Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୨୫ ସେପ୍ଟେମ୍ବର ୨୦୨୦,ଶୁକ୍ରବାର,ଏହି ଚାରିଟି ରାଶିର ଲୋକଙ୍କ ପାଇଁ କଲ୍ୟାଣକାରୀ ହେବ ଆଜିର ଦିନ, ଆସିବ ଉନ୍ନତି ର ଯୋଗ।

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ଶୁକ୍ରବାର ୨୫ ସେପ୍ଟେମ୍ବର ର ରାଶିଫଳ କହିବାକୁ ଯାଉଛୁ। ରାଶିଫଳ ର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳ ର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୨୫ ସେପ୍ଟେମ୍ବର ୨୦୨୦।

ମେଷ ରାଶି –

ଆଜି ସମ୍ପତ୍ତି ରେ ନିବେଶ କରିବା ଲାଭଦାୟକ ରହିବ। ସକାରାତ୍ମକ ଚିନ୍ତା କରିବା ଆବଶ୍ୟକ। ଆପଣଙ୍କ ବାଣୀ ରେ ମଧୁରତା ଆସିବ। ଜୀବନସାଥୀ ଙ୍କ ତରଫରୁ ନକରାତ୍ମକ ପ୍ରତିକ୍ରିୟା ମିଳିପାରେ। ଭବିଷ୍ୟତ ପାଇଁ ଉଚିତ ଯୋଜନା ବନେଇବା ପାଇଁ ଅନୁକୂଳ ସମୟ ନାହିଁ। ଫିଲ୍ମ ଏବଂ ମିଡ଼ିଆ ଫିଲ୍ଡ ରେ ଲୋକଙ୍କୁ ସଫଳତା ମିଳିବ। ଛାତ୍ରଛାତ୍ରୀ ମାନଙ୍କୁ କ୍ୟାରିୟର ରେ ଉଚିତ ମାର୍ଗ ମିଳିବ। କାର୍ଯ୍ୟସ୍ଥଳ ରେ କ୍ରୋଧ ରୁ ବଞ୍ଚିତ ହୁଅନ୍ତୁ।

ବୃଷ ରାଶି –

ଆପଣଙ୍କୁ ଶାରୀରିକ ଏବଂ ମାନସିକ ସୁଖ ମିଳିବ। ଅତିରିକ୍ତ ଶକ୍ତି ନେଇ ପ୍ରସନ୍ନ ରହିବେ। ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ। ବ୍ୟାପାର ରେ ହିସାବ ସମୟରେ ନିଜ ଭାବନା କୁ ନିୟନ୍ତ୍ରଣ ରେ ରଖନ୍ତୁ। ଛାତ୍ର ମାନଙ୍କୁ ଅଧିକ ଅଂଘର୍ଷ କରିବାକୁ ପଡ଼ିବ। ବ୍ୟବସାୟ ରେ ନୂତନ ଅବସର ପ୍ରାପ୍ତ ହେବ। କୌଣସି ବ୍ୟକ୍ତିଙ୍କ ସହିତ ବିବାଦ ହୋଇପାରେ। ଆପଣଙ୍କ ମନ ଦୁଃଖିତ ହୋଇପାରେ।

ମିଥୁନ ରାଶି –

କ୍ୟାରିୟର ପାଇଁ ଦିନଟି ଅନୁକୂଳ ରହିଛି। ପରିବାର ତଥା ଭାଇ ଭଉଣୀଙ୍କ ପାଖରୁ ସହଯୋଗ ପ୍ରାପ୍ତ ହେବ। ଆର୍ଥିକ ସ୍ଥିତି ସାମାନ୍ୟ ରହିଥିବା ହେତୁ ଆବଶ୍ୟକ ଜିନିଷ କିଣାକିଣି କରି ପାରନ୍ତି। ଚାକିରୀ ରେ ସଂଘର୍ଷ କରିବାକୁ ପଡିପାରେ। ପରିବାର ଲୋକେ ସହଯୋଗୀ ରହିବେ। ବିଦେଶୀ କମ୍ପାନୀ ରେ କାମ କରିବା ପାଇଁ ଧନ ଲାଭ ହେବାର ସମ୍ଭାବନା ରହିଛି। କୃଷି ଯୋଗ୍ୟ ଜମି କିଣି ପାରନ୍ତି।

Google

କର୍କଟ ରାଶି –

ଆଜି ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ଉପରେ ଧ୍ୟାନ ରଖିବା ଆବଶ୍ୟକ। ପେଶାରେ ନୂଆ ପ୍ରୟୋଗ ଉପଯୁକ୍ତ ସଂଶାଧାନ ର ସାମ୍ନା କରିବାକୁ ପଡ଼ିବ। ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ଯୋଗୁଁ ଆପଣ ପ୍ରସନ୍ନ ରହିବେ। ଉତ୍ତମ କାମରେ ଆପଣ ସମୟ ଅତିବାହିତ କରିବେ। ଆପଣଙ୍କ ମଧ୍ୟରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଶୁଭଚିନ୍ତକ ମାନଙ୍କ ତରଫରୁ ସହାୟତା ମିଳିବ।

ସିଂହ ରାଶି –

ଆଜି ଦିନର ଆରମ୍ଭ ବ୍ୟାୟାମ ରୁ କରନ୍ତୁ। ଶରୀର ସ୍ଫୁର୍ତ୍ତି ରହିବା କାରଣରୁ ସବୁ କାର୍ଯ୍ୟରେ ଉତ୍ସାହ ବଢିବ। ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ବିଚାର କରି ନିଅନ୍ତୁ। ଅଯଥା ଟଙ୍କା ଖର୍ଚ୍ଚ କରନ୍ତୁ ନାହିଁ। ନଚେତ ଆର୍ଥିକ ସମସ୍ୟା ରେ ପଡି ପାରନ୍ତି। କୌଣସି କାର୍ଯ୍ୟରେ କରିଥିବା ପ୍ରୟାସ ସଫଳ ରହିବ। ଅଫିସ ରେ ଆପଣଙ୍କ ପ୍ରଭାବ ପଡ଼ିବ।

କନ୍ୟା ରାଶି –

ଏହି ରାଶିର ଲୋକଙ୍କୁ ନକରାତ୍ମକ ବିଚାର ରୁ ଦୂରେଇ ରହିବା ଆବଶ୍ୟକ। ନିଜ କାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରନ୍ତୁ। ଆପଣଙ୍କୁ କାର୍ଯ୍ୟରେ ନୂତନ ଅବସର ମିଳିବ। ଆପଣଙ୍କ ଆତ୍ମବିଶ୍ବାସ ରେ ବୃଦ୍ଧି ହେବ। କାର୍ଯ୍ୟରେ ମନ ଲଗାନ୍ତୁ ଏବଂ ଶୀଘ୍ରତା କରନ୍ତୁ ନାହିଁ। ଯଦି ଆପଣ ଆଜି କୌଣସି ସ୍ଥାନକୁ ଯାତ୍ରା କରୁଛନ୍ତି ତାହେଲେ ନିଜର ଜିନିଷପତ୍ର ଉପରେ ଧ୍ୟାନ ରଖିବା ଆବଶ୍ୟକ। ନୂତନ ସ୍ଥିତି ଆପଣଙ୍କ ଉପରେ ନୂତନ ପ୍ରତିଭା ର ସଞ୍ଚାର କରିବ। ପ୍ରେମ ଜୀବନ ପାଇଁ ଆଜିର ଦିନଟି ଅନୁକୂଳ ରହିଛି।

ତୁଳା ରାଶି –

ନୂତନ ଯୋଜନାର ବିଚାରଧାରା ରେ କାରବାରରେ ଉନ୍ନତି ହେବ। ପ୍ରଗତି ଦିଗରେ ଆପଣ ଅଗ୍ରସର ହେବେ। ପ୍ରେମ ମାମଲାରେ ନିଜ ବାଣୀ ଉପରେ ଧ୍ୟାନ ରଖନ୍ତୁ। ଅଚାନକ ଧନ ପ୍ରାପ୍ତି ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ। ଅଯଥା କାର୍ଯ୍ୟ କରିବାରୁ ବଞ୍ଚିତ ହୁଅନ୍ତୁ। ଆଜିର ଦିନଟି ଆପଣଙ୍କ ପାଇଁ ନିରାଶାଜନକ ହୋଇପାରେ। ଘରେ ଆପଣ ସାଜସଜ୍ଜା କରି ପାରନ୍ତି।

ବିଛା ରାଶି –

ଆଜି ଟଙ୍କା କୁ ନେଇ ପ୍ରଶ୍ନ ଉଠିବ। ଆପଣ ବନ୍ଧୁ ମାନଙ୍କ ସହିତ ମିଶି ମନୋରଞ୍ଜନ ସମୟ ଅତିବାହିତ କରିବେ। ନିଜର ଉଦାର ସ୍ଵଭାବ ଯୋଗୁଁ ବନ୍ଧୁ ମାନଙ୍କୁ ଏହାର ଫାଇଦା ଉଠାଇବାକୁ ଦିଅନ୍ତୁ ନାହିଁ। ପ୍ରେମୀ ଯୁଗଳ ଙ୍କ ସହିତ ସମ୍ବନ୍ଧ ମଧୁର ହେବ। ପ୍ରେମ ମାମଲାରେ ଆଜି ସାମାଜିକ ସମ୍ବନ୍ଧ ଭଙ୍ଗ କରନ୍ତୁ ନାହିଁ। କୌଣସି ଗରିବ ଲୋକକୁ ଅନ୍ନ ଦାନ କରନ୍ତୁ। ପିଲାମାନଙ୍କର ପାଠପଢ଼ାରେ ମନ ଲାଗିବ।

ଧନୁ ରାଶି –

ବ୍ୟାପାର କରୁଥିବା ଲୋକଙ୍କୁ ଆଜି ଅଚାନକ ଲାଭ ମିଳିବ। ଛାତ୍ରଛାତ୍ରୀ ମାନଙ୍କ ପାଇଁ ଶୁଭ ଦିନ ରହିଛି। ଆପଣଙ୍କର ପାଠପଢ଼ା କୁ ନେଇ ସୁଖଦ ସମାଚାର ମିଳିବ। ଆପଣ ଉତ୍ସାହିତ ରହିବେ ଏବଂ ଆତ୍ମବିଶ୍ବାସ ବୃଦ୍ଧି ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ ରହିବ। ଆପଣ ନିଜର ଲାପଟପ ଏବଂ ଇଣ୍ଟରନେଟ ର ଉଚିତ ବ୍ୟବହାର କରନ୍ତୁ।

Google

ମକର ରାଶି –

ସାମାଜିକ ସ୍ତରରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ। ଆପଣ ନିଜର ବ୍ୟକ୍ତିତ୍ଵ କୁ ପ୍ରଦର୍ଶନ କରିବାରେ ସକ୍ଷମ ରହିବେ। ଆପଣଙ୍କର ବ୍ୟକ୍ତିତ୍ୱ ସମାଜରେ ଏକ ଅଲଗା ପରିଚୟ ସୃଷ୍ଟି କରିବାରେ ସହାୟକ ହେବ। କୌଣସି କାନୁନ କାଗଜପତ୍ର ରେ ହସ୍ତାକ୍ଷର କରନ୍ତୁ ନାହିଁ। ବିରୋଧୀ ମାନଙ୍କ ଠାରୁ ସାବଧାନ ରୁହନ୍ତୁ। ଚାକିରୀରେ ସଫଳତା ମିଳିବ। ଆପଣଙ୍କୁ ମାନସିକ ଶାନ୍ତି ମିଳିବ।

କୁମ୍ଭ ରାଶି –

କ୍ୟାରିୟର ରେ ଆଗକୁ ବଢିବାର ଯୋଗ ରହିଛି। ଆପଣଙ୍କୁ ପରିବାରର ଦାୟିତ୍ୱ ତୁଲାଇବାକୁ ପଡିବ। ଆପଣଙ୍କ ସ୍ବାସ୍ଥ୍ୟ ଠିକ୍ ଠାକ୍ ରହିବ। ନିଜର ବିଚାର କୁ ସକାରାତ୍ମକ ରଖନ୍ତୁ। ସବୁ କାର୍ଯ୍ୟ ସରଳତାରେ ସମ୍ପନ୍ନ ହେବ। ଭୂମି ଭବନ କିଣାକିଣି ପାଇଁ ସମୟ ଅନୁକୂଳ ରହିଛି। ସନ୍ତାନ ଙ୍କ ପ୍ରଗତି ରେ ଆପଣଙ୍କ ମନ ପ୍ରସନ୍ନ ରହିବ। ବୈବାହିକ ଜୀବନରେ କିଛି ସମସ୍ୟା ଦେଖା ଦେଇପାରେ।

ମୀନ ରାଶି –

ଆଜି ଆପଣ ଅଧିକ ପରିଶ୍ରମ କରିବେ। ସଫଳତା ନିଶ୍ଚିତ ରୂପରେ ମିଳିବ। ଆପଣ ନିଜ କାର୍ଯ୍ୟକୁ ଉଚିତ ଢଙ୍ଗରେ କରିବେ। ଆପଣଙ୍କୁ କୌଣସି ସାମାଜିକ କାର୍ଯ୍ୟ ରେ ଯୋଗ ଦେବା ପାଇଁ ଅବସର ମିଳିବ। ଲମ୍ବା ସମୟରୁ ଚାଲିଥିବା ସମସ୍ୟାର ସମାଧାନ ହୋଇଯିବ। କୌଣସି ପୁରୁଣା ବନ୍ଧୁଙ୍କ ସହିତ ଦେଖା ସାକ୍ଷାତ ହୋଇପାରେ। ଆଜି ଆପଣଙ୍କର ପ୍ରଗତି ହେବାର ସମ୍ଭାବନା ରହିଛି। ନିଜର ବ୍ୟକ୍ତିତ୍ଵ କୁ ପ୍ରକାଶିତ କରିବା ପାଇଁ ପ୍ରୟାସ କରନ୍ତୁ।

ବନ୍ଧୁଗଣ ଆଜି ମା ସନ୍ତୋଷୀଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ମା ସନ୍ତୋଷୀ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ |

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *