Excuse Me Odisha

ଯାହା କହିବୁ ସତ କହିବୁ

ନିଜକୁ ସାଇବାବାଙ୍କର ଅବତାର କହିଥାନ୍ତି , ଏହି ୩ ଜଣ ଲୋକ

ସେୟାର୍ କରନ୍ତୁ

ଶିରିଡିର ସାଇ ବାବା ମୁସଲମାନମାନଙ୍କ ଆଗରେ କହୁଥଲେ ଯେ ରାମ ଭଲ କରିବେ ଏବଂ ହିନ୍ଦୁମାନଙ୍କ ଆଗରେ କହୁଥିଲେ , ଆଲ୍ଲାହା ମାଲିକ ଅଟନ୍ତି। ସେ ମସଜିଦରେ ରହୁଥିଲେ ଏବଂ ଭଜନ ଗାଉଥିଲେ। ସେ ଭିକ୍ଷୁକମାନଙ୍କ ଭଳି ଭିକ ମାଗୁଥିଲେ। ବିଶ୍ୱାସ କରାଯାଏ ଯେ ସାଇ ବାବା ୧୯୧୮ ମସିହାରେ ସମାଧି ଗ୍ରହଣ କରିବା ପୂର୍ବରୁ କହିଥିଲେ ଯେ ସେ ପୁନର୍ବାର ଜନ୍ମ ହେବେ ଅର୍ଥାତ ସେ ଅବତାର ନେବେ , କିନ୍ତୁ ତାଙ୍କର ଏହି କହିବାର କୌଣସି ପ୍ରମାଣ ମିଳିନାହିଁ। ଏହିପରି ଭାବରେ ଦେଖିବାକୁ ଗଲେ କିଛି ଲୋକ ନିଜକୁ ସାଇଙ୍କର ଅବତାର ବୋଲି କହିଥାନ୍ତି ଏବଂ ଆଗାମୀ ସମୟରେ ମଧ୍ୟ ଏହିପରି ହେବ।

ବର୍ତ୍ତମାନ ସମୟରେ ସାଇଙ୍କ ମାଧ୍ୟମରେ ଅନେକ ଟଙ୍କା ରୋଜଗାର କରୁଥିବା ଲୋକ ମିଳିଯିବେ। ସେମାନଙ୍କ ମଧ୍ୟରୁ କେତେକ ନିଜକୁ ସାଇ ବାବା ବୋଲି କହି ନିଜର ଏକ ରାଜ୍ୟ ନିର୍ମାଣ କରି ଦେଇଛନ୍ତି। ତଥାପି ଏହା ମାଧ୍ୟମରେ ସେମାନେ ବହୁତ ଭଲ ସାମାଜିକ କାର୍ଯ୍ୟ କରି ଏକ ଭଲ ଏବଂ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି। ଏଭଳି ପରିସ୍ଥିତିରେ ସେମାନଙ୍କୁ ଭଲ କିମ୍ବା ଖରାପ ବୋଲି କହିବା ଠିକ ହେବ ନାହିଁ। ସେହିପରି ୩ ଜଣ ଲୋକଙ୍କ ବିଷୟରେ ସଂକ୍ଷିପ୍ତ ସୂଚନା ଜାଣନ୍ତୁ।

Google

୧) ସତ୍ୟ ସାଇ ବାବା:-

ସତ୍ୟ ସାଇ ବାବା ୧୯୨୬ ମସିହା ନଭେମ୍ବର ୨୩ ତାରିଖରେ ଆନ୍ଧ୍ରପ୍ରଦେଶର ପୁଟ୍ଟୁପୂର୍ତ୍ତି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଜନ୍ମ ନାମ ସତ୍ୟନାରାୟଣ ରାଜୁ ଥିଲା। ସତ୍ୟନାରାୟଣ ରାଜୁ ସର୍ବପ୍ରଥମେ ନିଜକୁ ୧୯୪୦ ମସିହାରେ ନିଜକୁ ସାଇ ବାବା ବୋଲି ଘୋଷଣା କରିଥିଲେ। ବଡ଼ ବଡ଼ ଝଙ୍କାଳିଆ କେଶ ଏବଂ ଶାନ୍ତ ସ୍ୱଭାବର ରାଜୁଙ୍କ ଭକ୍ତଙ୍କ ସଂଖ୍ୟା ଲକ୍ଷ ଲକ୍ଷରେ ରହିଛି। ଦେଶ ତଥା ବିଦେଶୀର ସମସ୍ତ ପ୍ରକାରର ଭକ୍ତ ପୁଟ୍ଟୁପର୍ତ୍ତିର ‘ପ୍ରଶାନ୍ତି ନୀଲୟମ’ରେ ଏକାଠି ହୋଇ ବାବାଙ୍କ ଦର୍ଶନର ସୁଯୋଗ ନେଇଥିଲେ। ସତ୍ୟ ସାଇଙ୍କ ପାଦତଳେ ରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ପଡୁଥିଲେ। ତେବେ ୨୪ ଏପ୍ରିଲ ୧୯୧୧ ମସିହାରେ ତାଙ୍କର ଦେହାନ୍ତ ହୋଇ ଯାଇଥିଲା।

Google

୨) ସାଇ ଦାସ ବାବା:-

୧୩ ଅକ୍ଟୋବର ୧୯୪୫ ମସିହାରେ ଶ୍ରୀକାନ୍ତ ମିଶ୍ରା ଜନ୍ମଗ୍ରହଣ କରିଥିଲେ। ସେ ବେତୁଲର ବାସିନ୍ଦା ଅଟନ୍ତି। ତାଙ୍କର କେଶ ମଧ୍ୟ ସତ୍ୟ ସାଇ ବାବାଙ୍କ ପରି ଝଙ୍କାଳିଆ ଅଟେ। ସେ ମଧ୍ୟ ମୋଟା ଓ ଶକ୍ତିଶାଳୀ ଅଟନ୍ତି କିନ୍ତୁ ଶାନ୍ତ ଏବଂ ସରଳ ସ୍ୱଭାବର ଅଟନ୍ତି। ଲୋକମାନେ ମଧ୍ୟ ତାଙ୍କୁ ସାଇଙ୍କ ଅବତାର ବୋଲି ଭାବନ୍ତି , କିନ୍ତୁ ସେ ନିଜକୁ ସାଇଙ୍କର ଅବତାର ବୋଲି କହି ନାହାଁନ୍ତି। ସେ ନିଜକୁ ସାଇଙ୍କର ଦାସ ବୋଲି ବିବେଚନା କରୁଥିଲେ। ନିକଟରେ ସେ ସମାଧି ନେଇ ଯାଇଛନ୍ତି।

Google

୩) ଅନିରୁଦ୍ଧ ବାପୁ:-

କୁହାଯାଏ ଯେ ସାଇ ବାବା ସମାଧି ନେବା ପୂର୍ବରୁ ତାଙ୍କର ପ୍ରିୟ ଶିଷ୍ୟଙ୍କୁ କିଛି ଜିନିଷ ଦେଇଥିଲେ ଏବଂ ପୁନର୍ବାର ଜନ୍ମ ହେବା ପରେ ଏହି ଜିନିଷ ନେବାକୁ ଆସିବେ ବୋଲି କହିଥିଲେ। ସେ ଦିନଠାରୁ ଏହି ଜିନିଷଗୁଡିକ ପିଢ଼ି ପରେ ପିଢ଼ି ସୁରକ୍ଷିତ ରଖାଯାଇଥିଲା , ତାପରେ ଦିନେ ଜଣେ ଲୋକ ଆସି କହିଥିଲେ ମୋର ଜିନିଷ ଦିଅନ୍ତୁ ଏବଂ ସେହି ଜିନିଷଗୁଡ଼ିକର ନାମ ମଧ୍ୟ ସେ କହିଥିଲେ। ସେହି ବ୍ୟକ୍ତି ହିଁ ସାଇ ଅଟନ୍ତି , ଏହିପରି ଅନିରୁଦ୍ଧଙ୍କର ଭକ୍ତ ମାନେ କହିଥାନ୍ତି।

Google

ଅନିରୁଦ୍ଧ ଯୋଶୀଙ୍କର ଜନ୍ମ ୧୮ ନଭେମ୍ବର ୧୯୫୬ ମସିହାରେ ମହାରାଷ୍ଟ୍ରର ମୁମ୍ବାଇର ତ୍ରିପୁରାରୀ ପୂର୍ଣ୍ଣିମାରେ ହୋଇଥିଲା। ଡକ୍ଟର ଅନିରୁଦ୍ଧ ଯୋଶୀ ମଧ୍ୟ ନିଜକୁ ସାଇ ବୋଲି ଘୋଷଣା କରିଛନ୍ତି। ତାଙ୍କର ଭକ୍ତମାନେ ତାଙ୍କୁ ଅନିରୁଦ୍ଧ ବାପୁ କିମ୍ବା ସାଇ ବୋଲି ଡାକନ୍ତି। ସେ ସାଇଙ୍କ ପରି ବସ୍ତ୍ର ଧାରଣ କରନ୍ତି ନାହିଁ, ବରଂ ସୁଟ-ବୁଟ୍ ରେ ରୁହନ୍ତି। ଶନିବାର ଦିନ ତାଙ୍କ ଭକ୍ତମାନେ ତାଙ୍କୁ ପୂଜା କରନ୍ତି। ସେ ତାଙ୍କ ନାମରେ ମନ୍ତ୍ର ମଧ୍ୟ ବାହାର କରିଛନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *