ସବୁଠାରୁ କ୍ରୁର ଗ୍ରହ କୁହାଯାଏ। ପୂର୍ବ କିଛି ଦିନରେ ରାହୁ ଏବଂ କେତୁ ର ରାଶି ପରିବର୍ତ୍ତନ ହୋଇଛି। ଏବେ ନ୍ୟାୟର ଦେବତା ମାନା ଯାଉଥିବା ଶନି ମାର୍ଗୀ ହେବାକୁ ଯାଉଛନ୍ତି। କହି ରଖୁଛୁ ୨୯ ସେପ୍ଟେମ୍ବରକୁ ମକର ରାଶିରେ ଗୋଚର କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ଶନି ପୂର୍ବ ୧୧ ମେ ପାଖରୁ ମକର ରାଶିର ତାଙ୍କ ଗୋଚର ଆରମ୍ଭ କରିଥିଲେ। ଜ୍ୟୋତିଷ ଗଣନା ଅନୁସାରେ ଶନିଙ୍କ ସିଧା ଚଳନ କିଛି ରାଶିର ଜାତକଙ୍କ ପାଇଁ ଅଶୁଭ ଅଟେ। ତ ଆଉ କିଛି ରାଶିର ଜାତକ ଙ୍କୁ ମିଳିବ ଶୁଭ ପରିଣାମ। ଆସନ୍ତୁ ଜାଣିବା ଶନି ଙ୍କ ସିଧା ପ୍ରଭାବ କାହା ଉପରେ କିପରି ଭାବରେ ପଡ଼ିବ।

ମେଷ ରାଶି –

ଏହି ରାଶିର ଜାତକଙ୍କ ଉପରେ ଶନିଙ୍କ ସିଧା ଚଳନର ଶୁଭ ପ୍ରଭାବ ପଡ଼ିବ। କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ଆପଣଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ। ମେଷ ରାଶିର ଅଷ୍ଟମରେ ଦେଢ଼ ଥିଲା ଯାହା ଶନିଙ୍କ ସିଧା ଚଳନରେ ସମାପ୍ତ ହୋଇଯିବ।

ବୃଷ ରାଶି –

ଏହି ରାଶିର ଲୋକଙ୍କ ଉପରେ ଶୁଭ ପ୍ରଭାବ ପଡ଼ିବ। ଶନିଙ୍କ ସିଧା ଚଳନ ପ୍ରଭାବରେ ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ। କିଛି ଶୁଭ ସମାଚାର ମିଳିପାରେ। ପରିବାରରେ ସୁଖଶାନ୍ତି ବାତାବରଣ ରହିବ। ବ୍ୟାପାର ସହିତ ଜଡିତ ଲୋକଙ୍କୁ ବହୁତ ଫାଇଦା ମିଳିବ। ଟଙ୍କାପଇସା ଦେବାନେବାରେ ସାବଧାନ ରୁହନ୍ତୁ ।

Google

ମିଥୁନ ରାଶି –

ଶନିଙ୍କ ସିଧା ଚଳନ ଏହି ରାଶିର ଲୋକଙ୍କ ପାଇଁ ଅଶୁଭ ମାନା ଯାଉଛି, କାରଣ ଏହି ରାଶିରେ ପୂର୍ବରୁ ଶନିଙ୍କ ଚଳନ ଥିଲା। ଏବେ ଶନିଙ୍କ ସିଧା ଚଳନ ଦ୍ଵାରା ଆପଣଙ୍କୁ କାର୍ଯ୍ୟରେ ଅସଫଳତା ମିଳିବ। ପାରିବାରିକ ସମସ୍ୟା ବଢିପାରେ। ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇପାରେ। ବ୍ୟାପାର ସହିତ ଜଡିତ ଲୋକଙ୍କୁ ମାନସିକ ଚାପ ଅନୁଭବ ହେବ। ଏହି ସମୟରେ ଆପଣଙ୍କୁ କାମ ଧନ୍ଦାରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ।

କର୍କଟ ରାଶି –

ପୂର୍ବରୁ ଯଦି ଆପଣଙ୍କ ଘରେ ସମସ୍ୟା ଲାଗି ରହିଛି ତାହେଲେ ଉଚିତ ସମୟରେ ସବୁର ସମାଧାନ ହୋଇଯିବ। ଚାକିରୀ କ୍ଷେତ୍ରରେ ଥିବା ଲୋକଙ୍କର ଆୟରେ ବୃଦ୍ଧି ହେବ ଏବଂ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ଅଯଥା ଖର୍ଚ୍ଚରୁ ବଞ୍ଚିତ ହୁଅନ୍ତୁ। ଯାତ୍ରାର ଯୋଗ ରହିଛି।

ସିଂହ ରାଶି –

ଏହି ରାଶିର ଜାତକଙ୍କୁ ଆର୍ଥିକ ସ୍ତରରେ କ୍ଷତି ସହିବାକୁ ପଡିପାରେ। ଟଙ୍କାପଇସା ମାମଲାରେ ହାନୀ ହେବାର ସମ୍ଭାବନା ରହିଛି। ସ୍ବାସ୍ଥ୍ୟରେ ଅବନତି ଘଟିପାରେ। ମୌସୁମୀ ପରିବର୍ତ୍ତନ ଦ୍ଵାରା ସର୍ଦ୍ଦି, କାଶ, ଥଣ୍ଡା ହୋଇପାରେ। ପାରିବାରିକ ସମସ୍ୟା ଦେଖା ଦେଇପାରେ। ପରିବାର ସଦସ୍ୟଙ୍କ ସହିତ କୌଣସି କଥାକୁ ନେଇ ବିବାଦ ହୋଇପାରେ।

କନ୍ୟା ରାଶି -.

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କନ୍ୟା ରାଶିର ଜାତକଙ୍କ ପାଇଁ ଶନିଙ୍କ ସିଧା ଚଳନ ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ। କୌଣସି ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ଟଙ୍କାପଇସା ମାମଲାରେ ସମ୍ଭାଳି ଚାଲନ୍ତୁ। ବାହନ ସୁଖ ପ୍ରାପ୍ତ ହେବ। ବିଦ୍ୟାର୍ଥୀ ମାନଙ୍କୁ ସଫଳତା ମିଳିବ।

ତୁଳା ରାଶି –

ଏହି ରାଶିର ଜାତକଙ୍କ ପାଇଁ ଶନିଙ୍କ ଚଳନ ନକାରାତ୍ମକ ପ୍ରଭାବ ପକାଇବ। ଘରେ ଅନେକ ସମସ୍ୟା ଦେଖା ଦେଇପାରେ। ଅଯଥା ଖର୍ଚ୍ଚରେ ଟଙ୍କା ଖର୍ଚ୍ଚ ହୋଇପାରେ। ନିବେଶ କରିଥିବା ଟଙ୍କା ବୁଡ଼ି ଯାଇପାରେ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ ମତଭେଦ ସୃଷ୍ଟି ହୋଇପାରେ। ପରିବାର ସମେତ କାର୍ଯ୍ୟକ୍ଷେତ୍ରରେ ଚିନ୍ତା ଆପଣଙ୍କୁ ବ୍ୟାକୁଳ କରାଇବ।

ବିଛା ରାଶି –

ଶନିଙ୍କ ସିଧା ଚଳନ ବିଛା ରାଶିର ଜାତକଙ୍କ ପାଇଁ ଶୁଭ ପ୍ରଭାବ ପଡିବ। ଦାମ୍ପତ୍ୟ ଜୀବନରେ ଆସୁଥିବା ସମସ୍ୟା ଦୂର ହେବ। ଘରେ ଚାଲିଥିବା ବିବାଦ ଦୂର ହେବ। ଜମିବାଡ଼ି କିଣାକିଣି ପାଇଁ ସମୟ ଅନୁକୂଳ ରହିବ। ସନ୍ତାନଙ୍କ ସଫଳତା ଯୋଗୁଁ ଆପଣଙ୍କ ମନ ପ୍ରସନ୍ନ ରହିବ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ।

ଧନୁ ରାଶି –

ଶନିଙ୍କ ସିଧା ଚଳନର ପ୍ରଭାବରେ ଭୌତିକ ସୁଖ ପ୍ରାପ୍ତି ହେବ, କିନ୍ତୁ ଆୟ ସାମାନ୍ୟ ରହିବ। ଆସୁଥିବା ଦିନରେ ଯଦି ଆପଣ ଯାତ୍ରା ପାଇଁ ଯୋଜନା ବନାଇଛନ୍ତି ତାହେଲେ ତାହାକୁ ସ୍ଥଗିତ ରଖନ୍ତୁ। ସନ୍ତାନଙ୍କ ଅସଫଳତା ଆପଣଙ୍କୁ ନିରାଶ କରିପାରେ। ଆପଣଙ୍କ ଜମା ପୁଞ୍ଜି କୁ ନେଇ ସତର୍କ ରୁହନ୍ତୁ।

ମକର ରାଶି –

ଶନିଙ୍କ ସିଧା ଚଳନ ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ରହିବ। ବ୍ୟାପାର କରୁଥିବା ଲୋକଙ୍କୁ ଫାଇଦା ମିଳିବ। ପାରିବାରିକ ଜୀବନ ସୁଖମୟ ରହିବ। ଆପଣଙ୍କୁ ମାତାପିତାଙ୍କ ଆଶୀର୍ବାଦ ପ୍ରାପ୍ତ ହେବ। ଯାହାଦ୍ବାରା ଆପଣଙ୍କର ବିଗିଡି ଥିବା କାର୍ଯ୍ୟ ସମ୍ପନ୍ନ ହେବ।

Google

କୁମ୍ଭ ରାଶି –

କୁମ୍ଭ ରାଶିର ଜାତକ ଙ୍କ ଉପରେ ଶନିଙ୍କ ସିଧା ଚଳନ ପ୍ରଭାବ ଅତ୍ୟନ୍ତ ଖରାପ ପ୍ରଭାବ ପକାଇ ପାରେ। ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ଅଚାନକ ଖର୍ଚ୍ଚ ହୋଇପାରେ। କୌଣସି ସ୍ଥାନକୁ ଭ୍ରମଣ ରେ ଜୀବନର ଯୋଜନା କିଛି ଦିନ ପାଇଁ ଟାଳି ଦିଅନ୍ତୁ। ଟଙ୍କା ହିସାବରେ ଖର୍ଚ୍ଚ କରନ୍ତୁ। ଘରୋଇ ମାମଲାରେ ବାହାର ଲୋକଙ୍କୁ ସାମିଲ କରନ୍ତୁ ନାହିଁ, ନଚେତ ସମସ୍ୟା ସୃଷ୍ଟି ହୋଇପାରେ।

ମୀନ ରାଶି –

ଏହି ରାଶିର ଜାତକଙ୍କୁ ଶନିଙ୍କ ସିଧା ଚଳନ ଶୁଭ ପରିଣାମ ପ୍ରଦାନ କରିବ। ଖର୍ଚ୍ଚରେ ବୃଦ୍ଧି ହେବ। ସ୍ବାସ୍ଥ୍ୟରେ ସୁଧାର ଆସିବ। ମୌସୁମୀ ପରିବର୍ତ୍ତନ ଯୋଗୁଁ ଆପଣଙ୍କୁ ସର୍ଦ୍ଦି, କାଶ, ଜ୍ଵର ହେବାର ସମ୍ଭାବନା ରହିଛି, ଏଥିପାଇଁ ସତର୍କ ରୁହନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ଶନିଦେବ ” ଅବଶ୍ୟ ଲେଖି ଦିଅନ୍ତୁ । ଶନିଦେବଙ୍କ କୃପା ହେଲେ ଆପଣଙ୍କ ଜୀବନରେ ଚାଲୁଥିବା ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *